Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଆଇଆଇଏମସି ର ୫୬ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଆଜି ଆଇଆଇଏମସି ର ୫୬ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଆଇଆଇଏମସିର ମହାତ୍ମା ଗାନ୍ଧୀ ମଂଚରେ ଆଜି ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ର ୫୬ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଆଇଆଇଏମସିର କୁଳପତି ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ, ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଡିପ୍ଲୋମା ଓ ଏକ୍ସେଲେନ୍ସ ମାନପତ୍ର ସହ ୨୦୨୩-୨୪ ବ୍ୟାଚ ବିଦ୍ୟାର୍ଥୀ ସମ୍ମାନିତ ହେବେ।

୨୦୨୩-୨୪ ବ୍ୟାଚର ୯ଟି କୋର୍ସର ୪୭୮ ଛାତ୍ର ଛାତ୍ରୀଙ୍କୁ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯିବ। ଆଇଆଇଏମସି ନୂଆଦିଲ୍ଲୀ ଓ ଏହାର ପାଂଚଟି କ୍ଷେତ୍ରୀୟ କ୍ୟାମ୍ପସ ଯଥା, ଢେଙ୍କାନାଳ, ଆଇଜଲ, ଅମରାବତୀ, କୋଟ୍ଟାୟାମ ଓ ଜମ୍ମୁ ପରି କ୍ୟାମ୍ପସର ବିଦ୍ୟାର୍ଥୀମାନଙ୍କୁ ଡିପ୍ଲୋମା ଡିଗ୍ରୀ ଦିଆଯାଇ ସମ୍ମାନିତ କରାଯିବ। ଏହାଛଡା ନିଜର ପାରଦର୍ଶିତା ପାଇଁ ୩୬ ଜଣ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ମେଡାଲ ଓ ଅର୍ଥ ପୁରସ୍କାରରେ ସମ୍ମାନିତ କରାଯିବ।

ଏହି କାର୍ଯ୍ୟକ୍ରମରେ ମିଡିଆ ଓ ଜନ ସଂଚାର ଶିକ୍ଷାରେ ଆଇଆଇଏମସିର ଉଲ୍ଲେଖନୀୟ କୃତିତ୍ୱକୁ ପ୍ରାଧାନ୍ୟ ଦେଇ ପ୍ରଶିକ୍ଷକ ଓ ଅତିଥିମାନେ ଏକାଠି ହେବେ।

ମିଡିଆ ନେତୃତ୍ୱ ତିଆରି କରୁଛି ଆଇଆଇଏମସି

ମିଡିଆ ଓ ଗଣ ଯୋଗାଯୋଗ କ୍ଷେତ୍ରରେ ତାଲିମ ପ୍ରଦାନକାରୀ ସଂସ୍ଥା ହେଉଛି ଆଇଆଇଏମସି। ୧୯୬୫ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା ହିନ୍ଦୀ ସାମ୍ବାଦିକତା, ଇଂରାଜୀ ସାମ୍ବାଦିକତା, ବିଜ୍ଞାପନ ଓ ଲୋକ ସମ୍ପର୍କ, ରେଡିଓ ଓ ଟିଭି ସାମ୍ବାଦିକତା, ଡିଜିଟାଲ ମିଡିଆ, ଓଡିଆ ସାମ୍ବାଦିକତା, ମରାଠୀ ସାମ୍ବାଦିକତା, ମାଲୟାଲାମ ସାମ୍ବାଦିକତା, ଊର୍ଦ୍ଧୁ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଠ୍ୟକ୍ରମ ଦେଉଛି। ୨୦୨୪ରେ ଏହା ଡିମଡ ୟୁନିଭର୍ସିଟିର ମାନ୍ୟତା ପାଇଲା ପରେ ମିଡିଆ ବିଜିନେସ ଷ୍ଟଡିଜ ଓ ଷ୍ଟ୍ରାଟେଜିକ କମ୍ୟୁନିକେସନରେ ଦୁଇଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।

ଅଶ୍ୱିନୀ ବୈଷ୍ଣବ ଭାରତୀୟ ଜନ ସଂଚାର ସଂସ୍ଥାନ ସମାବର୍ତ୍ତନ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ

August 19, 2025

ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଉନ୍ମୋଚନ

August 19, 2025

ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

August 19, 2025

ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍

August 19, 2025
Latest News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନ ଭୋଜି ବେଶ ଅନୁଷ୍ଠିତ

August 19, 2025

ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ଉନ୍ମୋଚନ

August 19, 2025

ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

August 19, 2025

ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍

August 19, 2025

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ “ଆସ ସ୍କୁଲ ଯିବା” ପଦଯାତ୍ରା

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.