Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ୍ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ୨୦୨୪-୨୫ ର ଫଳାଫଳ ଘୋଷଣା
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ୍ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ୨୦୨୪-୨୫ ର ଫଳାଫଳ ଘୋଷଣା

March 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ ଏହାର ସମ୍ମାନଜନକ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ୨୦୨୪-୨୫ ର ଫଳାଫଳ ଘୋଷଣା କରିଛି। ଇଞ୍ଜିନିୟରିଙ୍ଗ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସେସ ପରି ଉଦୀୟମାନ କ୍ଷେତ୍ରରେ ଅଧ୍ୟୟନ କରୁଥିବା ୧୦୦ ଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସ ଅବସରରେ ଫଳାଫଳ ଘୋଷଣା କରାଯାଇଛି ଯାହା ବିଜ୍ଞାନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଛାତ୍ରବୃତ୍ତି ଅଧୀନରେ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା, ପରାମର୍ଶଦାତା, ଇଣ୍ଡଷ୍ଟ୍ରି ଏକ୍ସପୋଜର ଏବଂ ଗବେଷଣା ସୁଯୋଗ ପ୍ରଦାନ କରାଯିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତିଭାବାନ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଅନୁସନ୍ଧାନକାରୀ ବା ଗବେଷକମାନଙ୍କୁ ସଶକ୍ତ କରିବା, ଯାହା ଦ୍ୱାରା ସେମାନେ ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ।

ଚଳିତ ବର୍ଷ ସାରା ଦେଶର ୪୪ ଟି ପ୍ରମୁଖ ଅନୁଷ୍ଠାନରୁ ଛାତ୍ରଛାତ୍ରୀ ଚୟନ କରାଯାଇଥିଲା। ଚୟନ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଉତ୍କର୍ଷ, ନେତୃତ୍ୱ କ୍ଷମତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଯୋଗଦାନ ଦିଗରେ ପ୍ରତିବଦ୍ଧତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ଆଠଟି ବିଭାଗର ଛାତ୍ରମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ଯାହା ମଧ୍ୟରେ ରହିଛି କମ୍ପ୍ୟୁଟର ସାଇନ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଲାଇଫ୍ ସାଇନ୍ସେସ୍, ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଙ୍ଗ, ମେକାନିକାଲ୍ ଇଞ୍ଜିନିୟରିଙ୍ଗ, ଅକ୍ଷୟ ଏବଂ ନୂତନ ଶକ୍ତି, କେମିକାଲ ଇଞ୍ଜିନିୟରିଙ୍ଗ, ଗଣିତ ଏବଂ କମ୍ପ୍ୟୁଟିଙ୍ଗ।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ମୁଖପାତ୍ର କହିଛନ୍ତି, “ଜାତୀୟ ବିଜ୍ଞାନ ଦିବସରେ ଆମେ ଜ୍ଞାନ ଏବଂ ନବସୃଜନର ଶକ୍ତିର ଉତ୍ସବ ପାଳନ କରୁଛୁ। ରିଲାଏନ୍ସ ଫାଉଣ୍ଡେସନ ସେହିଭଳି ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବାକୁ ପ୍ରତିବଦ୍ଧ, ଯେଉଁମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଭବିଷ୍ୟତ ସ୍ଥିର କରିବେ। ଆମର ଛାତ୍ରବୃତ୍ତିଧାରୀମାନେ ଜିଜ୍ଞାସା ଏବଂ ଉତ୍କର୍ଷର ପ୍ରତୀକ ଏବଂ ସେମାନଙ୍କ ସଫଳତାରେ ଯୋଗଦାନ କରି ଆମେ ଗର୍ବିତ।”

ରିଲାଏନ୍ସ ଫାଉଣ୍ଡେସନ ୧୦ ବର୍ଷରେ ୫୦,୦୦୦ ରୁ ଅଧିକ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହି ପଦକ୍ଷେପ ଭାରତର ଶିକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଡିସେମ୍ବର ୨୦୨୪ ରେ, ରିଲାଏନ୍ସ ଫାଉଣ୍ଡେସନ୍ ୫୦୦୦ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଛାତ୍ରବୃତ୍ତି ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ବିକାଶ ଏବଂ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ପ୍ରେରିତ କରାଯାଇଥାଏ।

ଶିକ୍ଷା ରିଲାଏନ୍ସ ଫାଉଣ୍ଡେସନର ପ୍ରମୁଖ ଉଦ୍ଦେଶ୍ୟଗୁଡିକ ମଧ୍ୟରୁ ଅନ୍ୟତମ। ଏହା ଅଧୀନରେ ୧୯୯୬ ମସିହାରେ ଧୀରୁଭାଇ ଅମ୍ବାନୀ ଛାତ୍ରବୃତ୍ତି ଯୋଜନା ଏବଂ ୨୦୨୦ ରେ ରିଲାଏନ୍ସ ଫାଉଣ୍ଡେସନ୍ ସ୍କଲାରସିପ୍ ଯୋଜନା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୨୮,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ହଜାର ହଜାର ଛାତ୍ରଙ୍କୁ ନେତୃତ୍ୱ ଏବଂ ବୃତ୍ତିଗତ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ପ୍ରଦାନ କରିଛି।

ରିଲାଏନ୍ସ ଫାଉଣ୍ଡେସନ ଭାରତର ଯୁବପିଢ଼ିକୁ ଶିକ୍ଷିତ ଓ ସଶକ୍ତ କରିବା ପାଇଁ ନିଜର ଲକ୍ଷ୍ୟରେ ନିରନ୍ତର ଆଗକୁ ବଢିବା ଜାରି ରଖିଛି ଯାହା ଦ୍ୱାରା ସେମାନେ ଦେଶର ବିକାଶରେ ଯୋଗଦାନ କରିପାରିବେ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ।

ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ରିଲାଏନ୍ସ ଫାଉଣ୍ଡେସନ ୱେବସାଇଟରୁ ସେମାନଙ୍କର ଫଳାଫଳ ଦେଖିପାରିବେ।

ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ଫଳାଫଳ ଘୋଷଣା ରିଲାଏନ୍ସ ଫାଉଣ୍ଡେସନ୍
Share. Facebook Twitter LinkedIn Email WhatsApp Copy Link

Related Posts

ବାବୁଙ୍କ ନାମରେ ରହିଛି ୧୩ ଟି ପ୍ଲଟ, ୨ଟି ଫ୍ଲାଟ, ରାଜଧାନୀର ଦାମୀ ସ୍ଥାନରେ ରହିଛି ୨ ଟି ମଲ

July 29, 2025

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଢେଇ?: ବାଜିରେ ସେମିଫାଇନାଲ୍ ଟିକେଟ୍; ଜାଣନ୍ତୁ ପ୍ଲେଇଂ-୧୧

July 29, 2025

ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବୟାନକୁ ନେଇ ବିବାଦ, ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର କହିଲେ ଏହି ବଡ଼ କଥା

July 29, 2025

ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ

July 29, 2025
Latest News

ବାବୁଙ୍କ ନାମରେ ରହିଛି ୧୩ ଟି ପ୍ଲଟ, ୨ଟି ଫ୍ଲାଟ, ରାଜଧାନୀର ଦାମୀ ସ୍ଥାନରେ ରହିଛି ୨ ଟି ମଲ

July 29, 2025

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଢେଇ?: ବାଜିରେ ସେମିଫାଇନାଲ୍ ଟିକେଟ୍; ଜାଣନ୍ତୁ ପ୍ଲେଇଂ-୧୧

July 29, 2025

ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବୟାନକୁ ନେଇ ବିବାଦ, ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର କହିଲେ ଏହି ବଡ଼ କଥା

July 29, 2025

Jio PC: ଆସିଲା ରିଲାଏନ୍ସର ‘ଜିଓ-ପିସି’: ନିଜ ଘରର ଟିଭି ସ୍କ୍ରିନକୁ କରନ୍ତୁ ଏଆଇ କଂପୁଟର, ଜାଣନ୍ତୁ କେତେ ଅଛି ଦାମ୍

July 29, 2025

ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.