Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନବାଧିକାର କର୍ମୀ ସମାଜର ଜାଗ୍ରତ ପ୍ରହରୀ: ଓଡିଶା ମାନବାଧିକାର ସମ୍ମେଳନରେ କହିଲେ ଜଷ୍ଟିସ ଷଢଙ୍ଗୀ
ଆଜିର ଖବର

ମାନବାଧିକାର କର୍ମୀ ସମାଜର ଜାଗ୍ରତ ପ୍ରହରୀ: ଓଡିଶା ମାନବାଧିକାର ସମ୍ମେଳନରେ କହିଲେ ଜଷ୍ଟିସ ଷଢଙ୍ଗୀ

February 27, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାନବାଧିକାର କର୍ମୀ ମାନେ ସମାଜର ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସେମାନଙ୍କର ନିଷ୍ଠା ଓ ଉଦ୍ୟମ ବଳରେ ବହୁ ପୀଡିତ ନ୍ୟାୟ ପାଇବାକୁ ସକ୍ଷମ ହୋଇପାରୁଛନ୍ତି ବୋଲି ଆଜି ଭୁବନେଶ୍ୱର ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ଓଡିଶା ମାନବାଧିକାର ସମ୍ମେଳନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ହୋଇ ଜାତୀୟ ମାନବାଧିକାର ଆୟୋଗ ର ସଦସ୍ୟ ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଢଙ୍ଗୀ ମତବ୍ୟକ୍ତ କରିଥିଲେ।

ମାନବାଧିକାରର ଏକ ବିଶାଳ କ୍ଷେତ୍ର ରହିଛି ତାକୁ ସାଧାରଣ ଲୋକ ଜାଣିବା ଦରକାର।  ଜାତୀୟ ମାନବାଧିକାର କମିଶନର ଲୋଗୋରେ ଲେଖା ରହିଛି ବା ମୂଳ ସଂଜ୍ଞା ହେଉଛି ସର୍ବେ ଭବନ୍ତୁ ସୁଖିନଃ। ତାକୁ ପାଳନ କରିବାକୁ ହେଲେ ଆମେ ଉପାନ୍ତ ଅଂଚଳରେ ମଧ୍ୟ ପହଂଚି ତାଙ୍କୁ ଶୁଣି କରି ଲୋକଙ୍କ ସମସ୍ୟାର ଶୁଣାଣି କରି ସମସ୍ତ ଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରିବାର ବ୍ୟବସ୍ତା ଆମେ କରିବl କୁ ନିଷ୍ପତି ନେଇ ସାରିଛୁ। ଖୁବ ଶୀଘ୍ର ଏହା ଆରମ୍ଭ ହେବ। କୋର୍ଟ ବ୍ୟବସ୍ଥା ଯେହେତୁ ବ୍ୟୟ ବହୁଳ ତେଣୁ ମାନବାଧିକାର କମିଶନ ସାଧାରଣ ଗରିବ ଲୋକଙ୍କୁ ନ୍ୟାୟ ପାଇଁ ତାଙ୍କୁ ଶୁଣି କାର୍ଯ୍ୟକାରୀ ପାଇଁ ପ୍ରଶାସନ କୁ ସୁପାରିଶ କରିବାକୁ ସେ ବ୍ୟବସ୍ଥା ପାଇଁ ପ୍ରତିଶୃତି ଦେଇଥିଲେ।

ତତସହିତ ମାନବାଧିକାର କର୍ମୀ ମାନଙ୍କର ନିଷ୍ଠାକୁ ଭୁୟସୀ ପ୍ରଶଂସା କରିଥିଲେ। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଓ ଆଇନ ସେବା ସଂସ୍ଥା କ୍ଲାପ ସହଯୋଗରେ ଅନୁଷ୍ଠିତ ଓଡିଶା ମାନବାଧିକାର ସମ୍ମେଳନ ରେ ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ଶତାଧିକ ମାନାବାଧିକର କର୍ମୀ ମାନେ ଯୋଗଦେଇ ସେମାନେ ତୃଣମୂଳ ସ୍ତରରେ ଘଟୁଥିବା ମାନବାଧିକାର ଉଲ୍ଲଙ୍ଘନ ଘଟଣା ବର୍ଣ୍ଣନା କରିବା ସହ ସେମାନେ ସାମ୍ନା କରୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ।

ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ର ଅଧ୍ୟକ୍ଷ ମନୋଜ ଜେନା ସଭାରେ ସଭାପତିତ୍ୱ କରି ଉପସ୍ଥିତ ମାନବାଧିକାର କର୍ମୀମାନଙ୍କୁ ତ୍ରୁଣମୂଳସ୍ତରରେ ଘଟୁଥିବା ମାନବାଧିକାର ଉଲଂଘନ ଘଟଣାକୁ ସାମନାକୁ ଆଣି ପିଡୀତକୁ ନ୍ୟାୟ ଦେବାପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଦେଶର ସ୍ୱାଧୀନତା ଆନ୍ଦୋଳନ ଭଳି ବର୍ତମାନ ମଧ୍ୟ ସାଧାରଣ ଲୋକର ମାନବାଧିକାର ପ୍ରଦାନ ପାଇଁ ଆମକୁ ମାନବାଧିକାର ସ୍ୱାଧୀନତା ଆନ୍ଦୋଳନ ଜାରି ରଖିବାକୁ ପଡିବ ବୋଲି କହିଥିଲେ। ଏ ବର୍ଷ ମିଳିତ ଜାତିସଂଘ ର ସାର୍ବଜନୀନ ମାନବାଧିକାର ଘୋଷଣାନାମା କୁ ୭୫ ବର୍ଷ ହେଉଥିବା ବେଳେ ହ୍ୟୁମାନ ରାଇଟ୍ସ ଡିଫେଣ୍ଡର ଘୋଷଣାନାମା କୁ ୨୫ ବର୍ଷ ହେଉଛି। ଜାତୀୟ ମାନବାଧିକାର ଆୟୋଗ ଗଠନର ୩୦ ବର୍ଷ ମଧ୍ୟରେ ସମୁଦାୟ ୨୨.୪୮ ଲକ୍ଷ ମାମଲା ଦାୟର ହୋଇ ୨୨.୪୧ କେଶ ଫଇସଲା ହୋଇ ମୋଟ ୨୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରାଶି କ୍ଷତିପୂରଣ ଦିଆଯାଇଛି। ଓଡିଶାରୁ ପାଖାପାଖି ୯୦ ହଜାରରୁ ଉର୍ଦ୍ଧ୍ବ ମାମଲା ଦାୟର ହୋଇଛି।

ଏହି ଅବସରରେ ସେ ଜଷ୍ଟିସ ଷଡ଼ଙ୍ଗୀଙ୍କ ନିକଟରେ ମାନବାଧିକାର କର୍ମୀ ଙ୍କ ପାଇଁ ସ୍ୱତନ୍ତ୍ର ଆଇନ, ମାନବାଧିକାର କର୍ମୀ ମାନଙ୍କ ସମ୍ମାନ ଓ ପ୍ରଶଂସା ତଥା ପ୍ରୋତ୍ସାହିତ ପାଇଁ ଏକ ସମ୍ମାନ ପ୍ରଦାନ ର ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ପିଲାଙ୍କୁ ତାଙ୍କ ପାଠ୍ୟକ୍ରମର ଶିକ୍ଷା ବ୍ୟବସ୍ଥା ରେ ମାନବାଧିକାର ପାଠ ପଢ଼ାଇବା ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ରଖିଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ କି ମାନବାଧିକାର କ୍ଷେତ୍ରରେ ନ୍ୟାୟ ପାଇଥିବା ଅନେକ ଉଦାହରଣ ସମ୍ପର୍କିତ ସନ୍ଦର୍ଭ କୁ ପ୍ରକାଶନ ପୁସ୍ତକ ମାଧ୍ୟମରେ ସମସ୍ତ ପଂଚାୟତ ଓ ସହରାଞ୍ଚଳ ଲୋକ ପ୍ରତିନିଧି ମାନଙ୍କୁ ବ୍ୟାପକ ସଚେତନତା କରାଇପାରିଲେ ସେମାନେ ମଧ୍ୟ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବେଶ ଦକ୍ଷ ହୋଇ ସହାୟକ ହୋଇ ପାରିବ। ପୂର୍ବେ ରାଜନୈତିକ କର୍ମୀ ମନେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇଁ ଲଢେଇ କରୁଥିଲେ ବର୍ତମାନ ସେମାନ କେବଳ ନିଜ ଦଳର ବୋଲ ମାନିବାରେ ବ୍ୟସ୍ତ। କିନ୍ତୁ ମାନବାଧିକାର କର୍ମୀ ଓ ସୂଚନା ଅଧିକାର କର୍ମୀ ସାଧାରଣ ଲୋକଙ୍କ ସ୍ୱର ହୋଇ ପାରିଛନ୍ତି। ମାନବାଧିକାରକର୍ମୀ ମାନଙ୍କର ଦକ୍ଷତା ସମ୍ପର୍କରେ ଆଲୋକପାତ କରିବା ସହ ସରକାର ସେମାନଙ୍କୁ ସୁଶାସନ ର ସହଯୋଗୀ ଭାବେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ପୂର୍ବତନ ମହିଳା ଆୟୋଗ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି। ବର୍ତ୍ତମାନ ଲକ୍ଷ ଲକ୍ଷ ମହିଳା ନିଖୋଜ ଏକ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ତାକୁ ଜାତୀୟ ମାନବାଧିକାର କମିଶନ ଗୁରୁତ୍ୱ ଦେଇ ପଦକ୍ଷେପ ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ।
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ କି ମାନବାଧିକାର କର୍ମୀ ମାନେ ସମସ୍ତ ସତ୍ୟ ଘଟଣାର ଏକ ପ୍ରବନ୍ଧାତ୍ମକ ଲିଖନ ମାଧ୍ୟମରେ ନିଜ ପାଖରେ ରଖନ୍ତୁ। ଗଣମାଧ୍ୟମ ରେ ମଧ୍ୟ ସେମାନେ ତାଙ୍କର ସଠିକ ବିବରଣୀ ଦେଲେ ଶହେ ଖବର ସଂସ୍ଥା ରୁ ଜଣେ ମଧ୍ୟ ପ୍ରକାଶ କରିବ ସେଥିରେ ତାହା ତାଙ୍କ କାର୍ଯ୍ୟକୁ ଆହୁରି ସହଜ ଓ ସୁଗମ କରି ପାରିବ।

ବରିଷ୍ଠ ଅଧିବକ୍ତା ତଥା ଆଇନ ସେବା ସଂସ୍ଥା କ୍ଲାପ ର ସଭାପତି ବିକାଶ ଦlଶ ଅନ୍ୟତମ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ମନାବାଧିକର କର୍ମୀ ଙ୍କୁ କହିଥିଲେକି ତଳ ସ୍ତରରେ ସାଧାରଣ ଲୋକର ମାନବାଧିକାର ବା ସମ୍ମାନର ସହ ବଂଚିବାର ସାମାନ୍ୟ ଅଧିକାରର ସୁରକ୍ଷା ଯୋଗାଇବା ପାଇଁ ଆପଣ ମlନେ ହିଁ ଦେବଦୂତ ହୋଇ ପାରିବେ। ମାନାବାଧିକର ସମ୍ପର୍କିତ ଆଇନର ଉପକାରିତା ଓ ସଫଳତା ବିଷୟରେ ଅନେକ ଉଦାହରଣ ଉଲ୍ଲେଖ କରିବା ସହ କିଛି ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ।

ଓଡିଶା ଅଭିଭାବକ ମହାସଂଘ ର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କମିଶନ ଯେତେବେଳେ କାହାକୁ ନ୍ୟାୟ ପ୍ରଦାନ କରୁଛନ୍ତି ସେତେବେଳେ ତାର ପିଲାର ଶିକ୍ଷା ଗ୍ରହଣ ପାଇଁ ମଧ୍ୟ ସେଥିରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସୁପାରିଶ ଦେବା ଉଚିତ। ପ୍ରଥମରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଶିକ୍ଷା ଅଧିକାରକୁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଜୋର ଦେଇଥିଲେ। ଶିକ୍ଷା ଅଧିକାର ଆଇନର ଶତ ପ୍ରତିଶତ କାର୍ଯ୍ୟକାରୀ ଉପରେ ବିଶେଷ ଧ୍ୟାନ ଦେବାକୁ କମିଶନଙ୍କୁ ଅବଗତ କରିଥିଲେ। ମହିଳା ଅଧିକାର ଅଭିଯାନ ଅଧ୍ୟକ୍ଷl ଡ଼ଃ ରୀନା ରାଉତରାୟ କହିଥିଲେ କି ଜଣକୁ ମାନବାଧିକାର କ୍ଷେତ୍ର ରେ ସୁରକ୍ଷା ବା ନ୍ୟାୟିକ ଅଧିକାର ପ୍ରଦାନ ସମୟରେ ନିହାତି ଆବଶ୍ୟକ ଦସ୍ତାବିଜ ଓ ପ୍ରାମାଣିକ ତଥ୍ୟ ପ୍ରଦାନ ଉପରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ।

ଉଦଘାଟନ ସମାରୋହ ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମାନବାଧିକାର କର୍ମୀମାନେ ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ। ପ୍ରାରମ୍ଭରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଆବାହକ ରାଜୀବ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ରାଜ୍ୟ ଟ୍ରେନିଂ ସଂଯୋଜିକା ମନୀଷା ଦାସ ପଟ୍ଟନାୟକ ସମ୍ମେଳନ ର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ। ମାନବାଧିକାର କ୍ଷୁର୍ଣ ହୋଇଥିବା, ବିଦ୍ୟୁତ ଆଘାତ ଜନିତ ମୃତକ, ବାଣୀବିହାର ଛକ, ପୁରୀର ଉଠାଦୋକାନୀ, ଶିକ୍ଷା ଅଧିକାର ଆଇନରେ ପାଠ ପଢ଼ୁଥିବା ପିଲାଙ୍କୁ ବହି, ଖାତା ଡ୍ରେସ ଯୋଗାଣ ସହ ଅନ୍ୟ ରାଜ୍ୟ ଭଳି ଏହି ବ୍ୟବସ୍ଥା ସ୍ଥିରୀକୃତ ସ୍କୁଲ ଶିକ୍ଷା ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି, ପୁରୀ ବାସେଳୀ ସlହି ହାଜତ ମୃତ୍ୟୁ କ୍ଷତିପୂରଣ, କରୋନା ଜନିତ ମୃତ୍ୟୁ ର କ୍ଷତି ପୂରଣ ନମିଳିବା, ଦିବ୍ୟାଙ୍ଗ ମାନଙ୍କ ଆଇନ ର ସଠିକ କାର୍ଯ୍ୟକାରୀ ସହ ସେମାନଙ୍କୁ ନ୍ୟାୟ ପାଇଁ ଭିନ୍ନ ଭିନ୍ନ ପର୍ଯ୍ୟାୟ ରେ ଜଷ୍ଟିସ ଷଡ଼ଙ୍ଗୀଙ୍କୁ ଗୁହାରୀ କରିଥିଲେ। ବାଘାମ୍ବର ପଟନାୟକ ମାନବାଧିକାର କର୍ମୀ ଙ୍କ ତିକ୍ତ ଅଭିଜ୍ଞତା ଓ ଜୀବନ ପ୍ରତି ବିପଦ, ମାଲକାନଗିରିର କର୍ଣ ଧୂରିଆ ଜମି ହଡ଼ପ , ଅନଗୁଳର ରଂଜିତ ପାତ୍ର ସରକାରୀ ସ୍କୁଲର ଅବ୍ୟବସ୍ଥା, କଟକ ଜିଲ୍ଲା ର ବିପିନ ବେହେରା ଓ ବିଭୁତି ଜରୁରୀ ସ୍ୱାସ୍ଥ୍ୟ ସେବା ଜନିତ ମାନବାଧିକାର ଓ ଅନ୍ୟ ମାନବାଧିକାର କର୍ମୀ ମlନେ ନ୍ୟାୟ ପାଇଁ ଲଢେଇ କରୁଥିବା ସମୟରେ କଣ ସବୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ମଧ୍ୟ ଜଷ୍ଟିସ ଷଡ଼ଙ୍ଗୀଙ୍କ ସମେତ ଉପସ୍ଥିତ ଅତିଥି ମାନଙ୍କୁ ଜଣାଇ ଥିଲେ।

ଆଦିବାସୀ ମହିଳା ଅଧିକାର କ୍ଷେତ୍ରରେ ପି ଏଚ ଡ଼ି କରିଥିବା ଡ଼ଃ ଚିନ୍ମୟୀ ତାଙ୍କର ଅନୁଭୂତି ଓ ଅସୁବିଧା ତଥା ବ୍ୟବସ୍ଥା ତଥା ପ୍ରଶାସନିକ ତ୍ରୁଟି ସଂକ୍ରାନ୍ତ ରେ କହିଥିଲେ। ଏନ ଏଚ ଆର ସି ଯଦି ଓଡିଶାରେ ପ୍ରତି ଦୁଇ ତିନି ମାସରେ ଥରେ ଟିକେ ଶୁଣାଣି ହୁଅନ୍ତା ଉପାନ୍ତ ଅଂଚଳ ଲୋକ ନ୍ୟାୟ ପାଇପାରନ୍ତେ ବୋଲି ଅନେକ ଅତିଥି ଙ୍କ ଦାବୀ ଉପରେ କମିଶନ ଏଥିପାଇଁ ତୁରନ୍ତ ପଦକ୍ଷେପ ନେଉଛନ୍ତି ବୋଲି ଜଷ୍ଟିସ ଷଡ଼ଙ୍ଗୀ କହିଥିଲେ। ସଂଯୋଜକ ପ୍ରସନ୍ନ ବିଷୋୟୀ ଯେହେତୁ ଜଷ୍ଟିସ ଷଡ଼ଙ୍ଗୀ ଓଡିଶାର ଯୋଗ୍ୟ ସନ୍ତାନ ଏବଂ ଆଜି ଓଡିଶାର ସବୁ କ୍ଷେତ୍ରରେ କାର୍ଯ୍ୟକ୍ରମ କରୁଥିବା ସାମାଜିକ କର୍ମୀ ଉପସ୍ଥିତ ରହି ତାଙ୍କୁ ଅବଗତ କଲେ ତେଣୁ ଏହା ଓଡିଶା ର ଜନ ଜୀବନ ର ସମସ୍ୟା କ୍ଷେତ୍ରରେ ଏକ ଐତିହାସିକ ସମ୍ମେଳନ ଭାବେ ଗଣିତ ହେବ ବୋଲି କହିବା ସହିତ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଏକତା ପରିଷଦର ବିଜୟ ପ୍ରଧାନ, ନବନିର୍ମାଣ କୃଷକ ସଂଗଠନର ସେସଦେବ ନନ୍ଦ, ଦୂରଦର୍ଶି ସମ୍ପାଦକ ଦୁର୍ଗା ସାମନ୍ତରାୟ, ଅଶୋକ ପାଇକରାୟ, ଉଷାରାଣି ଦାଶ, ନିରୁପମା ରଥ,ଅଶୋକ ଜେନା ଆଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ବିଭିନ୍ନ ଜିଲ୍ଲା ସଂଯୋଜକମାନେ ପରିଚାଳନାରେ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କେବେ ଭାବନ୍ତୁ ନାହିଁ ଯେ, ସବୁ ସ୍ଥାନରେ ଭଲ ଲୋକ ଥିବେ: ଆଚାର୍ଯ୍ୟ ଚାଣକ୍ୟ

September 20, 2025

ରାଜ୍ୟରେ ସାର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ଦେଲେ ଏହି ନିର୍ଦ୍ଦେଶ

September 20, 2025

ବିଶିଷ୍ଠ ଆଦିବାସୀ ନେତା ତଥା ୪ଥରର ବିଧାୟକ ଜର୍ଜ ତିର୍କୀଙ୍କର ପରଲୋକ

September 20, 2025

ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ ୫.୦

September 20, 2025
Latest News

କେବେ ଭାବନ୍ତୁ ନାହିଁ ଯେ, ସବୁ ସ୍ଥାନରେ ଭଲ ଲୋକ ଥିବେ: ଆଚାର୍ଯ୍ୟ ଚାଣକ୍ୟ

September 20, 2025

ରାଜ୍ୟରେ ସାର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ଦେଲେ ଏହି ନିର୍ଦ୍ଦେଶ

September 20, 2025

ବିଶିଷ୍ଠ ଆଦିବାସୀ ନେତା ତଥା ୪ଥରର ବିଧାୟକ ଜର୍ଜ ତିର୍କୀଙ୍କର ପରଲୋକ

September 20, 2025

ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ ୫.୦

September 20, 2025

ଝାରପଡ଼ା ଜେଲରୁ ବାହାରିଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.