Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘଟଣା: କାର୍ଯ୍ୟ ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନ୍‌ଟାକ୍

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଇନ୍‌ଟାକ୍ ଚିଠି ଲେଖିଛି। ଏହି ମାମଲା ହାଇକୋର୍ଟରେ ବିଚାରଧିନ ଥିବାରୁ କାମ ସ୍ଥଗିତ କରିବା ପାଇଁ ଚିଠିରେ କୁହାଯାଇଛି। ବର୍ତ୍ତମାନ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି। ତେଣୁ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

୨୭ଭାଗ ଓବିସି ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରି ପଞ୍ଚାୟତ ନିର୍ବାଚନକୁ ୪ ମାସ ଘୁଞ୍ଚାଇବା ପାଇଁ ନିବେଦନ କରିଛନ୍ତି। ନିର୍ବାଚନ ପୂର୍ବରୁ ପଛୁଆବର୍ଗ କମିଶନଙ୍କ ଜରିଆରେ ପଛୁଆବର୍ଗ ଜନଗଣନା କରିବା ପାଇଁ ମଧ୍ୟ ମାନ୍ୟବର କୋର୍ଟଙ୍କ ପାଖରେ କେନ୍ଦ୍ର ସରକାର ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଅର୍ଜି ଦାଖଲ କରି ମାନ୍ୟବର କୋର୍ଟ ତାଙ୍କର ଡ଼ିସେମ୍ବର ୧୭ ତାରିଖର ‘ପଛୁଆବର୍ଗ ସଂରକ୍ଷଣ’ ଉପରେ ଦେଇଥିବା ରାୟକୁ ପୁନର୍ବିଚାର କରିବାକୁ ମଧ୍ୟ ନିବେଦନ କରିଛନ୍ତି।

ଗତ ରବିବାର ଦିନ ବିଜୁ ଜନତା ଦଳ ତା’ର ପ୍ରତିଷ୍ଠା ଦିବସର ଦୁଇଟି ପ୍ରତିଶ୍ରୁତି ଓଡ଼ିଶାର ଜନସାଧାରଣଙ୍କୁ ଦେଇ ଗଣମାଧ୍ୟମରେ ପ୍ରକାଶ କରିଥିଲା ଯେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ପକ୍ଷରୁ ୪୦ଭାଗ ଟିକେଟ ପଛୁଆବର୍ଗ ପ୍ରାର୍ଥୀମାନଙ୍କୁ ଦିଆଯିବ ଏବଂ ଦ୍ୱିତୀୟତଃ କେନ୍ଦ୍ର ସରକାର ପଛୁଆବର୍ଗ ସଂରକ୍ଷଣ ଉପରେ ଯେଉଁ ଆଇନଗତ ଓ ରାଜନୈତିକ ପଦକ୍ଷେପ ନେବେ, ତାହାକୁ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ସମର୍ଥନ କରିବ। ତେଣୁ ଆଜି କେନ୍ଦ୍ର ସରକାର ଯେତେବେଳେ ସୁପ୍ରିମକୋର୍ଟରେ ଅର୍ଜି ଦାଖଲ କରି ପଞ୍ଚାୟତ ନିର୍ବାଚନକୁ ୪ ମାସ ଘୁଞ୍ଚାଇବା ଓ ତା’ପୂର୍ବରୁ ପଛୁଆବର୍ଗ କମିଶନଙ୍କ ଜରିଆରେ ଜାତିଗତ ଜନଗଣନା କରିବା ପାଇଁ ସୁପ୍ରିମକୋର୍ଟଙ୍କ ପାଖରେ ପ୍ରାର୍ଥନା କରିଛନ୍ତି, ସେହି ସମୟରେ ବିଜୁ ଜନତା ଦଳ ତା’ର ପ୍ରତିଶ୍ରୁତି ରକ୍ଷା କରି ପଞ୍ଚାୟତ ନିର୍ବାଚନକୁ ଓଡ଼ିଶାରେ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ସହିତ ରାଜ୍ୟ ପଛୁଆବର୍ଗ କମିଶନ ମେ ୧ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ଜାତିଗତ ଜନଗଣନା କରିବାକୁ ଯେଉଁ ପଦକ୍ଷେପ ନେଇଥିଲେ, ତାହାକୁ ପୁନଶ୍ଚ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଅନୁରୋଧ କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏହି ପତ୍ର ଲେଖି କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପଞ୍ଚାୟତିରାଜ ନିର୍ବାଚନକୁ ଅନ୍ତତଃ ୬ ମାସ ଘୁଞ୍ଚାଇବା ସହିତ ରାଜ୍ୟରେ ଜାତିଗତ ଜନଗଣନା ଆରମ୍ଭ କରି ରାଜ୍ୟର ୫୨ଭାଗ ପଛୁଆବର୍ଗଙ୍କୁ ତାଙ୍କର ମୌଳିକ ଓ ସାମ୍ବିଧାନିକ ଅଧିକାର ଅର୍ଥାତ୍ ଶିକ୍ଷା, ଚାକିରୀ ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ୨୭ଭାଗ ସ୍ଥାନ ସଂରକ୍ଷଣକୁ ସୁନିଶ୍ଚିତ କରାନ୍ତୁ। ଆଶା କରାଯାଏ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟର ଅର୍ଦ୍ଧାଧିକ ଜନସାଧାରଣ (୫୨ଭାଗ ପଛୁଆବର୍ଗ)ଙ୍କୁ ରାଜ୍ୟ ସରକାର ତୃଣମୂଳସ୍ତରରେ ବିକାଶ ଓ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସୁଯୋଗ ପ୍ରଦାନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆଭାଷା ଉପରେ ଝାଡଖଣ୍ଡ ଓ ଆନ୍ଧ୍ରର ଆକ୍ରମଣ: ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ଦିଆଯାଇଥିଲା। ୨୦୧୧ ମସିହା ସେପ୍ଟେମ୍ବର ୧୧ ତାରିଖରୁ ଝାଡ଼ଖଣ୍ଡ ସରକାର ଓଡ଼ିଆ ସମେତ ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁ ଭାଷାକୁ ୨ୟଃ ଭାଷାର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ଦୁଃଖର କଥା ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁଭାଷାର ୨ୟଃ ମାନ୍ୟତା ବଜାୟ ରହିଥିଲା ବେଳେ ୨୦୨୧-୨୨ ଶିକ୍ଷାବର୍ଷରୁ ଓଡ଼ିଆଭାଷାକୁ ୨ୟଃ ଭାଷା ମାନ୍ୟତା ତାଲିକାରୁ ସେଠାକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାଦ୍ ଦେଇଛନ୍ତି।

ଏହା ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କ ଭିତରେ ତୀବ୍ର ପ୍ରତିକ୍ର୍ରିୟା ସୃଷ୍ଟି କରିଛି ଏବଂ ସେମାନେ ଏହାର ପ୍ରତିବାଦ ମଧ୍ୟ କରୁଛନ୍ତି। କିନ୍ତୁ ଦୁଃଖର କଥା ସବୁ ପ୍ରତିବାଦ ସତ୍ତ୍ୱେ ମଧ୍ୟ ଝାଡ଼ଖଣ୍ଡ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି କି ଓଡ଼ିଆଭାଷାକୁ ପୁନଶ୍ଚ ତାର ସମ୍ମାନଜନକ ସ୍ଥାନ ପ୍ରଦାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ଏହା କେବଳ ସେଠାକାର ଓଡ଼ିଆ ଭାଷାଭାଷୀମାନଙ୍କର ଦାବି ଓ ଆନ୍ଦୋଳନ ନୁହେଁ, ଏହା ସମସ୍ତ ଓଡ଼ିଆ ଭାଷାଭାଷୀମାନଙ୍କର ମନର କଥା। ତେଣୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ତୁରନ୍ତ ଓଡ଼ିଆଭାଷାକୁ ୨ୟଃ ରାଜ୍ୟ ଭାଷାର ମାନ୍ୟତା ପୁନଶ୍ଚ ଝାଡ଼ଖଣ୍ଡ ସରକାର କିଭଳି ପ୍ରଦାନ କରିବେ, ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସେହିଭଳି ବାତ୍ୟା ‘ଗୁଲାବ’ ଆତଙ୍କରେ ଯେତେବେଳେ ଓଡ଼ିଶାବାସୀ ତଥା କୋରାପୁଟ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଥିଲେ ତାହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ତେଲୁଗୁ ଭାଷାରେ ଲିଖିତ ନାମଫଳକ ଲଗାଇ ଦେଇଛି। ବାତ୍ୟା ଜନିତ ବର୍ଷା ଯୋଗୁ ଗମନାଗମନ କୋଟିଆ ଅଞ୍ଚଳକୁ ବ୍ୟାହତ ହୋଇଥିଲା ବେଳେ ଆନ୍ଧ୍ରର ଏହି ଚୋରା ପଦକ୍ଷେପ ଓଡ଼ିଆଭାଷା ଉପରେ ଏକ ଚରମ ଆକ୍ରମଣ। ଗୋଟିଏ ଦିଗରେ ଓଡ଼ିଶାର ଭୂଗୋଳକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଷଡ଼ଯନ୍ତ୍ର ଏବଂ ଅନ୍ୟ ଦିଗରେ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆନ୍ଧ୍ରର ଏହି ଆକ୍ରମଣ ଅସହ୍ୟ ହେଲାଣି। ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାର ହସ୍ତକ୍ଷେପ କରି କୋଟିଆ ଓଡ଼ିଆଭାଷାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।