Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱେଭ୍ସ 2025 ଶିଖର ସମ୍ମିଳନୀ ଆୟୋଜନ କରିବ ମୁମ୍ବାଇ
ଆଜିର ଖବର

ୱେଭ୍ସ 2025 ଶିଖର ସମ୍ମିଳନୀ ଆୟୋଜନ କରିବ ମୁମ୍ବାଇ

March 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ:ବ ଭାରତକୁ ବିଶ୍ୱ ସୃଜନଶୀଳ ଅର୍ଥବ୍ୟବସ୍ଥାର କେନ୍ଦ୍ରରେ ରଖିବା ଲାଗି ଆୟୋଜିତ ହେବାକୁ ଯାଉଥିବା ୱେଭ୍ସ ଶିଖର ସମ୍ମିଳନୀ 2025 ପାଇଁ ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ୱେଭ୍ସ 2025ର ସଫଳ ଆୟୋଜନ ଲାଗି ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଆଜି ଅର୍ଥାତ୍‌ 7 ମାର୍ଚ୍ଚ 2025ରେ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କ ସହ-ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଶ୍ୱିକ ଶିଖର ସମ୍ମିଳନୀ ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିବାକୁ ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁଜାତା ସୌନିକ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସମ୍ମିଳନୀର ସଫଳତା ପାଇଁ ପ୍ରଶାସନର ପ୍ରତ୍ୟେକ ବିଭାଗ ନିରବଚ୍ଛିନ୍ନ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ।

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ କହିଛନ୍ତି, ‘‘ୱେଭ୍ସ୍  ଶିଖର ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଏହାର ବିଶ୍ୱସ୍ତରୀୟ ଗଣମାଧ୍ୟମ ପ୍ରତିପକ୍ଷଙ୍କ ସହ ଯୋଡ଼ିବା।’’

ଏହି ବୈଠକରେ ଏକ ମିଳିତ ସମନ୍ୱୟ କମିଟି ଗଠନ କରିବା ଏବଂ ଲଜିଷ୍ଟିକ୍ସ ଓ ବାହ୍ୟ ପ୍ରଚାର ବ୍ୟବସ୍ଥା କରିବା ଭଳି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିସହିତ ଏକ ବ୍ୟାପକ ପ୍ରଚାରପ୍ରସାର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନେତୃତ୍ୱରେ ବିଶ୍ୱସ୍ତରୀୟ ନେତା, ବିଶିଷ୍ଟ ବ୍ୟକ୍ତି ଏବଂ ଶିଳ୍ପ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସମସ୍ତ ପ୍ରତିନିଧିଙ୍କ ପାଇଁ ସୁରକ୍ଷା, ଜରୁରୀକାଳୀନ ସେବା ଏବଂ ନିରବଚ୍ଛିନ୍ନ ସଂଯୋଗ ସୁନିଶ୍ଚିତ କରିବା ଉପରେ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ। ଜଣେ ଉତ୍ସର୍ଗୀକୃତ ବରିଷ୍ଠ ନୋଡାଲ ଅଧିକାରୀ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସମନ୍ୱୟ ପ୍ରୟାସର ତଦାରଖ କରିବେ।

ଲଜିଷ୍ଟିକ୍ସ, ଆତିଥ୍ୟ, ସାଂସ୍କୃତିକ କାର୍ଯ୍ୟକଳାପ ଓ ପ୍ରଶାସନିକ ସହାୟତା ମଧ୍ୟରେ କ୍ରମାଗତ ସମନ୍ୱୟ ପ୍ରତିଷ୍ଠା କରିବା, କାର୍ଯ୍ୟକ୍ରମ ପରିଚାଳନା ଏବଂ ବିଶ୍ୱସ୍ତରୀୟ ଅଂଶଗ୍ରହଣର ସର୍ବୋଚ୍ଚ ମାନକ ସୁନିଶ୍ଚିତ କରିବା ପାଇଁ ଏହି ବୈଠକରେ ଯୋଗ ଦେଇଥିବା ଭାରତ ସରକାର ଓ ମହାରାଷ୍ଟ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ।

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଧିରେନ୍ଦ୍ର ଓଝା, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ମହାନିର୍ଦ୍ଦେଶକ ଯୋଗେଶ ବାୱେଜା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସଞ୍ଜୀବ ଶଙ୍କର, ଯୁଗ୍ମ ସଚିବ ସି. ସେନ୍ଥିଲ ରାଜନ, ଯୁଗ୍ମ ସଚିବ ଅଜୟ ନାଗଭୂଷଣଙ୍କ ସମେତ ପିଆଇବି, ଭାରତୀୟ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ, ଆକାଶବାଣୀ, ଦୂରଦର୍ଶନ ଏବଂ ୱେଭସ୍ ପରିଷଦର ନୋଡାଲ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ବୃହତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର ମ୍ୟୁନିସିପାଲ କମିଶନର, ସାଂସ୍କୃତିକ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ, ଏମଆଇଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ବୈଠକ ପରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ୱେଭସ୍ 2025 ପାଇଁ ପ୍ରସ୍ତୁତିର ଆକଳନ କରିବା ଲାଗି ଲଜିଷ୍ଟିକ ବ୍ୟବସ୍ଥାର ଏକ ବିସ୍ତୃତ ସମୀକ୍ଷା କରିଥିଲେ।

ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025
Latest News

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.