Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିବା ଏହି ଯୁବତୀ ଜଣକ କିଏ ?
ଆଜିର ଖବର

ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିବା ଏହି ଯୁବତୀ ଜଣକ କିଏ ?

February 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆମ ଆଦମୀ ପାର୍ଟିରେ ବର୍ତ୍ତମାନ ପରିସ୍ଥିତିରେ ଯୋଗ ଦେଇଥିବା ଏହି ଯୁବତୀ ଜଣକ କିଏ ସେ ? ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ କ୍ଷମତାରୁ ହଟିଯିବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟିର ପରିସ୍ଥିତି ଭଲ ନାହିଁ। ଆପ୍ ନୂଆ ଦିଲ୍ଲୀରେ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ସେମାନେ କେବେ ବି ଆଶା କରି ନ ଥିଲେ। ଏପରି ପରିସ୍ଥିତିରେ ଶାସନ କ୍ଷମତାରେ ଥିବା ପଂଜାବରେ ମଧ୍ୟ ଦଳର ବିଭିନ୍ନ ସମସ୍ୟା ଉପୁଜିବ ବୋଲି ଅନେକ ଆଶଙ୍କା ମଧ୍ୟ କରୁଛନ୍ତି।

ହେଲେ ଏହିପରି ଅବସ୍ଥାରେ ଜଣେ ପରିଚିତ ଚେହେରା ଆପ୍ ରେ ଯୋଗ ଦେବେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ହେଲେ ତାହା ସତ ଯେ, ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି ଜଣେ ଅଭିନେତ୍ରୀ। ଯାହାକୁ ନେଇ ଦିଲ୍ଲୀ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରି ସୁନ୍ଦରୀ ଅଭିନେତ୍ରୀ କାହିଁକି ଆପ୍ ରେ ଯୋଗ ଦେଲେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠିଛି।

ତେବେ ଯେଉଁ ଅଭିନେତ୍ରୀ ଆପ୍ ରେ ଯୋଗ ଦେଇଛନ୍ତି ସେ ହେଉଛନ୍ତି ପଂଜାବୀ ଚଳଚିତ୍ରର ବେଶ ପରିଚିତ ଚେହେରା ସୋନିଆ ମାନ୍। କେବଳ ପଂଜାବୀ ନୁହେଁ ସେ ହିନ୍ଦି, ମାଲାୟାଲାମ, ତେଲୁଗୁ ଓ ମରାଠୀ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ 2014 ମସିହାରେ ହିନ୍ଦି ଚଳଚିତ୍ର ‘କାହାନୀ ହେ ମେରା ପ୍ୟାର’ ଚଳଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ବାପା ସ୍ବର୍ଗତ ବଳଦେବ ସିଂହ ଥିଲେ କ୍ରିତି କିଶାନ ସଂଘର ବଡ ନେତା। ତାଙ୍କୁ ଖଲିସ୍ତାନୀମାନେ 1980 ମସିହାରେ ହତ୍ୟା କରିଥିଲେ।

ସୋନିଆ ଗତ ରବିବାର ଦିନ ଆପ୍ ର ଜାତୀୟ କନଭେନର ଅରବିନ୍ଦ କେଜ୍ରାୱାଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏ ନେଇ ଦଳ ତରଫରୁ ସାମାଜିକ ଗଣମାଧ୍ୟମରେ ଅବଗତ କରାଯାଇଛି। ସେ ଦଳରେ ସାମିଲ ହୋଇଥିବାରୁ ତାଙ୍କୁ କେଜ୍ରିୱାଲ ସ୍ବାଗତ କରିଛନ୍ତି। ଏହାଦ୍ବାରା ପଂଜୀବରେ ଆମ ଆଦମୀ ପାର୍ଟି ସୁଦୃଢ ହେବ ବୋଲି ସେ କହିଛନ୍ତି।

ବର୍ତ୍ତମାନ କେଜ୍ରିୱାଲ ଦିଲ୍ଲୀରୁ ପରାଜୟ ହେବା ପରେ ପଂଜାବ ରାଜନୀତିକୁ ଅଧିକ ଗୁରୁତ୍ବ ଦେଉଥିବାର ପରିଲକ୍ଷିତ ହୋଇଛି।

ଅରବିନ୍ଦ କେଜ୍ରିୱାଲ ଆପ୍ ଆମ ଆଦମୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.