Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରର ନେତୃତ୍ବ ନେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିର ଖବର

ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରର ନେତୃତ୍ବ ନେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

March 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମାର୍ଚ୍ଚ ୮, ୨୦୨୫ରେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବେ। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ମହିଳା ଶକ୍ତି ମାଧ୍ୟମରେ ବିକଶିତ ଭାରତ’ ଶୀର୍ଷକ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଜାତୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ସମ୍ମାନିତ ଅତିଥିମାନେ ଯୋଗ ଦେବେ। ଏହି ଅବସରରେ #SheBuildsBharat  ନାମକ ମେଗା ଅଭିଯାନ ମଧ୍ୟ ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସଶସ୍ତ୍ର ବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ଦିଲ୍ଲୀ ପୁଲିସର ମହିଳା ଅଧିକାରୀଙ୍କ ସମେତ ‘ମୋ ଭାରତ’ର ସ୍ୱେଚ୍ଛାସେବୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଇତ୍ୟାଦି ସାମିଲ ହେବେ। ଏହାବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ମହିଳା ଅଧିକାରୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି। ବିଶ୍ୱବ୍ୟାଙ୍କ, ୟୁନିସେଫ୍, ୟୁଏନ୍ ଓମେନ୍, ୟୁଏନଡିପି ଓ ୟୁଏନ୍ଏଫପିଏ ଭଳି ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଉଦଘାଟନୀ ଅଧିବେଶନ ପରେ ସେହିଦିନ ଏକ ଉଚ୍ଚସ୍ତରୀୟ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହେବ। ଏହି ସମୟରେ ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଷ୍ଟେମ୍, ବ୍ୟବସାୟ, କ୍ରୀଡ଼ା, ଗଣମାଧ୍ୟମ ଏବଂ ପ୍ରଶାସନର ବିଶିଷ୍ଟ ମହିଳା ନେତ୍ରୀମାନେ ଏକାଠି ମଞ୍ଚରେ ରହିବେ।

କ. ସଫଳ ଏବଂ ବିଶିଷ୍ଟ ବ୍ୟକ୍ତି: ଆନ୍ତର୍ଜାତିକ ମହିଳା ଦିବସର ୫୦ତମ ବାର୍ଷିକୀ ଅବସରରେ ପଶ୍ଚାତ ଅବଲୋକନ ଓ ଆଗକୁ ବଢିବା

ଏହି ଅଧିବେଶନରେ ଷ୍ଟେମ୍, ବ୍ୟବସାୟ, କ୍ରୀଡ଼ା, ଗଣମାଧ୍ୟମ ଏବଂ ପ୍ରଶାସନର ଜଣାଶୁଣା ମହିଳା ନେତ୍ରୀମାନେ ଏକାଠି ହୋଇ ସେମାନଙ୍କ ଅନୁଭୂତି ବାଣ୍ଟିବେ ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବେ।

ଖ. ମହିଳା ଶକ୍ତିର ଲାଭ ଉଠାଇବା: ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ସଫଳତା

ଏହି ଅଧିବେଶନରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଉଦ୍ୟୋଗୀତା ଏବଂ ଅର୍ଥନୀତିରେ ମହିଳାସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯିବ।

ଗ. ନେତୃତ୍ୱରେ ମହିଳା : ପଞ୍ଚାୟତରୁ ସଂସଦ

ରାଜନୈତିକ ନେତୃତ୍ୱ ମାଧ୍ୟମରେ ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ଏବଂ ଢାଞ୍ଚା ଉପରେ ଆଧାରିତ ଆଲୋଚନା।

ଏକ ସ୍ବତନ୍ତ୍ର ଡିଜିଟାଲ ମିଡିଆ ଏବଂ ଇଣ୍ଟରଆକ୍ଟିଭ୍ ଜୋନ୍ ଅଂଶଗ୍ରହଣକାରୀମାନଙ୍କୁ ରିୟଲ-ଟାଇମ୍ ଆଲୋଚନା, ମଲ୍ଟିମିଡିଆ ଉପସ୍ଥାପନା ଏବଂ କାହାଣୀ ମାଧ୍ୟମରେ ସାମିଲ କରିବ, ଯାହା ଏକ ପ୍ରଗତିଶୀଳ ଭାରତ ଗଠନରେ ମହିଳାଙ୍କ ଅବଦାନକୁ ପ୍ରଦର୍ଶିତ କରିବ।

ବ୍ୟାପକ ପହଞ୍ଚ ଏବଂ ଅଂଶଗ୍ରହଣ ପାଇଁ ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ୱେବକାଷ୍ଟ ଲିଙ୍କ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ବିଶ୍ୱ ବ୍ୟାଙ୍କ ଲାଇଭରେ ସିଧା ପ୍ରସାରଣ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାର ପରିବର୍ତ୍ତନକାରୀ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତ ବିକାଶ ପଥରେ ଆଗକୁ ବଢ଼ୁଥିବା ବେଳେ ମହିଳା ଶକ୍ତି ଆତ୍ମନିର୍ଭର ଓ ସମୃଦ୍ଧ ଭାରତର ମୂଳଦୁଆ ହୋଇ ରହିବ।

ଅନ୍ତର୍ଜାତୀୟ ମହିଳା ଦିବସ ଦ୍ରୌପଦୀ ମୁର୍ମୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାର୍ଚ୍ଚ ୮ ତାରିଖ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Latest News

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.