Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଗଠିତ
ଆଜିର ଖବର

କଂଗ୍ରେସର ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଗଠିତ

March 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ରାଜ୍ୟ ସ୍ତରୀୟ ଚିନ୍ତନ ଶିବିରର ଗୋଟିଏ ଦିନ ପରେ ଶୁକ୍ରବାର ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯାଇଛି। ସଂଗଠନର ସର୍ବଭାରତୀୟ ସଭାପତି ହର୍ଷବର୍ଦ୍ଧନ ସପକଲ୍ ଙ୍କ ଅନୁମୋଦନ ଓ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ କୁନାଲ ବାନାର୍ଜୀଙ୍କ ସୁପାରିଶ କ୍ରମେ ୩୦ ଜଣିଆ କାର୍ଯ୍ୟକାରିଣୀ ଗଠିତ ହୋଇଛି।

ପୂର୍ବପରି ସୁଦର୍ଶନ ଦାସଙ୍କୁ ଏହାର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଦିଆ ଯାଇଥିବା ବେଳେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ ନିମାଇଁ ସରକାର ତଥା ମୟୂରଭଞ୍ଜର ୬ ଥର ପଞ୍ଚାୟତ ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିବା ଆଦିବାସୀ ନାରୀ ନେତ୍ରୀ ଜବା ଟୁଡୁଙ୍କୁ ଉପାଧ୍ୟକ୍ଷ ଭାବରେ ରଖା ଯାଇଛି।

କମିଟିରେ ୧୦ ଜଣ ସାଧାରଣ ସମ୍ପାଦକ ରହିଛନ୍ତି। ବିଜୟ ପ୍ରଧାନ, ମନୋଜ ସାହୁ, ଗଣେଶ ସାହୁ, ରୂପକ ତୂରୁକ୍, ପ୍ରତାପ ପ୍ରଧାନ, ସରୋଜ ବାଗ, ନିରୁପମା ପାତ୍ର, ପ୍ରଦ୍ୟୁମ୍ନ ଦାସ, ସନ୍ତୋଷ ଜେନା ଓ ଲବକୁମାର ସାହୁ ପ୍ରମୁଖ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇବେ।

ସେହିପରି ସମ୍ପାଦକ ଭାବରେ ନିକାହା ପରବିନ, ସୁବାସ ପ୍ରଧାନ, ନିରଞ୍ଜନ ଲେଙ୍କା, ଦେବଦତ୍ତ ଦାସ, ଅବଦୁଲ ସlଜିଦ, ଅକ୍ଷୟ ଜେନା, ମନୀଷା ଦାସ ପଟ୍ଟନାୟକ, ମୀନକେତନ ବେହେରା, କ୍ରିଷ୍ଣା ପ୍ରିୟା ପ୍ରଧାନ, ପାଣ୍ଡବ କର୍ଣ୍ଣ, ଆଦିତ୍ୟ କିରଣ ନାଗ, ଦିଲୀପ ଧାରୁଆ, ଦେବଦ୍ୟୁତୀ ମହାନ୍ତି, ଉଦୟ ନାଥ ଶର୍ମା, ଅଶୋକ ଠାକର ପ୍ରମୁଖ ୧୬ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି।

ଆସନ୍ତା ତିନି ମାସ ଭିତରେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ କମିଟି ଗଠିତ ହେବ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ନବ ନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ତୃଣମୂଳ ସ୍ତରରେ ସଂଗଠନକୁ ବିସ୍ତାର ଓ ବ୍ୟାପକ କରିବା ପାଇଁ ଅଧ୍ୟକ୍ଷ ସୁଦର୍ଶନ ଦାସ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ବାସି ଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆଗାମୀ ଦିନରେ ଯେଉଁ ସଂଘର୍ଷର ନାରା ଦେଇଛନ୍ତି ତାକୁ ଚରିତାର୍ଥ କରିବା ଦିଗରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ତାର ସମସ୍ତ ଶକ୍ତି ବିନିଯୋଗ କରିବା ପାଇଁ ଚେଷ୍ଟା କରିବ।

ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାକୁ ଶସକ୍ତ କରିବା ସହିତ ତୃଣମୂଳ ସ୍ତରରେ କ୍ଷମତା ର ବିକେନ୍ଦ୍ରୀକରଣ ଦିଗରେ ସଂଗଠନ ପ୍ରଭାବୀ ଢ଼ଙ୍ଗରେ କର୍ଯ୍ୟକରିବ ବୋଲି ସେ ପ୍ରେସ ବାର୍ତ୍ତା ରେ କହିଛନ୍ତି।

କଂଗ୍ରେସ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ରାଜ୍ୟ କାର୍ଯ୍ୟକାରିଣୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.