Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋହିତ ଶର୍ମାଙ୍କ ଉପରେ ବିବୃତ୍ତି ଦେଇ ଅଡୁଆରେ କଂଗ୍ରେସ ନେତା, ଭର୍ତ୍ସନା କଲେ ପ୍ରଶଂସକ
ଆଜିର ଖବର

ରୋହିତ ଶର୍ମାଙ୍କ ଉପରେ ବିବୃତ୍ତି ଦେଇ ଅଡୁଆରେ କଂଗ୍ରେସ ନେତା, ଭର୍ତ୍ସନା କଲେ ପ୍ରଶଂସକ

March 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସ ନେତା ଡକ୍ଟର ଶାମା ମହମ୍ମଦ ତାଙ୍କର ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ଉପରେ କଡ଼ା ଆକ୍ରମଣର ଶିକାର ହୋଇଛନ୍ତି। କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ଉପରେ ମନ୍ତବ୍ୟକୁ ନେଇ ତାଙ୍କୁ ସମାଲୋଚନା କରୁଛନ୍ତି। ଜଣେ ଖେଳାଳି ଭାବରେ ରୋହିତ ଶର୍ମା ଅଧିକ ମୋଟା ବୋଲି ସେ କହିଛନ୍ତି। ଶାମା ମହମ୍ମଦ ବର୍ତ୍ତମାନ ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇଛନ୍ତି।

ରବିବାର ଦିନ ଚାମ୍ପିଅନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ବେଳେ ଶାମା ମହମ୍ମଦ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ,’ ଜଣେ ଖେଳାଳି ଭାବରେ ରୋହିତ ଶର୍ମା ମୋଟା। ସେ ଓଜନ ହ୍ରାସ କରିବା ଆବଶ୍ୟକ କରନ୍ତି! ଏବଂ ନିଃସନ୍ଦେହ, ସେ ଆଜି ପର୍ଯ୍ୟନ୍ତ ଭାରତର ଅଧିନାୟକଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଅଧିନାୟକ।

ଡାଃ ଶାମାଙ୍କ ଏହି ମନ୍ତବ୍ୟ ଉପରେ ଯେତେବେଳେ ଜଣେ ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କୁ ବିଶ୍ୱ ସ୍ତରୀୟ ଖେଳାଳି ବୋଲି ବର୍ଣ୍ଣନା କରିଥିଲେ, ସେତେବେଳେ ଶାମା ଉତ୍ତର ଦେଇଥିଲେ ଯେ, ‘ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ଼, ଧୋନି, କୋହଲି, କପିଲ ଦେବ, ଶାସ୍ତ୍ରୀଙ୍କ ଭଳି ପୂର୍ବତନ ଅଧିନାୟକଙ୍କ ତୁଳନାରେ ରୋହିତ ପାଖରେ କ’ଣ ବିଶ୍ୱ ସ୍ତରୀୟ ଅଛି? ଜଣେ ସାଧାରଣ ଅଧିନାୟକ ହେବା ସହିତ ସେ ଜଣେ ସାଧାରଣ ଖେଳାଳି ଯିଏକି ଭାରତର ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ଡାଃ ଶାମାଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ତାଙ୍କୁ ଭର୍ତ୍ସନା କରିବା ଆରମ୍ଭ କରିଛନ୍ତି। କେହି କେହି ରୋହିତ ଶର୍ମାଙ୍କ ରେକର୍ଡ ଉପରେ ଆଲୋଚନା କରିଛନ୍ତି ତ କେହି କେହି ଅଧିନାୟକ ଭାବରେ ତାଙ୍କର ବିଜୟ ରେକର୍ଡ ଦେଖାଛନ୍ତି। ଏସବୁ ମଧ୍ୟରେ ବିଜେପି ପ୍ରଶ୍ନ କରିଛି କି କଂଗ୍ରେସ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ କ୍ରିକେଟ୍ ପଡ଼ିଆରେ ଓହ୍ଲାଇବାକୁ ଚାହୁଁଛି କି? ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହାକୁ ପ୍ରତ୍ୟେକ ଦେଶପ୍ରେମୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ଇଣ୍ଡିଆ ଆଲାଇନ୍ସ ପାର୍ଟି ‘ଶିବସେନା’ (ୟୁବିଟି) ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଶାମା ମହମ୍ମଦଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ ଏକ୍ସ ରେ ଲେଖିଛନ୍ତି ଯେ, ମୁଁ କ୍ରିକେଟର ବଡ ପ୍ରଶଂସକ ନୁହେଁ। କିନ୍ତୁ ଖେଳରେ ମୋର ସୀମିତ ରୁଚି ଥିଲେ ମଧ୍ୟ ମୁଁ ଏତିକି କହିପାରିବି, ରୋହିତ ଶର୍ମା ମୋଟା ହୁଅନ୍ତୁ ବା ପତଳା, ସେ ଭାରତୀୟ ଦଳକୁ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି। ତାଙ୍କର ପ୍ରତିବଦ୍ଧତା ହିଁ ଗୁରୁତ୍ୱପୂର୍ଣ୍ଣ।

Breaking News Champions Trophy 2025 Rohit Sharma
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025

ସେପ୍ଟେମ୍ବର ୧୭ ରେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 10, 2025
Latest News

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025

ସେପ୍ଟେମ୍ବର ୧୭ ରେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.