Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁଜିଲ୍ୟାଣ୍ଡକୁ 44 ରନରେ ପରାସ୍ତ କଲା ଭାରତ: ଏବେ ଏହି ଦଳ ସହ ସେମିଫାଇନାଲରେ ଲଢିବ ଟିମ ଇଣ୍ଡିଆ
ଆଜିର ଖବର

ନ୍ୟୁଜିଲ୍ୟାଣ୍ଡକୁ 44 ରନରେ ପରାସ୍ତ କଲା ଭାରତ: ଏବେ ଏହି ଦଳ ସହ ସେମିଫାଇନାଲରେ ଲଢିବ ଟିମ ଇଣ୍ଡିଆ

March 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୁଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡକୁ ଭାରତ 44 ରନରେ ପରାସ୍ତ କରିଛି। 2025 ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟର ଏହା ଥିଲା ଶେଷ ମ୍ୟାଚ୍। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି 249 ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ଶ୍ରେୟସ୍ ଆୟରଙ୍କ 79 ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର 205 ରନ୍ କରି ସମସ୍ତ ୱିକେଟ ହରାଇଥିଲା। କେନ୍ ୱିଲିୟମସନ 81 ରନର ଏକ ଲଢୁଆ ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ଦଳର ବିଜୟ ନିଶ୍ଚିତ କରିପାରି ନଥିଲେ।

ଭାରତର ଓପନିଂ ଯୋଡି ରୋହିତ ଶର୍ମା ଏବଂ ଶୁବମାନ ଗିଲ ଶସ୍ତାରେ ଆଉଟ ହୋଇଯାଇଥିଲେ। ବିରାଟ କୋହଲିଙ୍କ କ୍ୟାରିୟରର ଏହା ଥିଲା 300 ତମ ODI ମ୍ୟାଚ୍, ଯେଉଁଥିରେ ସେ ବହୁତ ଭଲ ଫର୍ମରେ ଦେଖାଯାଉଥିଲେ। କିନ୍ତୁ ଗ୍ଲେନ୍ ଫିଲିପ୍ସ ଏପରି ଏକ ଯାଦୁକର କ୍ୟାଚ ନେଲେ, ଯାହା କଳ୍ପନା ବାହାରେ ଥିଲା। ବିରାଟ 11 ରନ୍ ରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ସଙ୍କଟ ପରିସ୍ଥିତିରେ ଶ୍ରେୟସ୍ ଆୟର ଏବଂ ଅକ୍ସର ପଟେଲ ଟିମ୍ ଇଣ୍ଡିଆକୁ ଆଗକୁ ନେଇଥିଲେ, ଉଭୟଙ୍କ ମଧ୍ୟରେ 98 ରନ୍ ର ଭାଗିଦାରୀ ହୋଇଥିଲା। ଆୟର 79 ରନ୍ ସଂଗ୍ରହ କରିଥିବାବେଳେ ଅକ୍ସର ପଟେଲ 42 ରନ୍ ସଂଗ୍ରହ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ 45 ରନର ଇନିଂସ ଖେଳି 249 ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ।

ବରୁଣ ଚକ୍ରବର୍ତ୍ତୀଙ୍କ ଆତଙ୍କ:

ଭାରତର ବିଜୟରେ ସବୁଠାରୁ ବଡ ଅବଦାନ ଥିଲା ଶ୍ରେୟସ୍ ଆୟର ଏବଂ ବରୁଣ ଚକ୍ରବର୍ତ୍ତୀ। ପ୍ରଥମେ ଶ୍ରେୟାସ ଆୟର ଦୁବାଇର ମନ୍ଥର ପିଚରେ 79 ରନ ଖେଳିଥିଲେ। ବୋଲିଂରେ ବରୁଣ ଚକ୍ରବର୍ତ୍ତୀ 5 ୱିକେଟ୍ ନେଇ କିୱିମାନଙ୍କୁ ବହୁତ ଅସୁବିଧାରେ ପକାଇଥିଲେ। ଚାମ୍ପିଅନ୍ସ ଟ୍ରଫିରେ ଚକ୍ରବର୍ତ୍ତୀଙ୍କ ଏହା ଥିଲା ଡେବ୍ୟୁ ମ୍ୟାଚ୍, ଯେଉଁଥିରେ ସେ 5ଟି ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଥିଲେ। ଚାମ୍ପିଅନ୍ସ ଡେବ୍ୟୁ ମ୍ୟାଚରେ 5 ୱିକେଟ୍ ନେଇଥିବା ବରୁଣ ହେଉଛନ୍ତି ପ୍ରଥମ ଭାରତୀୟ ବୋଲର।

ସେମିଫାଇନାଲ ଲଢେଇ:

ଭାରତୀୟ ଦଳ ଏହାର ତିନୋଟି ମ୍ୟାଚ୍ ଜିତି ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ଏ’ ରେ ଶୀର୍ଷ ସ୍ଥାନ ହାସଲ କରିଛି। ଟିମ୍ ଇଣ୍ଡିଆ ପୂର୍ବରୁ ଉଭୟ ବାଂଲାଦେଶ ଏବଂ ପାକିସ୍ତାନକୁ 6-6 ୱିକେଟ୍ ବ୍ୟବଧାନରେ ପରାସ୍ତ କରିଥିଲା। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ମଧ୍ୟ 44 ରନରେ ପରାସ୍ତ ହୋଇଛି। ଚାମ୍ପିଅନ୍ସ ଟ୍ରଫି 2025 ରେ ଏହା ପ୍ରଥମ ଥର ପାଇଁ ଦୁବାଇ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛି। ଚାମ୍ପିଅନ୍ସ ଟ୍ରଫିରେ ସେମିଫାଇନାଲ୍ ର ସମୀକରଣ ଏପରି ଥିଲା ଯେ ଗ୍ରୁପ୍ ଏରେ ଶ୍ରେଷ୍ଠ ଦଳ ଗ୍ରୁପ୍ ବିରେ ଦ୍ୱିତୀୟ ସ୍ଥାନିତ ଦଳକୁ ଭେଟିବ। ବର୍ତ୍ତମାନ ମାର୍ଚ୍ଚ 4 ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତ ଭେଟିବ। ସେହିଭଳି ଦ୍ଵିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦଳ ସାଉଥ ଆଫ୍ରିକା ସହ ମୁହାଁମୁହିଁ ହେବ।

Champions Trophy 2025 ICC Champions Trophy ICC Champions Trophy 2025 IND VS NZ INDIA VS NEW ZEALAND Kane Williamson shreyas iyer Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.