Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକୋତ୍ତର ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଆବେଦନ ଆହ୍ୱାନ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକୋତ୍ତର ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଆବେଦନ ଆହ୍ୱାନ

November 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହାର ସମ୍ମାନଜନକ ସ୍ନାତକୋତ୍ତର ଶିକ୍ଷାବୃତ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି। ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୯ଟି କ୍ଷେତ୍ରରେ ଆବେଦନ ଆହ୍ୱାନ କରାଯାଇଛି। ଆବେଦନ ୨୦୨୩ ଡିସେମ୍ବର ୧୭ ପର୍ଯ୍ୟନ୍ତ ଖୋଲା ରହିଛି। ଉଦୀୟମାନ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ କରିବା ହେଉଛି ଏହି ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ।

ଡିଜିଟାଲ, ଅକ୍ଷୟ ଶକ୍ତି ଏବଂ ବାୟୋଟେକ୍ନୋଲୋଜି ଭଳି ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ଦ୍ରୁତ ଗତିରେ ବିକଶିତ ହେଉଛି। ରିଲାଏନ୍ସ ଫାଉଣ୍ଡେସନର ସ୍ନାତକୋତ୍ତର ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ ଭବିଷ୍ୟତର ଲିଡର ବା ନେତୃତ୍ୱ ଦକ୍ଷତା ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଯାହା ଦ୍ୱାରା ସେମାନେ ସମସ୍ତଙ୍କ ହିତ ପାଇଁ ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ଏବଂ ସମାଧାନ ବିକଶିତ କରିପାରିବେ।

ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି ଯେ, ‘ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ଭାରତର ଯୁବପିଢ଼ି ଦେଶର ପ୍ରଗତିକୁ ରୂପ ଦେବାକୁ ପ୍ରସ୍ତୁତ ଅଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ସ୍ନାତକୋତ୍ତର ଶିକ୍ଷାବୃତ୍ତି ଦେଶର ସବୁଠାରୁ ପ୍ରତିଭାଶାଳୀ ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବ ଏବଂ ସଶକ୍ତ କରିବ ଯେଉଁମାନେ ସମାଜର ହିତ ପାଇଁ ବୃହତ୍ତର, ସବୁଜ ଓ ଡିଜିଟାଲ ଭାବନା ବିକାଶ କରିପାରିବେ। ଭାରତର ବିକାଶକୁ ଶକ୍ତି ଦେବା ପାଇଁ ପ୍ରତିବର୍ଷ ଉତ୍କୃଷ୍ଟ ଲୋକମାନଙ୍କ ଏକ ଗୋଷ୍ଠୀ ସୃଷ୍ଟି କରିବା ଆମର ଲକ୍ଷ୍ୟ।’’

୨୦୨୦ ରୁ ଏପର୍ଯ୍ୟନ୍ତ ରିଲାଏନ୍ସ ଫାଉଣ୍ଡେସନ ୧୭୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପାଠପଢ଼ାରେ ଉତ୍କର୍ଷ ପାଇଁ ମେଧାଭିତ୍ତିକ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସରୁ ଶିକ୍ଷାବୃତ୍ତି ପାଇଥିବା ଏହି ଛାତ୍ରଛାତ୍ରୀମାନେ ଏବେ ଉନ୍ନତ ଭବିଷ୍ୟତ ଆଡକୁ ଅଗ୍ରସର ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାବୃତି ଏକ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଛି ଯେଉଁଠାରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଯିବା ସହ ସେମାନଙ୍କୁ ଶିଳ୍ପର ଅଗ୍ରଣୀ ପରାମର୍ଶଦାତାଙ୍କ ନିକଟରେ ପହଞ୍ଚାଇବା ତଥା ଦକ୍ଷତା ହାସଲ କରିବାରେ ସହାୟତା ପ୍ରଦାନ ସହ ସଫଳତାର ମାର୍ଗରେ ଦୃଢ଼ ଭାବରେ ପାଦ ଥାପିବାରେ ସାହାଯ୍ୟ କରାଯାଇଥିଲା ।

ଛାତ୍ରବୃତ୍ତି ପାଇଁ ଚୟନ ହୋଇଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ । ଏହି ଶିକ୍ଷାବୃତ୍ତି ସମଗ୍ର ଅଧ୍ୟୟନ ଅବଧି ଏବଂ ଏକ ସାମଗ୍ରିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ଏଥିରେ ବିଶେଷଜ୍ଞଙ୍କ ସହ ଆଲୋଚନା, ଶିଳ୍ପ ପରିଦର୍ଶନ ଓ ପ୍ରଦର୍ଶନ ଏବଂ ନିଜେ କାମ କରିବାର ସୁଯୋଗ ଅନ୍ତର୍ଭୁକ୍ତ ହେବ । ଏକ କଠୋର ପ୍ରକ୍ରିୟା ପରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯିବ ଯେଉଁଥିରେ ଆବେଦନ ମୂଲ୍ୟାୟନ, ଆପଟିଚ୍ୟୁଡ୍ ପରୀକ୍ଷା ଏବଂ ଅଗ୍ରଣୀ ବିଶେଷଜ୍ଞଙ୍କ ସାକ୍ଷାତକାର ସାମିଲ ରହିଛି ।

ରିଲାଏନ୍ସ ଫାଉଣ୍ଡେସନ ସ୍ନାତକୋତ୍ତର ଶିକ୍ଷାବୃତ୍ତି ସେହି ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବ ଯେଉଁମାନେ ଉତ୍କର୍ଷତା, ନେତୃତ୍ୱ ଦକ୍ଷତା, ସଚ୍ଚୋଟତା, ଗୋଷ୍ଠୀ ପ୍ରତିବଦ୍ଧତା, ଅଭିବୃଦ୍ଧି ମାନସିକତା ଏବଂ ସାହସର ଗୁଣ ପ୍ରଦର୍ଶନ କରିବେ । ଭାରତରେ କମ୍ପ୍ୟୁଟର ବିଜ୍ଞାନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗଣିତ ଏବଂ କମ୍ପ୍ୟୁଟିଂ, ଇଲେକ୍ଟ୍ରିକାଲ ଆଣ୍ଡ/କିମ୍ବା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ଅକ୍ଷୟ ଶକ୍ତି, ପଦାର୍ଥ ବିଜ୍ଞାନ ଓ ଇଞ୍ଜିନିୟରିଂ ଏବଂ ଜୀବବିଜ୍ଞାନରେ ପୂର୍ଣ୍ଣକାଳୀନ ପାଠ୍ୟକ୍ରମରେ ପଢୁଥିବା ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିପାରିବେ ।

ରିଲାଏନ୍ସ ଫାଉଣ୍ଡେସନ୍ ସ୍ନାତକୋତ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026
Latest News

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.