ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ଥିବା ରାଜା ଚକ୍ର ଅଡୁଆରେ, ନଅ ଘଣ୍ଟା ଧରି ଜେରା କଲା ଇଓଡବ୍ଲୁ

Published: Mar 3, 2025, 10:34 pm IST
ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜେଡି ନେତା ତଥା ଚିଲିକା ବିଜେଡିର ପର୍ଯ୍ୟବେକ୍ଷକ ଥିବା ରାଜା ଚକ୍ର ବର୍ତ୍ତମାନ ଅଡୁଆ ପରିସ୍ଥିତିରେ। କୋଇଲା ପରିବହନ ହେରେଫେର ମାମଲାରେ ତାଙ୍କୁ ଇଓଡବ୍ଲୁ ନଅ ଘଣ୍ଟା ଧରି ଜେରା କରିଛି। ଏଥିରେ ପ୍ରାୟ ୪୦ ରୁ ୫୦ କୋଟି ଟଙ୍କା ହେରେଫେରେ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ଇଓଡବ୍ଲୁ ଦୁଇଜଣଙ୍କୁ ଗିରଫ କରିସାରିଛି।

ଘଟଣାରୁ ଜଣାପଡିଛି ଯେ, କେଉଁଝରର ଗନ୍ଧମାର୍ଦ୍ଧନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିର ଖଣିଜ ପରିବହନ ନେଇ ହେରେଫେର ହୋଇଛି। ଏହି ସୋସାଇଟ ଓଏମସି ର ପରିବହନ କାର୍ଯ୍ୟ କରୁଥିଲେ। ଏହି ସଂସ୍ଥା ପାଇଁ ରାଜା ଚକ୍ର ଖଣିଜ ପରିବହନ ଦାୟିତ୍ବ ନେଇଥିଲେ। ହେଲେ ସେତେବେଳେ ସେ ଟନ ପିଛା ଲୋଡିଂ ପାଇଁ ଯେତିକି ଅର୍ଥ ନେଉଥିଲେ ତାହା ସର୍ବାଧିକ ଥିଲା। ଏପରିକି ସେ କେତେକ ଶ୍ରମିକଙ୍କ ନାମରେ ଟଙ୍କା ହେରେଫେର କରିଥିବାର ମଧ୍ୟ ଅଭିଯୋଗ ହୋଇଛି।

ରାଜାଙ୍କୁ ଇଓଡବ୍ଲୁରେ ହାଜର ହେବା ପାଇଁ ବହୁ ଦିନ ଆଗରୁ ନୋଟିସ କରାଯାଇଥିଲା। ହେଲେ ସେ ଧରାଛୁଆଁ ଦେଉ ନ ଥିଲେ। ପରେ ଇଓଡବ୍ଲୁ କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ସେ ଭୁବନେଶ୍ବର ଅଫିସରେ ହାଜର ହୋଇଛନ୍ତି।

Related posts