Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରାବାସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରାବାସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

March 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ବିଶ୍ୱବିଦ୍ୟାଳୟରେ ଏକ ନୂତନ ଛାତ୍ରାବାସ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବାକୁ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱର ସବୁଠାରୁ ସ୍ୱତନ୍ତ୍ର ସ୍ଥାନ। କଳା, ସଂସ୍କୃତି ଏବଂ ମନ୍ଦିରମାଳିନୀର ସହର। ଏହି ସ୍ଥାନରେ ଆଇଆଇଟି, ଆଇଏଲଏସ, ଏମ୍ସ, ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୧୦ରୁ ଅଧିକ ପ୍ରତିଷ୍ଠିତ ଅନୁଷ୍ଠାନ ଗଢିଉଠିଛି। ଏହି ଅନୁଷ୍ଠାନ ସମୂହ ଆଗାମୀ ଦିନରେ ଭୁବନେଶ୍ୱରକୁ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ କରିବ। ଭୁବନେଶ୍ୱରରେ ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷ ଅଛନ୍ତି । ଯଥାର୍ଥରେ ଭୁବନେଶ୍ୱର ହେଉଛି ଜ୍ଞାନର ଏକ ସ୍ଥାୟୀ ‘କୁମ୍ଭ’। ସେହି ପରିପ୍ରେକ୍ଷୀରେ ଏଠାରେ ପ୍ରତିଷ୍ଠିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ସମାଜିକ ଗବେଷଣାରେ ଜଡ଼ିତ ହୋଇ କଲ୍ୟାଣକାରୀ ଯୋଜନା ଗୁଡିକର ପ୍ରଭାବକୁ ଜାଣିବା ସହ ସାମାଜିକ ଜୀବନରେ ଉଭା ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଦରକାର। ନୂତନ ଉତ୍ସାହକୁ ପ୍ରେରଣା ଦେବା ଏବଂ ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ମାଧ୍ୟମରେ ଶିକ୍ଷା, ଉଦ୍ଭାବନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ମାନଦଣ୍ଡ ସୃଷ୍ଟି କରିବା ସହିତ ବିଶ୍ୱ କଲ୍ୟାଣକୁ ଆଗେଇ ନେବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶୁକ୍ରବାର ଏହି ବିଶ୍ୱବିଦ୍ୟାଳୟର ଓଲଡ କ୍ୟାମ୍ପସ ପରିସରରେ ପ୍ରାୟ ୧୩୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୭ ଏକର ପରିମିତ ଜମିରେ ନିର୍ମିତ ଛାତ୍ରବାସର ଉଦଘାଟନ କରିଛନ୍ତି। ଏହି ଛାତ୍ରାବାସରେ ୯୬୪ଟି ରୁମ, ବାସ୍କେଟ ବଲ୍ ଓ ବ୍ୟାଡମିଣ୍ଟନ କୋର୍ଟ, ଇନଡୋର ଏବଂ ଆଉଡୋର ଆକ୍ଟିଭିଟି ହଲ୍, ଜିମ୍, ଫୁଡକୋର୍ଟ ଏବଂ ଆଦି ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏକ୍ସଆଇଏମବିର ଏକ ଭଲ  ପରମ୍ପରା ରହିଛି । ଆଜି ଉଦଘାଟିତ ହୋଇଥିବା ଛାତ୍ରାବାସ ଅନୁଷ୍ଠାନର ସ୍ଥାୟୀ ପରମ୍ପରାକୁ ଆଗକୁ ବଢାଇବାରେ ସହାୟକ ହେବ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବୌଦ୍ଧ ଧର୍ମର ଉଦାହରଣ ସହ କଳିଙ୍ଗ ଯୁଦ୍ଧ ଏବଂ ଓଡ଼ିଶାରେ କିପରି ସେ ସମୟରେ ଗଣତନ୍ତ୍ର ଥିଲା, ତାହା ଉପରେ ଆଲୋକପାତ କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 13, 2025
Latest News

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ଦିଲ୍ଲୀ ବିସ୍ଫୋରଣ ମାମଲା: ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି

November 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 13, 2025

ଅଲ-କାଏଦା ସହିତ ଜଡିତ ଆତଙ୍କବାଦୀ ନେଟୱାର୍କ ବିରୋଧରେ ପାଞ୍ଚଟି ରାଜ୍ୟରେ NIA ର ଚଢାଉ

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.