
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ଧାମ ଏବଂ ହେମକୁଣ୍ଡ ସାହିବ ପାଇଁ ରୋପୱେ ଘୋଷଣା କରାଯାଇଛି। କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। କେଦାରନାଥ ଧାମ ବିଷୟରେ କହିବାକୁ ଗଲେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ଏକ ରୋପୱେ ନିର୍ମାଣ ହେବ। ଏହି ରୋପୱେ ୧୨.୯ କିଲୋମିଟର ହେବ। ଏଥିପାଇଁ ୪୦୮୧ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ରୋପୱେ ମାଧ୍ୟମରେ ବର୍ତ୍ତମାନ ୮-୯ ଘଣ୍ଟାର ଯାତ୍ରା ବର୍ତ୍ତମାନ ମାତ୍ର ୩୬ ମିନିଟରେ ସମାପ୍ତ ହେବ। ପରିବେଶ ଅନୁକୂଳ, ଆରାମଦାୟକ ଏବଂ ଦ୍ରୁତ ସଂଯୋଗ ପ୍ରଦାନ କରିବ। ଚାରଧାମ ଯାତ୍ରାର ବୃଦ୍ଧି, ଯାହା ସ୍ଥାନୀୟ ବ୍ୟବସାୟ ପାଇଁ ଲାଭଦାୟକ ହେବ ଏବଂ ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଘଟିବ।
ତୀର୍ଥଯାତ୍ରୀଙ୍କ ଗତିବିଧି ସମଗ୍ର ୬ ମାସ ପର୍ଯ୍ୟନ୍ତ ଚାଲିବ, ଯାହା ପ୍ରଥମ ଦୁଇ ମାସର ଅତ୍ୟଧିକ ଚାପ ହ୍ରାସ କରିବ। ଯାତ୍ରା ଋତୁରେ ରୋଜଗାର ସୁଯୋଗ ବୃଦ୍ଧି ପାଇବ। ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ପାଇଁ ଯାତ୍ରାକୁ ଅଧିକ ସହଜ ଏବଂ ସୁବିଧାଜନକ କରିବ।
ସେହିଭଳି ହେମକୁଣ୍ଡ ସାହିବ ପାଇଁ ଦ୍ୱିତୀୟ ପ୍ରକଳ୍ପ ନିର୍ମାଣ ହେବ। ଏହାର ମୂଲ୍ୟ ୨୭୩୦ କୋଟି ଟଙ୍କା ହେବ। ଏହି ପ୍ରୋଜେକ୍ଟ ମାଧ୍ୟମରେ ହେମକୁଣ୍ଡ ସାହିବ ଏବଂ ଭ୍ୟାଲି ଅଫ ପ୍ଲାୱାରକୁ ଯାତ୍ରା କରିପାରିବେ।