
ଭୁବନେଶ୍ଵର: ଓଡିଶାରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବାବେଳେ ଏହାର ସମାଧାନ ପାଇଁ ଆରଡବ୍ଲୁଏସଏସ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ଯେଉଁଠାରେ ପାଇପ ଯୋଗେ ପାନୀୟ ଜଳ ପହଂଚି ପାରୁନାହିଁ ସେଠାରେ ଟ୍ୟାଂକର ଯୋଗେ ପାନୀୟ ଜଳ ପହଂଚାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏହା ସହ ରାଜ୍ୟରେ ମେଗା ପାନୀୟ ଜଳର ବ୍ୟବସ୍ଥା ଚାଲିଛି ଯାହା ଦ୍ବାରା ସବୁଦିିନିଆ ପାଣିର ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି।