
ନୟାଗଡ଼: ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲାର ସମସ୍ତ ଅନୁସୁଚିତ ଜାତି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ମାଟ୍ରନ ମାନଙ୍କ ପାଇଁ ଶିଶୁ ଯୌନ ନିର୍ଯ୍ୟାତନା ସମ୍ପର୍କରେ ଏକ ଜ଼ିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ଜ଼ିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ଵ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶିଶୁ ସୁରକ୍ଷା ଆଇନ ତଥା ପୋକୋସୋ ଆଇନ ସମ୍ବନ୍ଧରେ ଏବଂ ଆବାସିକ, ହଷ୍ଟେଲରେ ପିଲାମାନଙ୍କ ସୁରକ୍ଷା କିପରି ସୁନିଶ୍ଚିତ କରାଯାଇପାରିବ ସେହି ବିଷୟରେ ଭୁବନେଶ୍ବରରୁ ଆସିଥିବା ରିସୋର୍ସ ପର୍ସନ ପ୍ରଶାନ୍ତି ପାଲଟାସିଂଙ୍କ ଠାରୁ ଅବଗତ ହୋଇଥିଲେ।
ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା ସମସ୍ତ ବ୍ଲକରୁ ଆସିଥିବା ଆବାସିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟ ଗୁଡିକରେ କିପରି ପରି ଏହି ସବୁ ନିୟମ ଗୁଡିକ କିପରି କାର୍ଯ୍ୟକାରୀ ହେବ ତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର କୋଡିନେଟର ଶ୍ରାବଣୀ ମିଶ୍ର ସୁସ୍ପର୍ଶ ଓ କୁସ୍ପର୍ଶ ଉପରେ ନିସ୍ତାର ଭାବେ ଶିକ୍ଷା ଦେଇଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ଓ ପରିଦିକ୍ଷା ଅଧିକାରୀ ଅରସଦ ଅନସାରୀ ପୋକୋସୋ ଅଧୀନରେ ଥିବା ନିୟମାବଳୀ ଗୁଡିକ ବିଷୟରେ ଅବଗତ କରାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ ଓ ଜ଼ିଲ୍ଲା ଶିଶୁ ସୁରକ୍ଷା ଆନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟରଞ୍ଜନ ଦାଶ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ।