ଦୁଇ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳ-୨୦୨୫ ଉଦ୍‌ଯାପିତ

Published: Feb 28, 2025, 9:07 pm IST

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳ-୨୦୨୫ ଆଜି ଉଦ୍‌ଯାପିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦୁଇ ଦିନ ସମ୍ମିଳନୀରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶକାରୀ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୯ ଜଣ ପୁଞ୍ଜି ନିବେଶକାରୀ ୫ ଶହ ୪୦ କୋଟି ନିବେଶ କରିବେ ବୋଲି ଜିଲ୍ଲା ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି। ଯାହାକି ଅଞ୍ଚଳର ବିକାଶ ସହ ଏଥିରେ ପ୍ରାୟ ୪ ହଜାର ନିଯୁକ୍ତି ସୃଷ୍ଟି କରିପାରିବ।

ଜିଲ୍ଲାପାଳ କହିଛନ୍ତି, ନିବେଶକାରୀମାନଙ୍କ ସହ ଆଲୋଚନା ସରିଛି, ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବ ବିଶେଷ କରି ନିବେଶକାରୀମାନେ ୨ ଦିନ ଧରି ଦାରିଙ୍ଗବାଡ଼ି ସମେତ ଅନ୍ୟ ବ୍ଲକଗୁଡିକ ବୁଲି ପ୍ରଶାସନ ଦ୍ୱାରା ଯୋଗାଇଦେବାକୁ ରହିଥିବା ଜମିଗୁଡିକ ବୁଲି ଦେଖିଥିଲେ। ନିବେଶକାରୀ ଯେଉଁ ଜମି ଆବଶ୍ୟକ ତାହା ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ କହିବା ସହ ସେମାନଙ୍କ ବ୍ୟବସାୟକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି କହିଥିଲେ।

ସେ ଆହୁରି କହିଥିଲେ ଯେ, କନ୍ଧମାଳରେ ଯେଉଁ ରୋଜଗାରର ସୁଯୋଗ ରହିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲାପ୍ରଶାସନ ଏହି କର୍ମଶାଳାର ଆୟୋଜନ କରିଥିଲା। ଏହା ଦ୍ୱାରା ଉଦ୍ୟୋଗୀ ତଥା ପୁଞ୍ଜି ନିବେଶକାରୀ କନ୍ଧମାଳକୁ ଆସିବେ ଓ ଏହାର ବିକାଶ ଧାରାରେ ସାମିଲ ହେବେ ବୋଲି ସେ କହିଥିଲେ। ଏଗ୍ରୋ ଟୁରିଜିମ୍‌, ଖାଦ୍ୟ ପ୍ରସ୍ତୁତିକରଣ, ପର୍ଯ୍ୟଟନ, ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଯାହାକି ପ୍ରଶାସନ ବିଦ୍ୟୁତ, ଜମି, ଜଳ ଆଦି ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଯେତିକି ନିବେଶକାରୀ କର୍ମଶାଳାରେ ଯୋଗଦାନ କରିଥିଲେ ଆଉ ଯେଉଁମାନେ କରିନାହାନ୍ତି ସେମାନେ ମଧ୍ୟ କନ୍ଧମାଳକୁ ଆସି ପୁଞ୍ଜି ନିବେଶ କରିବେ ଓ ଏଥିପାଇଁ ସେମାନେ ଜିଲାପ୍ରଶାସନ ସହ ଯୋଗାଯୋଗରେ ରହିଥିବା କହିଥିଲେ। କନ୍ଧମାଳକୁ ଅଧିକ ପୁଞ୍ଜି ନିବେଶକାରୀଙ୍କୁ ଆଣିବା ପାଇଁ ଜିଲାପ୍ରଶାସନ ଓ ତାଙ୍କ ଟିମ୍‌ ପ୍ରୟାସ ଜାରିରଖିବ ବୋଲି ସେ କହିଛନ୍ତି। ଅଞ୍ଚଳର ଲୋକମାନେ ଯଦି ସେମାନଙ୍କ ନିଜସ୍ବ ଜମି ରହିଛି ସେମାନେ ମଧ୍ୟ ପିପିପି (ପ୍ରାଇଭେଟ ପବ୍ଲିକ ପାର୍ଟନରଶିପ୍‌) ମୋଡ଼ରେ ମଧ୍ୟ ପୁଞ୍ଜି ନିବେଶକାରୀମାନେ ନିବେଶ କରିପାରିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଜିଲାପାଳ କହିଛନ୍ତି।

ସେହିପରି ଅନ୍ୟ ଏକ ପ୍ରଶ୍ନ ପ୍ରଶାସନ ପୂର୍ବରୁ ଏକଲବ୍ୟ, ବସ୍‌ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ବିକାଶରେ ଜମି ଯୋଗାଇବାରେ ଟାଳଟୁଳ ନୀତି ଅବଲମ୍ବନ କରିବ ନାହିଁ କି ନା ପୁଞ୍ଜି ନିବେଶକାରୀଙ୍କୁ ସୁବିଧାରେ ଜମି ଯୋଗାଇଦେବ ବୋଲି କହିଛନ୍ତି। ଏକଲବ୍ୟ ପାଇଁ ଜମି ଅନୁମୋଦନ ହୋଇସାରିଛି ବୋଲି କହିଥିଲେ ଆଉ ପୁଞ୍ଜି ନିବେଶକାରୀଙ୍କୁ ଜମି ନିଶ୍ଚିତ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

Related posts