Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକାରେ ପଞ୍ଚମ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ ସମାରୋହ
ଆଜିର ଖବର

ଆଇଏନଏସ ଚିଲିକାରେ ପଞ୍ଚମ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ ସମାରୋହ

March 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଜି ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଆନୁଷ୍ଠାନିକ ଭାବେ ପଞ୍ଚମ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ସମୁଦାୟ ୨୯୬୬ ଅଗ୍ନିବୀରଙ୍କ ମଧ୍ୟରେ ୪୦୨ ଜଣ ମହିଳା ଅଗ୍ନିବୀର,୨୮୮ ଜଣ ଏସଏସଆର ଏବଂ ୨୨୭ ଜଣ ତଟରକ୍ଷି ନାବିକ ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ। ସଫଳତାର ସହ ସୁଦକ୍ଷ ଭାବେ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତା,ଅଭିଭାବକଙ୍କୁ ନୌସେନା ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।

ଆଇଏନଏସ ଚିଲିକା ନୌସେନା କମୋଡୋର ବି ଦୀପକ ଅନୀଲଙ୍କ ତତ୍ୱବାଧାନରେ କମାଣ୍ଡିଙ୍ଗ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ୍ଡର ଭାଇସ ଆଡ଼ମିରାଲ ଭି.ଶ୍ରୀନିବାସ,ପିଭିଏସଏମ ଏଭିଏସଏମ,ଏନଏମ,ଫ୍ଲାଗ ଅଫିସର ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିବାସହ ପରିଚାଳନା କରିଥିଲେ।ଉକ୍ତ ପ୍ୟାରେଡ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ, ପୂର୍ବ କମାଣ ପତାକା ଅଧିକାରୀ, ପୂର୍ବତନ ନୌସେନା ଅଧିକାରୀ, ଅଗ୍ନିବୀରଙ୍କ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ।

ଆଇଏନଏସ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ଯେଉଁଠାରେ ପୁରୁଷ ଏବଂ ମହିଳା ମିଳିତ ଭାବେ ଭାରତୀୟ ନୌସେନାରେ ଏକ ବିର ଯୋଦ୍ଧା ରୂପେ ଦେଶ ସେବାରେ ନିସଂକୋଚ ଭାବେ ପ୍ରସ୍ତୁତ ରହିବାସହ ଦକ୍ଷତା ବୃଦ୍ଧିକରିବା, ବୈଷୟିକ ଦୃଷ୍ଟିରୁ ସଚେତନ ହେବା, ବିଶ୍ଵାସନୀୟ, ସମନ୍ୱୟ ଏବଂ ଉଜ୍ବଳ ଭବିଷ୍ୟତ ଦିଗରେ ପ୍ରଚେଷ୍ଟା ଜାରି ରଖିବାନେଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରତିବନ୍ଧତା ପାଇଁ ଅଗ୍ନିବୀରଙ୍କୁ ପ୍ରଭାବିତ କରିଥିଲେ। ଏଥିସହିତ ଶକ୍ତି ଏବଂ ସଂମ୍ମାନ ସହିତ ଦେଶ ସେବା କରୁଥିବା ବେଳେ ନୌସେନାର ମୂଳ ମୂଲ୍ୟବୋଧ,ଡ୍ୟୁଟି,ଏବଂ ସାହାସକୁ ସେମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କୃତି ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ।ଦେବରାଜ ସିଂ ରାଠୋର ଏଭିଆର (ଏମଆର) ଏବଂ ପ୍ରମୋଧ ସିଂ (ଏସଏସଆର) ଶ୍ରେଷ୍ଠ ଅଗ୍ନିବୀର ଭାବେ ନାଭାଲ ଷ୍ଟାଫ ରୋଲିଂ ଟ୍ରଫି ଓ ସ୍ୱର୍ଣ୍ଣ ପଦକ ପାଇଥିଲେ। ଶ୍ରେଷ୍ଠ ମହିଳା ଅଗ୍ନିବୀର ମାନସା ଗୁଲିଭିନ୍ଧାଲା ଏଭିଆର (ଏସଏସଆର)ଙ୍କୁ ଜେନେରାଲ ବିପିନ ରାୱତ ରୋଲିଂ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହିତ ମୋହିତ କୁମାରଙ୍କୁ ନାବିକ (ଜିଡ଼ି) ରୋଲିଂ ଟ୍ରଫି ସହ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।ବିଦାୟୀ ଉତ୍ସବରେ ବିଭିନ୍ନ ଦିଗରେ ଉର୍ଣ୍ଣତମାନର କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆଂଗ୍ରୀ ଡିଭିଜନକୁ ଚମ୍ପିୟାନ ଟ୍ରଫି ଓ ଏକଲବ୍ୟ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା।

ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ମୁଖ୍ୟ ସାଉଥ୍ ନୌସେନା କମାଣ୍ଡ ଏବଂ କମୋଡୋର ବି ଦୀପକ ଅନୀଲ, ଭିଏସ୍ଏମ୍,କମାଣ୍ଡିଂ ଅଫିସର, ଆଇଏନ୍ଏସ୍ ଚିଲିକାଙ୍କ ଉପସ୍ଥିତିରେ ଅଙ୍କୁରର ୨/୨୪ ସଂସ୍କରଣ ଆଇଏନଏସ ଚିଲିକା ଦ୍ୱିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକା ଉନ୍ମୋଚନ କରାଯାଇଥିଲା।ସୂଚନା ଥାଉକି ପ୍ରଥମ ବ୍ୟାଚରେ ୨୫୮୫ ଅଗ୍ନିବୀରଙ୍କ ମଧ୍ୟରେ ୨୭୩ ଜଣ ମହିଳା ରହିଥିବା ବେଳେ ଦ୍ୱିତୀୟ ବ୍ୟାଚରେ ୨୮୯୫ ଅଗ୍ନିବୀରଙ୍କ ମଧ୍ୟରେ ୪୪୮ ଜଣ ମହିଳା, ତୃତୀୟ ବ୍ୟାଚରେ ୨୬୩୦ ଅଗ୍ନିବୀରଙ୍କ ମଧ୍ୟରେ ୩୯୭ ଜଣ ମହିଳା ଏବଂ ଚତୁର୍ଥ ବ୍ୟାଚରେ ୧୩୯୦ ଅଗ୍ନିବୀରଙ୍କ ମଧ୍ୟରେ ୨୧୬ ଜଣ ମହିଳା ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଭାରତୀୟ ନୌସେନାରେ ବୀର ସିପାହୀ ଭାବେ ନିୟୋଜିତ ରହିଛନ୍ତି।

'ଅଗ୍ନିବୀର ଆଇଏନଏସ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.