Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନନ୍ଦନକାନନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କାର ଚେକ୍
ଆଜିର ଖବର

ନନ୍ଦନକାନନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କାର ଚେକ୍

March 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ପୋଷ୍ୟ ପ୍ରାଣୀ କାର୍ଯ୍ୟକ୍ରମ ଜରିଆରେ ନନ୍ଦନକାନନ ପ୍ରାଣୀମାନଙ୍କର ଯତ୍ନ, ପାଳନପୋଷଣ ଏବଂ ଅନ୍ୟ ଚିଡ଼ିଆଖାନା ମାନଙ୍କରୁ ପ୍ରାଣୀ ସଂଗ୍ରହ ପାଇଁ ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମିଲ କରାଯାଉଛି।

ଏହି କ୍ରମରେ ସୁନ୍ଦରଗଡ଼ର ମେସର୍ସ ଗୀତାରାଣୀ ମହାନ୍ତି ରାଇକେଲା ଆଇରନ ଓର ମାଇନ୍ସ ପକ୍ଷରୁ ମ୍ୟାନେଜିଂ ପାର୍ଟନର ଶ୍ରୀନିବାସ ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ସାକ୍ଷାତ କରି ପ୍ରାଣୀ ସଂଗ୍ରହ ଓ ପାଳନପୋଷଣ ପାଇଁ ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ନନ୍ଦନକାନନ ଚିଡିଆଖାନା ପ୍ରକଳ୍ପର Animal Adoption ଆକାଉଣ୍ଟକୁ ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ଚେକ୍‌ ଗ୍ରହଣ କରି କହିଥିଲେ ଯେ ନନ୍ଦନକାନନ ଆମ ଓଡିଶାର ଗର୍ବ। ଏହାର ବିକାଶ ପାଇଁ ଅନୁଷ୍ଠାନ ତାର ପ୍ରତିବଦ୍ଧତା ଦର୍ଶାଇଛି। ଏଥିପାଇଁ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଉଛି। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ସହଯୋଗ ରହିଲେ, ନନ୍ଦନକାନନ ସହିତ ଏହାର ପ୍ରାଣୀସଂପଦର ଉନ୍ନତି ନିଶ୍ଚିତ ହେବ।

ଚିଡ଼ିଆଖାନା ଜୈବ ବିବିଧତା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 6, 2025

ଏଲଏଚବି ସହ ଚଳାଚଳ କରିବ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ 

August 6, 2025
Latest News

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

August 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

August 6, 2025

ଭାରତଠାରୁ ୫୦ ପ୍ରତିଶତ ଶୁଳ୍କ ଆଦାୟ କରିବ ଆମେରିକା: ଏହି କାରଣରୁ ଜରିମାନା ଲଗାଇଲେ ଡୋନାଲ୍ଡ ଟ୍ରମ୍ପ 

August 6, 2025

କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

August 6, 2025

ଏଲଏଚବି ସହ ଚଳାଚଳ କରିବ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ 

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.