Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ୨୦୨୫ର ଉଦ୍‍ଯାପନୀ ସଂଧ୍ୟା: ଲଘୁ ସଙ୍ଗୀତରେ ଶ୍ରୋତା ବିଭୋର
ଆଜିର ଖବର

ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ୨୦୨୫ର ଉଦ୍‍ଯାପନୀ ସଂଧ୍ୟା: ଲଘୁ ସଙ୍ଗୀତରେ ଶ୍ରୋତା ବିଭୋର

March 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଅଗ୍ରଣୀ ଓଡ଼ିଶୀ ସଙ୍ଗୀତ ଅନୁଷ୍ଠାନ ଶ୍ରୁତି ଦ୍ୱାରା ଆୟୋଜିତ ୨୦ତମ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ୨୦୨୫ ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ମଧ୍ୟରେ ଉଦ୍‍ଯାପିତ ହୋଇଯାଇଅଛିି। ଏହି ଉଦ୍‍ଯାପନୀ ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ଲଘୁସଙ୍ଗୀତ ଗାୟନ କାର୍ଯ୍ୟକ୍ରମ। ଏହି ଦୁଇ ଦିନିଆ ସଙ୍ଗୀତ ଉତ୍ସବରେ ବହୁ ମାନଗଣ୍ୟ ଗୁରୁ, ସଙ୍ଗୀତଜ୍ଞ, ଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କର ଓଡ଼ିଶୀ ସଙ୍ଗୀତ ଓ ଲଘୁସଙ୍ଗୀତ ଉପରେ ନିପୁଣତା ଦେଖାଇଥିଲେ। ଓଡ଼ିଶାର ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଥିଲା।

ଶେଷ ସଂଧ୍ୟାରେ ଲଘୁ ସଙ୍ଗୀତ ଗାୟନ କରିଥିଲେ ଗୁରୁ ଡ଼ ବିଜୟ କୁମାର ଜେନାଙ୍କ ଦ୍ୱାରା ମା ନାମ ମଧୁର ଅତୀ, ରବି ନାରାୟଣ ଦାସଙ୍କ ଦ୍ୱାରା ଅଜଣା ଏଇ ନଇ, ହରପିୟା ସ୍ୱାଇଁଙ୍କ ଦ୍ୱାରା ହେ ଫଗୁଣ କାନ୍ଦନା ରେ, ଗୁରୁ ଚନ୍ଦନ କୁମାର ଜେନାଙ୍କ ଦ୍ୱାରା ତୁମକୁ ପାରୁନିତ ଭୁଲି, ଶୁଭଲକ୍ଷ୍ମୀ ଓଝାଙ୍କ ଦ୍ୱାରା ଏ ମଧୁରାତି ଯାଏ ବିତି, ଗୁରୁ ନିମକାନ୍ତ ରାଉତରାୟଙ୍କ ଦ୍ୱାରା ସୁଅ ତ ସୁଅ ବୟସ ସୁଅ, ଗୀତାମଞ୍ଜରୀ ବେହେରାଙ୍କ ଦ୍ୱାରା ଯା ଯା ଯାରେ ଯା ଫୁଲ ରସିଆ, ହିମାଂଶୁ ଶେଖର ସ୍ୱାଇଁଙ୍କ ଦ୍ୱାରା ମୋ ପାଇଁ ଜଳେ ସିଏ, ଗୁରୁ ଡ଼ ସଙ୍ଗୀତା ଗୋସାଇଁଙ୍କ ଦ୍ୱାରା ନକହି ନକହି କହିଦେଲି, ରାଜେନ୍ଦ୍ର କୁମାର ବାରିକଙ୍କ ଦ୍ୱାରା ଚନ୍ଦ୍ର ତୁ ଭଲ କିରଣକୁ ନେଇ, ଅନୁଜା ତାରିଣୀ ମିଶ୍ରଙ୍କ ଦ୍ୱାରା ହେ ମୋର ଆଖି ଲୁହ, ସ୍ୱଦେଶ ମହାନ୍ତିଙ୍କ ଦ୍ୱାରା ଏ ଜୀବନ ଏମିତିକା ଗଙ୍ଗ ସିଉଳୀ, ବୈଷ୍ଣବୀ ଘୋଷଙ୍କ ଦ୍ୱାରା ମନ ହଜିଯାଏ ଆକାଶର ନୀଳେ, ପ୍ରଦୋଶ ପ୍ରସୁନ ବିଶ୍ୱାଳଙ୍କ ଦ୍ୱାରା ସୁଷମା ଗୋ, ରୂପକ କୁମାର ପରିଡ଼ାଙ୍କ ଦ୍ୱାରା ମମତାର ବାଲିଘର, ମାତୃ ପ୍ରସାଦ ଦାସଙ୍କ ଦ୍ୱାରା ସବୁ ପାପର ପ୍ରାୟଶ୍ଚିତ, ବସୁନ୍ଧରା ପରିଡ଼ାଙ୍କ ଦ୍ୱାରା ତୁମ ବିନି ଭରା ଭରା ଏଇ ଜହ୍ନ ରାତି, ଚନ୍ଦ୍ର ଶେଖର ବିଶ୍ୱାଳଙ୍କ ଦ୍ୱାରା ହୃଦୟର ଏଇ ଶୁନ୍ୟତାକୁ, ରାସବିହାରୀ ନାଥଙ୍କ ଦ୍ୱାରା ସୃତି କେବେ ଶିତ ସକାଳ, ଶୁସାନ୍ତ କୁମାର ପଣ୍ଡାଙ୍କ ଦ୍ୱାରା କେବିତି ସହିବ ଛାତି, ନାରାୟଣ ଜେନାଙ୍କ ଦ୍ୱାରା କେତକି ଗୋ ଖୋଲ ଆଖି, ସୌମ୍ୟରଞ୍ଜନ ଗାହାଣଙ୍କ ଦ୍ୱାରା ମୟୁରୀ ଗୋ ତୁମ ଆକାଶେ ଏବଂ ବାଳକୃଷ୍ଣ ଜେନାଙ୍କ ଦ୍ୱାରା ପୁଣ୍ୟର ନଦୀ ତିରେ । କଣ୍ଠ ଶିଳ୍ପୀମାନଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ତବଲାରେ ଗୁରୁ ଅଜୟ ଚୌଧୁରୀ ଓ ଗୁରୁ ପ୍ରମୋଦ କୁମାର ସାହୁ, ଢୋଲକରେ ପ୍ରିତି ସୁନ୍ଦର ବେହେରା, ଅକ୍ଟୋପ୍ୟାଡ୍‍ରେ ସୁଧାଂଶୁ ଶେଖର ଜେନା, କି-ବୋର୍ଡରେ ଚିତ୍ତ ରଞ୍ଜନ ପ୍ରଧାନ ଓ ଧୃତିମୟ ବେହେରା ଏବଂ ବଂଶୀ ଓ ସାକ୍ସଫୋନରେ ଏମ୍‍ ସିମାଦ୍ରୀ।

ଉଦ୍‍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ପ୍ରଦୀପ ମିଶ୍ର, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ନିମକାନ୍ତ ରାଉତରାୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ଼ ବିଜୟ କୁମାର ଜେନା ଏବଂ ଶ୍ରୁତି ଅନୁଷ୍ଠାନର ସମ୍ପାଦିକା ହରପ୍ରିୟା ସ୍ୱାଇଁ।

କାର୍ଯ୍ୟକ୍ରମଟିର ଉଦ୍‍ଘୋଷକ ଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ଼ ବିଜୟ କୁମାର ଜେନା, ଶ୍ରୁତି ଅନୁଷ୍ଠାନର ଉପ ସଭାପତି ମାନସ ରଞ୍ଜନ ସ୍ୱାଇଁ, ସମ୍ପାଦିକା ହରପ୍ରିୟା ସ୍ୱାଇଁ, ସହ ସମ୍ପାଦକ ରଶ୍ମିରଞ୍ଜନ ସ୍ୱାଇଁ ଓ କୋଷାଧ୍ୟକ୍ଷ ବାଳକୃଷ୍ଣ ଜେନାଙ୍କ ସହଯୋଗରେ ଏହି ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇପାରିଛି।

ଉଦ୍‍ଯାପନୀ ସଂଧ୍ୟା ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026
Latest News

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.