ବିଜେପିକୁ ଅଡୁଆ ଜୟ ନାରାୟଣ ମିଶ୍ର, କହୁକହୁ କହିଦେଲେ ବିସ୍ପୋରକ କଥା

Published: Mar 9, 2025, 8:10 am IST

ଭୁବନେଶ୍ବର: ବିଜେପିକୁ ଅଡୁଆ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। କାରଣ ସେ କେତେବେଳେ କଣ କହିଦେଉଛନ୍ତି ଯାହାକୁ ନେଇ ସାରା ଓଡିଶାରେ ଚହଳ ପଡୁଛି। ସେତିକିୁ ନୁହେଁ ତାଙ୍କ ବିଜେପି ଦଳ ମଧ୍ୟ ଅଡୁଆରେ ପଡୁଛି। ପୂର୍ବରୁ ବହୁ ଉଦାହରଣ ରହିଛି ଯାହା ତାଙ୍କୁ ବିବାଦୀୟ କରିଦେଇଛି। ସେହିପରି ଗତକାଲି ମହିଳା ଦିବସରେ ସେ ଯାହା କହିଲେ ତାହା ମଧ୍ୟ ଭିନ୍ନ ଏକ ବିବାଦୀୟ ସୃଷ୍ଟି କରିଛି।

ଜୟନାରାୟଣ ସମ୍ବଲପୁରରେ ଏକ ସଭାରେ କହିଲେ ଯେ, ଆମେ ଓଡିଶାରେ ମିଶି ଭୁଲ କରିଥିଲୁ। କାରଣ କଳିଙ୍ଗ, କୋଶଳ ଓ ଉତ୍କଳ ନେଇ ଓଡିଶା। ହେଲେ ବର୍ତ୍ତମାନ କେବଳ ଉତ୍କଳ ନାଆ ରହୁଛି. କୋଶଳ ନାମ ରହୁ ନାହିଁ। ସମସ୍ତେ ଜୟ ଉତ୍କଳ ଗାଉଛନ୍ତି, ହେଲେ କାହିଁକି କୋଶଳ ନାମ ନିଆଯିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ତେଣୁ ସେତେବେଳ ଓଡିଶା ସହିତ କୋଶଳ ମିଶିବା ଏକ ଐତିହାସିକ ଭୁଲ ଥିଲା ବୋଲି ସେ କହିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି।

Related posts