Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମଲାଲ୍‌ଙ୍କ ସ୍ଥାନରେ ବିଏଲ୍‌ ସନ୍ତୋଷ : ଦଳରେ ଶାହାଙ୍କ ପରେ ଦ୍ବିତୀୟ କ୍ଷମତା ଅଧିକାରୀ
ଆଜିର ଖବର

ରାମଲାଲ୍‌ଙ୍କ ସ୍ଥାନରେ ବିଏଲ୍‌ ସନ୍ତୋଷ : ଦଳରେ ଶାହାଙ୍କ ପରେ ଦ୍ବିତୀୟ କ୍ଷମତା ଅଧିକାରୀ

July 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଜନତା ପାର୍ଟି (ବିଜେପି)ରେ କିଛି ପରିବର୍ତ୍ତନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ଥିବା ରାମଲାଲ୍‌ ଆରଏସଏସ୍‌କୁ ଫେରିଯାଇଥିବାବେଳେ ତାଙ୍କ ସ୍ଥାନରେ ଆସିଛନ୍ତି ବିଏଲ୍‌ ସନ୍ତୋଷ । ଦଳ ରାମଲାଲ୍‌ଙ୍କ ଦାୟିତ୍ବ ବିଏଲ୍‌ ସନ୍ତୋଷଙ୍କୁ ହସ୍ତାନ୍ତର କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ପରେ ବିଏଲ୍‌ ସନ୍ତୋଷ ଦ୍ବିତୀୟ ଶକ୍ତିଶାଳୀ ବ୍ୟକ୍ତି ରହିବେ । ବିଜେପିର ଏହି ମୁଖ୍ୟ ପଦରେ ସନ୍ତୋଷକୁ ନିଯୁକ୍ତି ଦେବା ପଛରେ ଦଳର ମିଶନ୍‌ ସାଉଥ୍‌ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଚଳିତ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଛି । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ- ତେଲେଙ୍ଗାନାକୁ ଛାଡ଼ି ଦେଲେ ବାକି ରାଜ୍ୟଗୁଡ଼ିକରେ ବିଜେପିର ହାତରେ କିଛି ଲାଗିନାହିଁ । ନରେନ୍ଦ୍ର ମୋଦିଙ୍କ ବିଜୟ ରଥରେ ବିଜେପି ୩୦୩ ଆସନ ଜିତିଥିବା ସତ୍ତ୍ବେ ଦକ୍ଷିଣ ଭାରତରେ ମୋଦିଙ୍କ ଯାଦୁ ପୂରା ଫିକା ପଡିଯାଇଛି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ବିଜେପି ଖାତା ମଧ୍ୟ ଖୋଲି ପାରିନାହିଁ । ଏବଂ ଆଉ କିଛି ରାଜ୍ୟରେ ଗୋଟିଏ ଦୁଇଟି ଆସନ ପାଇଛି । ଉତ୍ତରଭାରତ ପରି ଦକ୍ଷିଣ ଭାରତରେ ପଦ୍ମ ଫୁଟାଇବା ଚକ୍କରରେ ରହିଛି ବିଜେପି । ସେଥିପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମିଶନ ସାଉଥ୍‌ ପାଇଁ ବିଜେପି ନିଜ ସଂଗଠନରେ ମହାମନ୍ତ୍ରୀ ଦାୟିତ୍ବ ଜଣେ ଦକ୍ଷିଣ ଭାରତୀୟଙ୍କୁ ହିଁ ବାଛିଛି । ପଶ୍ଚିମବଙ୍ଗ, ଓଡ଼ିଶା, ଓ ପୂର୍ବୋତ୍ତର ରାଜ୍ୟ ପରି ବିଜେପି ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ସ୍ଥିତି ସୁଦୃଢ କରିବାକୁ ଚାହୁଁଛି  । ଏଥିପାଇଁ ଜଣେ ଦକ୍ଷିଣ ଭାରତୀୟଙ୍କୁ ଏହି ପଦବୀରେ ଅଭିଷିକ୍ତ କରାଯାଇଛି । ବିଏଲ୍‌ ସନ୍ତୋଷ ମୂଳତଃ ଜଣେ ଦକ୍ଷିଣ ଭାରତୀୟ ।  ବିଏଲ୍‌ ସନ୍ତୋଷ ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ହେବା ପୂର୍ବରୁ ତାମିଲ୍‌ନାଡୁ, କେରଳ, ଗୋଆ ଓ କର୍ଣ୍ଣାଟକ ଆଦି ଦାୟିତ୍ବ ସମ୍ଭାଳିଛନ୍ତି । ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୧୦୧ଟି ଲୋକସଭା ଆସନରୁ ଚଳିତ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୪ଟି ଆସନ ଜିତିଛି । ଏହି ଚାରୋଟି ରାଜ୍ୟର ଅନ୍ୟ ଆସନଗୁଡ଼ିକରେ ଆଞ୍ଚଳିକ ଦଳ ଓ କଂଗ୍ରେସ କବ୍‌ଜାରେ ରହିଛି । କେରଳରେ ବାମପନ୍ଥୀ, ତାମିଲନାଡୁରେ ଏଆଇଏଡିମେକ, ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର କଂଗ୍ରେସ ଓ ତେଲେଙ୍ଗାନାରେ ଟିଆରଏସ୍‌ ସରକାର ରହିଛି । ବିଜେପି ଏହି ସବୁ ରାଜ୍ୟରେ ନିଜ ସ୍ଥିତି ଦୃଢ କରିବା ପାଇଁ ପାଦ ବଢାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026
Latest News

ତାମିଲନାଡୁରେ କିପରି ସରକାର ଗଠନ କରିବ ଟିଭିକେ?: ଜାଣନ୍ତୁ ୩ ଟି ବିକଳ୍ପ

May 5, 2026

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.