Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ୍‌ର କ୍ରୀଡ଼ାବିତ୍ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ ୨୦୨୪ରେ ଜିତିଲେ ୬ ପଦକ

ଭୁବନେଶ୍ୱର: ତାମିଲନାଡୁରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ ୨୦୨୪ରେ ରିଲାଏନ୍ସ ଫାଉଣ୍ଡେସନର ଯୁବ କ୍ରୀଡ଼ାବିତମାନେ ଦୌଡ଼କୁଦ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ଗୋଟିଏ କାଂସ୍ୟ ଏବଂ ବାଳକ ଇଭେଣ୍ଟ ଚମ୍ପିଆନସିପରେ ଗୋଟିଏ ରୌପ୍ୟ ପଦକ ସମେତ ୬ଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ତାମିଲନାଡୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

ଏହି କ୍ରୀଡ଼ାରେ ଭାଗ ନେଇଥିବା ରିଲାଏନ୍ସ ଫାଉଣ୍ଡେସନର ୬ ଜଣ କ୍ରୀଡ଼ାବିତ୍‌ଙ୍କ ମଧ୍ୟରୁ ୫ ଜଣ ପଦକ ଜିତିଛନ୍ତି । ସଟ୍ ପୁଟ୍ ଓ ହାମର୍ ଥ୍ରୋ ଖେଳରେ ଓମ୍‌କାର ପ୍ରସାଦ ନନ୍ଦ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସଟ୍ ପୁଟ୍‌ରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପ୍ରୟାସ ଥିଲା ୧୮.୪୮ ମିଟର ଏବଂ ସେ ଏକ ଐତିହାସିକ ପ୍ରଦର୍ଶନରେ ହାମରକୁ ୬୫.୦୮ ମିଟର ଦୂରତା ପର୍ଯ୍ୟନ୍ତ ଫିଙ୍ଗିଥିଲେ ।

ଉଦୀୟମାନ କ୍ରୀଡ଼ାବିତ୍ ମହମ୍ମଦ ରେୟାନ୍ ବାସା ପୁରୁଷ ୧୦୦ ମିଟର ଦୌଡ଼ରେ ୧୦.୮୧ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିବା ସହ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ୧୦୦୦ ମିଟର ଦୌଡ଼କୁଦ ଦଳରେ ସାମିଲ ହୋଇଥିଲେ । ସେଥିରେ ତାଙ୍କ ସହ ରିଲାଏନ୍ସ ଫାଉଣ୍ଡେସନର ସାଥୀ ଖେଳାଳି ରାଜେନ୍ଦ୍ର ସିଦ୍ଧୁ ମଧ୍ୟ ସାମିଲ ଥିଲେ ।

ରେୟାନ୍ ନିଜ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଏହି ସମ୍ମାନଜନକ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ମୁଁ ବହୁତ ଖୁସି । ମୁଁ ବରିଷ୍ଠ ସ୍ତର ଆଡ଼କୁ ଅଗ୍ରଗତି କରୁଥିବାବେଳେ ଏହି ସ୍ୱର୍ଣ୍ଣ ପଦକ ମୋର ଆତ୍ମବିଶ୍ୱାସ ବଢ଼ାଇବ । ମୁଁ ମୋ ପ୍ରଶିକ୍ଷକ ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଂଟରର ସହାୟକ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସର୍ବଶ୍ରେଷ୍ଠ ପ୍ରସ୍ତୁତି କରିଥିଲି ଏବଂ ଏହି ଫଳାଫଳ ଆମେ କରିଥିବା ସମସ୍ତ କଠିନ ପରିଶ୍ରମର ଫଳ ବୋଲି ରେୟାନ୍ କହିଛନ୍ତି ।

ଅନ୍ୟ ଦୁଇଟି ପଦକ ମହିଳା ୨୦ ମିଟର ଷ୍ଟିପଲ୍‌ଚେଜ କ୍ରୀଡ଼ାରେ ମିଳିଛି । ୭:୨୧.୧୬ ସେକେଣ୍ଡ ସହ ସୁନୀତା ସାନ୍ତା କାଂସ୍ୟ ପଦକ ଜିତିଛନ୍ତି ଏବଂ ୧୩.୮୯ ସେକେଣ୍ଡରେ ପୁରୁଷ ୧୧୦ ମିଟର ବାଧା ଦୌଡ଼ରେ ସନ୍ଦୀପ ଗଣ୍ଡ ରୌପ୍ୟ ପଦକ ଜିତିଛନ୍ତି ।

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓୱେନ୍ସ କହିଛନ୍ତି ଯେ, “ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ ଆମ ପାଇଁ ବହୁତ ଭଲ ରହିଛି । ଆମ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇ ଘଣ୍ଟା ମଧ୍ୟରେ ଓମ୍‌କାର ନିଜର ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଚମତ୍କାର ପ୍ରୟାସ କରିଥିଲେ । ଏହା ମଧ୍ୟରେ ରେୟାନ୍ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଦୌଡ଼ରେ ଦୌଡ଼ିଥିଲେ । ଆଥଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଆମକୁ ୩ଟି ସ୍ୱର୍ଣ୍ଣ ପଦକ ମିଳିଥିଲା । ସୁନୀତା ମଧ୍ୟ ଏକ ସାହସିକ ଦୌଡ଼ ଦୌଡ଼ିଥିଲେ ଏବଂ ଆଉ କିଛି ପ୍ରସ୍ତୁତି ସହ ସେ ଯୁବ ଜାତୀୟ କ୍ରୀଡ଼ାରେ ତାଙ୍କ ଖେଳରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୁଖ ଦାବିଦାର ହେବେ । ଆମ ସମସ୍ତ କ୍ରୀଡ଼ାବିତ୍ ଯେଉଁ ପରିଶ୍ରମ କରିଥିଲେ ସେଥିପାଇଁ ଓଡ଼ିଶା ସାମଗ୍ରିକ ବାଳକ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ଜିତିବା ସହ ଓଡ଼ିଶା ଦଳକୁ ସହଯୋଗ କରିଥିବା ପ୍ରଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ମୁଁ ଗର୍ବିତ । ଆମେ ଏଥିରୁ ଶିଖିବୁ ଏବଂ ଆଗାମୀ ଦିନରେ ସ୍ୱର୍ଣ୍ଣ ଜିତିବାକୁ ଚେଷ୍ଟା କରିବୁ ।’’

Categories
ଆଜିର ଖବର ଖେଳ ଜାତୀୟ ଖବର

୩୦ ପଦକ ସହିତ ଜାତୀୟ କ୍ରୀଡାରେ ଚମକିଲେ ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୩ରେ ରିଲାଏନ୍ସ ଫାଉଣ୍ଡେସନ୍‌ର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିବା ସହିତ ସାତଟି ବିଭିନ୍ନ କ୍ରୀଡାରେ ମୋଟ ୩୦ ପଦକ ହାସଲ କରିଛନ୍ତି। ଚୂଡାନ୍ତ ପଦକ ତାଲିକା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ରହିଛି, ଯେଉଁ ବିଭାଗଗୁଡିକରେ କ୍ରୀଡାବିତ୍‌ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ୍‌ର ୪୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗିତାର ସାତଟି ବିଭାଗରେ ଅଂଶଗ୍ରହଣ କରିଥିଲେ।

ଦଳର ଚମତ୍କାର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଜେମ୍‌ସ୍ ହିଲିଅର୍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ୍ କହିଛନ୍ତି, “ଜାତୀୟ କ୍ରୀଡାରେ ପ୍ରଦର୍ଶନକୁ ନେଇ ଆମେ ବାସ୍ତବରେ ଅତ୍ୟନ୍ତ ଆନନ୍ଦିତ ଅଛୁ। ଆମର ଅନେକ ଆଥଲେଟ୍‌ଙ୍କ ପାଇଁ ଏହା ଏକ ଲମ୍ବା ସିଜନରେ ବର୍ଷର ଶେଷ ପ୍ରତିଯୋଗିତା ଥିଲା। ସେମାନେ ଏପ୍ରିଲରେ ଆରମ୍ଭ କରିଥିଲେ, ଏବଂ ସାତମାସ ପର୍ଯ୍ୟନ୍ତ ଉତ୍କର୍ଷର ସେହି ସ୍ତର ବଜାୟ ରଖିବା ଏକ ପ୍ରଭାବୀ ସଫଳତା ହୋଇଛି।”

“କେବଳ ପଦକ ହାସଲ ଆନନ୍ଦଦାୟକ ହୋଇନାହିଁ, ତାହାସହିତ ଆମ ଆଥଲେଟ୍‌ମାନେ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠତା ପ୍ରଦର୍ଶିତ କରିଛନ୍ତି। ଏହା ଆମ ପାଇଁ ଏକ ଅତ୍ୟନ୍ତ ସଫଳ ସିଜନ୍‌ର ଉତ୍ତମ ପରିସମାପ୍ତି ମଧ୍ୟ ଆଣିଦେଇଛି। ପରବର୍ତ୍ତୀ ସିଜନ୍ ପାଇଁ ଏହା ଆମକୁ ସଠିକ୍ ସଫଳତାର ମଞ୍ଚ ପ୍ରଦାନ କରିଛି। ଆସନ୍ତା ବର୍ଷ ଅଲିମ୍ପିକ୍ସ ସହିତ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି, ଏବଂ ଆମେ ଏହାକୁ ନେଇ ଉଲ୍ଲସିତ ହେବା ସହିତ ଏହାକୁ ଅପେକ୍ଷା କରୁଛୁ। ପ୍ୟାରିସ୍ ଅଲିମ୍ପିକ୍ସ ଦଳରେ ଆମେ ଆମର ସର୍ବୋତ୍ତମ ଆଥ୍‌ଲେଟମାନଙ୍କୁ ସାମିଲ କରିବାକୁ ପ୍ରୟାସ କରୁଛୁ।”

ଜ୍ୟୋତିଙ୍କ ହ୍ୟାଟ୍ରିକତେଜସ୍ ମିଟ୍ ରେକର୍ଡ ଭାଙ୍ଗିଲେ

ଭାରତର ଚର୍ଚ୍ଚିତ ହର୍ଡର୍ଲ ଜ୍ୟୋତି ୟାରାଜୀ ତାଙ୍କ ସିଜନ୍‌କୁ ଷ୍ଟାଇଲରେ ଶେଷ କରିବା ସହିତ ଜାତୀୟ କ୍ରୀଡାରେ ହ୍ୟାଟ୍ରିକ୍ ପଦକ ହାସଲ କରିଥିଲେ। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଥିଲା ଯେ ଜ୍ୟୋତି ୧୩.୨୨ ସେକେଣ୍ଡ୍ ସହିତ ସ୍ୱର୍ଣ୍ଣ ପଦକ ଜିତି ୧୦୦ ମିଟର ହର୍ଡଲସ୍ ରେ ମିଟ୍ ରେକର୍ଡ ପୁନଃ ସୃଷ୍ଟି କରିଥିଲେ। ଜ୍ୟୋତି ମଧ୍ୟ ୪x୧୦୦ ମିଟର ରିଲେ ଇଭେଣ୍ଟରେ ଆନ୍ଧ୍ରପ୍ରଦେଶ ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ତାଙ୍କର ତୃତୀୟ ପଦକ ତାଙ୍କୁ ୨୦୦ ମିଟର ଇଭେଣ୍ଟରେ ମିଳିଥିଲା, ଯେଉଁଥିରେ ସେ ଚୂଡାନ୍ତ ପର୍ଯ୍ୟାୟରେ ୨୩.୯୫ ସେକେଣ୍ଡ ସହିତ କାଂସ୍ୟ ପଦକ ଜିତିଥିଲେ।

ତେଜସ୍ ସୀର୍ସେ ପୁରୁଷ ୧୦୦ ମିଟର ହର୍ଡଲ୍ସ ଇଭେଣ୍ଟରେ ଷ୍ଟାଇଲ୍ ସହିତ ସ୍ୱର୍ଣ୍ଣ ପଦକ ଜିତି ପ୍ରାକ୍ ଟୁର୍ଣ୍ଣାମେଣ୍ଟ ସମୟର ପସନ୍ଦଯୋଗ୍ୟ କ୍ରୀଡାବିତ୍ ଭାବରେ ସମସ୍ତଙ୍କର ଆଶା ଆକାଂକ୍ଷା ପୂରଣ କରିଥିଲେ। ଆଧିପତ୍ୟ ବିସ୍ତାରକାରୀ ପ୍ରଦର୍ଶନରେ ତେଜସ୍ ଉକ୍ତ ଇଭେଣ୍ଟର ଫିନିଶ୍ ଲାଇନକୁ ୧୩.୭୧ ସେକେଣ୍ଡରେ ଅତିକ୍ରମ କରି ମିଟ୍ ରେକର୍ଡ ପୁନଃ ରଚନା କରିଥିଲେ।

ଏସୀୟ କ୍ରୀଡା ପଦକ ବିଜେତା ଗୁଲବୀର ସିଂ ୫୦୦୦ ମିଟର ଇଭେଣ୍ଟରେ ୧୪:୧୩:୦୩ ସେକେଣ୍ଡ ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ପଛକୁ ପଛ ଗୁଲବୀର ପୁରୁଷ ୧୦୦୦୦ ମିଟର ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରି ଦୀର୍ଘ ଦୂରତା ପ୍ରତିଯୋଗିତାକୁ ଦୁଇ ପଦକ ବିଜୟ ସହିତ ଶେଷ କରିଥିଲେ। ସ୍ପ୍ରିର୍ଣ୍ଟ ଏଲାକ୍କିୟା ଦାସାନ୍ ଏକାଧିକ ପଦକ ବିଜୟୀ ହୋଇଥିଲେ। ସେ ଉଭୟ ପୁରୁଷ ୧୦୦ ମିଟର ଏବଂ ପୁରୁଷ ୪x୧୦୦ ରିଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ।

ଜାଭେଲିନ୍ ଥ୍ରୋଅର୍ କିଶୋର କୁମାର ଜେନା ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସ ନିମନ୍ତେ ନିଜର ସ୍ଥାନ ପକ୍କା କରିସାରିଥିବାବେଳେ ସେ ରଷସ ପ୍ରତିଯୋଗିତାରେ ତାଙ୍କର ଶ୍ରେଷ୍ଠ ଥ୍ରୋ ୭୮.୪୭ ମିଟର ସହିତ କାଂସ୍ୟ ପଦକ ହାସଲ କରିଥିଲେ। ପୋଲ୍ ଭଲ୍‌ଟର ବାରାନିକା ଏଲାନ୍‌ଗୋଭାନ୍ ମଧ୍ୟ ୩.୯୦ ମିଟର ଉଚ୍ଚତାକୁ କ୍ଲିର‌୍ୟ କରି ସ୍ୱର୍ଣ୍ଣ ଜିତିବା ସହିତ ତାଙ୍କର ଚଳିତ ସିଜନ୍‌କୁ ଅତ୍ୟନ୍ତ ସଫଳତାର ସହିତ ଶେଷ କରିଥିଲେ।

ରିଲାଏନ୍ସ ଫାଉଣ୍ଡେସନ୍‌ର ଅନ୍ୟ ବ୍ୟକ୍ତିଗତ ପଦକ ବିଜେତା ଆଥଲେଟ୍‌ଙ୍କ ମଧ୍ୟରେ ସ୍ୱାଧୀନ ମାଝୀ (କାଂସ୍ୟ ପଦକ, ପୁରୁଷ ହାଇ ଜମ୍ପ୍‌), ଗ୍ରେସେସନ୍ ଜୀଭା (ରୌପ୍ୟ ପଦକ, ପୁରୁଷ ୧୧୦ ମିଟର ହର୍ଡଲ୍ସ), ମୌମିତା ମଣ୍ଡଳ (କାଂସ୍ୟ ପଦକ, ମହିଳା ଲଙ୍ଗ୍ ଜମ୍ପ), ଧନବୀର ସିଂ (ରୌପ୍ୟ ପଦକ, ପୁରୁଷ ସଟ୍ ପୁଟ୍‌) ଏବଂ ଅନିମେଶ କୁଜୁର (କାଂସ୍ୟ ପଦକ, ପୁରୁଷ ୨୦୦ ମିଟର) ପ୍ରମୁଖ ରହିଥିଲେ।

ଅନୁପମା ଉପାଧ୍ୟାୟ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହେବା ସହିତ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୧୮ ବର୍ଷ ବୟସ୍କା ଅନୁପମା ସମ୍ପ୍ରତି ଜାତୀୟ ଚମ୍ପିଆନ୍ ରହିବା ସହିତ ଜାତୀୟ କ୍ରୀଡା ଚମ୍ପିଆନ୍ ମଧ୍ୟ ରହିଛନ୍ତି। ଏସୀୟ କ୍ରୀଡାରେ ଇତିହାସ ନୂଆ ରଚନ କରି ପଲକ ଗୁଲିଆ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଏବଂ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ନିରଜ କୁମାର ଏବଂ ନାନ୍ସି ଯଥାକ୍ରମେ ୫୦ ମିଟର ରାଇଫଲ୍ ୩ ପୋଜିସନ୍ସ ଏବଂ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତି ମୋଟ ପଦକ ତାଲିକାରେ ବୃଦ୍ଧି ଘଟାଇଥିଲେ।

ତୀରନ୍ଦାଜରେ ତିନିଟି ପଦକ ହାସଲ କରାଯାଇଥିଲା, ଯେଉଁଥିରେ ମ୍ରିନାଲ ଚୌହାନ୍ ପୁରୁଷ ଦଳଗତ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଏବଂ ମିକ୍ସଡ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ରିଧି ମଧ୍ୟ ରିକର୍ଭ ବର୍ଗରେ ମହିଳା ଟିମ୍ ଇଭେଣ୍ଟ୍‌ରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ନିଜର ପ୍ରୟାସ ପାଇଁ ରିଧି ଆନନ୍ଦ ପ୍ରକାଶ କରିଥିଲେ। ସେ କହିଥିଲେ, “ମୋର ପ୍ରଥମ ଜାତୀୟ କ୍ରୀଡାରେ ପ୍ରତିଯୋଗିତା କରିବା ମୋ ପାଇଁ ଗର୍ବର ମୁହୂର୍ତ୍ତ ଥିଲା। ଜାତୀୟ କ୍ରୀଡାରେ ପଦକ ଜିତିବା ସ୍ୱପ୍ନ ମୋର ପିଲାଦିନୁ ରହିଥିଲା। ଆଗାମୀ କ୍ରୀଡା ପ୍ରତିଯୋଗିତାଗୁଡିକ ନିମନ୍ତେ ଏହା ମୋତେ ଅନେକ ଆତ୍ମବିଶ୍ୱାସ ଦେିଛି। ଏହା ମୋ କ୍ୟାରିର‌୍ୟର ଅନ୍ୟତମ ସର୍ବବୃହତ୍ ପଦକ ଏବଂ ବହୁ ଆକାଂକ୍ଷିତ ମୋର ଆତ୍ମବିଶ୍ୱାସ ବୃଦ୍ଧି ଘଟାଇଛି। ମୋର ଅଭିଜ୍ଞତା କ୍ରମଶଃ ବୃଦ୍ଧି ପାଉଥିବାବେଳେ ମୋର ଲକ୍ଷ୍ୟ ମଧ୍ୟ ବଢୁଛି। ମୁଁ ଯେତେବେଳେ କମ୍ ବୟସର ଥିଲି, ସେତେବେଳେ ଦଶ ହାସଲ କରିବାକୁ ମୋତେ ଚକୋଲେଟ୍ ମିଳୁଥିଲା। ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିବାର ମୋର ଅନ୍ତିମ ଲକ୍ଷ୍ୟ,” ବୋଲି ସେ କହିଥିଲେ।

କ୍ରୀଡାର ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ରୀତିକା ହୁଦାଙ୍କୁ ନେଇ ଦେଖିବାକୁ ମିଳିଥିଲା। ହରିଆଣାର ଏହି ଯୁବ ରେସଲର ତାଙ୍କର ସଦ୍ୟ ୨୩ ବର୍ଷରୁ କମ୍ ବିଶ୍ୱ ଚମ୍ପିଆନସିପ୍ ବିଜୟ ହାସଲ କରିଥିଲେ, ଯିଏ ଭାରତର ପ୍ରଥମ ପ୍ରତିଯୋଗୀ ଭାବରେ ଏହି ସଫଳତା ପ୍ରାପ୍ତ ହୋଇଥିଲେ ଏବଂ ସେ ଅଲିମ୍ପିଆନ୍ ଦିବ୍ୟା କାକ୍ରନ୍‌ଙ୍କୁ ୧୦-୦ ଫାଇନାଲରେ ପରାଜିତ କରି ଚମତ୍କାର ପ୍ରଦର୍ଶନ ସହିତ ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ। ଅନୁରୂପ ଭାବରେ ବକ୍ସର ଅଙ୍କୁଶିତା ବୋରୋ ଏବଂ ଜୁଡୋକା ହିମାଂସୀ ତୋକାସ୍ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକୋତ୍ତର ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଆବେଦନ ଆହ୍ୱାନ

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହାର ସମ୍ମାନଜନକ ସ୍ନାତକୋତ୍ତର ଶିକ୍ଷାବୃତ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି। ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୯ଟି କ୍ଷେତ୍ରରେ ଆବେଦନ ଆହ୍ୱାନ କରାଯାଇଛି। ଆବେଦନ ୨୦୨୩ ଡିସେମ୍ବର ୧୭ ପର୍ଯ୍ୟନ୍ତ ଖୋଲା ରହିଛି। ଉଦୀୟମାନ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ କରିବା ହେଉଛି ଏହି ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ।

ଡିଜିଟାଲ, ଅକ୍ଷୟ ଶକ୍ତି ଏବଂ ବାୟୋଟେକ୍ନୋଲୋଜି ଭଳି ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ଦ୍ରୁତ ଗତିରେ ବିକଶିତ ହେଉଛି। ରିଲାଏନ୍ସ ଫାଉଣ୍ଡେସନର ସ୍ନାତକୋତ୍ତର ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ ଭବିଷ୍ୟତର ଲିଡର ବା ନେତୃତ୍ୱ ଦକ୍ଷତା ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଯାହା ଦ୍ୱାରା ସେମାନେ ସମସ୍ତଙ୍କ ହିତ ପାଇଁ ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ଏବଂ ସମାଧାନ ବିକଶିତ କରିପାରିବେ।

ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି ଯେ, ‘ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ଭାରତର ଯୁବପିଢ଼ି ଦେଶର ପ୍ରଗତିକୁ ରୂପ ଦେବାକୁ ପ୍ରସ୍ତୁତ ଅଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ସ୍ନାତକୋତ୍ତର ଶିକ୍ଷାବୃତ୍ତି ଦେଶର ସବୁଠାରୁ ପ୍ରତିଭାଶାଳୀ ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବ ଏବଂ ସଶକ୍ତ କରିବ ଯେଉଁମାନେ ସମାଜର ହିତ ପାଇଁ ବୃହତ୍ତର, ସବୁଜ ଓ ଡିଜିଟାଲ ଭାବନା ବିକାଶ କରିପାରିବେ। ଭାରତର ବିକାଶକୁ ଶକ୍ତି ଦେବା ପାଇଁ ପ୍ରତିବର୍ଷ ଉତ୍କୃଷ୍ଟ ଲୋକମାନଙ୍କ ଏକ ଗୋଷ୍ଠୀ ସୃଷ୍ଟି କରିବା ଆମର ଲକ୍ଷ୍ୟ।’’

୨୦୨୦ ରୁ ଏପର୍ଯ୍ୟନ୍ତ ରିଲାଏନ୍ସ ଫାଉଣ୍ଡେସନ ୧୭୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପାଠପଢ଼ାରେ ଉତ୍କର୍ଷ ପାଇଁ ମେଧାଭିତ୍ତିକ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସରୁ ଶିକ୍ଷାବୃତ୍ତି ପାଇଥିବା ଏହି ଛାତ୍ରଛାତ୍ରୀମାନେ ଏବେ ଉନ୍ନତ ଭବିଷ୍ୟତ ଆଡକୁ ଅଗ୍ରସର ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାବୃତି ଏକ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଛି ଯେଉଁଠାରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଯିବା ସହ ସେମାନଙ୍କୁ ଶିଳ୍ପର ଅଗ୍ରଣୀ ପରାମର୍ଶଦାତାଙ୍କ ନିକଟରେ ପହଞ୍ଚାଇବା ତଥା ଦକ୍ଷତା ହାସଲ କରିବାରେ ସହାୟତା ପ୍ରଦାନ ସହ ସଫଳତାର ମାର୍ଗରେ ଦୃଢ଼ ଭାବରେ ପାଦ ଥାପିବାରେ ସାହାଯ୍ୟ କରାଯାଇଥିଲା ।

ଛାତ୍ରବୃତ୍ତି ପାଇଁ ଚୟନ ହୋଇଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ । ଏହି ଶିକ୍ଷାବୃତ୍ତି ସମଗ୍ର ଅଧ୍ୟୟନ ଅବଧି ଏବଂ ଏକ ସାମଗ୍ରିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ଏଥିରେ ବିଶେଷଜ୍ଞଙ୍କ ସହ ଆଲୋଚନା, ଶିଳ୍ପ ପରିଦର୍ଶନ ଓ ପ୍ରଦର୍ଶନ ଏବଂ ନିଜେ କାମ କରିବାର ସୁଯୋଗ ଅନ୍ତର୍ଭୁକ୍ତ ହେବ । ଏକ କଠୋର ପ୍ରକ୍ରିୟା ପରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯିବ ଯେଉଁଥିରେ ଆବେଦନ ମୂଲ୍ୟାୟନ, ଆପଟିଚ୍ୟୁଡ୍ ପରୀକ୍ଷା ଏବଂ ଅଗ୍ରଣୀ ବିଶେଷଜ୍ଞଙ୍କ ସାକ୍ଷାତକାର ସାମିଲ ରହିଛି ।

ରିଲାଏନ୍ସ ଫାଉଣ୍ଡେସନ ସ୍ନାତକୋତ୍ତର ଶିକ୍ଷାବୃତ୍ତି ସେହି ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବ ଯେଉଁମାନେ ଉତ୍କର୍ଷତା, ନେତୃତ୍ୱ ଦକ୍ଷତା, ସଚ୍ଚୋଟତା, ଗୋଷ୍ଠୀ ପ୍ରତିବଦ୍ଧତା, ଅଭିବୃଦ୍ଧି ମାନସିକତା ଏବଂ ସାହସର ଗୁଣ ପ୍ରଦର୍ଶନ କରିବେ । ଭାରତରେ କମ୍ପ୍ୟୁଟର ବିଜ୍ଞାନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗଣିତ ଏବଂ କମ୍ପ୍ୟୁଟିଂ, ଇଲେକ୍ଟ୍ରିକାଲ ଆଣ୍ଡ/କିମ୍ବା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ଅକ୍ଷୟ ଶକ୍ତି, ପଦାର୍ଥ ବିଜ୍ଞାନ ଓ ଇଞ୍ଜିନିୟରିଂ ଏବଂ ଜୀବବିଜ୍ଞାନରେ ପୂର୍ଣ୍ଣକାଳୀନ ପାଠ୍ୟକ୍ରମରେ ପଢୁଥିବା ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିପାରିବେ ।