ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ସୁରେଶ ପୂଜାରୀ

Published: Mar 2, 2025, 8:41 am IST

ଭୁବନେଶ୍ଵର: ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜମିପଟ୍ଟା ସୁନିଶ୍ଚିତ କରିବା ଓ ସବୁ ଶିକ୍ଷା ଅନୁଷ୍ଠାନକୁ ଜମି ଓ ଖେଳ ପଡିଆ ଯୋଗାଇବା ସହ ହାଇଟେକ ସର୍ଭେର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏହି ସମୀକ୍ଷା ବୈଠକରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବିଧାୟକ ରଘୁନାଥ ଜଗଦଳା,ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର କାର୍ଯ୍ୟସବୁକୁ ଅଗ୍ରଗତି କରାଯିବା ସହ ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ଜମିଜମା ସଂକ୍ରାନ୍ତୀୟ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Related posts