Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟବସ୍ଥିତ ଢଙ୍ଗରେ ଓମ୍ ଫେଡ୍ କୁ ସଶକ୍ତ କରାଯିବ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଆଜିର ଖବର

ବ୍ୟବସ୍ଥିତ ଢଙ୍ଗରେ ଓମ୍ ଫେଡ୍ କୁ ସଶକ୍ତ କରାଯିବ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

February 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସିସିଟିଭି ନଜରରେ ରହିଲା ଓମ୍ଫେଡ୍ ର ଅରିଲୋସ୍ଥିତ ଦୁଗ୍ଧ ପ୍ରକ୍ରିୟା କରଣ କେନ୍ଦ୍ର। ଓମ୍ଫେଡ୍ ଅରିଲୋସ୍ଥିତ ପ୍ଲାଣ୍ଟରେ ଆଜିଠାରୁ ସିସିଟିଭି କାର୍ଯ୍ୟକ୍ଷମ ହେଲା। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମତ୍ସ୍ୟ, ପଶୁ ସଂପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ଉଦଘାଟନ କରିଛନ୍ତି।

ଅରିଲୋସ୍ଥିତ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି। ଏହି ପ୍ଲାଣ୍ଟରେ ମୋଟ 62ଟି ସିସି ଟିଭି ଲାଗିଛି। ଏଥିପାଇଁ ଏକ କଣ୍ଟ୍ରୋଲରୁମ ମଧ୍ୟ ଏଠାରେ ଖୋଲାଯାଇଛି।

କେବଳ କେତିକି ନୁହେଁ, ଅରିଲୋ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ କେତେ ଦୁଗ୍ଧ ଆସିଲା, କେତେ ପ୍ରକ୍ରିୟାକରଣ ହେଲା, କେଉଁ କେଉଁ ଉତ୍ପାଦ କେତେ କେତେ ପ୍ରସ୍ତୁତ ହେଲା, କେତେ ବଜାରକୁ ଗଲା ଆଉ କେତେ ମହଜୁଦ୍ ରହିଲା, କିଏ କେଉଁ କାମ କରୁଛି  ଆଦି ସବୁ କାର୍ଯ୍ୟକଳାପ ନିଜେ ପରିଚାଳନା ନିର୍ଦେଶକ ମଧ୍ୟ ଭୁବନେଶ୍ୱରସ୍ଥିତ ସହିଦ ନଗର ମୁଖ୍ୟାଳୟରେ ବସି ତଦାରଖ କରିପାରିବେ। ପୂର୍ବରୁ ଏପରି ବ୍ୟବସ୍ଥା ନଥିଲା। ଆହୁରି କେତେକ ସିସିଟିଭିର ଆବଶ୍ୟକତା ରହିଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସେଗୁଡିକ ଲାଗିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି।

ଓମ୍ଫେଡ୍ ସହ ଓଡିଆ ଅସ୍ମିତା ଜଡିତ ରହିଛି ଏବଂ ଓମ୍ଫେଡ୍ ପ୍ରତି ରାଜ୍ୟବାସୀଙ୍କର ଆସ୍ଥା ଓ ବିଶ୍ୱାସ ରହିଛି, ତେଣୁ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ସଶକ୍ତ କରିବା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରାଯିବ ବୋଲି କହିଛନ୍ତି ମାନ୍ୟବର ମନ୍ତ୍ରୀ। ଆଗକୁ ଓମ୍ଫେଡ୍ କିପରି ଲୋକମାଙ୍କୁ ଭଲ ସେବା ଦେଇପାରିବ, ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଏବଂ ଉତ୍ତମ ମାନର ଉତ୍ପାଦ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଯୋଗାଇ ଦେଇପାରିବ, ସେ ନେଇ ଓମ୍ଫେଡର ପରିଚାଳନା ନିର୍ଦେଶକଙ୍କଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଓମ୍ଫେଡ୍  ପ୍ରତ୍ୟେକ ଉତ୍ପାଦର ଗୁଣଗୁଣାତ୍ମକମାନରେ କୌଣସି ସାଲିସ କରିବ ନାହିଁ। ଏବେ ଜଗନ୍ନାଥଙ୍କ ମନ୍ଦିରରେ ଓମ୍ଫେଡ ଘିଅ ଲାଗି ହେଉଛି। ସେହି ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦେଶ ଦେଇଛନ୍ତି ଓମ୍ଫେଡକୁ ସଶକ୍ତ କରାଯିବ ଏବଂ ପୁନଃଗଠନ କରାଯିବ। କେବଳ ସେତିକି ନୁହେଁ ଅଧିକ ଦୁଗ୍ଧ ଆମଦାନୀ କରାଯିବ। ସେଥି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଦେଇଛନ୍ତି।

ଏହି ଯୋଜନାରେ ଓମ୍ଫେଡ୍ ମଧ୍ୟ ଭାଗିଦାରି ରହିଛି। କେବଳ ସେତିଥି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ଓମ୍ଫେଡ୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ବଜେଟରେ ମଧ୍ୟ ସ୍ୱତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଆମ ସରକାର ଆସିବା ପରେ ଓମ୍ଫେଡକୁ ବ୍ୟବସ୍ଥିତ ଢଙ୍ଗରେ ଗଢିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଅରିଲୋଠାରେ ଲାବ୍ରୋଟାରୀ, ଷ୍ଟାପ କ୍ୱାର୍ଟର, ଗେଷ୍ଟ ହାଉସ କରାଯିବ। ଓମ୍ଫେଡର ରାଜ୍ୟରେ ଯେଉଁ ମର୍ଯ୍ୟାଦା ରହିଛି, ତାହାକୁ ବଜାୟ ରଖିବା ପାଇଁ ଯାହା ଦରକାର ତାହା ସବୁ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

ଏହି ଅବସରରେ ଓମ୍ଫେଡର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ ମ୍ୟାନେଜର (ଉତ୍ପାଦନ) ମୌମେନ୍ଦ୍ର ଭୌମିକ, ସହକାରୀ ପରିଚାଳକ (ଆଇଟି) ଜିତେନ୍ଦ୍ର କୁମାର ବରାଡ, ଅରିଲୋସ୍ଥିତ ପ୍ଲାଣ୍ଟ ପରିଚାଳକ, ବରିଷ୍ଠ ଅଧିକାରୀ ଓ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିଥିଲେ।

ଓମ୍‌ଫେଡ୍‌ ଗୋକୁଳାନନ୍ଦ ମଲ୍ଲିକ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର

July 22, 2025

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025
Latest News

ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର

July 22, 2025

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.