ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଆନ୍ଦୋଳନ

Published: Mar 5, 2025, 10:44 am IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକ୍ ରେ ୨୬ ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ। ଦୁଇ ଗୋଟି ଦାବୀ ଯଥା ଜନ ସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଳାହାଣ୍ଡି ଜିଲ୍ଲାର ୨୬ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭାବନି ଶଙ୍କର ସିଂ, ସଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ ପ୍ରିୟ ରଞ୍ଜନ ପଣ୍ଡା, ଅମୂଲ୍ୟ ନାୟକ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଳକର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Related posts