Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍: ଏହି ଛାତ୍ରଛାତ୍ରୀ ପାଇବେ ଲାଭ
ଆଜିର ଖବର

ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍: ଏହି ଛାତ୍ରଛାତ୍ରୀ ପାଇବେ ଲାଭ

March 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଷ୍ଟେସନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସେମାନଙ୍କର ଯାତ୍ରା ପ୍ରାରମ୍ଭ ଏବଂ ଏଠାରେ ଯାତ୍ରା ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଅଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହି ଟ୍ରେନ୍ ଗୁଡ଼ିକ ମଧ୍ୟରେ _ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନଗୁଡ଼ିକ ପାଇଁ କାର୍ଯ୍ୟାନ୍ୱୟନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବାକୁ ଥିବା ଏହି ଟ୍ରେନ୍ ଗୁଡ଼ିକ ଭୁବନେଶ୍ୱର ଉତ୍ତର ଅଂଚଳ ଏବଂ ସଂଲଗ୍ନ ଅଞ୍ଚଳର ଯାତ୍ରୀମାନଙ୍କୁ ବିପୁଳ ଲାଭ ପ୍ରଦାନ କରିବ। ଏହି ଟ୍ରେନଗୁଡ଼ିକ ମଧ୍ୟ ମଞ୍ଚେଶ୍ୱର ରେଳ ଷ୍ଟେସନରେ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ।

● ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ସୁଗମତା: ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱର ନୂଆ ଷ୍ଟେସନ ଏକ ସୁବିଧାଜନକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

● ହସ୍ପିଟାଲଗୁଡ଼ିକୁ ଉନ୍ନତ ସଂଯୋଗ: ମେଡିକାଲ ଯାତ୍ରା ଆବଶ୍ୟକ କରୁଥିବା ଯାତ୍ରୀମାନେ ବହୁତ ଉପକୃତ ହେବେ, କାରଣ ଭୁବନେଶ୍ୱର ସହରର ଏହି ଅଂଶରେ ଅନେକ ହସ୍ପିଟାଲ ଅବସ୍ଥିତ ।

● ଉତ୍ତର ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଯାତ୍ରାର ସହଜତା: ଭୁବନେଶ୍ୱର ନୂଆ ଷ୍ଟେସନରୁ ଏହି ଟ୍ରେନଗୁଡ଼ିକ ଯାତ୍ରା ପ୍ରାରମ୍ଭ କରିବା ସହିତ, ସ୍ଥାନୀୟ ବାସିନ୍ଦାମାନେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଯିବା ଆସିବା ସମସ୍ୟା ଏଡ଼ାଇବା ସହିତ ଏଠାରେ କମ୍ ଭିଡ଼ ଅନୁଭବ କରିବେ।

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ନୂତନ ଷ୍ଟେସନର ପୁନର୍ବିକାଶ ମଧ୍ୟ ପ୍ରସ୍ତାବିତ, ଯାହାର ପ୍ରାଥମିକ ଧ୍ୟାନ ଯାତ୍ରୀ ସୁବିଧା ବୃଦ୍ଧି ଉପରେ ରହିଛି । ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯୋଜନା କରାଯାଉଥିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ:

* ସର୍କୁଲେଟିଂ ବା ଚଳପ୍ରଚଳ କ୍ଷେତ୍ରର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ।
* ଅତିରିକ୍ତ ଫୁଟ ଓଭର ବ୍ରିଜ୍ (FOB) ବ୍ୟବସ୍ଥା ।
* ଉନ୍ନତ ଯାତ୍ରୀ ସେବା ଓ ପ୍ରତୀକ୍ଷା ପାଇଁ ଆଧୁନିକ ପ୍ରତୀକ୍ଷା କକ୍ଷ ଏବଂ ଶୌଚାଳୟ ବ୍ୟବସ୍ଥା ।
* ବିଦ୍ୟମାନ ପ୍ଲାଟଫର୍ମ ଏବଂ ଏହାର ଆଲୋକୀକରଣର ଉନ୍ନତି ।
* କୋଚ୍ ମାନଙ୍କରେ ପାଣି ଭର୍ତ୍ତି କରିବାର ସୁବିଧା ସ୍ଥାପନ ।
* ସମସ୍ତ ପ୍ଲାଟଫର୍ମରେ ଲିଫ୍ଟର ବ୍ୟବସ୍ଥା ।
* ବର୍ତ୍ତମାନର ଷ୍ଟେସନ କୋଠାର ଉନ୍ନତିକରଣ ।

ଏହି ବିକାଶ ସହିତ, ଭୁବନେଶ୍ୱର ନୂତନ ଷ୍ଟେସନ ଛାତ୍ର, ଯାତ୍ରୀ, ଉତ୍ତର ଭୁବନେଶ୍ୱର ଏବଂ ସଂଲଗ୍ନ ଅଞ୍ଚଳର ବାସିନ୍ଦାଙ୍କ ଯାତ୍ରା ଆବଶ୍ୟକତା ପୂରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ପ୍ରସ୍ତୁତ ହେଉଛି । ଏହି ପଦକ୍ଷେପ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଅନେକ ଯାତ୍ରୀଙ୍କ ପାଇଁ ଯାତ୍ରା ଅଭିଜ୍ଞତାକୁ ସହଜ କରିବ।

ପୂର୍ବତଟ ରେଳପଥ ଏହାର ଯାତ୍ରୀମାନଙ୍କ ପାଇଁ ଉନ୍ନତ ଟ୍ରେନ୍ ସେବା ଏବଂ ସୁଗମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିବଦ୍ଧ।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.