Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହା ଲଢେଇ, କୋହଲି ନା ବାବର କିଏ ପଡିବ ଭାରୀ? ଜାଣନ୍ତୁ ସବୁକିଛି
ଆଜିର ଖବର

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହା ଲଢେଇ, କୋହଲି ନା ବାବର କିଏ ପଡିବ ଭାରୀ? ଜାଣନ୍ତୁ ସବୁକିଛି

February 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ହାଇ ଭୋଲଟେଜ୍ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଆଜି ଦୁବାଇରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଳାଇବ। ଯଦି ଆମେ ଆଇସିସି ODI ଟୁର୍ଣ୍ଣାମେଣ୍ଟର ରେକର୍ଡକୁ ଦେଖିବା, ତେବେ ପାକିସ୍ତାନ ଉପରେ ଭାରତର ପଲ୍ଲା ଭାରୀ ରହିଛି। ସମସ୍ତ ଆଖି ବିରାଟ କୋହଲି ଏବଂ ବାବର ଆଜାମଙ୍କ ଉପରେ ରହିବ। ଏହି ଦୁଇ ଖେଳାଳି ଶେଷ ଇନିଂସରେ କିଛି ବିଶେଷ କରିପାରିନଥିଲେ। ଦୁବାଇର ପାଗ ବିଷୟରେ କହିବାକୁ ଗଲେ ଏହା ପ୍ରଶଂସକଙ୍କ ସପକ୍ଷରେ ରହିବ।

ଭାରତ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ପାଳିରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପାକିସ୍ତାନ ପାଇଁ ଏହା କର ବା ମର ପରିସ୍ଥିତି। ଯଦି ଭାରତ ପାକିସ୍ତାନକୁ ପରାସ୍ତ କରେ ତେବେ ସେମିଫାଇନାଲରେ ପ୍ରବେଶ କରିବା ପ୍ରାୟ ସେମାନଙ୍କ ପାଇଁ ଅସମ୍ଭବ ହେବ। ଟିମ୍ ଇଣ୍ଡିଆ ଖେଳାଳିମାନେ ଫର୍ମରେ ଅଛନ୍ତି। ଶୁଭମାନ ଗିଲ, ଶ୍ରେୟାସ ଆୟର ଏବଂ ରୋହିତ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ପାକିସ୍ତାନ ବିପକ୍ଷରେ କୋହଲିଙ୍କ ଦମଦାର ରେକର୍ଡ:

ପାକିସ୍ତାନ ବିପକ୍ଷ ODI ରେ ଏପର୍ଯ୍ୟନ୍ତ ବିରାଟଙ୍କର ଏକ ଭଲ ରେକର୍ଡ ରହିଛି। ସେ ୧୬ ଇନିଂସରେ ୬୭୮ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ ୧୦୦ ରୁ ଅଧିକ ଅଛି। ପାକିସ୍ତାନ ବିପକ୍ଷ ODI ରେ କୋହଲି ତିନି ଶତକ ଏବଂ ଦୁଇ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୮୩ ରନ୍।

ବାବରଙ୍କ ଉପରେ ପାକିସ୍ତାନର ଭରସା:

ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ବାବର ଆଜାମ ୬୪ ରନର ଇନିଂସ ଖେଳିଥିଲେ। ଯେଉଁଠାରେ ଖୁସଦିଲ ଶାହା ୬୯ ରନ ସ୍କୋର କରିଥିଲେ। ଏହି ମ୍ୟାଚ୍ ସମୟରେ ସମସ୍ତଙ୍କ ଆଖି ବାବରଙ୍କ ଉପରେ ରହିବ। ଗତ କିଛି ମ୍ୟାଚ୍ ପାକିସ୍ତାନର ସୁପରଷ୍ଟାର ଖେଳାଳି ବାବର ଆଜାମଙ୍କ ପାଇଁ ବିଶେଷ କିଛି ହୋଇନାହିଁ। କିନ୍ତୁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଭାରତ-ପାକିସ୍ତାନର ରେକର୍ଡ:

ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ୧୩୫ ଟି ODI ମ୍ୟାଚ୍ ଖେଳିଛି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ୫୭ ଟି ମ୍ୟାଚ୍ ଜିତିଛି। ଯେଉଁଠାରେ ପାକିସ୍ତାନ ୭୩ ଟି ମ୍ୟାଚ ଜିତିଛି।

ଦୁବାଇର ପାଣିପାଗ କିପରି ହେବ:

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ। ରବିବାର ଦିନ ଦୁବାଇର ହାରାହାରି ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ହୋଇପାରେ। ତେଣୁ ଖେଳାଳି ତଥା ପ୍ରଶଂସକଙ୍କ ପାଇଁ ପାଗ ଭଲ ରହିବ। ରାତିରେ କାକର ହୋଇପାରେ।

ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଇଁ ସମ୍ଭାବ୍ୟ ଖେଳାଳି ଏକାଦଶ:

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଏବଂ ହର୍ଷିତ ରାଣା।

ପାକିସ୍ତାନ: ଇମାମ-ଉଲ-ହକ, ବାବର ଆଜମ, ସଉଦ ଶାକିଲ, ମହମ୍ମଦ ରିଜୱାନ (ଅଧିନାୟକ, ୱିକେଟ୍ କିପର), ସଲମାନ ଆଗା, ତୟବ ତାହିର, ଖୁସଦିଲ ଶାହା, ଶାହିନ ଆଫ୍ରିଦି, ନସିମ ଶାହା, ହରିସ ରଉଫ, ଅବରାର ଅହମ୍ମଦ।

Champions Trophy 2025 ICC Champions Trophy IND VS PAK India Vs Pakistan
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.