CAG ରିପୋର୍ଟକୁ ନେଇ ଉତ୍ତେଜନା: ଅମାନତୁଲ୍ଲା ଖାନଙ୍କ ବ୍ୟତୀତ ସମସ୍ତ AAP ବିଧାୟକ ୩ ଦିନ ପାଇଁ ନିଲମ୍ବିତ

Published: Feb 25, 2025, 5:10 pm IST
delhiassembly

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଆଜିବହୁତ ଉତ୍ତେଜନା ଦେଖାଦେଇଛି। ଉପ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଆମ୍ ଆଦମୀ ପାର୍ଟିର ବିଧାୟକମାନେ ଗୃହରେ ସ୍ଲୋଗାନ ଦେଇଥିଲେ। ଏହା ପରେ ବାଚସ୍ପତି ବିଜୟ ଗୁପ୍ତା ଅମାନତୁଲ୍ଲା ଖାନଙ୍କ ବ୍ୟତୀତ ସମସ୍ତ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ ନିଲମ୍ବିତ କରିଥିଲେ।

ଆଜି ଗୃହରେ ଅମାନତୁଲ୍ଲା ଖାନ ଉପସ୍ଥିତ ନଥିଲେ। କୁହାଯାଉଛି ଯେ, ଅସୁସ୍ଥତା ହେତୁ ସେ ଆଜି ବିଧାନସଭାରେ ଉପସ୍ଥିତ ନଥିଲେ। ତେଣୁ ବାଚସ୍ପତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଗୁରୁବାର ଦିନ ସକାଳ ୧୧ ଟାରୁ ଦିଲ୍ଲୀ ବିଧାନସଭାରେ ଅଧିବେଶନ ଆରମ୍ଭ ହେବ, ଯେଉଁଥିରେ CAG ରିପୋର୍ଟ ଉପରେ ଆଲୋଚନା ହେବ।

ଆଜି ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ ଉପସ୍ଥାପିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ର ଏକ୍ସାଇଜ୍ ପଲିସି ଯୋଗୁଁ ଦିଲ୍ଲୀ ସରକାର ୨ ହଜାର କୋଟିରୁ ଅଧିକ କ୍ଷତି ସହିଛନ୍ତି। ଏନେଇ ବିଜେପି ବିଧାୟକମାନେ ଆମ୍ ଆଦମୀ ପାର୍ଟି ଉପରେ ଆକ୍ରମଣ କରୁଛନ୍ତି।

Related posts