Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୪ ରେ “ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ”ର ଶୁଭାରମ୍ଭ
ଆଜିର ଖବର

ମାର୍ଚ୍ଚ ୪ ରେ “ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ”ର ଶୁଭାରମ୍ଭ

March 2, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧି ମାନଙ୍କର ଏକ ଜାତୀୟ କର୍ମଶାଳା ଆୟୋଜନ କରାଯାଉଛି , ଯେଉଁଥିରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ “ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ” ର ଶୁଭାରମ୍ଭ କରାଯିବ। ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ନିଖିଲ ଖଡ଼ସେ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ, ଏସଆଇଆରଡି ଏବଂ ପିଆର ଏବଂ ୟୁଏନ୍ଏଫପିଏ, ଟିଆରଆଇଏଫ୍ ଭଳି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସଶକ୍ତ ପଞ୍ଚାୟତ – ନେତ୍ରୀ ଅଭିଯାନ ଏକ ରଣନୈତିକ ପଦକ୍ଷେପ , ଯାହାର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ପାଇଁ କ୍ଷମତା ବୃଦ୍ଧି ହସ୍ତକ୍ଷେପକୁ ସୁଦୃଢ଼ କରିବା। ଏଥିରେ ସେମାନଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବା, ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ଏବଂ ତୃଣମୂଳ ଶାସନରେ ସେମାନଙ୍କ ଭୂମିକାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମୀଣ ସ୍ଥାନୀୟ ଶାସନରେ ମହିଳା ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ପଞ୍ଚାୟତିରାଜ ମନ୍ତ୍ରଣାଳୟ ସେମାନଙ୍କ ନେତୃତ୍ୱ ବୃଦ୍ଧି କରିବା ଏବଂ ନିଷ୍ପତ୍ତି ନେବାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଏକ ରଣନୀତିକ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ପ୍ରଥମ ଥର ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)ର ତିନୋଟି ସ୍ତରରୁ ନିର୍ବାଚିତ ମହିଳା ପ୍ରତିନିଧିମାନେ ଏକ ଜାତୀୟ ମଞ୍ଚରେ ଏକାଠି ହୋଇ ଅର୍ଥପୂର୍ଣ୍ଣ ଓ କାର୍ଯ୍ୟଭିତ୍ତିକ ଆଲୋଚନା କରିବେ।

ଏହି ଐତିହାସିକ କାର୍ଯ୍ୟକ୍ରମରେ ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ୧୨୦୦ରୁ ଅଧିକ ପଞ୍ଚାୟତ ମହିଳା ନେତ୍ରୀ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ହେବ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପଂଚାୟତ ଗୁଡିକର ବିଶିଷ୍ଟ ମହିଳା ନେତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା , ଯେଉଁମାନେ ଗ୍ରାମୀଣ ସ୍ଥାନୀୟ ସ୍ୱୟଂ ଶାସନରେ ଉଦାହରଣମୂଳକ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ଏହି କର୍ମଶାଳାରେ ମହିଳା ନିର୍ବାଚିତ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ମଡ୍ୟୁଲ୍ ର ଶୁଭାରମ୍ଭ କରାଯିବା ସହ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଲିଙ୍ଗଭିତ୍ତିକ ହିଂସା ଏବଂ ହାନିକାରକ ଅଭ୍ୟାସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ଆଇନ ଉପରେ ଏକ ପ୍ରାଥମିକ ତାଲିମ ମଡ୍ୟୁଲ୍ ର ଶୁଭାରମ୍ଭ କରାଯିବ।

ଜାତୀୟ କର୍ମଶାଳାରେ ସ୍ଥାନୀୟ ଶାସନରେ ମହିଳା ମାନଙ୍କର ଭାଗୀଦାରୀକୁ ସମ୍ବୋଧିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଯଥା ” ପିଆରଆଇରେ ମହିଳାଙ୍କ ଭାଗୀଦାରୀ ଏବଂ ନେତୃତ୍ୱ : ସ୍ଥାନୀୟ ସ୍ୱୟଂ ଶାସନରେ ଗତିଶୀଳତା ପରିବର୍ତ୍ତନ ” ଉପରେ ସତର୍କତାର ସହ ପ୍ରସ୍ତୁତ ପ୍ୟାନେଲ ଆଲୋଚନା ହେବ, ଯେଉଁଥିରେ ମହିଳା ପ୍ରତିନିଧିତ୍ୱ କିପରି ଗ୍ରାମୀଣ ଶାସନ ଢାଞ୍ଚାକୁ ନୂତନ ରୂପ ଦେଉଛି ଏବଂ ” ମହିଳା ନେତୃତ୍ୱାଧୀନ ସ୍ଥାନୀୟ ଶାସନ: ଡବ୍ଲ୍ୟୁଇଆର ଦ୍ୱାରା କ୍ଷେତ୍ରୀୟ ହସ୍ତକ୍ଷେପ” ବିଷୟରେ ଅନୁଧ୍ୟାନ କରାଯିବ, ଯେଉଁଥିରେ  ସ୍ୱାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, ମହିଳା ଓ ବାଳିକାଙ୍କ ସୁରକ୍ଷା, ଅର୍ଥନୈତିକ ସୁଯୋଗ ଏବଂ ଡିଜିଟାଲ ରୂପାନ୍ତର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଆଲୋଚନାରେ ଜଳସମ୍ପଦ , ନଦୀ ଉନ୍ନୟନ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ସଚିବ ଶ୍ରୀମତୀ ଦେବଶ୍ରୀ ମୁଖାର୍ଜୀ ଏବଂ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ସଚିବ ଶ୍ରୀମତୀ ଅଳକା ଉପାଧ୍ୟାୟଙ୍କ ପରି ବରିଷ୍ଠ ଅଧିକାରୀ ଅଧ୍ୟକ୍ଷତା କରିବା ସହିତ , ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଉଚ୍ଚସ୍ତରୀୟ ଦକ୍ଷତା ଆଣିବେ। ୟୁଏନ୍ଏଫପିଏ ପକ୍ଷରୁ ଆୟୋଜିତ ମହିଳାଙ୍କ ସଫଳତା ଓ ନମନୀୟତାକୁ ନେଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜାତୀୟ କର୍ମଶାଳାରେ ଏକ ଜୀବନ୍ତ ଦିଗ ଯୋଡ଼ିବ, ଯେଉଁଥିରେ ସମାଜ ପ୍ରତି ମହିଳାଙ୍କ ଅବଦାନକୁ ସମ୍ମାନିତ କରୁଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯିବ।

ଏହି ଜାତୀୟ କର୍ମଶାଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛି, ଯାହା ସମ୍ପର୍କରେ ‘ମନ୍ କି ବାତ୍’ ର ୧୧୯ତମ ଏପିସୋଡ୍ ରେ ଆଲୋକପାତ କରାଯାଇଛି, ଯେଉଁଥିରେ ରାଷ୍ଟ୍ର ନିର୍ମାଣରେ ‘ନାରୀ ଶକ୍ତି’ର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି। ଦେଶରେ ମହିଳା ଓ ବାଳିକାମାନଙ୍କ ସମୃଦ୍ଧି ପାଇଁ ଅନୁକୂଳ ପରିବେଶ ସୁନିଶ୍ଚିତ କରି ସୁରକ୍ଷିତ, ସମାବେଶୀ, ଲିଙ୍ଗ ସମ୍ବେଦନଶୀଳ ଏବଂ ସାମାଜିକ ଭାବେ ନ୍ୟାୟସମ୍ପନ୍ନ ଗ୍ରାମ ପଞ୍ଚାୟତ ଗଠନ ଦିଗରେ ସରକାରଙ୍କ ସମର୍ପଣକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି।

ଅନ୍ନପୂର୍ଣ୍ଣା ଦେବୀ ପଞ୍ଚାୟତିରାଜ ମନ୍ତ୍ରଣାଳୟ ରାଜୀବ ରଞ୍ଜନ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.