Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମଲାଲ୍‌ଙ୍କ ସ୍ଥାନରେ ବିଏଲ୍‌ ସନ୍ତୋଷ : ଦଳରେ ଶାହାଙ୍କ ପରେ ଦ୍ବିତୀୟ କ୍ଷମତା ଅଧିକାରୀ
ଆଜିର ଖବର

ରାମଲାଲ୍‌ଙ୍କ ସ୍ଥାନରେ ବିଏଲ୍‌ ସନ୍ତୋଷ : ଦଳରେ ଶାହାଙ୍କ ପରେ ଦ୍ବିତୀୟ କ୍ଷମତା ଅଧିକାରୀ

July 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଜନତା ପାର୍ଟି (ବିଜେପି)ରେ କିଛି ପରିବର୍ତ୍ତନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ଥିବା ରାମଲାଲ୍‌ ଆରଏସଏସ୍‌କୁ ଫେରିଯାଇଥିବାବେଳେ ତାଙ୍କ ସ୍ଥାନରେ ଆସିଛନ୍ତି ବିଏଲ୍‌ ସନ୍ତୋଷ । ଦଳ ରାମଲାଲ୍‌ଙ୍କ ଦାୟିତ୍ବ ବିଏଲ୍‌ ସନ୍ତୋଷଙ୍କୁ ହସ୍ତାନ୍ତର କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ପରେ ବିଏଲ୍‌ ସନ୍ତୋଷ ଦ୍ବିତୀୟ ଶକ୍ତିଶାଳୀ ବ୍ୟକ୍ତି ରହିବେ । ବିଜେପିର ଏହି ମୁଖ୍ୟ ପଦରେ ସନ୍ତୋଷକୁ ନିଯୁକ୍ତି ଦେବା ପଛରେ ଦଳର ମିଶନ୍‌ ସାଉଥ୍‌ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଚଳିତ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଛି । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ- ତେଲେଙ୍ଗାନାକୁ ଛାଡ଼ି ଦେଲେ ବାକି ରାଜ୍ୟଗୁଡ଼ିକରେ ବିଜେପିର ହାତରେ କିଛି ଲାଗିନାହିଁ । ନରେନ୍ଦ୍ର ମୋଦିଙ୍କ ବିଜୟ ରଥରେ ବିଜେପି ୩୦୩ ଆସନ ଜିତିଥିବା ସତ୍ତ୍ବେ ଦକ୍ଷିଣ ଭାରତରେ ମୋଦିଙ୍କ ଯାଦୁ ପୂରା ଫିକା ପଡିଯାଇଛି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ବିଜେପି ଖାତା ମଧ୍ୟ ଖୋଲି ପାରିନାହିଁ । ଏବଂ ଆଉ କିଛି ରାଜ୍ୟରେ ଗୋଟିଏ ଦୁଇଟି ଆସନ ପାଇଛି । ଉତ୍ତରଭାରତ ପରି ଦକ୍ଷିଣ ଭାରତରେ ପଦ୍ମ ଫୁଟାଇବା ଚକ୍କରରେ ରହିଛି ବିଜେପି । ସେଥିପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମିଶନ ସାଉଥ୍‌ ପାଇଁ ବିଜେପି ନିଜ ସଂଗଠନରେ ମହାମନ୍ତ୍ରୀ ଦାୟିତ୍ବ ଜଣେ ଦକ୍ଷିଣ ଭାରତୀୟଙ୍କୁ ହିଁ ବାଛିଛି । ପଶ୍ଚିମବଙ୍ଗ, ଓଡ଼ିଶା, ଓ ପୂର୍ବୋତ୍ତର ରାଜ୍ୟ ପରି ବିଜେପି ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ସ୍ଥିତି ସୁଦୃଢ କରିବାକୁ ଚାହୁଁଛି  । ଏଥିପାଇଁ ଜଣେ ଦକ୍ଷିଣ ଭାରତୀୟଙ୍କୁ ଏହି ପଦବୀରେ ଅଭିଷିକ୍ତ କରାଯାଇଛି । ବିଏଲ୍‌ ସନ୍ତୋଷ ମୂଳତଃ ଜଣେ ଦକ୍ଷିଣ ଭାରତୀୟ ।  ବିଏଲ୍‌ ସନ୍ତୋଷ ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ହେବା ପୂର୍ବରୁ ତାମିଲ୍‌ନାଡୁ, କେରଳ, ଗୋଆ ଓ କର୍ଣ୍ଣାଟକ ଆଦି ଦାୟିତ୍ବ ସମ୍ଭାଳିଛନ୍ତି । ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୧୦୧ଟି ଲୋକସଭା ଆସନରୁ ଚଳିତ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୪ଟି ଆସନ ଜିତିଛି । ଏହି ଚାରୋଟି ରାଜ୍ୟର ଅନ୍ୟ ଆସନଗୁଡ଼ିକରେ ଆଞ୍ଚଳିକ ଦଳ ଓ କଂଗ୍ରେସ କବ୍‌ଜାରେ ରହିଛି । କେରଳରେ ବାମପନ୍ଥୀ, ତାମିଲନାଡୁରେ ଏଆଇଏଡିମେକ, ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର କଂଗ୍ରେସ ଓ ତେଲେଙ୍ଗାନାରେ ଟିଆରଏସ୍‌ ସରକାର ରହିଛି । ବିଜେପି ଏହି ସବୁ ରାଜ୍ୟରେ ନିଜ ସ୍ଥିତି ଦୃଢ କରିବା ପାଇଁ ପାଦ ବଢାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026

ବିଶ୍ୱକପରେ ବଡ଼ ବିପର୍ଯ୍ୟୟର ଆଶଙ୍କା!: ପ୍ରଥମ ଟି-୨୦ ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା

January 22, 2026
Latest News

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

“ଭାରତ ବିନା ଆମେ ଅସମ୍ପୂର୍ଣ୍ଣ”: EU ର ଏହି ବୟାନରେ ଚୀନ ଓ ପାକିସ୍ତାନ ଅସ୍ଥିର

January 22, 2026

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଏପ୍ରିଲରେ ଖାଲି ହେବ ୩୭ ଟି ଆସନ

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.