Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫଏଫଆଇର ଚଳଚ୍ଚିତ୍ର ବଜାରର ସପ୍ତଦଶ ସଂସ୍କରଣକୁ ଉଦଘାଟନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଗୋଆର ମେରିୟଟ୍ ରିସୋର୍ଟଠାରେ ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାରକୁ ଉଦ୍ ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି ଚଳଚ୍ଚିତ୍ର ବଜାର, ଚିନ୍ତାଧାରାର ଏକ ଚଳଚଞ୍ଚଳ ବଜାର ପରି ବିଶ୍ୱର କୋଣ ଅନୁକୋଣରୁ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ କାହାଣୀକାରଙ୍କ ପାଇଁ ଏକ ସମାଗମସ୍ଥଳୀ । ଏହା ସୃଜନଶୀଳତା ଓ ବ୍ୟବସାୟ, ଧାରଣା ଓ ପ୍ରେରଣାର ଏକ ମିଶ୍ରଣ ଯାହା ଏହି ସମୃଦ୍ଧ ସିନେମା ବଜାରକୁ ଗଠନ କରେ ବୋଲି ସେ କହିଛନ୍ତି।

ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଥିଲେ ଯେ ବାର୍ଷିକ ୨୦% ଅଭିବୃଦ୍ଧି ହାର ସହିତ ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ବିଶ୍ୱର ପଞ୍ଚମ ବୃହତ୍ତମ ଏବଂ ସର୍ବାଧିକ ବିଶ୍ୱବିଦିତ ଶିଳ୍ପ ଭାବରେ ପ୍ରଶଂସିତ। ଏହାର ୧୭ତମ ବର୍ଷରେ ଫିଲ୍ମ ବଜାର ଆଇଏଫ୍ଏଫ୍ଆଇର ଏକ ଅପରିହାର୍ଯ୍ୟ ମୂଳଦୁଆ ପାଲଟିଛି। ଦେଶର ସୀମା ଅତିକ୍ରମ କରି ଏସିଆର ଅନ୍ୟତମ ବୃହତ୍ତମ ଚଳଚ୍ଚିତ୍ର ବଜାରରେ ପରିଣତ ହୋଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଫିଲ୍ମ ବଜାର ପାଇଁ ଚଳଚ୍ଚିତ୍ର ଚୟନରେ କାଳ୍ପନିକ, ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରାମାଣିକ, ରୋମାଞ୍ଚକର ଚଳଚ୍ଚିତ୍ର ଏବଂ ଏପରିକି ଏନିମେଟେଡ୍ ଚଳଚ୍ଚିତ୍ରର ବିବିଧ ମିଶ୍ରଣ ପ୍ରତିଫଳିତ ହୋଇଛି ଯେଉଁଥିରେ ପ୍ରବାସୀ, ପିତୃତ୍ୱ, ସହରାଞ୍ଚଳ କ୍ରୋଧ, ଅତ୍ୟଧିକ ଦାରିଦ୍ର୍ୟ, ଜଳବାୟୁ ସଙ୍କଟ, ଜାତୀୟତାବାଦ, କ୍ରୀଡ଼ା ଏବଂ ଫିଟନେସ୍ ସମ୍ବନ୍ଧୀୟ ସାର୍ବଜନୀନ ବିଷୟବସ୍ତୁ ପ୍ରସାରିତ କରାଯାଇଛି।

ସହ-ପ୍ରଯୋଜନା ବଜାର ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ଆମେ ଗର୍ବର ସହ କୋ-ପ୍ରଡକ୍ସନ ମାର୍କେଟରେ ୭ଟି ଦେଶର ୧୨ଟି ଡକ୍ୟୁମେଣ୍ଟାରୀ ଉପସ୍ଥାପନ କରୁଛୁ, ଯେଉଁଥିରେ ୧୭ଟି ଭିନ୍ନ ଭିନ୍ନ ଭାଷାର ଜୀବନକୁ ଉଜାଗର କରାଯାଇଛି । ଫିଲ୍ମ ନିର୍ମାତାଙ୍କ ଲେନ୍ସ ମାଧ୍ୟମରେ ଏହା ବାସ୍ତବତାର ଦିଗରେ ଏକ ଯାତ୍ରା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଡିଓ ଲାଇବ୍ରେରୀ ପ୍ଲାଟଫର୍ମ, ଭ୍ୟୁଇଂ ରୁମ୍, ୧୯୦ଟି ଉପସ୍ଥାପନାକୁ ପ୍ରଦର୍ଶିତ କରିଥାଏ, ଯେଉଁଥିରୁ କିଛି ଉପସ୍ଥାପନା ଫିଲ୍ମ ବଜାର ସୁପାରିସ (ଏଫବିଆର) ପାଇଁ ଚୟନ କରାଯିବ। ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ହେଉଛି ଯେଉଁଠାରେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ କାମର ନିଚ୍ଛକ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ଗତବର୍ଷ ତୁଳନାରେ ପ୍ରକଳ୍ପ ସଂଖ୍ୟା ଦ୍ୱିଗୁଣିତ ହୋଇଥିବାରୁ ଚଳିତ ବର୍ଷ ୧୦ଟି ପ୍ରକଳ୍ପ ଉନ୍ମୋଚନ ପାଇଁ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ଠାକୁର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ନବସୃଜନକୁ ସ୍ୱୀକୃତି ଦେବା ପାଇଁ ଏବଂ ବ୍ୟବସାୟକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ, “ବୁକ୍ ଟୁ ବକ୍ସ ଅଫିସ” ନାମକ ଏକ ଆକର୍ଷଣୀୟ ନୂତନ ଉପାଦାନ ଯୋଡାଯାଇଛି, ଯେଉଁଥିରେ ୫୯ଟି ଉପସ୍ଥାପନାକୁ ନିରବଚ୍ଛିନ୍ନ ଭାବରେ ପ୍ରଦର୍ଶନ କରାଯିବ ଯାହା ପୁସ୍ତକରୁ ପରଦାକୁ ଡେଇଁବ । ଏହି ଅବସରରେ ମନ୍ତ୍ରୀ ଗୁଗଲ ଆର୍ଟସ ଆଣ୍ଡ କଲଚର ହିନ୍ଦୀ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଯାହା ଏକ ଅନଲାଇନ ହବ୍ ଯେଉଁଥିରେ ହିନ୍ଦୀ ଚଳଚ୍ଚିତ୍ରର ଫଟୋ ଏବଂ କ୍ଷୁଦ୍ର ଭିଡିଓ ରହିଛି ।

୫୪ତମ ଆଇଏଫ୍ଏଫ୍ଆଇରେ ଫିଲ୍ମ ବଜାରରେ ପ୍ରାମାଣିକ ଚଳଚ୍ଚିତ୍ର, ରୋମାଞ୍ଚକର ଚଳଚ୍ଚିତ୍ର, ଜଳବାୟୁ ସଙ୍କଟ, କାଳ୍ପନିକ ଆଦି ବିଭିନ୍ନ ଶୈଳୀର ୧୦ଟି ସୁପାରିସ କରାଯାଇଥିବା ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରଗୁଡ଼ିକ ଇଂରାଜୀ, ହିନ୍ଦୀ, ବଙ୍ଗଳା, ମାରୱାଡି, କନ୍ନଡ ଏବଂ ମାଓରି (ନ୍ୟୁଜିଲାଣ୍ଡ ଭାଷା)ରେ ରହିଛି । ଚଳିତ ବର୍ଷ ଫିଲ୍ମ ବଜାରରେ ଏକ ନୂଆ ପ୍ରସ୍ତୁତ “ଭିଏଫଏକ୍ସ ଆଣ୍ଡ ଟେକ୍ ପ୍ୟାଭିଲିୟନ୍” ରହିଛି, ଯାହାର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ନିର୍ମାତାଙ୍କୁ ଅତ୍ୟାଧୁନିକ ଉଦ୍ଭାବନ ବିଷୟରେ ସଚେତନ କରାଇବା, କେବଳ “ଶଟ୍ ନେବା”ର ପାରମ୍ପରିକ ଉପାୟ ନୁହେଁ, ବରଂ “ଶଟ୍ ତିଆରି କରିବା”ର ପାରମ୍ପରିକ ଉପାୟ ଦ୍ୱାରା କାହାଣୀର ସମ୍ଭାବନାକୁ ଅନୁସନ୍ଧାନ କରିବା ।

ଫିଲ୍ମ ବଜାରରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ଆମେରିକା, ବ୍ରିଟେନ, ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍ସ, ପୋଲାଣ୍ଡ, ଲକ୍‌ଜେମବର୍ଗ ଏବଂ ଇସ୍ରାଏଲରୁ ସହପ୍ରଯୋଜନା ବଜାରର ଫିଚର-ଲେନ୍ଥ ପ୍ରୋଜେକ୍ଟଗୁଡିକର ଆନୁଷ୍ଠାନିକ ଚୟନ କରାଯାଇଛି। ମନୋନିତ ଚଳଚ୍ଚିତ୍ର ନିର୍ମାତାମାନେ ଅନ୍ତର୍ଜାତୀୟ ଏବଂ ଭାରତୀୟ ପ୍ରଯୋଜକ, ବିତରକ, ଫେଷ୍ଟିଭାଲ ପ୍ରୋଗ୍ରାମର, ଫାଇନାନ୍ସର ଏବଂ ସେଲ୍ସ ଏଜେଣ୍ଟମାନଙ୍କୁ ମୁକ୍ତ ମଞ୍ଚରେ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିବେ।

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି) ଦ୍ୱାରା ଆରମ୍ଭ ହୋଇଥିବା ଫିଲ୍ମ ବଜାର ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାର ରୂପରେ ବିକଶିତ ହୋଇଛି, ଯାହା ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିଶ୍ୱସ୍ତରୀୟ ପ୍ରଯୋଜକ ଏବଂ ବିତରକଙ୍କ ସହ ଯୋଡ଼ିଛି ।

Categories
ଆଜିର ଖବର ଖେଳ ଜାତୀୟ ଖବର

୩୦ ପଦକ ସହିତ ଜାତୀୟ କ୍ରୀଡାରେ ଚମକିଲେ ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୩ରେ ରିଲାଏନ୍ସ ଫାଉଣ୍ଡେସନ୍‌ର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିବା ସହିତ ସାତଟି ବିଭିନ୍ନ କ୍ରୀଡାରେ ମୋଟ ୩୦ ପଦକ ହାସଲ କରିଛନ୍ତି। ଚୂଡାନ୍ତ ପଦକ ତାଲିକା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ରହିଛି, ଯେଉଁ ବିଭାଗଗୁଡିକରେ କ୍ରୀଡାବିତ୍‌ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ୍‌ର ୪୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗିତାର ସାତଟି ବିଭାଗରେ ଅଂଶଗ୍ରହଣ କରିଥିଲେ।

ଦଳର ଚମତ୍କାର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଜେମ୍‌ସ୍ ହିଲିଅର୍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ୍ କହିଛନ୍ତି, “ଜାତୀୟ କ୍ରୀଡାରେ ପ୍ରଦର୍ଶନକୁ ନେଇ ଆମେ ବାସ୍ତବରେ ଅତ୍ୟନ୍ତ ଆନନ୍ଦିତ ଅଛୁ। ଆମର ଅନେକ ଆଥଲେଟ୍‌ଙ୍କ ପାଇଁ ଏହା ଏକ ଲମ୍ବା ସିଜନରେ ବର୍ଷର ଶେଷ ପ୍ରତିଯୋଗିତା ଥିଲା। ସେମାନେ ଏପ୍ରିଲରେ ଆରମ୍ଭ କରିଥିଲେ, ଏବଂ ସାତମାସ ପର୍ଯ୍ୟନ୍ତ ଉତ୍କର୍ଷର ସେହି ସ୍ତର ବଜାୟ ରଖିବା ଏକ ପ୍ରଭାବୀ ସଫଳତା ହୋଇଛି।”

“କେବଳ ପଦକ ହାସଲ ଆନନ୍ଦଦାୟକ ହୋଇନାହିଁ, ତାହାସହିତ ଆମ ଆଥଲେଟ୍‌ମାନେ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠତା ପ୍ରଦର୍ଶିତ କରିଛନ୍ତି। ଏହା ଆମ ପାଇଁ ଏକ ଅତ୍ୟନ୍ତ ସଫଳ ସିଜନ୍‌ର ଉତ୍ତମ ପରିସମାପ୍ତି ମଧ୍ୟ ଆଣିଦେଇଛି। ପରବର୍ତ୍ତୀ ସିଜନ୍ ପାଇଁ ଏହା ଆମକୁ ସଠିକ୍ ସଫଳତାର ମଞ୍ଚ ପ୍ରଦାନ କରିଛି। ଆସନ୍ତା ବର୍ଷ ଅଲିମ୍ପିକ୍ସ ସହିତ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି, ଏବଂ ଆମେ ଏହାକୁ ନେଇ ଉଲ୍ଲସିତ ହେବା ସହିତ ଏହାକୁ ଅପେକ୍ଷା କରୁଛୁ। ପ୍ୟାରିସ୍ ଅଲିମ୍ପିକ୍ସ ଦଳରେ ଆମେ ଆମର ସର୍ବୋତ୍ତମ ଆଥ୍‌ଲେଟମାନଙ୍କୁ ସାମିଲ କରିବାକୁ ପ୍ରୟାସ କରୁଛୁ।”

ଜ୍ୟୋତିଙ୍କ ହ୍ୟାଟ୍ରିକତେଜସ୍ ମିଟ୍ ରେକର୍ଡ ଭାଙ୍ଗିଲେ

ଭାରତର ଚର୍ଚ୍ଚିତ ହର୍ଡର୍ଲ ଜ୍ୟୋତି ୟାରାଜୀ ତାଙ୍କ ସିଜନ୍‌କୁ ଷ୍ଟାଇଲରେ ଶେଷ କରିବା ସହିତ ଜାତୀୟ କ୍ରୀଡାରେ ହ୍ୟାଟ୍ରିକ୍ ପଦକ ହାସଲ କରିଥିଲେ। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଥିଲା ଯେ ଜ୍ୟୋତି ୧୩.୨୨ ସେକେଣ୍ଡ୍ ସହିତ ସ୍ୱର୍ଣ୍ଣ ପଦକ ଜିତି ୧୦୦ ମିଟର ହର୍ଡଲସ୍ ରେ ମିଟ୍ ରେକର୍ଡ ପୁନଃ ସୃଷ୍ଟି କରିଥିଲେ। ଜ୍ୟୋତି ମଧ୍ୟ ୪x୧୦୦ ମିଟର ରିଲେ ଇଭେଣ୍ଟରେ ଆନ୍ଧ୍ରପ୍ରଦେଶ ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ତାଙ୍କର ତୃତୀୟ ପଦକ ତାଙ୍କୁ ୨୦୦ ମିଟର ଇଭେଣ୍ଟରେ ମିଳିଥିଲା, ଯେଉଁଥିରେ ସେ ଚୂଡାନ୍ତ ପର୍ଯ୍ୟାୟରେ ୨୩.୯୫ ସେକେଣ୍ଡ ସହିତ କାଂସ୍ୟ ପଦକ ଜିତିଥିଲେ।

ତେଜସ୍ ସୀର୍ସେ ପୁରୁଷ ୧୦୦ ମିଟର ହର୍ଡଲ୍ସ ଇଭେଣ୍ଟରେ ଷ୍ଟାଇଲ୍ ସହିତ ସ୍ୱର୍ଣ୍ଣ ପଦକ ଜିତି ପ୍ରାକ୍ ଟୁର୍ଣ୍ଣାମେଣ୍ଟ ସମୟର ପସନ୍ଦଯୋଗ୍ୟ କ୍ରୀଡାବିତ୍ ଭାବରେ ସମସ୍ତଙ୍କର ଆଶା ଆକାଂକ୍ଷା ପୂରଣ କରିଥିଲେ। ଆଧିପତ୍ୟ ବିସ୍ତାରକାରୀ ପ୍ରଦର୍ଶନରେ ତେଜସ୍ ଉକ୍ତ ଇଭେଣ୍ଟର ଫିନିଶ୍ ଲାଇନକୁ ୧୩.୭୧ ସେକେଣ୍ଡରେ ଅତିକ୍ରମ କରି ମିଟ୍ ରେକର୍ଡ ପୁନଃ ରଚନା କରିଥିଲେ।

ଏସୀୟ କ୍ରୀଡା ପଦକ ବିଜେତା ଗୁଲବୀର ସିଂ ୫୦୦୦ ମିଟର ଇଭେଣ୍ଟରେ ୧୪:୧୩:୦୩ ସେକେଣ୍ଡ ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ପଛକୁ ପଛ ଗୁଲବୀର ପୁରୁଷ ୧୦୦୦୦ ମିଟର ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରି ଦୀର୍ଘ ଦୂରତା ପ୍ରତିଯୋଗିତାକୁ ଦୁଇ ପଦକ ବିଜୟ ସହିତ ଶେଷ କରିଥିଲେ। ସ୍ପ୍ରିର୍ଣ୍ଟ ଏଲାକ୍କିୟା ଦାସାନ୍ ଏକାଧିକ ପଦକ ବିଜୟୀ ହୋଇଥିଲେ। ସେ ଉଭୟ ପୁରୁଷ ୧୦୦ ମିଟର ଏବଂ ପୁରୁଷ ୪x୧୦୦ ରିଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ।

ଜାଭେଲିନ୍ ଥ୍ରୋଅର୍ କିଶୋର କୁମାର ଜେନା ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସ ନିମନ୍ତେ ନିଜର ସ୍ଥାନ ପକ୍କା କରିସାରିଥିବାବେଳେ ସେ ରଷସ ପ୍ରତିଯୋଗିତାରେ ତାଙ୍କର ଶ୍ରେଷ୍ଠ ଥ୍ରୋ ୭୮.୪୭ ମିଟର ସହିତ କାଂସ୍ୟ ପଦକ ହାସଲ କରିଥିଲେ। ପୋଲ୍ ଭଲ୍‌ଟର ବାରାନିକା ଏଲାନ୍‌ଗୋଭାନ୍ ମଧ୍ୟ ୩.୯୦ ମିଟର ଉଚ୍ଚତାକୁ କ୍ଲିର‌୍ୟ କରି ସ୍ୱର୍ଣ୍ଣ ଜିତିବା ସହିତ ତାଙ୍କର ଚଳିତ ସିଜନ୍‌କୁ ଅତ୍ୟନ୍ତ ସଫଳତାର ସହିତ ଶେଷ କରିଥିଲେ।

ରିଲାଏନ୍ସ ଫାଉଣ୍ଡେସନ୍‌ର ଅନ୍ୟ ବ୍ୟକ୍ତିଗତ ପଦକ ବିଜେତା ଆଥଲେଟ୍‌ଙ୍କ ମଧ୍ୟରେ ସ୍ୱାଧୀନ ମାଝୀ (କାଂସ୍ୟ ପଦକ, ପୁରୁଷ ହାଇ ଜମ୍ପ୍‌), ଗ୍ରେସେସନ୍ ଜୀଭା (ରୌପ୍ୟ ପଦକ, ପୁରୁଷ ୧୧୦ ମିଟର ହର୍ଡଲ୍ସ), ମୌମିତା ମଣ୍ଡଳ (କାଂସ୍ୟ ପଦକ, ମହିଳା ଲଙ୍ଗ୍ ଜମ୍ପ), ଧନବୀର ସିଂ (ରୌପ୍ୟ ପଦକ, ପୁରୁଷ ସଟ୍ ପୁଟ୍‌) ଏବଂ ଅନିମେଶ କୁଜୁର (କାଂସ୍ୟ ପଦକ, ପୁରୁଷ ୨୦୦ ମିଟର) ପ୍ରମୁଖ ରହିଥିଲେ।

ଅନୁପମା ଉପାଧ୍ୟାୟ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହେବା ସହିତ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୧୮ ବର୍ଷ ବୟସ୍କା ଅନୁପମା ସମ୍ପ୍ରତି ଜାତୀୟ ଚମ୍ପିଆନ୍ ରହିବା ସହିତ ଜାତୀୟ କ୍ରୀଡା ଚମ୍ପିଆନ୍ ମଧ୍ୟ ରହିଛନ୍ତି। ଏସୀୟ କ୍ରୀଡାରେ ଇତିହାସ ନୂଆ ରଚନ କରି ପଲକ ଗୁଲିଆ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଏବଂ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ନିରଜ କୁମାର ଏବଂ ନାନ୍ସି ଯଥାକ୍ରମେ ୫୦ ମିଟର ରାଇଫଲ୍ ୩ ପୋଜିସନ୍ସ ଏବଂ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତି ମୋଟ ପଦକ ତାଲିକାରେ ବୃଦ୍ଧି ଘଟାଇଥିଲେ।

ତୀରନ୍ଦାଜରେ ତିନିଟି ପଦକ ହାସଲ କରାଯାଇଥିଲା, ଯେଉଁଥିରେ ମ୍ରିନାଲ ଚୌହାନ୍ ପୁରୁଷ ଦଳଗତ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଏବଂ ମିକ୍ସଡ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ରିଧି ମଧ୍ୟ ରିକର୍ଭ ବର୍ଗରେ ମହିଳା ଟିମ୍ ଇଭେଣ୍ଟ୍‌ରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ନିଜର ପ୍ରୟାସ ପାଇଁ ରିଧି ଆନନ୍ଦ ପ୍ରକାଶ କରିଥିଲେ। ସେ କହିଥିଲେ, “ମୋର ପ୍ରଥମ ଜାତୀୟ କ୍ରୀଡାରେ ପ୍ରତିଯୋଗିତା କରିବା ମୋ ପାଇଁ ଗର୍ବର ମୁହୂର୍ତ୍ତ ଥିଲା। ଜାତୀୟ କ୍ରୀଡାରେ ପଦକ ଜିତିବା ସ୍ୱପ୍ନ ମୋର ପିଲାଦିନୁ ରହିଥିଲା। ଆଗାମୀ କ୍ରୀଡା ପ୍ରତିଯୋଗିତାଗୁଡିକ ନିମନ୍ତେ ଏହା ମୋତେ ଅନେକ ଆତ୍ମବିଶ୍ୱାସ ଦେିଛି। ଏହା ମୋ କ୍ୟାରିର‌୍ୟର ଅନ୍ୟତମ ସର୍ବବୃହତ୍ ପଦକ ଏବଂ ବହୁ ଆକାଂକ୍ଷିତ ମୋର ଆତ୍ମବିଶ୍ୱାସ ବୃଦ୍ଧି ଘଟାଇଛି। ମୋର ଅଭିଜ୍ଞତା କ୍ରମଶଃ ବୃଦ୍ଧି ପାଉଥିବାବେଳେ ମୋର ଲକ୍ଷ୍ୟ ମଧ୍ୟ ବଢୁଛି। ମୁଁ ଯେତେବେଳେ କମ୍ ବୟସର ଥିଲି, ସେତେବେଳେ ଦଶ ହାସଲ କରିବାକୁ ମୋତେ ଚକୋଲେଟ୍ ମିଳୁଥିଲା। ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିବାର ମୋର ଅନ୍ତିମ ଲକ୍ଷ୍ୟ,” ବୋଲି ସେ କହିଥିଲେ।

କ୍ରୀଡାର ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ରୀତିକା ହୁଦାଙ୍କୁ ନେଇ ଦେଖିବାକୁ ମିଳିଥିଲା। ହରିଆଣାର ଏହି ଯୁବ ରେସଲର ତାଙ୍କର ସଦ୍ୟ ୨୩ ବର୍ଷରୁ କମ୍ ବିଶ୍ୱ ଚମ୍ପିଆନସିପ୍ ବିଜୟ ହାସଲ କରିଥିଲେ, ଯିଏ ଭାରତର ପ୍ରଥମ ପ୍ରତିଯୋଗୀ ଭାବରେ ଏହି ସଫଳତା ପ୍ରାପ୍ତ ହୋଇଥିଲେ ଏବଂ ସେ ଅଲିମ୍ପିଆନ୍ ଦିବ୍ୟା କାକ୍ରନ୍‌ଙ୍କୁ ୧୦-୦ ଫାଇନାଲରେ ପରାଜିତ କରି ଚମତ୍କାର ପ୍ରଦର୍ଶନ ସହିତ ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ। ଅନୁରୂପ ଭାବରେ ବକ୍ସର ଅଙ୍କୁଶିତା ବୋରୋ ଏବଂ ଜୁଡୋକା ହିମାଂସୀ ତୋକାସ୍ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଘୋଷଣା କରିଛନ୍ତି ଯେ ୨୦୨୩ ନଭେମ୍ବର ୨୦ ରୁ ୨୮ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ, ବିଶ୍ୱସ୍ତରରେ ପଞ୍ଚମ ବୃହତ୍ତମ ବଜାର, ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ଏକ ଶକ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବଜାର ପ୍ରତିବର୍ଷ ବୃଦ୍ଧି ପାଉଛି ଏବଂ ଏଥିରେ ଗତ ତିନି ବର୍ଷ ମଧ୍ୟରେ ହାରାହାରି ବାର୍ଷିକ ଅଭିବୃଦ୍ଧି ୨୦% ରହିଛି । ଭାରତରେ ନିର୍ମିତ ସିନେମା ଗୁଡ଼ିକ ଦେଶର କୋଣ ଅନୁକୋଣକୁ ଅତିକ୍ରମ କରି ଏବେ ବିଶ୍ୱର ଦୂରଦୂରାନ୍ତର ବିଭିନ୍ନ ଅଂଚଳରେ ପହଂଚିବାରେ ଲାଗିଛି ।

ମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ଯେ , ଚଳିତ ବର୍ଷ ସତ୍ୟଜିତ ରାୟ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ବିଶ୍ୱ ସିନେମାର ଉଜ୍ଜ୍ୱଳ ତାରକା ତଥା ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଜଣାଶୁଣା ମାଇକେଲ ଡଗ୍‌ଲାସ୍‌ଙ୍କୁ ପ୍ରଦାନ କରାଯିବ ।

ଶ୍ରୀ ଠାକୁର ସୂଚନା ଦେଇଛନ୍ତି ଯେ ଆଇଏଫ୍‌ଏଫ୍‌ଆଇର ଅନ୍ତର୍ଜାତୀୟ ବିଭାଗରେ ପ୍ରାପ୍ତ ଚଳଚ୍ଚିତ୍ର ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି ଏବଂ ଏହା ଆଇଏଫ୍‌ଏଫ୍‌ଆଇ ପ୍ରତି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଶିଳ୍ପର ଆକର୍ଷଣର ପ୍ରଦର୍ଶନ ।

ନୂତନ ଭାବେ ଆରମ୍ଭ ହୋଇଥିବା ଓଟିଟି ପୁରସ୍କାର ବିଷୟରେ ସେ କହିଛନ୍ତି ଯେ , କୋଭିଡ୍ ୧୯ ମହାମାରୀ ପର ଠାରୁ ଭାରତରେ ଓଟିଟି ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଛି ଏବଂ ଭାରତରେ ସୃଷ୍ଟି ହୋଇଥିବା ମୂଳ ବିଷୟବସ୍ତୁ ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି । ବାର୍ଷିକ ୨୮% ଅଭିବୃଦ୍ଧି ହେଉଥିବା ଏହି କ୍ଷେତ୍ରର ଗତିଶୀଳ ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଓଟିଟି ପ୍ଲାଟଫର୍ମରେ ଉତ୍କୃଷ୍ଟ ବିଷୟବସ୍ତୁ ନିର୍ମାତା ମାନଙ୍କୁ ସମ୍ମାନ ଜଣାଇ ଏହି ପୁରସ୍କାର ଆରମ୍ଭ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୫ଟି ଓଟିଟି ପ୍ଲାଟଫର୍ମରୁ ୧୦ଟି ଭାଷାରେ ମୋଟ ୩୨ଟି ଏଣ୍ଟ୍ରି ମିଳିଛି ଏବଂ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

ଶ୍ରୀ ଅନୁରାଗ ଠାକୁର ଦେଶରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥା ବିଷୟରେ କହିଥିଲେ ଏବଂ ସରକାର ଏଭଳି ସଂସ୍ଥା ଗୁଡ଼ିକୁ ପରିପୁଷ୍ଟ କରିବା ପାଇଁ ଏକ ସହାୟତା ବ୍ୟବସ୍ଥା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳଚ୍ଚିତ୍ର କ୍ଷେତ୍ରରେ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଦେଶର ଦୁର୍ଗମ କୋଣଅନୁକୋଣରୁ ପ୍ରତିଭା ମାନଙ୍କୁ ଚିହ୍ନଟ କରିବା ପାଇଁ ଆମେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମାରୋ (ଆସନ୍ତାକାଲିର ସୃଜନଶୀଳ ମସ୍ତିଷ୍କ) ଅଭିଯାନ ଆରମ୍ଭ କରିଛୁ । ଚଳିତ ବର୍ଷ ଏହି ବିଭାଗରେ ୬୦୦ରୁ ଅଧିକ ଏଣ୍ଟ୍ରି ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ୭୫ ଜଣ ବିଜେତା ଚୟନ ହେବା ପରେ ୩ ବର୍ଷରେ ମୋଟ ବିଜେତା ମାନଙ୍କର ସଂଖ୍ୟା ୨୨୫ ରେ ପହଞ୍ଚିବ ।

ଚଳିତ ବର୍ଷ ଆଇଏଫ୍ ଏଫ୍‌ଆଇ ପାଇଁ ସମସ୍ତ ସ୍ଥାନରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସମସ୍ତ ସୁବିଧା ଓ ସହାୟତା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି । ଦୃଷ୍ଟିହୀନ ମାନଙ୍କ ପାଇଁ ଅଡିଓ ବର୍ଣ୍ଣନା, ଶ୍ରୁତିବାଧକ ମାନଙ୍କ ପାଇଁ ସାଙ୍କେତିକ ଭାଷା, ଏକାଧିକ ଭାଷାରେ ବିଷୟବସ୍ତୁ ଡବିଂ ‘ସବ୍‌କା ସାଥ , ସବ୍‌କା ବିକାଶ’ ମନ୍ତ୍ରର ପ୍ରତୀକ ହେବ ।

ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ତାଙ୍କ ସଂକ୍ଷିପ୍ତ ବିବୃତିରେ କହିଛନ୍ତି ଯେ , ଆଇଏଫ୍‌ଏଫ୍‌ଆଇ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚଳଚ୍ଚିତ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ । ଅନ୍ତର୍ଜାତୀୟ ଜୁରିର ନେତୃତ୍ୱ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ନେଉଛନ୍ତି ବୋଲି ସେ ଦର୍ଶକ ମାନଙ୍କୁ ସୂଚନା ଦେଇଥିଲେ ।

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୪ତମ ସଂସ୍କରଣରେ କ\’ଣ ଦେଖିବାକୁ ମିଳିବ ତାହାର ଝଲକ :

୧. ଆଇଏଫ୍‌ଏଫ୍‌ଆଇର ଅନ୍ୟତମ ଆକର୍ଷଣ ହେଉଛି ବିଶ୍ୱ ସିନେମାରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଉଥିବା ସତ୍ୟଜିତ ରାୟ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ (ଏସଆରଏଲ୍ଟିଏ) । ବିଶ୍ୱ ସିନେମାର ଅନ୍ୟତମ ଶ୍ରେଷ୍ଠ ଆନ୍ତର୍ଜାତିକ ବ୍ୟକ୍ତିତ୍ୱ ମାଇକେଲ ଡଗ୍‌ଲାସ୍ ତାଙ୍କ ପତ୍ନୀ ତଥା ପ୍ରଖ୍ୟାତ ଅଭିନେତ୍ରୀ କ୍ୟାଥରିନ ଜେଟା – ଜୋନ୍ସଙ୍କ ସହ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବାକୁ ଆଇଏଫ୍‌ଏଫ୍‌ଆଇରେ ଉପସ୍ଥିତ ରହିବେ ।

ଫିଲ୍ମ ଏବଂ ଟେଲିଭିଜନ୍ ଉଦ୍ୟୋଗରେ ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା \’ମାଇକେଲ ଡଗ୍‌ଲାସ୍‌’ ୨ଟି ଓସ୍କାର, ୫ଟି ଗୋଲଡେନ୍ ଗ୍ଲୋବ୍ ଆୱାର୍ଡ, ପ୍ରାଇମଟାଇମ୍ ଏମି ଆୱାର୍ଡ ଏବଂ ଅନ୍ୟାନ୍ୟ ଅଗଣିତ ସମ୍ମାନ ପାଇଛନ୍ତି । ୨୦୨୩ ମସିହାରେ ସେ ୭୬ତମ ଫେଷ୍ଟିଭାଲ ଡି କାନ୍ସରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପାଇଁ ପାଲମେ ଡି’ଅର୍ ପୁରସ୍କାର ପାଇଥିଲେ ।

‘ୱାଲ୍ ଷ୍ଟ୍ରିଟ୍‌’ ରେ ଗୋର୍ଡନ୍ ଗେକ୍କୋ ଭୂମିକାରେ ଏକାଡେମୀ ପୁରସ୍କାର ବିଜେତା ଅଭିନୟ ଠାରୁ ଆରମ୍ଭ କରି ସମାଲୋଚକ ମାନଙ୍କ ଦ୍ୱାରା ପ୍ରଶଂସିତ ଫେଟାଲ ଆଟ୍ରାକ୍ସନ୍‌, ଆମେରିକାନ୍ ପ୍ରେସିଡେଂଟ, ବେସିକ୍ ଇନଷ୍ଟିକ୍ଟ, ଟ୍ରାଫିକ୍ ଏବଂ ରୋମାନ୍ସିଂ ଦ ଷ୍ଟୋନ୍ ଭଳି ଚଳଚ୍ଚିତ୍ର ପାଇଁ ସେ ବେଶ୍ ଜଣାଶୁଣା । ମାଇକେଲ କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ଜଣେ ପ୍ରଖ୍ୟାତ ପ୍ରଯୋଜକ ମଧ୍ୟ ଅଟନ୍ତି । ତାଙ୍କ କାର୍ଯ୍ୟ ଭିତରେ ୱାନ୍ ଫ୍ଲ୍ୟୁ ଓଭର ଦ କୁକୋଜ୍ ନେଷ୍ଟ ଏବଂ ଚାଇନା ସିଣ୍ଡ୍ରୋମ ଭଳି ଚମତ୍କାର ଫିଲ୍ମ ରହିଛି । ଶ୍ରୀ ଡଗ୍‌ଲାସ୍ ତାଙ୍କ ମାନବୀୟ ପ୍ରୟାସ ପାଇଁ ମଧ୍ୟ ଜଣାଶୁଣା । ମାନବିକତା ପ୍ରତି ବିପଦ ସୃଷ୍ଟି କରୁଥିବା ପରମାଣୁ ଏବଂ ଜୈବିକ ବିପଦକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେଉଥିବା ନ୍ୟୁକ୍ଲିୟର ଥ୍ରେଟ୍ ଇନିସିଏଟିଭ୍ ସଂଗଠନର ବୋର୍ଡରେ ସେ ଅଛନ୍ତି । ୧୯୯୮ମସିହାରେ ସେ ଜାତିସଂଘର ଶାନ୍ତି ଦୂତ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।

୨. ଏହି ମହୋତ୍ସବରେ ୪ଟି ସ୍ଥାନରେ – ଆଇନକ୍ସ ପଞ୍ଜିମ୍ (୪), ମାକ୍ୱିନେଜ୍ ପ୍ୟାଲେସ୍ (୧), ଆଇନକ୍ସ ପୋରଭୋରିମ୍ (୪), ଜେଡ୍ ସ୍କୋୟାର ସମ୍ରାଟ ଅଶୋକ (୨) ୨୭୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

୩. ୫୪ତମ ଆଇଏଫ୍‌ଏଫ୍‌ଆଇର ‘ଇଣ୍ଟରନ୍ୟାସନାଲ୍ ସେକ୍ସନ୍‌’ / ଅନ୍ତର୍ଜାତୀୟ ବିଭାଗରେ ୧୯୮ଟି ସିନେମା ରହିବ, ଯାହାର ସଂଖ୍ୟା ୫୩ ତମ ଆଇଏଫ୍‌ଏଫ୍‌ଆଇ ଠାରୁ ମଧ୍ୟ ୧୮ଟି ଅଧିକ । ଏଥିରେ ୧୩ଟି ବିଶ୍ୱ ପ୍ରିମିୟର, ୧୮ଟି ଅନ୍ତର୍ଜାତୀୟ ପ୍ରିମିୟର, ୬୨ଟି ଏସିଆ ପ୍ରିମିୟର ଏବଂ ୮୯ଟି ଇଣ୍ଡିଆ ପ୍ରିମିୟର ରହିବ । ଚଳିତ ବର୍ଷ ଆଇଏଫ୍‌ଏଫ୍‌ଆଇକୁ ୧୦୫ଟି ଦେଶରୁ ରେକର୍ଡ ସଂଖ୍ୟକ ୨୯୨୬ ଟି ଏଣ୍ଟ୍ରି ମିଳିଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୩ ଗୁଣ ଅଧିକ ଅନ୍ତର୍ଜାତୀୟ ଦାଖଲ ।

୪. ‘ଇଣ୍ଡିଆନ୍ ପାନୋରାମା’ ବିଭାଗରେ ଭାରତର ୨୫ଟି ଫିଚର ଫିଲ୍ମ ଓ ୨୦ଟି ନନ୍ ଫିଚର ଫିଲ୍ମ ପ୍ରଦର୍ଶିତ ହେବ । ଫିଚର ବିଭାଗରେ ଉଦ୍‌ଘାଟନୀ ଫିଲ୍ମ ହେଉଛି ଏକ ମାଲାୟଲମ୍ ଫିଲ୍ମ ଆଟମ୍ ଏବଂ ନନ୍ ଫିଚର ବିଭାଗରେ ରହିଛି ମଣିପୁରର ଆଣ୍ଡ୍ରୋ ଡ୍ରିମ୍ସ ।

୫. ଶ୍ରେଷ୍ଠ ୱେବ୍ ସିରିଜ୍ (ଓଟିଟି) ପୁରସ୍କାର : ଚଳିତ ବର୍ଷ ଶ୍ରେଷ୍ଠ ୱେବ୍ ସିରିଜ୍ (ଓଟିଟି) ପୁରସ୍କାର ଓଟିଟି ପ୍ଲାଟଫର୍ମର ସମୃଦ୍ଧ ବିଷୟବସ୍ତୁ ଏବଂ ଏହାର ନିର୍ମାତା ମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା, ଉତ୍ସାହିତ କରିବା ଏବଂ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି । ୧୫ଟି ଓଟିଟି ପ୍ଲାଟଫର୍ମରୁ ୧୦ଟି ଭାଷାରେ ୩୨ଟି ଏଣ୍ଟ୍ରି ମିଳିଛି । ବିଜେତା ଶୃଙ୍ଖଳାକୁ ସାର୍ଟିଫିକେଟ୍ ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ, ଯାହା ସମ୍ପର୍କରେ ସମାପନୀ ଉତ୍ସବରେ ଘୋଷଣା କରାଯିବ ।

୬. ଚଳିତ ବର୍ଷର ଆଇଏଫ୍‌ଏଫ୍‌ଆଇର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବିଭାଗରେ ୮ଟି କ୍ୟୁରେଟେଡ୍ ବିଭାଗ ରହିବ । ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଗୁଡିକ ନିମ୍ନଲିଖିତ –

ଉଦ୍‌ଘାଟନୀ ଫିଲ୍ମ : କ୍ୟାଚ୍ ଦ ଡଷ୍ଟ । ନିର୍ଦ୍ଦେଶକ : ଷ୍ଟୁଆର୍ଟ ଗାଟ୍ । ୟୁନାଇଟେଡ୍ କିଙ୍ଗ୍‌ଡମ୍ (ଇଣ୍ଟରନ୍ୟାସନାଲ ପ୍ରିମିୟର) – ଏହା ଏକ ଡ୍ରାମା / ଥ୍ରିଲର, ଯେଉଁଥିରେ ବିଶିଷ୍ଟ ଅନ୍ତର୍ଜାତୀୟ କଳାକାର ଏରିନ ମୋରିଆର୍ଟି, ଜୟ କର୍ଟନି, ଦିନା ଶିହାବି, ରିୟାନ୍ କୋର, ଜୋସ୍ ଆଲଟିଟ, ଗ୍ୟାରୀ ଫାନିନ୍ ଏବଂ ଓଲୱେନ ଫୋଏର ଅଛନ୍ତି । ଷ୍ଟୁଆର୍ଟ ଗାଟ୍ ହେଉଛନ୍ତି ମିଶ୍ରିତ ଏସୀୟ ଐତିହ୍ୟର ଜଣେ ପୁରସ୍କାର ପ୍ରାପ୍ତ ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଯାହାଙ୍କର କାହାଣୀ ପ୍ରାୟତଃ ସାମୟିକ ସାମାଜିକ ବିଷୟବସ୍ତୁ ଦ୍ୱାରା ପ୍ରଭାବିତ ହୋଇଥାଏ ।

ମିଡ୍ – ଫେଷ୍ଟ ଫିଲ୍ମ: ଆବାଉଟ୍ ଡ୍ରାଇ ଗ୍ରାସେସ୍‌’ । ନିର୍ଦ୍ଦେଶକ : ନୁରି ବିଲଗେ ସିଲାନ । ଫ୍ରାନ୍ସ । (ଇଣ୍ଡିଆ ପ୍ରିମିୟର) – ଏହା ପ୍ରଖ୍ୟାତ ନିର୍ଦ୍ଦେଶକ ନୁରି ବିଲଗେ ସିଲାନ, ଯିଏ ଅନେକ ସମ୍ମାନଜନକ ପୁରସ୍କାର ଜିତିଛନ୍ତି ତାଙ୍କର ଏକ ତୁର୍କୀ ଡ୍ରାମା । ତାଙ୍କ ଚଳଚ୍ଚିତ୍ର ୱିଣ୍ଟର ସ୍ଲିପ୍ (୨୦୧୪) କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଲମେ ଡି’ଅର୍ ପୁରସ୍କାର ଜିତିଥିବା ବେଳେ ତାଙ୍କର ୬ଟି ଚଳଚ୍ଚିତ୍ର ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ପାଇଁ ଏକାଡେମୀ ପୁରସ୍କାର ନିମନ୍ତେ ତୁର୍କୀ ପକ୍ଷରୁ ଦାଖଲ ହୋଇଛି, ଯେଉଁଥିରେ ‘ଆବାଉଟ୍ ଡ୍ରାଇ ଗ୍ରାସେସ୍‌\’ ମଧ୍ୟ ରହିଛି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲର ପ୍ରତିଯୋଗିତା ବିଭାଗରେ ମଧ୍ୟ ଥିଲା । ଏହି ଚଳଚ୍ଚିତ୍ର ପାଇଁ ଏହାର ପ୍ରଖ୍ୟାତ ଅଭିନେତ୍ରୀ ମର୍ଭେ ଦିଜଦାରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମାପନୀ ଫିଲ୍ମ : ଦି ଫେଦରୱେଟ୍ । ନିର୍ଦ୍ଦେଶକ : ରବର୍ଟ କୋଲୋଡନି । ଯୁକ୍ତରାଷ୍ଟ୍ର ଆମେରିକା । (ଏସିଆ ପ୍ରିମିୟର) – ଏହା ଏକ ୨୦୨୩ ମସିହାର ଆମେରିକୀୟ ବାୟୋଗ୍ରାଫିକାଲ ସ୍ପୋର୍ଟସ ଡ୍ରାମା ଚଳଚ୍ଚିତ୍ର ଯାହା କ୍ଲାସିକ୍ “ସିନେମା ଭେରିଟେ” (ସତ୍ୟ ଆଧାରିତ ସିନେମା) ଶୈଳୀରେ ସୁଚିନ୍ତିତ ଭାବରେ କଳ୍ପନା କରାଯାଇଥିବା ଜଣେ ଷ୍ଟାର ଆଥଲେଟଙ୍କ ବାୟୋପିକ୍ ମାଧ୍ୟମରେ ଆଧୁନିକ ଷ୍ଟାରଡମର ନିର୍ମାଣ ଏବଂ କଳ୍ପନାକୁ ଉନ୍ମୋଚନ କରେ । ରବର୍ଟ କୋଲୋଡନି ଜଣେ ବହୁମୁଖୀ ଆମେରିକୀୟ ନିର୍ଦ୍ଦେଶକ, ଲେଖକ ଏବଂ ସିନେମାଟୋଗ୍ରାଫର ଅଟନ୍ତି । ସେପ୍ଟେମ୍ବର, ୨୦୨୩ ରେ ୮୦ତମ ଭେନିସ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ରର ପ୍ରିମିୟର ହୋଇଥିଲା । ରବର୍ଟ ଅନେକ ଚଳଚ୍ଚିତ୍ର ପାଇଁ ଫଟୋଗ୍ରାଫି ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବିଭିନ୍ନ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ଆନ୍ତର୍ଜାତିକ ପ୍ରତିଯୋଗିତା ବିଭାଗ – ୧୫ଟି ଫିଚର ଫିଲ୍ମ (୧୨ଟି ଅନ୍ତର୍ଜାତୀୟ + ୩ ଭାରତୀୟ ) ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ସ୍ୱର୍ଣ୍ଣ ମୟୁର ଓ ୪୦ ଲକ୍ଷ ଟଙ୍କା ପାଇଁ ମନୋନୀତ ହୋଇଛନ୍ତି । ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟତୀତ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା (ପୁରୁଷ), ଶ୍ରେଷ୍ଠ ଅଭିନେତା (ମହିଳା), ସ୍ୱତନ୍ତ୍ର ଜୁରି ପୁରସ୍କାର ବର୍ଗରେ ମଧ୍ୟ ବିଚାରକ ମାନେ ବିଜେତା ନିର୍ଦ୍ଧାରଣ କରିବେ । ଫିଲ୍ମର ତାଲିକା ଆନେକ୍ସର (ସଂଲଗ୍ନ ପତ୍ର) ରେ ପ୍ରଦାନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଆଇଏଫ୍‌ଏଫ୍‌ଆଇର ଅଫିସିଆଲ ୱେବସାଇଟରେ ଅପଲୋଡ କରାଯାଉଛି ।

ଶ୍ରେଷ୍ଠ ଫିଚର ଫିଲ୍ମ ଡେବ୍ୟୁ ନିର୍ଦ୍ଦେଶକ – ୫ ଅନ୍ତର୍ଜାତୀୟ + ୨ ଭାରତୀୟ ଫିଲ୍ମ ଏହି ବିଭାଗରେ ସମ୍ମାନଜନକ ରୌପ୍ୟ ମୟୂର, ନଗଦ ପୁରସ୍କାର ବାବଦରେ ୧୦ ଲକ୍ଷ ଟଙ୍କା ଏବଂ ସାର୍ଟିଫିକେଟ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଫିଲ୍ମର ତାଲିକା ଆନେକ୍ସର (ସଂଲଗ୍ନ ପତ୍ର) ରେ ପ୍ରଦାନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଆଇଏଫ୍‌ଏଫ୍‌ଆଇର ଅଫିସିଆଲ ୱେବସାଇଟରେ ଅପଲୋଡ କରାଯାଉଛି ।

ଅନ୍ତର୍ଜାତୀୟ ଜୁରି – ପ୍ରଖ୍ୟାତ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତା ଶ୍ରୀ ଶେଖର କପୁର (ଅଧ୍ୟକ୍ଷ), ପୁରସ୍କାରପ୍ରାପ୍ତ ସ୍ପେନିଶ ସିନେମାଟୋଗ୍ରାଫର ଜୋସ୍ ଲୁଇସ୍ ଆଲକେନ୍‌, ମାର୍ଚ ଡୁ କାନ୍ସର ବିଶିଷ୍ଟ ପୂର୍ବତନ ମୁଖ୍ୟ ଜେରୋମ୍ ପାଇଲାର୍ଡ, ଫ୍ରାନ୍ସର ପ୍ରଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ କ୍ୟାଥରିନ୍ ଡୁସାର୍ଟ; ଅଷ୍ଟ୍ରେଲିଆର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ହେଲେନ୍ ଲିକ୍ ।

ଫେଷ୍ଟିଭାଲ କାଲିଡୋସ୍କୋପ୍ – ଚଳିତ ବର୍ଷ ସମ୍ମାନଜନକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଶ୍ରେଷ୍ଠ ପୁରସ୍କାର ପାଇଥିବା ଚଳଚ୍ଚିତ୍ର ଆଇଏଫ୍‌ଏଫ୍‌ଆଇ କାଲିଡୋସ୍କୋପ୍‌ରେ ସ୍ଥାନ ପାଇଛି । ୧୯ ଟି ଚଳଚ୍ଚିତ୍ର କାନ୍ସ, ଭେନିସ୍‌, ସାଓ ପାଓଲୋ, ରୋଟରଡାମ୍‌, ସାନ୍ତା ବାର୍ବରା, ଷ୍ଟକହୋମ୍ ଇତ୍ୟାଦି ମହୋତ୍ସବରୁ ଆସିଛି ।

ସିନେମା ଅଫ୍ ଦି ୱାର୍ଲ୍ଡ ବିଭାଗରେ ଏଣ୍ଟ୍ରି ମାଧ୍ୟମରେ ୧୦୩ଟି ଚଳଚ୍ଚିତ୍ର ରହିଛି, ଯାହାର ସଂଖ୍ୟାରେ ଗତ ବର୍ଷଗୁଡିକ (୭୭) ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି, ଯାହା ସମଗ୍ର ବିଶ୍ୱର ସିନେମା ଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବର୍ଣ୍ଣନାର ଚମତ୍କାର ବିବିଧତାକୁ ପ୍ରଦର୍ଶିତ କରିଥାଏ ।

ଏକ ଡକ୍ୟୁ – ମୋଣ୍ଟେଜ ସେକ୍ସନ ପ୍ରଚଳନ କରାଯାଇଥିଲା ଯେଉଁଥିରେ ସାରା ବିଶ୍ୱର ଆକର୍ଷଣୀୟ ଡକ୍ୟୁମେଣ୍ଟାରୀର ମୋଜାଇକ୍ ରହିଥିଲା ।

ଆନିମେସନ୍ ବିଭାଗ : ଏହି ମହୋତ୍ସବର ଆନିମେସନ୍ ବିଭାଗକୁ ଅନ୍ତର୍ଜାତୀୟ ଏବଂ ଭାରତୀୟ ଆନିମେସନ୍ ଚଳଚ୍ଚିତ୍ର ଗୁଡ଼ିକୁ କ୍ୟୁରେଟ୍ କରିବା ପାଇଁ ସମ୍ପ୍ରସାରିତ କରାଯାଇଛି, ଯେଉଁଥିରେ ପୋଲାଣ୍ଡର ଅଫିସିଆଲ୍ ଓସ୍କାର ଏଣ୍ଟ୍ରି – ଦ ପିଜାଂଟସ (ନିର୍ଦ୍ଦେଶକ : ଡିକେ ୱେଲ୍ସମ୍ୟାନ୍‌, ହ୍ୟୁ େଓଲ୍ସମ୍ୟାନ୍‌) ସମେତ ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ଚମତ୍କାର ଏବଂ ବର୍ଣ୍ଣନାତ୍ମକ ଭାବରେ ଉଲ୍ଲେଖନୀୟ ଆନିମେଟେଡ୍ ଚଳଚ୍ଚିତ୍ରର ଏକ ବିସ୍ତୃତ ଶୃଙ୍ଖଳା ରହିଛି, ଯେଉଁଥିରେ ଭାରତୀୟ ଆନିମେସନ୍ ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ।

ରିଷ୍ଟୋର୍‌ଡ କ୍ଲାସିକ୍ ବିଭାଗରେ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ (ଏନ୍‌ଏଫ୍‌ଏଚ୍‌ଏମ୍‌) ଅଧୀନରେ ଏନ୍‌ଏଫ୍‌ଡିସି – ଏନ୍‌ଏଫ୍‌ଏଆଇ ଦ୍ୱାରା ବିଶ୍ୱସ୍ତରରେ ପୁନରୁଦ୍ଧାର କରାଯାଇଥିବା ୭ଟି ବିଶ୍ୱସ୍ତରୀୟ ପ୍ରିମିୟରକୁ ଭାରତୀୟ କ୍ଲାସିକ୍ସର କ୍ଷତିଗ୍ରସ୍ତ ସେଲୁଲାଇଡ୍ ରିଲ୍ସରୁ ଅନ୍ତର୍ଭୁକ୍ତ କରାଯାଇଛି –

ବିଦ୍ୟାପତି (୧୯୩୭) ବଙ୍ଗଳା ନିର୍ଦ୍ଦେଶକ : ଦେବକୀ ବୋଷ

ଶ୍ୟାମଚି ଆଇ (୧୯୫୩), ମରାଠୀ, ନିର୍ଦ୍ଦେଶକ : ପି.କେ. ଆତ୍ରେ

ପାତାଳ ଭୈରବୀ (୧୯୫୧), ତେଲୁଗୁ, ନିର୍ଦ୍ଦେଶକ : କେ.ଭି. ରେଡ୍ଡି

ଗାଇଡ୍ (୧୯୬୫), ହିନ୍ଦୀ, ନିର୍ଦ୍ଦେଶକ : ବିଜୟ ଆନନ୍ଦ

ହକିକତ (୧୯୬୪), ହିନ୍ଦୀ, ନିର୍ଦ୍ଦେଶକ : ଚେତନ ଆନନ୍ଦ

କୋରସ୍ (୧୯୭୪) ବଙ୍ଗଳା, ନିର୍ଦ୍ଦେଶକ : ମୃଣାଳ ସେନ

ବିଶ୍ ସାଲ ବାଦ (୧୯୬୨), ହିନ୍ଦୀ, ନିର୍ଦ୍ଦେଶକ : ବୀରେନ ନାଗ

ଏହା ବ୍ୟତୀତ ଏହି ବିଭାଗରେ ୩ଟି ଅନ୍ତର୍ଜାତୀୟ ପୁନରୁଦ୍ଧାର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ, ଯେଉଁଥିରେ ଭେନିସ୍‌ରୁ ଏକ୍ସୋର୍ସିଷ୍ଟ ଏକ୍ସଟେଣ୍ଡେଡ୍ ଡାଇରେକ୍ଟରଙ୍କ କଟ୍ ଏବଂ ସେର୍ଗେଇ ପାରାଜାନୋଭଙ୍କ \’ଶାଡୋଜ୍ ଅଫ୍ ଫରଗଟନ୍ ଆଙ୍କ୍ସେଷ୍ଟର’ ସାମିଲ ରହିଛି ।

ୟୁନେସ୍କୋ ଚଳଚ୍ଚିତ୍ର – ୟୁନେସ୍କୋର ଆଦର୍ଶକୁ ପ୍ରତିଫଳିତ କରୁଥିବା ଚଳଚ୍ଚିତ୍ର : ୭ ଅନ୍ତର୍ଜାତୀୟ + ୩ ଭାରତୀୟ ଚଳଚ୍ଚିତ୍ର । ଫିଲ୍ମର ତାଲିକା ଆନେକ୍ସର (ସଂଲଗ୍ନ ପତ୍ର) ରେ ଦିଆଯାଇଛି ଏବଂ ସେଗୁଡ଼ିକର ବିବରଣୀ ଆଇଏଫ୍‌ଏଫ୍‌ଆଇର ଅଫିସିଆଲ ୱେବ୍‌ସାଇଟରେ ଅପଲୋଡ କରାଯାଉଛି ।

ସୁଗମ୍ୟ ଚଳଚ୍ଚିତ୍ର – ୫୪ତମ ଆଇଏଫ୍‌ଏଫ୍‌ଆଇରେ ଦିବ୍ୟାଙ୍ଗ ମହୋତ୍ସବ ପ୍ରତିନିଧିମାନେ ଯେପରି ସମସ୍ତ ସ୍କ୍ରିନିଂ ଏବଂ ଅନ୍ୟାନ୍ୟ ସ୍ଥାନକୁ ପ୍ରବେଶ କରିପାରିବେ ସେଥିପାଇଁ ସୁବିଧା ରହିବ । ଏହି ଉତ୍ସବକୁ ସମସ୍ତଙ୍କ ପାଇଁ ଏକ ସମାବେଶୀ ଏବଂ ଉପଲବ୍ଧ ମାଧ୍ୟମରେ ପରିଣତ କରିବା ଅନ୍ତର୍ଭୁକ୍ତିକରଣ ଦିଗରେ ନିଆଯାଇଥିବା ଏକ ପଦକ୍ଷେପ ।

ଭିନ୍ନକ୍ଷମ ପ୍ରତିନିଧି

ଦୃଷ୍ଟିହୀନଙ୍କ ପାଇଁ : ଏମ୍ବେଡେଡ୍ ଅଡିଓ ବର୍ଣ୍ଣନା ଥିବା ଚଳଚ୍ଚିତ୍ର – ସିର୍ଫ ଏକ ବନ୍ଦା କାଫି ହୈ ଏବଂ ଶେରଶାହା

ଶ୍ରୁତିବାଧିତ ମାନଙ୍କ ପାଇଁ : ଏମ୍ବେଡେଡ୍ ସାଙ୍କେତିକ ଭାଷା ଥିବା ଚଳଚ୍ଚିତ୍ର – ୮୩ ଏବଂ ଭାଗ ମିଲ୍‌ଖା ଭାଗ

ଏକାଧିକ ଭାଷାରେ ଡବିଂ – ଅନେକ ଭାରତୀୟ ପାନୋରାମା ଫିଲ୍ମକୁ “ସ୍ମାର୍ଟଫୋନ୍ ଏବଂ ଇୟରଫୋନ୍‌” ବ୍ୟବହାର କରି ପସନ୍ଦର ଭାଷାରେ ଡବିଂ ସହିତ ଦେଖିବା ପାଇଁ ଉପଲବ୍ଧ ହେବ । ଏଥିପାଇଁ ଆଇଏଫ୍‌ଏଫ୍ ଆଇ ‘ସିନେଡ୍ୟୁବ୍ସ’ ଆପ୍ ସହ ଭାଗିଦାରୀ କରିଛି, ଯାହାକୁ ମାଗଣାରେ ଉପଲବ୍ଧ କରାଯିବ । ସିନେମାଟି ଯେଉଁ ଭାଷାରେ ଥିଏଟରରେ ପ୍ରଦର୍ଶିତ ହେଉଛି, ସେହି ଭାଷା ବ୍ୟତୀତ ଆପ୍ ଜରିଆରେ ଅନେକ ଡବ୍ ଉପଲବ୍ଧ ହେବ ।

ଆଇଏଫ୍‌ଏଫ୍‌ଆଇର ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୪୦ରୁ ଅଧିକ ମହିଳା ଚଳଚ୍ଚିତ୍ର ନିର୍ମାତା ମାନଙ୍କ ଫିଚର ଫିଲ୍ମ ।

୭. ମାଷ୍ଟର କ୍ଲାସ ଏବଂ ଇନ – କନଭର୍ସେସନ୍ ଅଧିବେଶନ – ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ସିନେମାଟୋଗ୍ରାଫର ଏବଂ ଅଭିନେତା ମାନଙ୍କ ସହିତ ୨୦ରୁ ଅଧିକ ‘ମାଷ୍ଟରକ୍ଲାସ୍‌’ ଏବଂ ‘ଇନ୍ କନଭର୍ସେସନ୍‌’ ଅଧିବେଶନ ସହିତ ଏହା ଏକ ରୋମାଞ୍ଚକର ସପ୍ତାହ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଗୋଆର ପଞ୍ଜିମ୍‌ସ୍ଥିତ ଫେଷ୍ଟିଭାଲ୍ ମାଇଲ୍‌ରେ ନବୀକରଣ ହୋଇଥିବା କଳା ଏକାଡେମୀରେ ଏହାକୁ ଖୋଲାଯିବ । ମାଇକେଲ ଡଗ୍‌ଲାସ୍‌, ବ୍ରେଣ୍ଡନ ଗାଲଭିନ, ବ୍ରିଲାଣ୍ଟେ ମେଣ୍ଡୋଜା, ସନ୍ନି ଦେଓଲ, ରାଣୀ ମୁଖାର୍ଜୀ, ବିଦ୍ୟା ବାଲାନ, ଜନ୍ ଗୋଲ୍ଡୱାଟର, ବିଜୟ ସେତୁପତି, ସାରା ଅଲ୍ଲୀ ଖାନ, ପଙ୍କଜ ତ୍ରିପାଠୀ, ନୱାଜୁଦ୍ଦିନ ସିଦ୍ଦିକି, କେ. କେ. ମେନନ, କରଣ ଜୋହର, ମଧୁର ଭଣ୍ଡାରକର, ମନୋଜ ବାଜପେୟୀ, କାର୍ତ୍ତିକୀ ଗନସାଲଭସ୍‌୍‌, ବୋନି କପୁର, ଅଲ୍ଲୁ ଅରବିନ୍ଦ, ଥିଓଡୋର ଗ୍ଲୁକ୍‌, ଗୁଲସନ ଗ୍ରୋଭର ଏବଂ ଏହି ତାଲିକାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ତାରକା ରହିଛନ୍ତି ।

୮. ଗାଲା ପ୍ରିମିୟର – ଗତବର୍ଷ ଆରମ୍ଭ ହୋଇଥିବା ଗାଲା ପ୍ରିମିୟରକୁ ସମ୍ପ୍ରସାରଣ କରାଯାଉଛି । ଆଇଏଫ୍‌ଏଫ୍‌ଆଇରେ ଏହି ଫିଲ୍ମ ପ୍ରିମିୟରରେ ସେମାନଙ୍କର କଳାକାର ଏବଂ ପ୍ରତିଭାମାନେ ସେମାନଙ୍କ ଫିଲ୍ମର ପ୍ରମୋସନ ପାଇଁ ଆଇଏଫ୍‌ଏଫ୍‌ଆଇର ରେଡ କାର୍ପେଟରେ ଚାଲିବେ ।

୯. ଭର୍ଚୁଆଲ ଆଇଏଫ୍‌ଏଫ୍‌ଆଇ – ମାଷ୍ଟରକ୍ଲାସ, ବାର୍ତ୍ତାଳାପ ଅଧିବେଶନରେ, ପ୍ୟାନେଲ୍ ଆଲୋଚନା ଏବଂ ଆଇଏଫ୍‌ଏଫ୍‌ଆଇର ୫୪ତମ ସଂସ୍କରଣର ଉଦ୍‌ଘାଟନୀ / ସମାପନୀ ସମାରୋହ ବୁକ୍ ମାଇଁ ସୋ ଆପ୍ ମାଧ୍ୟମରେ ଅନଲାଇନରେ ଉପଲବ୍ଧ ହେବ । ପଞ୍ଜୀକରଣ ନାମମାତ୍ର ରଖାଯିବ ।

୧୦. ଫିଲ୍ମ ବଜାର : ଆଇଏଫ୍‌ଏଫ୍‌ଆଇ ହେଉଛି “ବିଶ୍ୱ ସିନେମାର ଉତ୍ସବ” । ଏହା ସହିତ “ସିନେମାର ବ୍ୟବସାୟ” ପାଇଁ ଏନଏଫ୍‌ଡିସି ପକ୍ଷରୁ ଏକ ଫିଲ୍ମ ବଜାରର ଆୟୋଜନ କରାଯାଇଛି । ଆଇଏଫ୍‌ଏଫ୍‌ଆଇର ଫିଲ୍ମ ବଜାର ଦକ୍ଷିଣ ଏସିଆର ସବୁଠାରୁ ବଡ ବିଶ୍ୱ ଚଳଚ୍ଚିତ୍ର ବଜାରରେ ବିକଶିତ ହୋଇଛି । ଏହା ସମ୍ଭାବ୍ୟ ସୃଜନଶୀଳ ଏବଂ ଆର୍ôଥକ ସହଯୋଗ ପାଇଁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ, ବିକ୍ରୟ ଏଜେଣ୍ଟ ଏବଂ ମହୋତ୍ସବ ପ୍ରୋଗ୍ରାମର ମାନଙ୍କ ପାଇଁ ଏକ ଉପଯୁକ୍ତ ପାରିବେଶିକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରେ । ଏହି “୧୭ତମ ଏନ୍‌ଏଫ୍‌ଡିସି ଫିଲ୍ମ ବଜାର” ଏହାର ପରିସରକୁ ବିସ୍ତାର କରିବ –

ଫିଲ୍ମ ବଜାରରେ ମଣ୍ଡପ ଓ ଷ୍ଟଲ –

ଭିଏଫ୍‌ଏକ୍ସ ଏବଂ ଟେକ୍ ପ୍ୟାଭିଲିୟନ୍ – ଏକ ନବନିର୍ମିତ “ଭିଏଫଏକ୍ସ ଏବଂ ଟେକ୍ ପ୍ୟାଭିଲିୟନ୍‌” କୁ ଫିଲ୍ମ ବଜାରରେ ସଂଯୁକ୍ତ କରାଯାଇଛି, ଯାହା ସମୁଦ୍ର ଆଡକୁ ମୁହଁ କରି ରାସ୍ତା କଡ଼ରେ ରଖାଯିବ । ଏହା ଚଳଚ୍ଚିତ୍ର ନିର୍ମାତା ମାନଙ୍କୁ ଅତ୍ୟାଧୁନିକ ଉଦ୍ଭାବନ ବିଷୟରେ ସଚେତନ କରାଇବ, କେବଳ “ଟେକିଂ ଦ ସଟ୍‌” ର ପାରମ୍ପରିକ ପଦ୍ଧତି ନୁହେଁ, ବରଂ ଅସୀମ ସମ୍ଭାବନା ସହିତ “କ୍ରିଏଟିଂ ଦ ସଟ୍‌” ମାଧ୍ୟମରେ କାହାଣୀର ସମ୍ଭାବନାକୁ ଅନୁସନ୍ଧାନ କରିବ ।

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଆୟୋଗ ଏବଂ ଭାରତୀୟ ରାଜ୍ୟ ଗୁଡ଼ିକର ଅନେକ ଷ୍ଟଲ୍ ସେମାନଙ୍କ ସ୍ଥାନ ଏବଂ ପ୍ରୋତ୍ସାହନ ଯୋଜନାର ପ୍ରଚାର ପ୍ରସାର ପାଇଁ ରହିବ ।

ଚଳଚ୍ଚିତ୍ର ସମ୍ବନ୍ଧୀୟ ପ୍ରଡକ୍ସନ ହାଉସ୍‌, ଅନୁଷ୍ଠାନ, ସଂଘ ଇତ୍ୟାଦିର ଅନେକ ଷ୍ଟଲ୍ ।

ଡକ୍ୟୁମେଣ୍ଟାରୀ ଏବଂ ଅଣ – ଫିଚର ପ୍ରକଳ୍ପ /ଚଳଚ୍ଚିତ୍ରର ପରିଚୟ

ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣର ଗୁରୁତ୍ୱପୂର୍ଣ୍ଣ ଦିଗ ସହିତ ମନୋନୀତ ଚଳଚ୍ଚିତ୍ର ନିର୍ମାତା, ଦେଶ ଏବଂ ରାଜ୍ୟ ଗୁଡ଼ିକର ପିଚିଂ ଅଧିବେଶନକୁ ଅନ୍ତର୍ଭୁକ୍ତ କରିବା ପାଇଁ “ନଲେଜ୍ ସିରିଜ୍‌” ପ୍ରସ୍ତୁତ କରାଯାଇଥିଲା ।

ଗତବର୍ଷ ଆରମ୍ଭ ହୋଇଥିବା ‘ବୁକ୍ ଟୁ ବକ୍ସ ଅଫିସ୍‌’ ବିଭାଗ ‘ଦ ଷ୍ଟୋରୀ ଇଙ୍କ୍ ‘ ସହ ଭାଗିଦାରୀ କରି ସୃଜନଶୀଳ ଲେଖକ ମାନଙ୍କୁ ସେମାନଙ୍କ ରଚନା ଦାଖଲ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଏବଂ ଏହି କାହାଣୀ ଗୁଡ଼ିକୁ ପ୍ରଯୋଜକ ଏବଂ ପ୍ଲାଟଫର୍ମର ମୁଖ୍ୟଙ୍କ ନିକଟରେ ପରିଚିତ କରାଇବ ।

ମୋଟ ଉପରେ ଚଳିତ ବର୍ଷ ଫିଲ୍ମ ବଜାରର ୧୭ତମ ସଂସ୍କରଣରେ ୩୦୦ରୁ ଅଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରକଳ୍ପ ନିର୍ମାଣ, ବିତରଣ କିମ୍ବା ବିକ୍ରୟ ପାଇଁ ପ୍ରଦର୍ଶିତ ହେବ ।

୬. ୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ (ସିଏମ୍ ଓଟି): ମାନ୍ୟବର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କର ମାନସ ସନ୍ତାନ ୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ , ପଦକ୍ଷେପର ଉଦ୍ଦେଶ୍ୟ ଚଳଚ୍ଚିତ୍ର ନିର୍ମାଣର ବିଭିନ୍ନ ବ୍ୟବସାୟରୁ ଯୁବ ସୃଜନଶୀଳ ପ୍ରତିଭାମାନଙ୍କୁ ଚିହ୍ନଟ କରିବା, ଉତ୍ସାହିତ କରିବା ଏବଂ ପ୍ରୋତ୍ସାହିତ କରିବା । ସର୍ଟସ ଟିଭି ହେଉଛି ଧାର୍ମିକ ପ୍ରୋଗ୍ରାମିଂ ପାର୍ଟନର, ଯାହା ଟିଭି, ମୋବାଇଲ, ଅନଲାଇନ ଏବଂ ଥିଏଟରରେ ଉପଲବ୍ଧ ଉଚ୍ଚ ଗୁଣବତ୍ତା ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଧାରାବାହିକର ବିଶ୍ୱର ସର୍ବବୃହତ ତାଲିକା । ଏହି ଚୟନିତ ‘ସୃଜନଶୀଳ ମସ୍ତିଷ୍କ’ କୁ ‘ଫିଲ୍ମ ଚ୍ୟାଲେଞ୍ଜ’ ପାଇଁ ୫ଟି ଦଳରେ ବିଭକ୍ତ କରାଯାଇଛି , ଯେଉଁମାନେ ୪୮ ଘଣ୍ଟାରେ ଗୋଟିଏ ଲେଖାଏଁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବେ । ଚଳିତ ବର୍ଷ ପ୍ରାର୍ଥୀମାନେ ବିଶେଷ କରି ସିନେମାର ମାଷ୍ଟରଙ୍କ ଦ୍ୱାରା ପରିଚାଳିତ ବୃତ୍ତିଗତ କ୍ଲାସ କରିବେ ଏବଂ ନିଯୁକ୍ତି ପାଇଁ ୨୦ରୁ ଅଧିକ ଅଗ୍ରଣୀ କମ୍ପାନୀ ସହିତ ଏକ “ପ୍ରତିଭା ଶିବିର” ଆୟୋଜନ କରାଯିବ ।

୭. ଆଇଏଫ୍‌ଏଫ୍ ଆଇ ସିନେ – ମେଳା: ଆଇଏଫ୍‌ଏଫ୍‌ଆଇ କେବଳ ସିନେମା ଉତ୍କର୍ଷତାର ପ୍ରଦର୍ଶନ ନୁହେଁ ବରଂ ସାଂସ୍କୃତିକ ବିବିଧତାର ଏକ ଉତ୍ସବ । ଚଳିତ ବର୍ଷ, ଆଇଏଫ୍‌ଏଫ୍‌ଆଇ ସିନେ – ମେଳା ସିନେମା ଉତ୍ସବରେ ଏକ ଚମତ୍କାର ସଂଯୋଜନ ହେବ, ଯେଉଁଠାରେ ଆଇଏଫ୍‌ଏଫ୍‌ଆଇର ଅଂଶଗ୍ରହଣକାରୀ ଏବଂ ଏପରିକି ଆଇଏଫ୍‌ଏଫ୍‌ଆଇ ପାଇଁ ପଞ୍ଜୀକୃତ ହୋଇନଥିବା ସ୍ଥାନୀୟ ଏବଂ ପର୍ଯ୍ୟଟକମାନେ ମଧ୍ୟ ସିନେମା, କଳା, ସଂସ୍କୃତି, କାରିଗରୀ, ଖାଦ୍ୟ ଇତ୍ୟାଦିର ଯାଦୁ ପାଳନ କରିବା ସହିତ ଆକର୍ଷଣୀୟ କାର୍ଯ୍ୟକଳାପ ଉପଭୋଗ କରିପାରିବେ ।

୮. ଅନ୍ୟାନ୍ୟ ଆକର୍ଷଣ : ଓପନ୍ ଏୟାର ସ୍କ୍ରିନିଂ, କାରାଭାନ୍‌, ଶିଗମୋତ୍ସବ, ଗୋଆ କାର୍ନିଭାଲ୍‌, ସେଲ୍ଫି ପଏଣ୍ଟ୍‌, ଆଇଏଫ୍‌ଏଫ୍‌ଆଇ ମାର୍କେଣ୍ଡାଇଜ୍ ଇତ୍ୟାଦି, ଯାହା ଦ୍ୱାରା ଆଇଏଫ୍‌ଏଫ୍‌ଆଇକୁ ବିଶ୍ୱ ପାଇଁ ଭାରତର ଅନ୍ୟତମ ବୃହତ୍ତମ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ବିକଶିତ କରାଯାଇପାରିବ ।

୯. ଫେଷ୍ଟିଭାଲ ଭେନ୍ୟୁର ବ୍ରାଣ୍ଡିଂ ଏବଂ ଡେକୋର୍ ଅଫ୍ ଫେଷ୍ଟିଭାଲ ଭେନ୍ୟୁ – ଏନ୍‌ଏଫ୍‌ଡିସି ଏବଂ ଇଏସ୍‌ଜି ଫେଷ୍ଟିଭାଲ ଭେନ୍ୟୁର ସମ୍ପୂର୍ଣ୍ଣ ସାଜସଜ୍ଜା ଏବଂ ବ୍ରାଣ୍ଡିଂ ପାଇଁ ଅହମ୍ମଦାବାଦର ଏନ୍‌ଆଇଡି ସହିତ ଭାଗିଦାରୀ କରିଛନ୍ତି ।

୧୦. ଭାରତର ସଂସ୍କୃତିକୁ ପାଳନ କରିବା (୫ ଦିନ) – ଚଳଚ୍ଚିତ୍ର ସ୍କ୍ରିନିଂ, ଗାଲା ପ୍ରିମିୟର ଏବଂ ଭ୍ରମଣକାରୀ ଚଳଚ୍ଚିତ୍ର ପ୍ରତିଭାମାନଙ୍କୁ ସେମାନଙ୍କ ଅଞ୍ଚଳ ପ୍ରଦର୍ଶନ କରିବା ପାଇଁ ସଂଗଠିତ କରିବା ।

: ପୂର୍ବ : ବଙ୍ଗଳା, ଓଡ଼ିଆ, ଆସାମୀ, ମଣିପୁରୀ ଓ ଉତ୍ତର ପୂର୍ବ ଉପଭାଷା

: ଦକ୍ଷିଣ ୧: ତାମିଲ ଓ ମାଲାୟାଲମ

: ଉତ୍ତର : ପଞ୍ଜାବୀ, ଡୋଗରୀ, ଭୋଜପୁରୀ, ରାଜସ୍ଥାନୀ, ଉର୍ଦ୍ଦୁ, ଛତିଶଗଡ଼ୀ

: ପଶ୍ଚିମ : କୋଙ୍କଣୀ, ମରାଠୀ, ଗୁଜରାଟୀ

: ଦକ୍ଷିଣ ୨: କନ୍ନଡ ଓ ତେଲୁଗୁ

୧୧. ଆଇଏଫଏଫଆଇ https://iffigoa.org/. ର ଅଫିସିଆଲ ୱେବସାଇଟରେ ଦୈନିକ ଘୋଷଣା ଏବଂ ଅପଡେଟ୍ ଦେଖିବାକୁ ମିଳିବ ।

୧୨. ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫ୍‌ଡିସି) ଜରିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହାର ମନୋରଞ୍ଜନ ସୋସାଇଟି ଅଫ୍ ଗୋଆ (ଇଏସଜି) ଜରିଆରେ ଗୋଆ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ୨୦ରୁ ୨୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଗୋଆଠାରେ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)’ ଆୟୋଜନ କରୁଛି । ୧୩. ଆଇଏଫ୍‌ଏଫ୍‌ଆଇ ବିଶ୍ୱର ୧୪ଟି ବୃହତ୍ତମ ଏବଂ ସମ୍ମାନଜନକ ‘ଅନ୍ତର୍ଜାତୀୟ ପ୍ରତିଯୋଗିତା ଫିଚର ଫିଲ୍ମ ଫେଷ୍ଟିଭାଲ’ ମଧ୍ୟରୁ ଅନ୍ୟତମ ଯାହା ବିଶ୍ୱସ୍ତରରେ ଚଳଚ୍ଚିତ୍ର ମହୋତ୍ସବ ପରିଚାଳନା କରୁଥିବା ଅନ୍ତର୍ଜାତୀୟ ସଂସ୍ଥା ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଫିଲ୍ମ ପ୍ରଡ୍ୟୁସର୍ସ ଆସୋସିଏସନ୍ (ଏଫ୍‌ଆଇଏପିଏଫ) ଦ୍ୱାରା ସ୍ୱୀକୃତିପ୍ରାପ୍ତ । ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଯଥା କାନ୍ସ, ବର୍ଲିନ୍ ଏବଂ ଭେନିସ୍ ହେଉଛି ଅନ୍ୟ ପ୍ରତିଷ୍ଠିତ ଉତ୍ସବ, ଯାହା ଏହି ଶ୍ରେଣୀ ଅଧୀନରେ ଏଫ୍‌ଆଇଏପିଏଫ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ।

୧୪. ଏହି ବାର୍ଷିକ ସିନେମା ମହୋତ୍ସବ ବର୍ଷ ବର୍ଷ ଧରି ବିଶ୍ୱ ଏବଂ ଭାରତୀୟ ସିନେମାର ଶ୍ରେଷ୍ଠ ସ୍ଥାନରେ ରହିଛି ଯେଉଁଥିରେ ଭାରତର ଚଳଚ୍ଚିତ୍ର ଜଗତ ତଥା ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନେ ପ୍ରତିନିଧି, ଅତିଥି ଏବଂ ବକ୍ତା ଭାବରେ ଯୋଗ ଦେଇଥାନ୍ତି ।

Categories
ଖେଳ ବିଶେଷ ଖବର

ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି।

ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଅଲରାଉଣ୍ଡ ଇଭେଣ୍ଟରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ପରେ ଭଲ୍ଟ ଇଭେଣ୍ଟ, ବାଲାନ୍ସିଂ ବିମ୍ସ ଇଭେଣ୍ଟ ଏବଂ ଅନଇଭେନ ବାର୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଫ୍ଲୋର୍ ଅଭ୍ୟାସରେ ସେ ସ୍ୱର୍ଣ୍ଣ ପଦକ ରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ସହ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣତିଙ୍କ ସଫଳତା ପାଇଁ ଆନନ୍ଦ ପ୍ରକାଶ କରିବା ସହ କହିଛନ୍ତି ଯେ ଓଡିଶାରେ କ୍ରୀଡା ପ୍ରତିଭା ସୃଷ୍ଟି ଉଦ୍ୟମ ର ବଳିଷ୍ଠ ପ୍ରମାଣ ହେଉଛି ପ୍ରଣତି ନାୟକଙ୍କ ସଫଳତା। ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ତାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ ପାଇଁ ଶୁଭେଚ୍ଛା ଜଣାଉଛି। ପ୍ରଣତି ଯୁବ ଆଥଲେଟମାନଙ୍କ ପାଇଁ ଏକ ପ୍ରକୃତ ପ୍ରେରଣା, ଏବଂ ମୋର ବିଶ୍ୱାସ ଯେ ସେ ଆମ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିବେ।

ଓଡ଼ିଶା ଜିମ୍ନାଷ୍ଟିକ୍ସ ଦଳର ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

ଭବିଷ୍ୟତରେ ପ୍ରଣତିଙ୍କୁ ଯେପରି ଅଧିକ ସଫଳତା ମିଳିପାରିବ ସେଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ ଅଧ୍ୟକ୍ଷ, ୫-ଟି ତଥା ନବୀନ ଓଡ଼ିଶା ଭି କେ ପାଣ୍ଡିଆନ ଉପସ୍ଥିତ ରହି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଭଳି ପ୍ରଶିକ୍ଷକ ଓ କ୍ରୀଡ଼ାବିତ୍ ଙ୍କ ସମର୍ପଣ ଓଡ଼ିଶାର କ୍ରୀଡ଼ାର ପରିବର୍ତ୍ତନ ଦିଗରେ ପ୍ରେରଣା ବୋଲି ସେ କହିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଥିବା ଜିମ୍ନାଷ୍ଟିକ୍ସ ଏଏମ୍ଏନ୍ଏସ୍/ଇଣ୍ଡିଆ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟ୍ ପ୍ରଣତି ନାୟକ ତାଙ୍କ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଦକ୍ଷ ତତ୍ତ୍ୱାବଧାନରେ ଅଛନ୍ତି। ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ଏ ଦିଗରେ ତାଙ୍କ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ତାଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ପ୍ରଣତି ନାୟକ ଓ ପ୍ରଶିକ୍ଷକ ଅଶୋକ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ତୃଣମୂଳସ୍ତରରୁ ଏଲିଟ୍(ସର୍ବୋଚ୍ଚ) ସ୍ତର ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସକୁ ସମର୍ଥନ ଓ ପ୍ରୋତ୍ସାହିତ କରିଥିବାରୁ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି। ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ, ଯେଉଁମାନେ ୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ କ୍ରୀଡ଼ାର ମହାକୁମ୍ଭର ଯାତ୍ରା ଗୋଆରେ ପହଞ୍ଚିଛି ଏବଂ ପରିବେଶ ରଙ୍ଗ, ତରଙ୍ଗ, ଉତ୍ସାହ ଏବଂ ଦୁଃସାହସିକତାରେ ପରିପୂର୍ଣ୍ଣ । “ଗୋଆର ଆଭା ଭଳି କିଛି ନାହିଁ”, ଶ୍ରୀ ମୋଦୀ ଜୋର ଦେଇ କହିଥିଲେ । ସେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଦେଶର କ୍ରୀଡ଼ା କ୍ଷେତ୍ରରେ ଗୋଆର ଅବଦାନ ଉପରେ ପ୍ରଧାନମନ୍ତ୍ରୀ​ ଆଲୋକପାତ କରିଥିଲେ ଏବଂ ଫୁଟବଲ ପ୍ରତି ଗୋଆର ଭଲପାଇବା ବିଷୟରେ ଉଲ୍ଲେଖ କରିଥିଲେ। କ୍ରୀଡ଼ାପ୍ରିୟ  ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ ହେବା ଉତ୍ସାହଜନକ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଜାତୀୟ କ୍ରୀଡ଼ା ଏଭଳି ଏକ ସମୟରେ ଆୟୋଜନ ହେଉଛି ଯେତେବେଳେ ଦେଶ କ୍ରୀଡ଼ା ଜଗତରେ ନୂଆ ସଫଳତା ହାସଲ କରୁଛି । ଏସୀୟ କ୍ରୀଡ଼ାରେ ୭୦ ବର୍ଷର ରେକର୍ଡ ଭାଙ୍ଗିଥିବା ସଫଳତା ବିଷୟରେ ସେ ଉଲ୍ଲେଖ କରିବା ସହ ଚଳିତ ଏସୀୟ ପାରା ଗେମ୍ସ ବିଷୟରେ ମଧ୍ୟ କହିଥିଲେ ଯେଉଁଠାରେ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରି ଦେଶର କ୍ରୀଡ଼ାବିତ୍‌ମାନେ ୭୦ରୁ ଅଧିକ ପଦକ ହାସଲ କରିଥିବା ସେ କହିଥିଲେ। ସେ ନିକଟରେ ଶେଷ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଠାରେ ଭାରତ ଇତିହାସ ରଚିଥିଲା । କ୍ରୀଡ଼ା ଜଗତରେ ଭାରତର ସାମ୍ପ୍ରତିକ ସଫଳତା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ଶ୍ରୀ ମୋଦୀ କହିଥିଲେ। ଜାତୀୟ କ୍ରୀଡ଼ାକୁ ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଦୃଢ଼ ଲଞ୍ଚପ୍ୟାଡ୍ ବା ମୂଳଦୁଆ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଲାଗି ରହିଥିବା ଥିବା ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଖେଳାଳୀମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ କରିଥିଲେ।

ଭାରତରେ ପ୍ରତିଭାର ଅଭାବ ନାହିଁ ଏବଂ ବଞ୍ଚିତ ସତ୍ତ୍ୱେ ଦେଶ ଚାମ୍ପିୟନ ସୃଷ୍ଟି କରିଛି, ତଥାପି ପଦକ ତାଲିକାରେ ଖରାପ ପ୍ରଦର୍ଶନ ସର୍ବଦା ଦେଶବାସୀଙ୍କୁ ମାନ୍ୟତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ଭିତ୍ତିଭୂମି, ଚୟନ ପ୍ରକ୍ରିୟା, କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା, ପ୍ରଶିକ୍ଷଣ ଯୋଜନା ଏବଂ ସମାଜର ମାନସିକତାରେ ୨୦୧୪ ପରେ ଆସିଥିବା ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରିଥିଲେ। ଏହିପରି ଭାବେ ଆମେ କ୍ରୀଡ଼ା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବାଧକ ଦୂର କରିଥିଲୁ। ପ୍ରତିଭା ଆବିଷ୍କାରଠାରୁ ଆରମ୍ଭ କରି ଅଲିମ୍ପିକ୍ସ ପୋଡିୟମ୍ ପର୍ଯ୍ୟନ୍ତ ସରକାର ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

୯ ବର୍ଷ ପୂର୍ବର କ୍ରୀଡ଼ା ବଜେଟ୍ ତୁଳନାରେ ଚଳିତ ବର୍ଷର କ୍ରୀଡ଼ା ବଜେଟ୍ ତିନି ଗୁଣ ଅଧିକ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଖେଲୋ ଇଣ୍ଡିଆ ଏବଂ ଟପ୍ସ ଭଳି ପଦକ୍ଷେପର ନୂତନ ବ୍ୟବସ୍ଥା ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଖୋଜୁଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ଟପ୍ସରେ ଶ୍ରେଷ୍ଠ ଆଥଲେଟମାନେ ବିଶ୍ୱର ଶ୍ରେଷ୍ଠ ପ୍ରଶିକ୍ଷଣ ପାଉଛନ୍ତି ଏବଂ ୩୦୦୦ ଆଥଲେଟ୍ ଖେଲୋ ଇଣ୍ଡିଆରେ ପ୍ରଶିକ୍ଷଣ ନେଉଛନ୍ତି। ଖେଳାଳିଙ୍କୁ ବାର୍ଷିକ ୬ ଲକ୍ଷ ଟଙ୍କାର ବୃତ୍ତି ମିଳୁଛି। ଖେଲୋ ଇଣ୍ଡିଆ ଅଧୀନରେ ଆବିଷ୍କୃତ ପ୍ରାୟ ୧୨୫ ଜଣ ଖେଳାଳି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ୩୬ ପଦକ ଜିତିଥିଲେ। ଖେଲୋ ଇଣ୍ଡିଆ ଜରିଆରେ ପ୍ରତିଭାକୁ ଆବିଷ୍କାର କରିବା,  ସେମାନଙ୍କୁ ପୋଷଣ କରିବା ଏବଂ ଟପ୍ସ ଦ୍ୱାରା ଅଲିମ୍ପିକ୍ସ ପୋଡିୟମରେ ପହଞ୍ଚିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଓ ଦୃଢ଼ ମନୋବଳ ପ୍ରଦାନ କରିବା ଆମର  ଯୋଜନା ବୋଲି ସେ କହିଥିଲେ ।

ଯେକୌଣସି ଦେଶର କ୍ରୀଡ଼ା କ୍ଷେତ୍ରର ଅଗ୍ରଗତି ଏହାର ଅର୍ଥବ୍ୟବସ୍ଥାର ପ୍ରଗତି ସହିତ ସିଧାସଳଖ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ଏକ ନକାରାତ୍ମକ ବାତାବରଣ କ୍ରୀଡ଼ା କ୍ଷେତ୍ର ତଥା ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେଉଥିବା ବେଳେ କ୍ରୀଡ଼ାକ୍ଷେତ୍ରରେ ଭାରତର ସାମ୍ପ୍ରତିକ ସଫଳତା ଏହାର ସାମଗ୍ରିକ ସଫଳତାର କାହାଣୀ ସହ ସମାନ ବୋଲି ସେ ଦର୍ଶାଇଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ନୂତନ ରେକର୍ଡ ଭାଙ୍ଗିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛି । ‘‘ଭାରତର ଗତି ଏବଂ ବ୍ୟାପକତା ସହିତ ମେଳ କରିବା କଷ୍ଟକର’’, ସେ ଗୁରୁତ୍ୱାରୋପ କରିଥିଲେ । ବିଗତ ୩୦ ଦିନ ମଧ୍ୟରେ ଭାରତର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଦେଶ ସମାନ ପରିମାଣରେ ଏବଂ ଦ୍ରୁତ ଗତିରେ ଆଗକୁ ବଢିବ, ତେବେ ମୋଦୀ ହିଁ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ଦେଇପାରିବେ । ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା, ଗଗନଯାନର ସଫଳ ପରୀକ୍ଷଣ, ଭାରତର ପ୍ରଥମ ରାପିଡ୍ ରେଳ ‘ନମୋ ଭାରତ’ର ଉଦଘାଟନ, ବେଙ୍ଗାଲୁରୁ ମେଟ୍ରୋର ସମ୍ପ୍ରସାରଣ, ଜମ୍ମୁ ଓ କଶ୍ମୀରର ପ୍ରଥମ ଭିଷ୍ଟା ଡୋମ୍ ଟ୍ରେନ୍ ସେବା, ଦିଲ୍ଲୀ-ବଡୋଦରା ଏକ୍ସପ୍ରେସୱେର ଉଦଘାଟନ, ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ, ୬ ଲକ୍ଷ କୋଟି ଟଙ୍କାର ଚୁକ୍ତି ହୋଇଥିବା ଗ୍ଲୋବାଲ୍ ମେରିଟାଇମ୍ ଶିଖର ସମ୍ମିଳନୀ ବିଷୟରେ ସେ ଉଲ୍ଲେଖ କରିଥିଲେ। ଇସ୍ରାଏଲରୁ ଭାରତୀୟଙ୍କୁ ଫେରାଇ ଆଣିଥିବା ଅପରେସନ ଅଜୟ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌ ସେବାର ଆରମ୍ଭ, 5-ଜି ଉପଭୋକ୍ତା ସଂଖ୍ୟାରେ ଭାରତର ଶ୍ରେଷ୍ଠ ୩ ଟି ଦେଶ ମଧ୍ୟରେ ସ୍ଥାନ ପାଇବା, ଆପଲ ପରେ ଗୁଗଲ ଭାରତରେ ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ନିକଟରେ ଘୋଷଣା କରିବା ଏବଂ ଦେଶରେ ଫଳ ଏବଂ ପନିପରିବା ଉତ୍ପାଦନରେ ଏକ ନୂତନ ରେକର୍ଡ ଆଦି ସଫଳତା ଦେଶକୁ ମିଳିଛି । ‘‘ଏହା ମାତ୍ର ତାଲିକାର  ଅଧା’’, ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଚାଲିଥିବା ସମସ୍ତ କାର୍ଯ୍ୟର ମୂଳରେ ଦେଶର ଯୁବବର୍ଗ ଅଛନ୍ତି । ସେ ନୂଆ ପ୍ଲାଟଫର୍ମ ‘ମୋ ଭାରତ’ ବିଷୟରେ ଆଲୋଚନା କରିଥିଲେ ଯାହା କି ଯୁବପିଢ଼ିଙ୍କୁ ପରସ୍ପର ମଧ୍ୟରେ ଏବଂ ଦେଶର ଯୋଜନା ସହିତ ଯୋଡ଼ିବା ପାଇଁ ଏକ ୱାନ୍ ଷ୍ଟପ୍ ସେଣ୍ଟର ହେବ ଯାହା ଦ୍ୱାରା ସେମାନେ ସେମାନଙ୍କର ସାମର୍ଥ୍ୟକୁ ଉପଲବ୍ଧ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାର ସର୍ବାଧିକ ସୁଯୋଗ ପାଇପାରିବେ । ଭାରତର ଯୁବ ଶକ୍ତିକୁ ବିକଶିତ ଭାରତର ଯୁବ ଶକ୍ତିରେ ପରିଣତ କରିବା ପାଇଁ ଏହା ଏକ ମାଧ୍ୟମ ହେବ। ଆଗାମୀ ଏକତା ଦିବସରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିବେ । ଏହି ଦିନ ‘ରନ୍ ଫର୍ ୟୁନିଟି’ର ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଜି ଯେତେବେଳେ ଉଭୟ ଭାରତର ସଂକଳ୍ପ ଓ ପ୍ରୟାସ ଏତେ ବିଶାଳ, ସେତେବେଳେ ଭାରତର ଆକାଂକ୍ଷା ଉଚ୍ଚ ହେବା ସ୍ୱାଭାବିକ। ‘‘ସେଥିପାଇଁ ଆଇଓସି ଅଧିବେଶନରେ ମୁଁ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ରଖିଥିଲି। ମୁଁ ଅଲିମ୍ପିକ୍ସର ସର୍ବୋଚ୍ଚ କମିଟିକୁ ଆଶ୍ୱାସନା ଦେଇଥିଲି ଯେ ଭାରତ ୨୦୩୦ରେ ଯୁବ ଅଲିମ୍ପିକ୍ସ ଏବଂ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଆମର ଆକାଂକ୍ଷା କେବଳ ଭାବନାରେ ସୀମିତ ନୁହେଁ । ବରଂ ଏହା ପଛରେ କିଛି ଠୋସ୍ କାରଣ ରହିଛି। ୨୦୩୬ରେ ଭାରତର ଅର୍ଥନୀତି ଏବଂ ଭିତ୍ତିଭୂମି ସହଜରେ ଅଲିମ୍ପିକ୍ସ ଆୟୋଜନ କରିବା ସ୍ଥିତିରେ ରହିବ’’, ପ୍ରଧାନମନ୍ତ୍ରୀ କହିଥିଲେ।

“ଆମର ଜାତୀୟ କ୍ରୀଡ଼ା ମଧ୍ୟ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ”, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ଭାରତର ପ୍ରତ୍ୟେକ ରାଜ୍ୟ ପାଇଁ ଏହାର ସାମର୍ଥ୍ୟ ପ୍ରଦର୍ଶନ କରିବାର ଏକ ଉତ୍ତମ ମାଧ୍ୟମ । ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ଗୋଆ ସରକାର ଏବଂ ଗୋଆବାସୀଙ୍କ ପ୍ରସ୍ତୁତିକୁ ସେ ପ୍ରଶଂସା କରିଥିଲେ। ଏଠାରେ ସୃଷ୍ଟି ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ଆଗାମୀ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଗୋଆର ଯୁବକମାନଙ୍କ ପାଇଁ ଉପଯୋଗୀ ହେବ ଏବଂ ଏହି ମାଟି ଦେଶ ପାଇଁ ଅନେକ ନୂତନ ଖେଳାଳି ସୃଷ୍ଟି କରିବ । ଭବିଷ୍ୟତରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଏହି ଭିତ୍ତିଭୂମିକୁ ବ୍ୟବହାର କରାଯିବ ବୋଲି ସେ କହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଗୋଆରେ ଯୋଗାଯୋଗ ସମ୍ବନ୍ଧୀୟ ଆଧୁନିକ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି। ଜାତୀୟ କ୍ରୀଡ଼ା ଗୋଆର ପର୍ଯ୍ୟଟନ ଏବଂ ଅର୍ଥବ୍ୟବସ୍ଥାକୁ ବିଶେଷ ଭାବେ ଲାଭାନ୍ୱିତ କରିବ ।

ପ୍ରଧାନମନ୍ତ୍ରୀ ଗୋଆକୁ ଉତ୍ସବର ଭୂମି ଭାବରେ ସ୍ୱୀକାର କରିଥିଲେ ଏବଂ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଶିଖର ସମ୍ମିଳନୀର କେନ୍ଦ୍ର ଭାବରେ ରାଜ୍ୟର ମର୍ଯ୍ୟାଦା ବଢ଼ୁଛି । ୨୦୧୬ ବ୍ରିକ୍ସ ସମ୍ମିଳନୀ ଏବଂ ଅନେକ ଜି-୨୦ ସମ୍ମିଳନୀ ବୈଠକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜି-୨୦ ଦ୍ୱାରା ‘ଦୀର୍ଘସ୍ଥାୟୀ ପର୍ଯ୍ୟଟନ ପାଇଁ ଗୋଆ ରୋଡ୍ ମ୍ୟାପ୍’ ଗ୍ରହଣ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ, ଯେକୌଣସି କ୍ଷେତ୍ରରେ, ଯେକୌଣସି ଚ୍ୟାଲେଞ୍ଜରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ‘‘ଆମେ ଏହି ସୁଯୋଗ କୁ ହାତଛଡ଼ା କରିବା ଉଚିତ ନୁହେଁ। ଏହି ଆହ୍ୱାନରେ ମୁଁ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ କରିବାକୁ ଘୋଷଣା କରୁଛି। ଆପଣ ସମସ୍ତ ଆଥଲେଟଙ୍କୁ ପୁଣି ଅନେକ ଅନେକ ଶୁଭେଚ୍ଛା । ଗୋଆ ପ୍ରସ୍ତୁତ ଅଛି”, ସେ ଶେଷରେ କହିଥିଲେ।

ଏହି ଅବସରରେ ଗୋଆର ରାଜ୍ୟପାଳ ଶ୍ରୀ ପିଏସ୍ ଶ୍ରୀଧରନ ପିଲ୍ଲାଇ, ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଡ. ପିଟି ଉଷା ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ କ୍ରୀଡ଼ା ସଂସ୍କୃତିରେ ବ୍ୟାପକ ପରିବର୍ତନ ଆସିଛି ନିରନ୍ତର ସରକାରୀ ସହାୟତା ସହାୟତାରେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରିବା ଏବଂ କ୍ରୀଡ଼ାର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ମହତ୍ୱକୁ ସ୍ୱୀକାର କରି ଦେଶରେ ଜାତୀୟ କ୍ରୀଡ଼ା ଆୟୋଜନ କରାଯାଉଛି।

ପ୍ରଥମ ଥର ପାଇଁ ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ କରାଯାଉଛି। ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ଅନୁଷ୍ଠିତ ହେବ। ଦେଶବ୍ୟାପୀ ୧୦ ହଜାରରୁ ଅଧିକ ଆଥଲେଟ୍ ୨୮ ଟି କ୍ରୀଡ଼ାସ୍ଥଳୀରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।

 

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଓ ଗୋଆ ଗସ୍ତ କରିବେ। ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ। ମନ୍ଦିରରେ ସେ ମଧ୍ୟ ନବନିର୍ମିତ ଧାଡିି ଦର୍ଶନ ପରିସରକୁ ଉଦ୍‌ଘାଟନ କରିବେ। ପ୍ରାୟ ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ପ୍ରାୟ ୩ଟା ୧୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଶିରିଡିଠାରେ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଂଚି ୩୭ତମ ଜାତୀୟ କ୍ରୀଡାକୁ ଉଦ୍‌ଘାଟନ କରିବେ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିରିଡିଠାରେ ଉଦ୍‌ଘାଟିତ ହେବାକୁ ଥିବା ନୂତନ ଧାଡି ଦର୍ଶନ ପରିସର ଭବନ ଅତ୍ୟାଧୁନିକ ଢାଞ୍ଚାରେ ଆରାମ ଦାୟକ ପ୍ରତୀକ୍ଷା ସ୍ଥଳଭାବେ ନିର୍ମିତ ହୋଇଛି । ଏଥିରେ କେତେଗୁଡିଏ ପ୍ରତୀକ୍ଷାଳୟ ରହିଛି ଯେଉଁଥିରେ ଦଶ ହଜାରରୁ ଅଧିକ ଭକ୍ତ ଏକା ସମୟରେ ଦର୍ଶନ ପାଇଁ ଅପେକ୍ଷା କରିପାରିବେ । ଏଥିରେ ବାତାନୁକୂଳୀତ ଜନ ସୁବିଧା ଯଥା ଆସବାବପତ୍ର ରଖିବା ଘର, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଅକ୍ଟୋବର ୨୦୧୮ରେ ଏହି ନୂତନ ଧାଡି ଦର୍ଶନ ପରିସରର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ଡ୍ୟାମର ୮୫ କିଲୋମିଟର ଦୀର୍ଘ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏଥି ଯୋଗୁଁ ଅହମ୍ମଦନଗର ଜିଲ୍ଲାରୁ ଛଅ ଓ ନାସିକରୁ ଗୋଟିଏ, ଏହିପରି ମୋଟ ସାତଟି ତହସିଲରେ ୧୮୨ଟି ଗ୍ରାମର ଜନସାଧାରଣ ପାଇପ୍ ଯୋଗେ ପାଣି ପାଇ ଉପକୃତ ହେବେ । ନୀଲୱାଣ୍ଡେ ଡ୍ୟାମ କାର୍ଯ୍ୟ ୧୯୭୦ରେ ଆରମ୍ଭ କରାଯାଇଥିବାବେଳେ ଏହା ୫୧୭୭ କୋଟି ଟଙ୍କାରେ ସମ୍ପୂର୍ଣ୍ଣ ହୋଇଛି ।

ଜନସାଧାରଣଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଯୋଗୁଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମହାରାଷ୍ଟ୍ରର ୮୬ଲକ୍ଷରୁ ଅଧିକ କୃଷକ ସୁବିଧା ପାଇବେ । ସେମାନଙ୍କୁ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ବିକାଶମୂଳକ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେଗୁଡିକ ମଧ୍ୟରେ ଅହମ୍ମଦନଗର ସିଭିଲ ହସ୍‌ପିଟାଲରେ ଆୟୁଷ ହସପିଟାଲ, କୁର୍ଦୁୱାଡୀ-ଲାଟୁର ରୋଡ ୧୮୬ କିଲୋମିଟର ଦୀର୍ଘ ରେଳପଥ ବିଦ୍ୟୁତୀକରଣ, ଜଳଗାଓଁରୁ ଭୂଷାବଲ ମଧ୍ୟରେ ୨୪.୪୬ କିଲୋମିଟର ତୃତୀୟ ଓ ଚତୁର୍ଥ ରେଲପଥ, ଏନଏଚ୍‌-୧୬୬ ସାଙ୍ଗିଲିରୁ ବୋରଗାଓଁ ଚାରିଲାଇନ ବିଶିଷ୍ଟ ସଡକ, ଭାରତୀୟ  ‌ତୌଳ ନିଗମର ମନମାଡ ଟର୍ମିନାଲରେ ଅତିରିକ୍ତ ସୁବିଧା ଅର୍ନ୍ତଭୁର୍କ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦନଗର ସିଭିଲ ହସ୍‌ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିବେ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଓ ସ୍ୱାମୀତ୍ୱ କାର୍ଡ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିବେ ।

ଗୋଆରେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ତାଙ୍କ ନେତୃତ୍ୱରେ ଦେଶର କ୍ରୀଡା ସଂସ୍କୃତିରେ ବିଶାଳ ପରିବର୍ତ୍ତନ ଘଟିଛି। ନିରବଚ୍ଛିନ୍ନ ସରକାରୀ ପ୍ରୋତ୍ସାହନ ଯୋଗୁଁ କ୍ରୀଡାବିତ୍‌ମାନଙ୍କ କ୍ରୀଡ ନୈପଣ୍ୟ ଆର୍ନ୍ତଜାତିକ ସ୍ତରରେ ଛୁଇଁଛି । କ୍ରୀଡାବିତମାନଙ୍କ ଉତ୍ତମ ପ୍ରଦର୍ଶନକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ସ୍ଥାନରେ ଜାତୀୟ କ୍ରୀଡାମାନ ଅନୁଷ୍ଠିତ ହେଉଛି ।

ପ୍ରଧାନମନ୍ତ୍ରୀ ଗୋଆର ମାଓଗାଓଁ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ୨୬ତାରିଖ ଦିନ ୩୭ତମ ଜାତୀୟ କ୍ରୀଡାର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଅଂଶଗ୍ରହଣକାରୀ କ୍ରୀଡାବିତମାନଙ୍କୁ ମଧ୍ୟ ସମ୍ବୋଧନ କରିବେ ।

ପ୍ରଥମଥର ନିମନ୍ତେ ଗୋଆରେ ଏହି ଜାତୀୟ କ୍ରୀଢା ଅନୁଷ୍ଠିତ ହେଉଛି । ଏହା ଅକ୍ଟୋବର ୨୬ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶବ୍ୟାପୀ ୧୦ହଜାରରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରୁଥିବାବେଳେ ୪୩ଟି ବିଭିନ୍ନ ପ୍ରକାର ଖେଳ ୨୮ଟି ସ୍ଥାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ତେଜସ ବିମାନରୁ ‘ଅସ୍ତ୍ର’ର ସଫଳ ପରୀକ୍ଷଣ, ୨୦ ହଜାର ଫୁଟ ଉଚ୍ଚତାରୁ ଅଦୃଶ୍ୟ ଲକ୍ଷ୍ୟକୁ କଲା ଟାର୍ଗେଟ

ନୂଆଦିଲ୍ଲୀ: ଗୋଆର ଉପକୂଳରେ ଭାରତର ହାଲୁକା ଯୁଦ୍ଧ ବିମାନ ତେଜସ ଦ୍ଵାରା ବିଏଣ୍ଡ୍ ଭିଜୁଆଲ୍ ରେଞ୍ଜ୍ କ୍ଷେପଣାସ୍ତ୍ର ‘ଅସ୍ତ୍ର’ ବୁଧବାର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହା ଅଦୃଶ୍ୟ ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସଫଳ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ବିମାନରୁ ଅସ୍ତ୍ର କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ‘ଅଗଷ୍ଟ ୨୩ ତାରିଖରେ ଗୋଆ ଉପକୂଳରୁ’ ଲାଇଟ୍ କମ୍ବିଟ୍ ଏୟାରକ୍ରାଫ୍ଟ (ଏଲସିଏ) ତେଜାସ୍ LSP-୭ ପରୀକ୍ଷଣ-ବିଏଣ୍ଡ୍ ଭିଜୁଆଲ୍ ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ୍ ‘ଅସ୍ତ୍ର’ ପରୀକ୍ଷଣ କରିଥିଲା। ପରୀକ୍ଷଣର ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି।

ଆଭିଏନିକ୍ସ ଡେଭଲପମେଣ୍ଟ ଏଜେନ୍ସି, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO), ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) ଏବଂ ସେଣ୍ଟର ଫର ମିଲିଟାରୀ ଏୟାରୱର୍ଥେସନ ଆଣ୍ଡ ସାର୍ଟିଫିକେସନ୍ (CEMILAC) ଏବଂ ଡାଇରେକ୍ଟୋରେଟ ଜେନେରାଲ୍ ଅଫ୍ ଏରୋନେଟିକାଲ୍ କ୍ୱାଲିଟି ଆସୁରାନ୍ସ ଦ୍ୱାରା ଏହି ପରୀକ୍ଷଣ ଉପରେ ନଜର ରଖାଯାଇଥିଲା।ତେଜାସ- LCA ରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ADA, DRDO, CEMILAC, DG-AQA କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି ଯେ ଏହି ଲଞ୍ଚ ତେଜସର ଯୁଦ୍ଧ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଆମଦାନୀ ହୋଇଥିବା ଅସ୍ତ୍ର ଉପରେ ନିର୍ଭରଶୀଳତା ହ୍ରାସ କରିବ।

Categories
ବିଶେଷ ଖବର

ଜି୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ଜି -୨୦ ଶକ୍ତି ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି।

ଭାରତକୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତ, ସ୍ଥିରତା, ଅଭିବୃଦ୍ଧି ଏବଂ ବିକାଶ ବିଷୟରେ କୌଣସି ଆଲୋଚନା ଶକ୍ତି ବିନା ଅସମ୍ପୂର୍ଣ୍ଣ ଅଟେ କାରଣ ଏହା ସବୁ ସ୍ତରରେ ବ୍ୟକ୍ତିବିଶେଷ ଏବଂ ରାଷ୍ଟ୍ରର ବିକାଶ ଉପରେ ପ୍ରଭାବ ପକାଇଥାଏ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଯଦିଓ ଶକ୍ତି ରୂପାନ୍ତରଣ ପାଇଁ ପ୍ରତ୍ୟେକ ଦେଶର ଭିନ୍ନ ବାସ୍ତବତା ଏବଂ ଲକ୍ଷ୍ୟ ଅଛି, ତଥାପି ସେ ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଦେଶର ଲକ୍ଷ୍ୟ ସମାନ। ସବୁଜ ଅଭିବୃଦ୍ଧି ଏବଂ ଶକ୍ତି ରୂପାନ୍ତରଣରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ସେ ଦର୍ଶାଇଛନ୍ତି ଯେ ଭାରତ ହେଉଛି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ତଥାପି ଏହାର ଜଳବାୟୁ ପ୍ରତିଶ୍ରୁତି ପୂରଣ ଆଡକୁ ଦୃଢ ଭାବରେ ଗତି କରୁଛି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ନଅ ବର୍ଷ ପୂର୍ବରୁ ଅଣ-ଜୀବାଶ୍ମ ସ୍ଥାପିତ ବିଦ୍ୟୁତ କ୍ଷମତା ଲକ୍ଷ୍ୟ ହାସଲ କରିଛି ଏବଂ ନିଜ ପାଇଁ ଏକ ଉଚ୍ଚ ଲକ୍ଷ୍ୟ ସ୍ଥିର କରିଛି। ୨୦୩୦ ସୁଦ୍ଧା ଦେଶ ୫୦ ପ୍ରତିଶତ ଅଣ-ଜୀବାଶ୍ମ ସ୍ଥାପିତ ଶକ୍ତି କ୍ଷମତା ହାସଲ କରିବାକୁ ଯୋଜନା କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସୌର ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାର୍ଯ୍ୟ ଗୋଷ୍ଠିର ଅତିଥିମାନଙ୍କ ପାଇଁ ପାଭଗଡ ସୋଲାର ପାର୍କ ଏବଂ ମୋଧେରା ସୌର ଗ୍ରାମ ପରିଦର୍ଶନ କରି ସ୍ୱଚ୍ଛ ଶକ୍ତି ପ୍ରତି ଭାରତର ପ୍ରତିବଦ୍ଧତାର ସ୍ତର ଏବଂ ଲକ୍ଷ୍ୟ ଦେଖିବାର ସୁଯୋଗ ମିଳିଲା।

ଗତ ୯ ବର୍ଷ ମଧ୍ୟରେ ଦେଶର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ୧୯୦ ମିଲିୟନରୁ ଅଧିକ ପରିବାରକୁ ଏଲପିଜି ସହିତ ଯୋଡିଛି ଏବଂ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାର ଐତିହାସିକ ମାଇଲଖୁଣ୍ଟକୁ ମଧ୍ୟ ରେକର୍ଡ କରିଛି। ଲୋକଙ୍କୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ କାର୍ଯ୍ୟ କରିବା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଯାହାକି କିଛି ବର୍ଷ ମଧ୍ୟରେ ୯୦% ରୁ ଅଧିକ ଜନସଂଖ୍ୟା ନିକଟରେ ପହଞ୍ଚିବାର କ୍ଷମତା ରଖିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତି, ସ୍ଥିର, ସମାନ ଏବଂ ନିରନ୍ତର ଶକ୍ତି ପାଇଁ କାର୍ଯ୍ୟ କରିବା ଆମର ପ୍ରୟାସ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୫ ରେ, ଏଲଇଡି ଲାଇଟ୍ ବ୍ୟବହାର ପାଇଁ ଏକ ଯୋଜନା ଆରମ୍ଭ କରି ଭାରତ ଏକ ଛୋଟ ଆନ୍ଦୋଳନ ଆରମ୍ଭ କରିଥିଲା ଯାହା ଆମକୁ ବିଶ୍ୱର ସବୁଠୁ ବଡ ଏଲଇଡି ବିତରଣ କାର୍ଯ୍ୟକ୍ରମ ଭାବରେ ପରିଣତ କରିଥିଲା ଏବଂ ବାର୍ଷିକ ୪୫ ବିଲିୟନ ୟୁନିଟ୍ ଶକ୍ତିରୁ ଅଧିକ ସଞ୍ଚୟ କରୁଛି। ସେ ବିଶ୍ୱର ସର୍ବବୃହତ କୃଷି ପମ୍ପର ସୌର ଶକ୍ତି ରୂପାନ୍ତରଣ ପଦକ୍ଷେପ ଏବଂ ୨୦୩୦ ସୁଦ୍ଧା ଭାରତର ଘରୋଇ ବୈଦ୍ୟୁତିକ ଯାନ ବଜାରର ବାର୍ଷିକ ୧୦ ନିୟୁତ ବିକ୍ରୟ ଆରମ୍ଭ କରିବା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସେ ଚଳିତ ବର୍ଷ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ଆରମ୍ଭ କରିବା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତକୁ କାର୍ବନ ମୁକ୍ତ କରିବା ପାଇଁ ମିଶନ ମୋଡରେ ଗ୍ରୀନ୍ ହାଇଡ୍ରୋଜେନକୁ ବିକଳ୍ପ ଭାବେ ବ୍ୟବହାର ସହିତ ଭାରତକୁ ଗ୍ରିନ ହାଇଡ୍ରୋଜେନ୍‍ର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନି ହବ୍‍ କରିବାଲାଗି କାର୍ଯ୍ୟ ଜାରି ରହିଛି।

ନିରନ୍ତର, ଯଥାର୍ଥ, ସୁଲଭ, ଅନ୍ତର୍ଭୂକ୍ତ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ଆଗକୁ ବଢାଇବା ପାଇଁ ବିଶ୍ୱ ଜି -୨୦ ଗୋଷ୍ଠୀକୁ ଦୃଷ୍ଟିରେ ରଖୁଥିବାରୁ ପ୍ରଧାନମନ୍ତ୍ରୀ ଗ୍ଲୋବାଲ ସାଉଥକୁ ନେଇ ବିକାଶଶୀଳ ଦେଶମାନଙ୍କ ପାଇଁ ସ୍ୱଳ୍ପ ସୁଧ ହାରରେ ଅର୍ଥ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜ୍ଞାନକୌଶଳର ପାର୍ଥକ୍ୟକୁ ଦୂର କରିବା, ଶକ୍ତି ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ ଯୋଗାଣ ଶୃଙ୍ଖଳାକୁ ବିବିଧ କରିବା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତ ପାଇଁ ଇନ୍ଧନ ଉପରେ ସହଯୋଗକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବଂ ହାଇଡ୍ରୋଜେନ ଉପରେ ଉଚ୍ଚ ସ୍ତରୀୟ ନୀତିଗୁଡିକ ସଠିକ୍ ଦିଗରେ ଏକ ପଦକ୍ଷେପ ବୋଲି ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆର୍ନ୍ତଜାତୀୟ ଗ୍ରିଡ୍‍ ଆନ୍ତଃ ସଂଯୋଗ ଶକ୍ତି ସୁରକ୍ଷାକୁ ବଢାଇପାରେ ଏବଂ ଭାରତ ଏହାର ପଡ଼ୋଶୀ ଦେଶମାନଙ୍କ ସହ ଏହି ପାରସ୍ପରିକ ଲାଭଦାୟକ ସହଯୋଗକୁ ପ୍ରୋତ୍ସାହିତ କରୁଛି। ଆନ୍ତଃ- ସଂଯୁକ୍ତ ସବୁଜ ଗ୍ରୀଡଗୁଡିକର ଦୃଷ୍ଟିକୁ ହୃଦୟଙ୍ଗମ କରିବା ପରିବର୍ତ୍ତନ ଆଣିପାରେ। ଏହା ଆମ ସମସ୍ତଙ୍କୁ ଆମର ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ, ସବୁଜ ନିବେଶକୁ ଉତ୍ସାହିତ କରିବାରେ ଏବଂ ଲକ୍ଷ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସମସ୍ତ ଅଂଶଗ୍ରହଣକାରୀ ରାଷ୍ଟ୍ରମାନଙ୍କୁ ଗ୍ରୀନ୍ ଗ୍ରୀଡ୍ ଇନିସିଏଟିଭ୍ – ଆନ୍ତର୍ଜାତୀୟ ସୌର ମଞ୍ଚର “ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ୍‌” ରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପରିବେଶର ଯତ୍ନ ନେବା ପ୍ରାକୃତିକ କିମ୍ବା ସାଂସ୍କୃତିକ ହୋଇପାରେ କିନ୍ତୁ ଏହା ହେଉଛି ଭାରତର ପାରମ୍ପାରିକ ଜ୍ଞାନ ଯାହା ମିଶନ୍ ଲାଇଫ୍‍ – ଜୀବନଶୈଳୀ ପାଇଁ ପରିବେଶକୁ ଦୃଢ କରିଥାଏ, ଯାହା ଆମ ପ୍ରତ୍ୟେକଙ୍କୁ ଜଳବାୟୁ ଚାମ୍ପିଅନ୍ କରିବ। ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଆମର ଚିନ୍ତାଧାରା ଏବଂ କାର୍ଯ୍ୟ ସର୍ବଦା ଆମର “ଗୋଟିଏ ପୃଥିବୀ” କୁ ବଞ୍ଚାଇବାରେ ସାହାଯ୍ୟ କରିବ, ଆମର “ଗୋଟିଏ ପରିବାର” ର ସ୍ୱାର୍ଥ ରକ୍ଷା କରିବ ଏବଂ ଆମେ ଯେକୌଣସି ପରିବର୍ତ୍ତନ କରୁ ନା କାହିଁକି ତାହା ସବୁଜ “ଗୋଟିଏ ଭବିଷ୍ୟତ” ଆଡକୁ ଗତି କରିବା ଆବଶ୍ୟକ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଋଷରୁ ଗୋଆ ଆସୁଥିବା ଏକ ବିମାନକୁ ବୋମାରେ ଉଡେଇଦେବା ଧମକ: ଫେରିଲା ଉଜବେକିସ୍ତାନ

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଏକ ବିମାନକୁ ବୋମାରେ ଉଡେଇଦେବା ପାଇଁ ଧମକ ହୋଇଛି। ଏହି ଧମକ ଗୋଆ ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ଇମେଲ ମାଧ୍ୟମରେ ପଠାଯାଇଛି। ଏହା ପରେ ବିମାନଟି ଭାରତର ଆକାଶରେ ପ୍ରବେଶ କରିବା ପୂର୍ବରୁ ଉଜବେକିସ୍ତାନକୁ ପଠାଇଦିଆଯାଇଛି। ଉଜବେକିସ୍ତାନରେ ବିମାନ ଅବତରଣ କରିବା ପରେ ଏହାର ଅନୁସନ୍ଧାନ କରାଯାଉଛି।

ଅଧିକାରୀ କହିଛନ୍ତି ଯେ, ଅଜୁର ଏୟାର ବିମାନରେ ୨୪୭ ଜଣ ଯାତ୍ରୀ ଥିଲେ, ଯାହା ଉଜବେକିସ୍ତାନର ଏକ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହା ଦ୍ୱିତୀୟ ଘଟଣା, ଯାହା ଗୋଆକୁ ଆସୁଥିବା ବିମାନଟିକୁ ବୋମାରେ ଉଡ଼ାଇବାର ଧମକ ହୋଇଥିଲା। ଜାନୁଆରୀ ଆରମ୍ଭରେ ଆଜୁର ଏୟାରର ଏକ ଚାର୍ଟର ବିମାନକୁ ବୋମାରେ ଉଡାଇବାକୁ ଧମକ ହୋଇଥିଲା, ଯାହାକୁ ଗୁଜରାଟର ଜାମନଗରକୁ ପଠାଯାଇଥିଲା। ଏହି ବିମାନରେ ୨୩୬ ଜଣ ଯାତ୍ରୀ ଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜାତୀୟ ସ୍ତରୀୟ ଫ୍ୟାଶନ୍ ପ୍ରତିଯୋଗୀତାରେ ଓଡ଼ିଆ ପୁଅ ଝିଅଙ୍କ କମାଲ: ରାଜ୍ୟ ପାଇଁ ସାଉଁଟିଲେ ଗୌରବ

ଭୁବନେଶ୍ବର: ସମୁଦ୍ର ଓ ବେଳାଭୂମିର ରାଜ୍ୟ ଗୋଆରେ ନିକଟ ଅତୀତରେ ‘ମିଷ୍ଟର ଆଣ୍ଡ ମିସ୍ ଚାର୍ମିଙ୍ଗ ଫେସ୍-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଫ୍ୟାଶନ ସମ୍ପର୍କିତ ପ୍ରତିଯୋଗୀତା ମୂଳକ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ୪୦ ଜଣଙ୍କୁ ପଛରେ ପକାଇ ଓଡ଼ିଶାର ଚାରିଜଣ ପୁଅ ଓ ଝିଅ ଭାଗ ନେଇ ରାଜ୍ୟ ପାଇଁ ଗୌରବ ହାସଲ କରିବାରେ ସକ୍ଷମ ହୋଇଛନ୍ତି।

ପୁରୁଷ ବର୍ଗରେ, ଢେଙ୍କାନାଳର ମହାବୀର ଶତପଥୀ ମିଷ୍ଟର ଇଣ୍ଡିଆ ଚାର୍ମିଙ୍ଗ ଫେସ-୨୦୨୨, ବ୍ରହ୍ମପୁରର ଏସ୍. ଅଜିତ କୁମାର ପାତ୍ର ମିଷ୍ଟର ଇଣ୍ଡିଆ ସୁପର -୨୦୨୨ ଏବଂ ମହିଳା ବର୍ଗରେ ରାଉରକେଲାର ଶ୍ରଦ୍ଧାଞ୍ଜଳି ତନ୍ତୀ ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ-୨୦୨୨ ଓ ଭୁବନେଶ୍ବରରର ପ୍ରୀତି ପ୍ରିୟଦର୍ଶିନୀ ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ଟୁରିଜିମ -୨୦୨୨ ର ବିଜୟିନୀ ହୋଇ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି।

ଓଡ଼ିଶାର ଜଣାଶୁଣା ଫ୍ୟାଶନ୍ ଏକାଡେମୀ ସସ୍ମିତା ପଣ୍ଡା ଫ୍ୟାଶନ୍ କ୍ଲୋନ ତଥା ଉପଦେଷ୍ଟା ସଚ୍ଚିକାନ୍ତ ଜେନା ଏବଂ ପ୍ରଣୟ ଜେଠୀ ଙ୍କ ପକ୍ଷରୁ ଯୁବକ ଯୁବତୀମାନଙ୍କୁ ନେଇ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେମାନେ ନିର୍ବାଚିତ ହୋଇଥିଲେ ଏବଂ ଗୋଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ରାଜ୍ୟର ପ୍ରତିନିଧିତ୍ୱ କରି ଶେଷରେ ବିଜୟୀ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଆଇଏଫ୍‌ଏଫ୍‌ଆଇର ଉଦ୍‌ଘାଟନ ଫିଲ୍ମର ୱାର୍ଲ୍ଟ ପ୍ରିମିୟରରେ ଅଂଶ ଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: “ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ସାରା ବିଶ୍ୱର ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନଙ୍କ ପ୍ରତିଭା ଓ କୃତି ପ୍ରଦର୍ଶନ ପାଇଁ ଏକ ମଞ୍ଚରେ ପରିଣତ ହୋଇଛି। ଭାରତ ନିଶ୍ଚିତ ଭାବେ ଚଳଚ୍ଚିତ୍ରର ସହ-ନିର୍ମାଣ, ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ , ଚଳଚ୍ଚିତ୍ର ସୁଟିଂ ତଥା ଫିଲ୍ମ କ୍ଷେତ୍ରରେ ପ୍ରଯୁକ୍ତି ସହଭାଗୀ ମାନଙ୍କ ପାଇଁ ଏକ କେନ୍ଦ୍ରସ୍ଥଳୀରେ ପରିଣତ ହେବ।’’ ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର। ଆଜି ଗୋଆ ଠାରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣକୁ ଆରମ୍ଭ କରି ସେ ଏହା କହିଥିଲେ।

ଆଇଆଇଏଫ୍‌ଆଇର ୫୩ତମ ସଂସ୍କରଣରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଥମ ଫିଲ୍ମ ଅଷ୍ଟ୍ରୀୟ ନିର୍ଦ୍ଦେଶକ ଡାଏଟର୍ ବର୍ଣ୍ଣରଙ୍କ ଚଳଚ୍ଚିତ୍ର ଆଲ୍‌ମା ଏଣ୍ଡ ଓସ୍କାରର ୱାର୍ଲ୍ଡ ପ୍ରିମିୟର ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ ଦେଇଥିଲେ। ସେ କହିଥିଲେ ଯେ ପ୍ରତି ବର୍ଷ ଏହି ଉତ୍ସବ ଦିନକୁ ଦିନ ବଡ ହେବାରେ ଲାଗିଛି। ଚଳିତ ବର୍ଷ ଏଠାରେ ଅନେକ ଫିଲ୍ମର ପ୍ରିମିୟର୍ ହେବାର ଅଛି। ଚଳିତ ବର୍ଷ ଆଇଏଫ୍‌ଏଫ୍‌ଆଇରେ  ୭୯ ରୁ ଅଧିକ ଦେଶ ଗୁଡିକର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି।

ଅନୁରାଗ ସିଂହ ଠାକୁର କହିଥିଲେ ଯେ, ପ୍ରଥମ ଥର ପାଇଁ ଆଇଏଫ୍‌ଏଫ୍‌ଆଇର ଉଦଘାଟନୀ ସମାରୋହ ପୂର୍ବରୁ ଏକ ଉଦ୍‌ଘାଟନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ପ୍ରତି ବର୍ଷ ଆମେ କିଛି ଅଲଗା କରିବାକୁ ଚେଷ୍ଟା କରୁଛୁ। ‘ଭବିଷ୍ୟତର ୭୫ ଯୁବ ସୃଜନଶୀଳ ନିର୍ମାତା’ଙ୍କୁ ଚୟନ କରିବା ଭଳି ପଦକ୍ଷେପ ଠାରୁ ଆରମ୍ଭ କରି ବିଶ୍ୱ ପ୍ରିମିୟର୍ ପର୍ଯ୍ୟନ୍ତ ଏଥିରେ ସାମିଲ୍ କରାଯାଇଛି। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପେସାଦାର ମହୋତ୍ସବରେ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ।

ଆଜି ଗୋଆର ପଣଜୀ ଠାରେ ଆରମ୍ଭ ହୋଇଥିବା ଆଇଏଫଏଫଆଇରେ ଆଇନକ୍ସ ଜରିଆରେ ପ୍ରଥମ ଚଳଚ୍ଚିତ୍ର ଆଲ୍‌ମା ଏଣ୍ଡ ଓସ୍କାରର ଭବ୍ୟ ପ୍ରଦର୍ଶନ ହୋଇଥିଲା। ଏଥିରେ  ସୂଚନା ଓ ପ୍ରସାରଣ ଏବଂ ମତ୍ସ୍ୟ ସମ୍ପଦ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍‌, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର, ଆଲ୍‌ମା ଏଣ୍ଡ ଓସ୍କାର ଚଳଚ୍ଚିତ୍ରର କଳାକାର ମାନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଆଇଏଫ୍‌ଏଫ୍‌ଆଇ ଦ୍ୱାରା ଗୋଆର ଚାରିଆଡେ ସୃଷ୍ଟି ହୋଇଥିବା ମନୋରମ ତଥା ଉତ୍ସବର ପରିବେଶ ସମ୍ପର୍କରେ ଡଃ ଏଲ୍  ମୁରୁଗନ୍ କହିଥିଲେ ଯେ, ଆଇଏଫ୍‌ଏଫ୍‌ଆଇ ସମଗ୍ର ବିଶ୍ୱକୁ  ସଂଯୋଗ କରୁଛି। ଏହି ମହୋତ୍ସବରେ ସାରା ବିଶ୍ୱରୁ ଚଳଚ୍ଚିତ୍ର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଆଇଏଫ୍‌ଏଫ୍‌ଆଇ ଆମ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ବ୍ୟାପକ କରୁଛି ବୋଲି ସେ କହିଥିଲେ।

ନିର୍ଦ୍ଦେଶକ ଡାଏଟର ବର୍ଣ୍ଣର୍ ଉାବାବେଗରେ ପରିପୂର୍ଣ୍ଣ ପ୍ରେମ କାହାଣୀ ‘ଆଲ୍‌ମା ଏଣ୍ଡ ଓସ୍କାର’ ବିଷୟରେ ସୂଚନା ଦେଇ ଦର୍ଶାଇ ଥିଲେ ଯେ ଏହି ଚଳଚ୍ଚିତ୍ରଟି ଜଣେ ବିଖ୍ୟାତ ଭିଏନା ମହିଳା ଆଲ୍‌ମା ମହଲରଙ୍କ ବିଷୟରେ, ଯିଏ ସୁନ୍ଦର ତଥା ସାହସୀ ଥିଲେ ଏବଂ ସାମାଜିକ ପ୍ରଥାକୁ ଚ୍ୟାଲେଞ୍ଜ କରିଥିଲେ। ଓସ୍କାର କୋକୋସ୍କା ନାମକ ଜଣେ  ନାଟ୍ୟକାର ତଥା ଚିତ୍ରକରଙ୍କୁ ସେ ପ୍ରେମ କରୁଥିଲେ। ଯାହା ଉଭୟଙ୍କୁ ଆତ୍ମ – ବିନାଶର ସୀମାକୁ ଆଣିଥିଲା ଏବଂ କଳା ଇତିହାସରେ ଏକ ଛାପ ଛାଡି ଯାଇଥିଲା।

ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣର ଉଦ୍‌ଘାଟନୀ ଫିଲ୍ମ ନିମନ୍ତେ ରେଡ୍ କାର୍ପେଟ୍‌ର ଝଲକ।

ରେଡ୍ କାର୍ପେଟ୍‌ରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣର ଉଦ୍‌ଘାଟନୀ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ପ୍ରଦର୍ଶନ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ପହଞ୍ଚିଛନ୍ତି।

‘ଆଲ୍‌ମା ଆଣ୍ଡ ଓସ୍କାର’ର ନିର୍ମାତା ଏବଂ କଳାକାରଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଅଷ୍ଟ୍ରିଆ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ନିର୍ଦ୍ଦେଶକ ଡାଏଟର୍ ବର୍ଣ୍ଣରଙ୍କୁ ସମ୍ମାନିତ କରଛନ୍ତି।

ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣରେ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ସ୍କ୍ରିନିଂ ଏବଂ ୱାର୍ଲ୍ଡ ପ୍ରିମିୟରରେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଫିଲ୍ମର ସଦସ୍ୟମାନେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଗୋଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର “ପ୍ରତୀକ୍ଷା” 

ଭୁବନେଶ୍ବର: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆସନ୍ତା ଡିସେମ୍ବର ୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଟଗୋମେରି ସିକ୍କିନଠାରେ ‘ପ୍ରତୀକ୍ଷା’ର ୱାର୍ଲ୍ଡ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି ଏବଂ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ଲାଗି ମନୋନୀତ ହୋଇ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗୌରବ ହାସଲ କରିବା ସହ ଶ୍ରେଷ୍ଠ କାହାଣୀର ମାନ୍ୟତା ପାଇ ରାଜ୍ୟକୁ ଆହୁରି ଗୌରବମୟ କରିଛି। ଦକ୍ଷିଣ ଏସିଆ ଉପମହାଦେଶର ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ବିଶେଷ ଭାବରେ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଓଡ଼ିଆ ଘରର କାହାଣୀକୁ ନେଇ ଓଡ଼ିଆତ୍ଵର ବାସ୍ନାରେ ‘ପ୍ରତୀକ୍ଷା’ ନିର୍ମିତ ହୋଇଛି ଏବଂ ଏହା ଓଡ଼ିଆ ଦର୍ଶକଙ୍କୁ ନିଶ୍ଚିତ ଭାବରେ ବାନ୍ଧି ରଖିବ। ତେଣୁ ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଚଳଚ୍ଚିତ୍ରକୁ ଦେଖନ୍ତୁ ଏବଂ ଓଡ଼ିଆ ସିନେମା ଶିଳ୍ପର ପୁନରୁଦ୍ଧାର ପାଇଁ ମାଧ୍ୟମ ହୁଅନ୍ତୁ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଓଡ଼ିଆ ଦର୍ଶକଙ୍କୁ ଆନ୍ତରିକ ଅନୁରୋଧ କରିଛନ୍ତି।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

ଆଜିର ପ୍ରେସ୍ ମିଟ୍ ରେ ଅଭିନେତା ଦିପନ୍ବୀତ, ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ସିନେମାଟୋଗ୍ରାଫର ଦୀପକ କୁମାର, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ରୋସନ୍ ବିଷୋୟୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର “ପ୍ରତୀକ୍ଷା” ଗୋଆର ରାଜଧାନୀ ପଞ୍ଜିର ଆଇନକ୍ସରେ ନଭେମ୍ଵର ୨୨ ସଂଧ୍ୟା ୮.୪୫ ମିନିଟ୍ ରେ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍‌ ଇଣ୍ଡିଆ ଅବସରରେ ପ୍ରଦର୍ଶୀତ ହେବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଏହି ତାରିଖରୁ ଗୋଆରେ ଆୟୋଜିତ ହେବ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଭୁବନେଶ୍ବର: ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ। ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର ସମାହାର ଦେଖିବାକୁ ମିଳିବ । ଚଳିତ ବର୍ଷ ଏହି ମହୋତ୍ସବରେ ୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ‘ଇଣ୍ଡିଆନ ପାନୋରାମା’ରେ ୨୫ଟି ଫିଚର ଏବଂ ୨୦ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବ । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୧୮୩ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

  • ସତ୍ୟଜିତ ରାୟ ଜୀବନବ୍ୟାପୀ ସାଧନା ପୁରସ୍କାର ସ୍ପେନୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ କାର୍ଲୋସ ସୌରାଙ୍କୁ ଦିଆଯିବ ।
  • ଫ୍ରାନ୍ସକୁ ଏଥର ‘ସ୍ପଟ୍‌ଲାଇଟ୍‌’ ରାଷ୍ଟ୍ର ଭାବେ ସାମିଲ କରାଯାଇଛି ଏବଂ କଣ୍ଟ୍ରି ଫୋକସ ପ୍ୟାକେଜରେ ୮ଟି ଫରାସୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
  • ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ଅଷ୍ଟ୍ରୀୟ ଚଳଚ୍ଚିତ୍ର ଆଲମା ଏଣ୍ଡ ଓସ୍କାର ପ୍ରଦର୍ଶିତ ହେବ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ଡିଟର ବର୍ଣ୍ଣର। ଉଦଯାପନୀ ଚଳଚ୍ଚିତ୍ର ଭାବେ କିର୍ଗିଜସ୍ତାନର ଚଳଚ୍ଚିତ୍ର ପର୍ଫେକ୍ଟ ନମ୍ବର ପ୍ରଦର୍ଶିତ ହେବ।
  • ଚଳିତ ବର୍ଷ ଆଇଏଫଏଫଆଇରେ କେତେକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଫିଲ୍ମ ବଜାର ମଧ୍ୟ ପ୍ରଦର୍ଶିତ ହେବ ।
  • ସାରା ଗୋଆରେ କାରୱାଁ ନିୟୋଜିତ କରାଯିବ ଏବଂ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
  • ମୁକ୍ତ ବେଳାଭୂମିରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
  • ‘ଇଣ୍ଡିଆନ ରିଷ୍ଟୋର୍ଡ କ୍ଲାସିକ୍ସ ସେକ୍ସନ’ରେ ଏନଏଫଏଆଇର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।
  • ଆଶା ପାରେଖଙ୍କ ଅତୀତର ସ୍ମୃତି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଦାଦାସାହେବ ଫାଲକେ ପୁରସ୍କାର ବିଜେତା ଚଳଚ୍ଚିତ୍ର – ତିସରୀ ମଞ୍ଜିଲ, ଦୋ ବଦାଁ ଏବଂ କଟି ପତଙ୍ଗ ପ୍ରଦର୍ଶିତ ହେବ।
  • ‘ଶ୍ରଦ୍ଧାଞ୍ଜଳି’ ବର୍ଗରେ ୧୫ଟି ଭାରତୀୟ ଏବଂ ୫ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
  • ଉତ୍ତର ପୂର୍ବ ଭାରତର ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି, ମଣିପୁରୀ ସିନେମାର ସ୍ବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୫ଟି ଫିଚର ଏବଂ ୫ଟି ଅଣ-ଫିଚର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।
  • ୨୬ ନଭେମ୍ବରରେ ଶିଗମୋତ୍ସବ (ବସନ୍ତ ମହୋତ୍ସବ) ଏବଂ ୨୭ ନଭେମ୍ବରରେ ଗୋଆ କାର୍ଣ୍ଣିଭାଲ ହେବ ବିଶେଷ ଆକର୍ଷଣ
  • ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସିବିସି ପକ୍ଷରୁ ପ୍ରଦର୍ଶନୀ ଆୟୋଜନ କରାଯିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ, ମତ୍ସ୍ୟପାଳନ, ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟର ଠାରେ ମହୋତ୍ସବ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ । ସେ କହିଥିଲେ ଯେ ସତ୍ୟଜିତ ରାୟ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସ୍ପେନୀୟ ଚଳଚ୍ଚିତ୍ର ନିର୍ମାତା କାର୍ଲୋସ ସୌର ସମ୍ମାନିତ ହେବେ ଏବଂ ଅତୀତର ସ୍ମୃତି ବର୍ଗରେ ଆଠଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଆଶା ପାରେଖଙ୍କ ଅତୀତର ସ୍ମୃତି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଦାଦାସାହେବ ଫାଲକେ ପୁରସ୍କାର ବିଜେତା ଚଳଚ୍ଚିତ୍ର – ତିସରୀ ମଞ୍ଜିଲ, ଦୋ ବଦାଁ ଏବଂ କଟି ପତଙ୍ଗ ପ୍ରଦର୍ଶିତ ହେବ । ଉତ୍ତର ପୂର୍ବ ଭାରତର ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି, ମଣିପୁରୀ ସିନେମାର ସ୍ବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୫ଟି ଫିଚର ଏବଂ ୫ଟି ଅଣ-ଫିଚର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ଅଷ୍ଟ୍ରୀୟ ଚଳଚ୍ଚିତ୍ର ଆଲମା ଏଣ୍ଡ ଓସ୍କାର ପ୍ରଦର୍ଶିତ ହେବ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ଡିଟର ବର୍ଣ୍ଣର। ଉଦଯାପନୀ ଚଳଚ୍ଚିତ୍ର ଭାବେ କିର୍ଗିଜସ୍ତାନର ଚଳଚ୍ଚିତ୍ର ପର୍ଫେକ୍ଟ ନମ୍ବର ପ୍ରଦର୍ଶିତ ହେବ। ‘ଶ୍ରଦ୍ଧାଞ୍ଜଳି’ ବର୍ଗରେ ୧୫ଟି ଭାରତୀୟ ଏବଂ ୫ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଭାରତ ରତ୍ନ ଲତା ମଙ୍ଗେସକର, ଗାୟକ-ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ, ବିଶିଷ୍ଟ କଥକ ନୃତ୍ୟଶିଳ୍ପ ପଣ୍ଡିତ ବିର୍ଜୁ ମହାରାଜ, ଅଭିନେତା ରମେଶ ଦେଓ ଏବଂ ମାହେଶ୍ବରୀ ଆମ୍ମା, ଗାୟକ କେକେ, ନିର୍ଦ୍ଦେଶକ ତରୁନ, ଅହମୀୟା ଅଭିନେତା ଓ ମଞ୍ଚ କଳାକାର ମଜୁମଦାର ଏବଂ ଗାୟକ ଭୂପିନ୍ଦର ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଅନ୍ତର୍ଜାତୀୟ ବର୍ଗରେ ବବ ରାଫେଲସନ, ଇଭାନ ରିଟମ୍ୟାନ, ପିଟର ବୋଗଡାନୋଭିଚ, ଡଗ୍ଲାସ ଟ୍ରମ୍ବେଲ ଏବଂ ମୋନିକା ଭିଟ୍ଟିଙ୍କୁ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରାଯିବ ।

ଚଳଚ୍ଚିତ୍ର ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ’ଆସନ୍ତାକାଲିର ୭୫ ସୃଜନଶୀଳ ପ୍ରତିଭା’ । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣରେ ୭୫ ଜଣ ସୃଜନଶୀଳ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଚୟନ କରାଯିବ ।

‘ଫିଲ୍ମ ବଜାର’ ବର୍ଗର ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଆଇଏଫଏଫଆଇରେ ମୋଟ ୪୨ଟି ପାଭିଲିଅନ ରହିବ । ଏଥିରେ ବିଭିନ୍ନ ରାଷ୍ଟ୍ର, ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର କାର୍ଯ୍ୟାଳୟ ରହିବ ।

ରିଚାର୍ଡ ଆଟ୍ଟେନବର୍ଗଙ୍କ ଓସ୍କାର ପୁରସ୍କାର ବିଜେତା ଚଳଚ୍ଚିତ୍ର ଗାନ୍ଧୀ ‘ଦିବ୍ୟାଙ୍ଗଜନ’ ବର୍ଗରେ ପ୍ରଦର୍ଶିତ ହେବ । ଏହାକୁ ଅଡିଓ ଡେସ୍କ୍ରିପ୍ସନ ଏବଂ ସବଟାଇଟଲ ସହ ପ୍ରଦର୍ଶିତ କରାଯିବ । ଫଳରେ ଏହାକୁ ଦିବ୍ୟାଙ୍ଗଜନମାନେ ଦେଖିପାରିବେ ।

‘ଇଣ୍ଡିଆନ ପାନୋରାମା’ର ଫିଚର ଫିଲ୍ମ ବର୍ଗରେ ପ୍ରଥମ ଫିଲ୍ମ ଭାବେ ପୃଥ୍ବୀ କୋନାନୁରଙ୍କ କନ୍ନଡ଼ ଚଳଚ୍ଚିତ୍ର ହାଦିନେଲେନ୍ତୁ ପ୍ରଦର୍ଶିତ ହେବ ଏବଂ ଅଣଫିଚର ଫିଲ୍ମ ବର୍ଗରେ ଦିବ୍ୟା କୋୱାସଜୀଙ୍କ ଦ ଶୋ’ ମଷ୍ଟ ଗୋ ଅନ୍‌ ପ୍ରଦର୍ଶିତ ହେବ । ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ଭାବେ ଓସ୍କାର ପାଇଁ ମନୋନିତ ହୋଇଥିବା ପାନ୍‌ ନଳିନଙ୍କ ନିର୍ଦ୍ଦେଶିତ ଚେଲ୍ଲୋ ଶୋ-ଦ ଲାଷ୍ଟ ଫିଲ୍ମ ଶୋ’ ଏବଂ ମଧୁର ଭଣ୍ଡାରକରଙ୍କ ଇଣ୍ଡିଆ ଲକଡାଉନର ସ୍ବତନ୍ତ୍ର ପ୍ରଦର୍ଶନୀ ହେବ ।

‘ଇଣ୍ଡିଆନ ରିଷ୍ଟୋର୍ଡ କ୍ଲାସିକ୍ସ ସେକ୍ସନ’ରେ ଭାରତୀୟ ଜାତୀୟ ଚଳଚ୍ଚିତ୍ର ଆର୍କାଇଭ୍ସ (ଏନଏଫଏଆଇ)ର ଚଳଚ୍ଚିତ୍ର ଏନଏଫଡିସି ଦ୍ବାରା ପ୍ରଦର୍ଶିତ ହେବ । ଭାରତୀୟ ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି କେତେକ ହିନ୍ଦୀ ଚଳଚ୍ଚିତ୍ରର ପ୍ରିମିୟର କରାଯିବ । ଏଥିରେ ପରେଶ ରାୱଲଙ୍କ ଚଳଚ୍ଚିତ୍ର ଦ ଷ୍ଟୋରୀ ଟେଲର, ଅଜୟ ଦେବଗନ ଓ ତବୁଙ୍କ ଦୃଶ୍ୟମ ୨, ବରୁଣ ଧୱନ ଓ କିର୍ତ୍ତୀ ସାନନଙ୍କ ଭେଡିୟା ଏବଂ ୟମି ଗୌତମଙ୍କ ଲଷ୍ଟ ପ୍ରଦର୍ଶିତ ହେବ । ଏହାଛନା କେତେକ ତେଲୁଗୁ ଚଳଚ୍ଚିତ୍ର, ଓଟିଟି ଚଳଚ୍ଚିତ୍ରର ମଧ୍ୟ ପ୍ରିମିୟର ହେବ ।

କାନ୍ସ, ବର୍ଲିନ, ଟରୋଣ୍ଟୋ ଓ ଭେନିସ ଭଳି ବିଶ୍ବସ୍ତରୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ୨୩ ‘ମାଷ୍ଟରକ୍ଲାସେସ’ ଏବଂ ‘ଇନ କନଭର୍ସେସନ’ ଅଧିବେଶନରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତାଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଶା ପାରେଖ, ପ୍ରସୁନ ଯୋଶୀ, ଆନନ୍ଦ ଏଲ. ରାୟ, ଆର ବାଲକୀ ଓ ନୱାଜୁଦ୍ଦିନ ସିଦ୍ଦିକଙ୍କ ଭଳି ବ୍ୟକ୍ତିବିଶେଷଙ୍କ ଦ୍ବାରା ‘ଇନ-କନଭର୍ସେସନ’ ଅଧିବେଶନ ପରିଚାଳିତ ହେବ।

୫୩ତମ ଆଇଏଫଏଫଆଇକୁ ଭର୍ଚୁଆଲ ମାଧ୍ୟମରେ ଦେଖି ହେବ । ପଞ୍ଜିକୃତ ୟୁଜର ବା ବ୍ୟବହାରକାରୀ ମାଷ୍ଟରକ୍ଲାସରେ ଅଂଶଗ୍ରହଣ କରିପାରିବେ । ସେମାନେ ଗୋଆ ଠାରୁ ଦୂରରେ ରହି ମଧ୍ୟ ଉଦଘାଟନୀ ଓ ଉଦଯାପନୀ ସମାରୋହ, ପାନେଲ ଆଲୋଚନା ଓ ମତ ବିନିମୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇପାରିବେ ।

ଆୟୁଷ ମନ୍ତ୍ରଣାଳୟ ସରକାରୀ କଲ୍ୟାଣ ସହଯୋଗୀ ଭାବେ ମହୋତ୍ସବରେ ଅଂଶଗ୍ରହଣ କରିବ ଏବଂ ମହୋତ୍ସବ ସମୟରେ ଯୋଗ ଏବଂ ସାମଗ୍ରିକ ସ୍ବାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯିବ । ଆୟୁଷର ୪ଟି ବିଭାଗ- ହୋମିଓପାଥୀ, ନେଚରୋପାଥୀ, ଆୟୁର୍ବେଦ ଏବଂ ଯୋଗକୁ ପ୍ରୋତ୍ସାହିତ କରାଯିବ । ଉଦଘାଟନୀ ଏବଂ ଉଦଯାପନୀ ସମାରୋହରେ ୧୪ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ଏଥିରେ ଚଳଚ୍ଚିତ୍ର ତାରକାଙ୍କ ସହିତ ଫ୍ରାନ୍ସ, ସ୍ପେନ ଓ ଗୋଆର ବିଭିନ୍ନ ନୃତ୍ୟ ଦଳ ଅଂଶଗ୍ରହଣ କରିବେ । ଉଦଘାଟନୀ ସମାରୋହରେ ଆଜାଦୀ କା ଅମୃତ ମହୋତ୍ସବ ବର୍ଗରେ ଭାରତୀୟ ଚଳଚ୍ଚିତ୍ରର ଗତ ୧୦୦ ବର୍ଷର ଯାତ୍ରା ପ୍ରଦର୍ଶିତ ହେବ ।

ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଆଇଏଫଏଫଆଇରେ ଅନ୍ତର୍ଜାତୀ ଚଳଚ୍ଚିତ୍ର ଅଧ୍ୟାୟରେ ୧୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପାଞ୍ଚ ଜଣ ଚଳଚ୍ଚିତ୍ର ବ୍ୟକ୍ତିତ୍ବଙ୍କ ଫିଲ୍ମ ଶ୍ରଦ୍ଧାଞ୍ଜଳି ବର୍ଗରେ ପ୍ରଦର୍ଶିତ ହେବ। ଦୁଇ ଜଣ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତାଙ୍କ ଚଳଚ୍ଚିତ୍ର ଆଇଏଫଏଫଆଇର ଶ୍ରଦ୍ଧାଞ୍ଜଳି ବର୍ଗରେ ପ୍ରଦର୍ଶିତ ହେବ ।

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର କହିଥିଲେ ଯେ, ଆଇଏଫଏଆଇର ଫିଲ୍ମ ବଜାର ବର୍ଗରେ ଏଥର ପ୍ରଥମ ଥର ପାଇଁ ବିଭିନ୍ନ ଦେଶ, ରାଜ୍ୟ ଓ ଚଳଚ୍ଚିତ୍ର ସଂଗଠନର ପାଭିଲିଅନ ନିର୍ମାଣ କରାଯାଇଛି । ଆଇଏଫଏଫଆଇର ପ୍ରତିନିଧିମାନେ ଏହି ପାଭିଲିଅନରେ ଯେକୌଣସି ସମୟରେ ଅଂଶଗ୍ରହଣ କରିପାରିବେ ଏବଂ ସାଧାରଣ ଜନତାଙ୍କ ପାଇଁ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ ।

Categories
ଆଜିର ଖବର ଜାତୀୟ ଖବର

ଗୋଆ ନିକଟରେ ନୌସେନାର ମିଗ୍ -୨୯ ଦୁର୍ଘଟଣାଗ୍ରସ୍ତ, ସମୁଦ୍ରକୁ ଡେଇଁଲେ ପାଇଲଟ୍

ନୂଆଦିଲ୍ଲୀ: ନୌସେନାର ମିଗ୍-୨୯ ‘କେ’ ଯୁଦ୍ଧ ବିମାନ ଗୋଆ ନିକଟ ସମୁଦ୍ରରେ ଖସିପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଯୁଦ୍ଧ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାର ଠିକ୍ ପୂର୍ବରୁ ପାଇଲଟ୍ ପରିସ୍ଥିତି ଦେଖି ବିମାନରୁ ବାହାରି ସମୁଦ୍ରକୁ ଡେଇଁପଡିଥିଲେ ଯାହା ତାଙ୍କ ଜୀବନ ରକ୍ଷା କରିଥିଲା।

ଏଥି ସହିତ ନୌସେନା ପରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ପାଇଲଟଙ୍କୁ ଉଦ୍ଧାର କରିଥିଲା। ବର୍ତ୍ତମାନ ପାଇଲଟଙ୍କ ଅବସ୍ଥା ସ୍ଥିର ରହିଛି। ମିଗ୍ -୨୯ ‘କେ’ ଯୁଦ୍ଧ ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ବୋର୍ଡ ଅଫ୍ ଇନକ୍ୱାରୀ (ବୋଇ) କୁ ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମ ଅନୁଯାୟୀ, ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ବେସକୁ ଫେରୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଗ୍ -୨୯ କେ ଯୁଦ୍ଧ ବିମାନ ସମୁଦ୍ରରେ ଖସିପଡିଥିଲା।

Categories
ଆଜିର ଖବର ଜାତୀୟ ଖବର

ଗୋଆରୁ ‘କଂଗ୍ରେସ ଛାଡ ଯାତ୍ରା’ ଆରମ୍ଭ: ବିଜେପିରେ ୮ ବିଧାୟକଙ୍କ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ଥିଲେ। ନରେନ୍ଦ୍ର ମୋଦୀ ଜୀ ଦେଶରେ ଭଲ କାମ କରୁଛନ୍ତି, ଗୋଆରେ ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କ ଅଧୀନରେ ଭଲ କାମ କରାଯାଉଛି, ତେଣୁ ଆମେ ତାଙ୍କୁ ସ୍ୱାଗତ କରିଛୁ। ରାହୁଲ ଗାନ୍ଧୀ ‘ଭାରତ ଯୋଡ ଯାତ୍ରା’ କରୁଥିବା ସମୟରେ ଏହି ମିଶନ କାର୍ଯ୍ୟକାରୀ ହୋଇଛି କି ନାହିଁ ଏକ ପ୍ରଶ୍ନରେ ସାୱନ୍ତ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ଗୋଆରୁ କଂଗ୍ରେସ ଛାଡ ଯାତ୍ରା ଆରମ୍ଭ ହୋଇଛି। କଂଗ୍ରେସର ଅବଶିଷ୍ଟ ନେତାମାନେ ମଧ୍ୟ ଦଳ ଛାଡିବାକୁ ଯାଉଛନ୍ତି। ସେମାନେ ଦେଶର ସ୍ୱାର୍ଥରେ ବିଜେପି କିମ୍ବା ଅନ୍ୟ କୌଣସି ଦଳରେ ଯୋଗଦେବେ। ସୂଚନାଯୋଗ୍ୟ, ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ବୁଧବାର ଦିନ ବିଜେପିରେ ଯୋଗ ଦେଇଛନ୍ତି।

କଂଗ୍ରେସରେ ତିନିଜଣ ବିଧାୟକ କାହିଁକି ରହିଗଲେ, ଆପଣ ସେମାନଙ୍କ ନିକଟକୁ ଯାଇ ନାହାଁନ୍ତି କି? ଏହି ପ୍ରଶ୍ନରେ ସାୱନ୍ତ କହିଛନ୍ତି, “କଂଗ୍ରେସ ବିଧାୟକମାନେ କୌଣସି ପୂର୍ବ ସର୍ତ୍ତ ବିନା ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ବିଜେପିରେ ଯୋଗଦେବାକୁ ଚାହୁଁଥିଲେ, ଆମେ ସେମାନଙ୍କ ସହ ଯୋଗାଯୋଗ କରିନାହୁଁ। ବର୍ତ୍ତମାନ କଂଗ୍ରେସରେ କୌଣସି ନେତୃତ୍ୱ ବାକି ନାହିଁ।” ଅନ୍ୟ ଏକ ପ୍ରଶ୍ନକୁ ସେ କହିଛନ୍ତି ଯେ, “ମୁଁ ଏହି ବିଧାୟକଙ୍କ ସହ ଦିଲ୍ଲୀ ଯିବି। ବର୍ତ୍ତମାନ ସୁଦ୍ଧା କୌଣସି କ୍ୟାବିନେଟ ପୁନଃ ନିର୍ମାଣ ଯୋଜନା କରାଯାଇ ନାହିଁ।” ମାଇକେଲ ଲୋବୋ ବିଷୟରେ ଗୋଆ ସିଏମ କହିଛନ୍ତି ଯେ, ଲୋବୋ କଂଗ୍ରେସ ଯିବା ପରେ ତାଙ୍କ ଭୁଲ ବୁଝିଛନ୍ତି।

ଆପଣ ଡିଗମ୍ବର କାମାତ, ମାଇକେଲ ଲୋବୋଙ୍କ ଭଳି ନେତାଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବେ କି, ଏହାର ଉତ୍ତରରେ ସାୱନ୍ତ କହିଛନ୍ତି ଯେ କାମାତ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ଜଣେ ବଡ ନେତା, ସେ ବିନା ସର୍ତ୍ତରେ ପାର୍ଟିରେ ସାମିଲ ହୋଇଛନ୍ତି। ମାଇକେଲ ଲୋବୋ ଏବଂ ଅନ୍ୟ ବିଧାୟକମାନେ ମଧ୍ୟ କୌଣସି ସର୍ତ୍ତ ରଖି ନାହାଁନ୍ତି। ଆଜି ରାଜ୍ୟପାଳଙ୍କ ସହ ହୋଇଥିବା ବୈଠକ ବିଷୟରେ ପଚରାଯିବାରୁ ସାୱନ୍ତ କହିଛନ୍ତି ଯେ, ଏହା ମୋର ପୂର୍ବ ନିର୍ଦ୍ଧାରିତ ବୈଠକ।

ଅନ୍ୟପଟେ ଏକ ପ୍ରଶ୍ନର ଉତ୍ତରରେ କଂଗ୍ରେସ କଛିଛି ଯେ ଦେଶ କଂଗ୍ରେସକୁ ମୁକ୍ତ କରିବା ପରିବର୍ତ୍ତେ ବିଜେପି ‘କଂଗ୍ରେସ ଯୁକ୍ତ’ ହେବାକୁ ଯାଉଛି, ସାୱନ୍ତ କହିଛନ୍ତି ଯେ ମାଇକେଲ ଲୋବୋ କଂଗ୍ରେସରେ ଯୋଗଦେବା ପରେ ହିଁ ସେ ଜାଣିବାକୁ ପାଇଲେ ଯେ ଚାଲିବାର ଗୋଟିଏ ଉପାୟ ଅଛି। ଏକମାତ୍ର ବିକଳ୍ପ ହେଉଛି ବିଜେପି। କେବଳ ମୋଦୀ ଜୀ ଦେଶ ଚଳାଇ ପାରିବେ। ସେଥିପାଇଁ ଲୋକମାନେ ବିଜେପି ଆଡକୁ ଆସୁଛନ୍ତି। ଗୋଆରେ କୌଣସି ଦୃଢ ବିରୋଧୀ ବାକି ନାହିଁ, ଏହାର ଜବାବରେ ସାୱନ୍ତ କହିଛନ୍ତି ଯେ, ବିରୋଧୀ ଦଳରେ ମଧ୍ୟ ତିନୋଟି ଦଳ ଅଛନ୍ତି। ଅବଶ୍ୟ ସେମାନଙ୍କର ଦୁଇଜଣ ଲେଖାଏଁ ବିଧାୟକ ଅଛନ୍ତି। କିନ୍ତୁ ସେମାନେ ଏକ ଦୃଢ ବିରୋଧୀ ଭାବରେ କାର୍ଯ୍ୟ କରିବା ଉଚିତ୍। ଗଣତନ୍ତ୍ରରେ ଏକ ଦକ୍ଷ ବିରୋଧୀ ରହିବା ମଧ୍ୟ ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର

ଗୋଆର ୧୧ ବିଧାୟକଙ୍କ ମଧ୍ୟରୁ ୮ ଛାଡିବେ କଂଗ୍ରେସ: ବିଜେପି ରାଜ୍ୟ ସଭାପତିଙ୍କ ଦାବି

ପାଣାଜୀ: ଗୋଆରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ମାଇକେଲ ବୋବୋଙ୍କ ସମେତ ଆଠ ଜଣ ବିଧାୟକ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଗୋଆ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଜେପି ସହ ମିଶ୍ରଣ ପାଇଁ ଏକ ସଂକଳ୍ପ ପାରିତ ହୋଇଛି। ଏହାପୂର୍ବରୁ ବିଜେପି ଗୋଆ ସଭାପତି ସଦାନନ୍ଦ ତନାବଡେ ଏହା ଦାବି କରିଥିଲେ। ସେ କହିଥିଲେ ଯେ, ୮ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ବିଜେପିରେ ଯୋଗଦେବେ।

ବାସ୍ତବରେ ଗୋଆରେ ୪୦ ଟି ବିଧାନସଭା ଆସନ ରହିଛି ଏବଂ ଚଳିତ ବର୍ଷ ଫେବୃଆରୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ବିଜେପି ମିଳିତ ମେଣ୍ଟର ୨୫ ଜଣ ବିଧାୟକ ଥିବାବେଳେ କଂଗ୍ରେସରେ ୧୧ ଜଣ ବିଧାୟକ ଅଛନ୍ତି। ସେଥିମଧ୍ୟରୁ ବିଜେପି ଦାବି କରିଛି ଯେ, ୧୧ ଜଣଙ୍କ ମଧ୍ୟରୁ ୮ ଜଣ ବିଜେପିରେ ଯୋଗଦେବେ। ଏଥିମଧ୍ୟରେ ଦିଗମ୍ବର କାମତ, ମାଇକେଲ ଲୋବୋ, ରାଜେଶ ଫଲଦେସାଇ, କେଦାର ନାୟକ, ସଂକଲ୍ପ ଅମନୋକର, ଆଲେକ୍ସସିଓ ସେକିରା, ରୁଡାଲ୍ଫ ଫର୍ଣ୍ଣାଣ୍ଡିସ୍ ଅଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋଆ ସରକାରଙ୍କ ବଡ ନିଷ୍ପତ୍ତି: ସୋନାଲି ଫୋଗାଟ ହତ୍ୟା ମାମଲାର ସିବିଆଇ କରିବ ତଦନ୍ତ

ପାଣାଜୀ: ସୋନାଲି ଫୋଗାଟ ଅଗଷ୍ଟ ୨୩ ତାରିଖରେ ଗୋଆର ଏକ ରେଷ୍ଟୁରାଣ୍ଟରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ରେଷ୍ଟୁରାଣ୍ଟରୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଗୋଆ ପୋଲିସ ତାଙ୍କ ସହ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦରଙ୍କୁ ଗିରଫ କରିଛି। ଏଥି ସହିତ ଏହି ମାମଲାର ଅଧିକ ତଦନ୍ତ ପାଇଁ ବର୍ତ୍ତମାନ ଗୋଆ ସରକାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୋନାଲି ଫୋଗାଟ ହତ୍ୟା ମାମଲା ଏବେ ସିବିଆଇ ଦ୍ୱାରା ଯାଞ୍ଚ ହେବ। ଗୋଆ ପୋଲିସ ପୁରା ମାମଲା ସିବିଆଇକୁ ହସ୍ତାନ୍ତର କରିବ। ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲାରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଧରା ଫୋଗାଟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ ଏବଂ ରବିବାର ମଧ୍ୟ ସୋନାଲି ଫୋଗାଟ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଦାବି କରିଥିଲେ।

ହିସାରର ଏକ ଖାପ ପଞ୍ଚାୟତରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଧରା ଫୋଗାଟ କହିଥିଲେ ଯେ, ଆମେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। ବର୍ତ୍ତମାନ ସରକାରଙ୍କ ଉପରେ ଆମର କୌଣସି ଭରସା ନାହିଁ କିମ୍ବା ସେମାନଙ୍କଠାରୁ କୌଣସି ଆଶ୍ଵାସନା ପାଇନାହୁଁ।

Categories
ବିଶେଷ ଖବର

ଗୋଆ ପରେ ଉତ୍ତରାଖଣ୍ଡରେ ହଲଚଲ, ଦଳ ଛାଡିପାରନ୍ତି କଂଗ୍ରେସର ୩ ବଡ ନେତା, ହରକ ସିଂ ରାୱତଙ୍କ ଘରେ ହେଲା ବୈଠକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ତିନିଜଣ ବରିଷ୍ଠ ନେତା ସୋମବାର ଇସ୍ତଫା ଦେଇ ଦିଲ୍ଲୀର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ କଂଗ୍ରେସ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ରାତୋରୀ, ରାଜ୍ୟ ମହିଳା କଂଗ୍ରେସ ଉପାଧ୍ୟକ୍ଷ କମଲେଶ ରମଣ ଏବଂ ସୋସିଆଲ ମିଡିଆ ପରାମର୍ଶଦାତା କୁଲଦୀପ ଚୌଧୁରୀ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି।

ପାର୍ଟିରେ ଏହି ସମସ୍ତଙ୍କୁ ସ୍ୱାଗତ କରି ମନୀଷ ସିସୋଦିଆ କହିଛନ୍ତି ଯେ, ଏହା ଉତ୍ତରାଖଣ୍ଡରେ AAP ଆହୁରି ମଜବୁତ ହେବ। କଂଗ୍ରେସ ଛାଡିଥିବା ନେତାମାନେ ବିଧାନସଭା ନିର୍ବାଚନରେ ​​ପରାଜୟ ବରଣ କରିବା ସତ୍ତ୍ୱେ ଦଳ ଛାଡିବାର କାରଣ କହିଥିଲେ। ଏହି ନେତାଙ୍କ ଇସ୍ତଫା ଖବର ପାଇବା ପରେ ଉତ୍ତରାଖଣ୍ଡ ବିଧାନସଭାରେ ପୂର୍ବତନ ବିରୋଧୀ ଦଳର ନେତା ପ୍ରୀତମ ସିଂ ଏବଂ ଖତିମା ବିଧାୟକ ଭବନ ଚନ୍ଦ୍ର କପଡିଙ୍କ ସମେତ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରାକ ସିଂ ରାୱତଙ୍କ ବାସଭବନରେ ଏକ ବୈଠକ କରି ଦଳ ପ୍ରତି ସେମାନଙ୍କ ଚିନ୍ତାଧାରା ଜଣାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ମୁଖପାତ୍ର ଥିବା ଆରପି ରତୁରୀ ଏବଂ ଦେହରାଡୁନ୍ ମହିଳା କଂଗ୍ରେସର ମହାନଗର ସଭାପତି ଥିବା କମଲେଶ ରମଣ ଦଳକୁ ବିଦାୟ ଦେଇ AAP ରେ ଯୋଗ ଦେଇଥିଲେ। ୨୦୧୭ ଏବଂ ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏକ ବୃହତ ବ୍ୟବଧାନରେ ହାରିଯାଇଥିଲା। ଦଳକୁ ମଜବୁତ କରିବାର ଆବଶ୍ୟକତା ଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ବିଗଡିବାରେ ଲାଗିଛି।

ଇସ୍ତଫା ଦେବାର କାରଣ ହେଉଛି ଅନ୍ତର୍ବିବାଦ!:

ଆରପି ରତୁରୀ ଏବଂ କମଲେଶ ରମଣ ଦୀର୍ଘ ଦିନ ଧରି ପ୍ରକୃତ ସୈନିକ ଭାବରେ କଂଗ୍ରେସରେ ଥିଲେ। ଏବେ ହଠାତ୍ ଦଳ ଉପରେ କ୍ରୋଧିତ ହୋଇ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ପାର୍ଟି ଛାଡିବା ପୂର୍ବରୁ ଆରପି ରତୁରୀ ସୋସିଆଲ ମିଡିଆରେ ଯନ୍ତ୍ରଣା ବ୍ୟକ୍ତ କରିଥିଲେ। ସେ ଲେଖିଛନ୍ତି ଯେ, “ଆଜି ମୋର ହୃଦୟ ଅତ୍ୟନ୍ତ ଆଘାତ ପାଇଛି। ମୁଁ ମୋର ଜୀବନର ୪୫ ବର୍ଷ କଂଗ୍ରେସ ଦଳକୁ ଦେଇଥିଲି ଏବଂ ବର୍ତ୍ତମାନ କଂଗ୍ରେସର ଅବସ୍ଥା ଭବିଷ୍ୟତରେ ଭଲ ସଙ୍କେତ ନୁହେଁ। ବହୁତ ଦୁଃଖଦାୟକ ” କଂଗ୍ରେସ ଛାଡିବା ପରେ ରତୁରୀ କହିଛନ୍ତି ଯେ, ଦଳରେ ସବୁକିଛି ଠିକ୍ ଚାଲିନାହିଁ।

ବିଶେଷ କଥା ହେଉଛି ନିକଟରେ ପ୍ରୀତମ ସିଂ ୨୦୧୬ ବିଦ୍ରୋହକୁ କଂଗ୍ରେସର ଦୁର୍ବଳତାର ସବୁଠାରୁ ବଡ କାରଣ ବୋଲି ବର୍ଣ୍ଣନା କରିଥିଲେ ଏବଂ ପରୋକ୍ଷରେ ହରିଶ ରାୱତଙ୍କୁ ସୂଚିତ କରିଥିଲେ। ୨୦୧୬ ରେ ଯେତେବେଳେ ହରିଶ ରାୱତ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ନଅ ଜଣ ଅସନ୍ତୋଷ ନେତା କଂଗ୍ରେସରୁ ବିଦ୍ରୋହ କରି ବିଜେପିରେ ଯୋଗ ଦେଇଥିଲେ। ସେହି ଦିନଠାରୁ, ବଡ ନେତାଙ୍କ ମଧ୍ୟରେ ପାରସ୍ପରିକ କଳହ ହେତୁ ଦଳର ଜଣେ ଛୋଟ କର୍ମୀ ମଧ୍ୟ ଅସହଜ ମନେ କରୁଥିଲେ।

Categories
ଆଜିର ଖବର ଜାତୀୟ ଖବର

୫ ବିଧାୟକଙ୍କର କୌଣସି ସମ୍ପର୍କ ନାହିଁ, ମୁକୁଲ ୱାସନିକଙ୍କୁ ଗୋଆ ପଠାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଗୋଆରେ ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୫ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ଦଳର ସଭାପତି ସୋନିଆ ଗାନ୍ଧୀ ରବିବାର ଦିନ ଦଳର ବରିଷ୍ଠ ନେତା ମୁକୁଲ ୱାସନିକଙ୍କୁ ରାଜ୍ୟର ନୂତନ ରାଜନୈତିକ ଘଟଣାକ୍ରମ ଉପରେ ନଜର ରଖିବାକୁ କହିଛନ୍ତି। ତାଙ୍କୁ ଗୋଆ ଯିବା ପାଇଁ କୁହାଯାଇଛି। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ରବିବାର ବିଳମ୍ବିତ ରାତିରେ ଟୁଇଟ୍ କରି କହିଛନ୍ତି ଯେ, ଗୋଆର ସର୍ବଶେଷ ରାଜନୈତିକ ଘଟଣାକ୍ରମ ଉପରେ ନଜର ରଖିବାକୁ କଂଗ୍ରେସ ସଭାପତି ସାଂସଦ ମୁକୁଲ ୱାସନିକଙ୍କୁ ସେଠାକୁ ଯିବାକୁ କହିଛନ୍ତି।

ଏହି ସମୟରେ ଗୋଆରେ ଥିବା କିଛି କଂଗ୍ରେସ ବିଧାୟକ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ମଧ୍ୟରେ ରବିବାର ଦିନ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଅଭିଯୋଗ କରିଛନ୍ତି ଯେ, ଏହା ଗଣତନ୍ତ୍ର ନୁହେଁ ବରଂ ବିଜେପିର “ଅର୍ଥ ତନ୍ତ୍ର”।

କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ କେତେକ ବିଜେପିରେ ଯୋଗ ଦେଇଥାଇ ପାରନ୍ତି ବୋଲି କଳ୍ପନାଜଳ୍ପନାକୁ ପଚାରିବାରୁ ସିଂ କହିଛନ୍ତି ଯେ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ଆୟକର ବିଭାଗ ଦ୍ୱାରା ଏହି ବିଧାୟକଙ୍କ ମଧ୍ୟରୁ କେତେଜଣ ଯାଞ୍ଚର ସମ୍ମୁଖୀନ ହେଉଛନ୍ତି ତାହାର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଗୋଆରେ ସରକାର ଗଠନ ପାଇଁ କଂଗ୍ରେସ କରିଲା ଦାବି, ବିଜେପିର ବିଳମ୍ବକୁ ନେଇ କରିଲା ପ୍ରଶ୍ନ

ପାଣାଜୀ: ଗୋଆରେ ବିଜେପି ସରକାର ଗଠନରେ ବିଳମ୍ବକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଗୋଆ କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର କାମାତ୍ ପଚାରିଛନ୍ତି ଯେ, ସ୍ଵାଧୀନ ବିଧାୟକ ଏବଂ ମହାରାଷ୍ଟ୍ରବାଦୀ ଗୋମନ୍ତକ ଦଳର ବିଜେପିର ସମର୍ଥନ ଅଛି କି? କଂଗ୍ରେସ ନେତା କାର୍ଲୋସ ଫରେରା କହିଛନ୍ତି ଯେ, ଯଦି ଏକକ ବୃହତ ଦଳ ସରକାର ଗଠନ କରିବାରେ ଅସମର୍ଥ, ତେବେ ଦ୍ୱିତୀୟ ଦଳକୁ ସରକାର ଗଠନ କରିବାର ସୁଯୋଗ ଦିଆଯିବା ଉଚିତ।

ଦିଗମ୍ବର କାମାତ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନାମରେ ସହମତି ଅଭାବରୁ କିମ୍ବା ଅନ୍ୟ ସ୍ଵାଧୀନ ବିଧାୟକ ତଥା ବିଜେପି ବିଧାୟକଙ୍କ ସମର୍ଥନ ନ ଥିବାରୁ ବିଜେପିରେ ଆଭ୍ୟନ୍ତରୀଣ କଳହ ଲାଗିଥିବାର ଦେଖାଯାଉଛି, ଯେଉଁଥିପାଇଁ ସରକାରୀ ଗଠନ ବିଳମ୍ବ ହେଉଛି।

ଯେତେବେଳେ ଦିଗମ୍ବର କାମାତ୍ଙ୍କୁ ଏହି ପ୍ରଶ୍ନ ପଚରାଗଲା ଯେ ଯଦି ସୁଯୋଗ ଦିଆଯାଏ, ତେବେ କଂଗ୍ରେସ ସରକାର ଗଠନ କରିପାରିବ କି? କଂଗ୍ରେସର ଅନ୍ୟ ଦଳର ସ୍ୱାଧୀନ ବିଧାୟକଙ୍କ ସହ ଆଲୋଚନା ହେଉଛି କି? ଗୋଆ ରାଜନୀତିରେ ସବୁକିଛି ସମ୍ଭବ ବୋଲି ସେ କହିଛନ୍ତି ଏବଂ କୌଣସି ସମ୍ଭାବନାକୁ ସେ ଏଡ଼ାଇ ନାହାଁନ୍ତି।

କଂଗ୍ରେସର ଅନ୍ୟ ଜଣେ ନେତା କାର୍ଲୋସ ଫରେରା କହିଛନ୍ତି ଯେ, ରାଜ୍ୟପାଳ ତାଙ୍କ ସାମ୍ବିଧାନିକ ଦାୟିତ୍ଵକୁ ସଠିକ୍ ଭାବରେ ପୂରଣ କରିବାରେ ସକ୍ଷମ ନୁହଁନ୍ତି। ଗୋଆ ଇତିହାସରେ ଏହା କେବେ ହୋଇ ନାହିଁ ଯେ, ସରକାରୀ ଗଠନ ପୂର୍ବରୁ ବିଧାୟକମାନେ ଶପଥ ନେଇଛନ୍ତି। ଏହା ରାଜ୍ୟପାଳଙ୍କ ଦାୟିତ୍ଵ ଅଟେ ଯେ, ଯଦି ଏକକ ବୃହତ ଦଳ ସରକାର ଗଠନ କରିବାରେ ସକ୍ଷମ ନୁହଁନ୍ତି, ତେବେ ଦ୍ୱିତୀୟ ଦଳକୁ ସରକାର ଗଠନ କରିବାର ସୁଯୋଗ ଦିଆଯିବା ଉଚିତ୍।

Categories
ବିଶେଷ ଖବର

ସରକାର ଗଠନ ଦାବି ମଧ୍ୟରେ ଗୋଆ ବିଜେପିରେ ମତଭେଦ, ଜାଣନ୍ତୁ ବିବାଦର କାରଣ

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି ଏବଂ ବିଜେପି ରାଜ୍ୟର ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ବିଜେପି ସର୍ବାଧିକ ୨୦ ଟି ଆସନ ପାଇଛି। କିନ୍ତୁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇ ନାହିଁ। ଗୋଆରେ ସଂଖ୍ୟାଗରିଷ୍ଠତା ପାଇଁ ୨୧ ଟି ଆସନ ଆବଶ୍ୟକ।

ଫଳାଫଳ ଘୋଷଣା ପରେ ଗୋଆ ବିଜେପି ସଭାପତି ସଦାନନ୍ଦ ଶେତ ତନୱଡେ ଏକ ବଡ ଦାବି କରିଛନ୍ତି। ତାଙ୍କ କହିବାନୁସାରେ, ତିନି ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି ଏବଂ ଏହା ସହିତ ବିଜେପିର ମୋଟ ଆସନ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି।

ତେବେ ବିଜେପି ସରକାର ଗଠନ ଦାବି ମଧ୍ୟରେ ମତଭେଦ ଥିବା ଖବର ରହିଛି। ଗୋଆରେ, ବିଜେପି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାୟକ କ୍ଷମତା ଗଠନ ପାଇଁ ମହାରାଷ୍ଟ୍ର ଗୋମାନ୍ତକ ପାର୍ଟି (ଏମଜିପି) ର ସମର୍ଥନ ନେଇ ନିଜର ପ୍ରତିବାଦ କରିଛନ୍ତି।

ସୂଚନା ଅନୁଯାୟୀ, ଗୋଆ ବିଧାନସଭା ନିର୍ବାଚନରେ ଏମଜିପି ଦଳର ଦୁଇଜଣ ବିଧାୟକ ଜିତିଛନ୍ତି। ବିଜେତା ବିଧାୟକଙ୍କ ନାମ ହେଉଛି ସୁଦୀନ ଧଭଲିକର ଏବଂ ଜିତ ଅରୋଲକର। ଗୋଆ ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ସହିତ ଏମଜିପିର ମିଳିତ ମେଣ୍ଟ ହୋଇଥିଲା। ଗୋଆ ବିଧାନସଭା ନିର୍ବାଚନର ଫଳାଫଳ ପରେ ଏମଜିପି ବିଜେପିକୁ ନିଜର ସମର୍ଥନ ପତ୍ର ଦାଖଲ କରିଛି।

ବିଜେପି ସର୍ବାଧିକ ୨୦ ଟି ଆସନ ପାଇଥିବାବେଳେ କଂଗ୍ରେସ ୧୧, ଆମ୍ ଆଦମୀ ପାର୍ଟି ୨, ଗୋଆ ଫରୱାର୍ଡ ପାର୍ଟି ୧, ମହାରାଷ୍ଟ୍ରବାଦୀ ଗୋମାନ୍ତକ ୨, ବିପ୍ଳବୀ ଗୋଆ ପାର୍ଟି ୧ ଏବଂ ସ୍ଵାଧୀନ ପ୍ରାର୍ଥୀ ୩ ଟି ସିଟ୍ ପାଇଛି। ରାଜ୍ୟରେ ମୋଟ ୪୦ ଟି ବିଧାନସଭା ଆସନ ଅଛି ଏବଂ ସଂଖ୍ୟାଗରିଷ୍ଠତା ହେଉଛି ୨୧। ଯଦି ବିଜେପି ସ୍ଵାଧୀନ ପ୍ରାର୍ଥୀଙ୍କ ସମର୍ଥନ ପାଏ, ତେବେ ଏହା ଏକ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ସରକାର ଗଠନ କରିବ।