Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ
ଆଜିର ଖବର

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ସାଂସଦ
ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

​ଭୁବନେଶ୍ୱର: ଗୋଆରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ପରେ, ତାଙ୍କର ମରଶରୀରକୁ ଓଡ଼ିଶା ଫେରାଇ ଆଣିବା ପାଇଁ ବ୍ରହ୍ମପୁର ଲୋକସଭା ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ପତ୍ର ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।​

ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ସିନ୍ଧବା ଗ୍ରାମପଞ୍ଚାୟତ ଜାମଢିଅ ଗ୍ରାମର ତରାଙ୍ଗ ଦଳବେହେରାଙ୍କ ୩୨ ବର୍ଷୀୟ ପୁତ୍ର ଗଣେଶ ଦଳବେହେରା ନିଜ ପରିବାର ପ୍ରତିପୋଷଣ ପାଇଁ ବିଗତ ତିନି ମାସ ହେଲା ଉତ୍ତର ଗୋଆର ବିଚୋଲିମ୍ (Bicholim) ଥାନା ଅନ୍ତର୍ଗତ ସାକିଲି ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଆଜି (୨୨.୦୬.୨୦୨୬) ଭୋର ପ୍ରାୟ ୩ଟା ସମୟରେ ଏକ ଚାରି ମହଲା କୋଠାରୁ ହଠାତ୍ ଦୁର୍ଭାଗ୍ୟବଶତଃ ତଳକୁ ପଡ଼ିଯିବା ହେତୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।​

ଏହି ଦୁଃଖଦ ଖବର ପାଇବା ପରେ ମୃତ ଗଣେଶଙ୍କ ଗରିବ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଗୋଆରୁ ମରଶରୀରକୁ ନିଜ ଗ୍ରାମକୁ ଫେରାଇ ଆଣିବା ସେମାନଙ୍କ ପାଇଁ ସମ୍ଭବପର ହେଉନାହିଁ। ଏ ସମ୍ପର୍କରେ ମୃତକଙ୍କ ପିତା ଓ ଗ୍ରାମବାସୀ ସାଂସଦଙ୍କୁ ଗୁହାରି କରିବା ପରେ ଡଃ. ପାଣିଗ୍ରାହୀ ତୁରନ୍ତ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।​ ସାଂସଦ ଡଃ. ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଓଡ଼ିଶା ସରକାର ଗୋଆ ପ୍ରଶାସନ ସହ ତୁରନ୍ତ ସମନ୍ୱୟ ରକ୍ଷା କରି ମୃତ ଶ୍ରମିକଙ୍କ ଶବକୁ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବାକୁ ବ୍ୟବସ୍ଥା କରନ୍ତୁ।

ଏହା ସହିତ ଅସହାୟ ତଥା ଶୋକସନ୍ତପ୍ତ ଆଦିବାସୀ ପରିବାରକୁ ‘ମୁଖ୍ୟମନ୍ତ୍ରୀ Relief Fund’ (CMRF) ରୁ ଜରୁରୀକାଳୀନ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ପତ୍ର ମାଧ୍ୟମରେ ଦାବି କରିଛନ୍ତି ।​ସୂଚନାଯୋଗ୍ୟ ଯେ, ଏହି ଚିଠିର ନକଲ ରାଜ୍ୟ ମୁଖ୍ୟ ଶାସନ ସଚିବ, ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନର ଆବାସିକ କମିଶନର ଏବଂ ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି, ଯେପରି ପ୍ରକ୍ରିୟାଟି ଅତି ଶୀଘ୍ର ସମ୍ପନ୍ନ ହୋଇପାରିବ।

ଗଜପତି ଗୋଆ ଡ. ପ୍ରଦୀପ ପାଣିଗ୍ରାହୀ ପ୍ରବାସୀ ଓଡ଼ିଆ ଶ୍ରମିକ ବ୍ରହ୍ମପୁର ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026
Latest News

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.