Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମପୁରରେ ବିଜେଡି କଂଗ୍ରେସ ଡିଲ, ନିଜ ଦୋଷ ଲୁଚାଇବା ପାଇଁ ବିଜେପିର ଏକ ଚାଲ୍

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଶେଷ ହେଲାଣି, ହେଲେ ବିବାଦର ଶେଷ ହୋଇପାରୁ ନାହିଁ। ଏହି ଉପନିର୍ବାଚନର ବହୁ ପୂର୍ବରୁ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା। ଏବେ ଗଣତି ସରି ବର୍ଷା ବରିହା ବିଧାୟିକା ଭାବେ ଶପଥ ନେଇ ସାରିଲେଣି। ତଥାପି ପଦମପୁର ଗରମ ଶେଷ ହୋଇ ନାହିଁ। ବିଜେପି ହାରିବା ପରେ ଏବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପଦମପୁରରେ କଂଗ୍ରେସ ଭୋଟ ନେବା ପାଇଁ ବିଜେଡି ଡିଲ କରିଛି। ତେବେ ଏହି ଡିଲ କେବଳ କଥାବାର୍ତ୍ତାରେ ନୁହେଁ ଭୋଟ ପାଇଁ ନୋଟ କାରବାର ହୋଇଥିବାର ସେ ସଙ୍କେତ ଦେଇଛନ୍ତି। ଏହି ଡିଲ ଭୁବନେଶ୍ବରରେ ହେବା ପରେ କୁଆଡେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇ ଥିଲେ। ଏହା ପଛରେ ସତ୍ବତା କଣ ତାହାର ପ୍ରମାଣ ଅବଶ୍ୟ ଜୟନାରାୟଣ ମିଶ୍ର ଦେଇପାରି ନାହାଁନ୍ତି। ଏପରି କଥାରେ ସେ ପ୍ରମାଣ ମଧ୍ୟ  ଦେଇପାରିବେ ନାହିଁ।

ହେଲେ ଜୟନାରାୟଣ ମିଶ୍ର ଏପରି କାହିଁକି କହିଲେ। ଯଦି କଂଗ୍ରେସ ଭୋଟ ତାଙ୍କ ଦଳ ବିଜେପିକୁ ଯାଇ ଥାଆନ୍ତା ତେବେ ସେ ଏପରି କଥା କହିଥାଆନ୍ତେ କି ? ଅନ୍ୟପକ୍ଷରେ ଯଦି ନିର୍ବାଚନ ପରିଚାଳନାରେ ମାହିର ଥିବା ବିଜେଡି ଜିତିବା ପାଇଁ କଂଗ୍ରେସ ଭୋଟ ହାତେଇ ପାରିଲା ତେବେ ସେଥିରେ ଭୁଲ ରହିଲା କେଉଁଠି। କାରଣ ପଦମପୁର ଉପନିର୍ବାଚନ ଜିତିବା ପାଇଁ ବିଜେଡି ଯେପରି କଳବଳ କୌଶଳ ପ୍ରୟୋଗ କରିଛି ବିଜେପି ମଧ୍ୟ କିଛି କମ କରି ନାହିଁ।

ତେବେ ଜୟନାରାୟଣଙ୍କ ମନ୍ତବ୍ୟ ପରେ ପଦମପୁର ଏବଂ ବରଗଡର ବିଭିନ୍ନ ସଚେତନ ଲୋକଙ୍କର ମତକୁ ବିଚାରକୁ ନିଆଯାଉ। ସେମାନେ ମଧ୍ୟ ଜୟନାରାୟଣଙ୍କ ମନ୍ତବ୍ୟ ସତ ବୋଲି ସ୍ବୀକାର କରିଛନ୍ତି। ସେମାନଙ୍କ ହିସାବରେ ପ୍ରକୃତରେ କଂଗ୍ରେସ ଭୋଟ ବିଜେଡି ଖାତାକୁ ଯାଇଛି। ତେବେ ଏଥିରେ କେହି ବଳ ପ୍ରୟୋଗ ବା ଅର୍ଥ ପ୍ରୟୋଗ ହୋଇନାହିଁ। କାରଣ ଏପରି କରିବାର କୌଣସି ଆବଶ୍ୟକ ମଧ୍ୟ ପଡି ନାହିଁ।

ସେମାନେ ଆହୁରି କହିଛନ୍ତି ଯେ, ପ୍ରଚାରର ଶେଷ ପର୍ଯ୍ୟାୟରେ ତାଙ୍କ ପ୍ରାର୍ଥୀ ଜିତିବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ ହୃଦୟଙ୍ଗମ କଲେ। ହେଲେ ବିଜେଡି ବିଜେପି ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଚାଲିଥିଲା ସେଥିରେ କିଏ ଜିତିବ ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନ ଥିଲା। କାଳେ ବିଜେପି ଜିତିଯିବ ସେଥିପାଇଁ ଅନେକ କଂଗ୍ରେସ ନେତା ସେମାନଙ୍କ ଭୋଟ ବିଜେଡିକୁ ଦାନ ସୁତ୍ରରେ ପ୍ରଦାନ କରିଛନ୍ତି।

କେବଳ ଦାନ ନୁହେଁ ସେହି ଭୋଟକୁ ହାତେଇବା ପାଇଁ ବିଜେଡି ମଧ୍ୟ ନିଜର ରଣ କୌଶଳ ବିନିଯୋଗ କରି ନାହିଁ ତାହା ଭୁଲ। ହେଲେ ବିଜେପି ସେ ଗଣିତକୁ ଜାଣିପାରିଲା ନାହିଁ। ଉପରେ ଉପରେ ଉଡୁଥିବା ବିଜେପି ନେତା ଏ କଥାକୁ ହୃଦୟଙ୍ଗମ କରିପାରିଲେ ନାହିଁ। ଭୋଟ ଗଣତି ହେବା ପରେ ସେମାନେ ଜାଣିଲେ ଯେ କଂଗ୍ରେସ ଭୋଟ ବିଜେଡି ହାତେଇ ନେଇଛି। ସେତେବେଳକୁ କଥା ସରିଗଲାଣି। ଫଳରେ ଜୟନାରାୟଣ ମିଶ୍ର ଔଷଧ ବିକଳରେ ତାଟିଆ କାମପୁଡିବା ପରି ଏପରି ବିଳିବିଳେଇ ହେଉଛନ୍ତି।

ଜୟନାରାୟଣ ପଦମପୁର ପ୍ରଚାରର ପ୍ରମୁଖ ଥିଲେ। ନିଜ ଉପରୁ ଦୋଷ ତୁଟାଇବା ପାଇଁ ଏବେ ଏପରି ‘ଡିଲ’ ଶଦ୍ଦ ବ୍ୟବହାର କରି ସେ କେନ୍ଦ୍ରୀୟ ନେତାଙ୍କ ପାଖରେ ନିଜକୁ ସଫା ରଖିବାକୁ ଚେଷ୍ଠା କରୁଛନ୍ତି। ହେଲେ ଏଥିରେ ସେ କେବେ ମଧ୍ୟ ସଫଳ ହୋଇପାରିବେ ନାହିଁ କି ନିଜ ମୁଣ୍ଡରୁ ଅଠା ଛଡାଇପାରିବେ ନାହିଁ। କାରଣ ପଦମପୁରର ସମସ୍ତ ତଥ୍ୟ କେନ୍ଦ୍ରୀୟ ନେତୃତ୍ବ ପାଖରେ ରହିଛି। ବିଜେପି ହାରିବାରେ କାହାର ଭୁଲ ତାହା ସେମାନଙ୍କର ଗୁଇନ୍ଦା ସଂସ୍ଥା ଅବଗତ କରାଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ଦିଲ୍ଲୀରେ ବିଧାୟକ ଜୟ ନାରାୟଣ ମିଶ୍ର ଅସୁସ୍ଥ, ଏମସରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି। ସେ ନୂଆଦିଲ୍ଲୀ ଗସ୍ତ କରିଥିବା ବେଳେ ସେଠାରେ ଅସୁସ୍ଥ୍ୟ ହୋଇପଡିଥିଲେ। ତାଙ୍କ ସାଥୀରେ ଯାଇଥିବା ବିଧାୟକ ମୋହନ ମାଝୀ ଅନ୍ୟମାନେ ଏମସରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ହସପିୟାଲରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ବୋଲି ଜଣାପଡିଛି।

ଜୟନାରାୟଣ ନୂଆଦିଲ୍ଲୀରେ ଆୟୋଜିତ ପିଏସି କମିଟର ବୈଠକରେ ଯୋଗ ଦେବାକୁ ଅନ୍ୟ ବିଧାୟକଙ୍କ ସହିତ ଦିଲ୍ଲୀ ଯାଇଥିଲେ। ସେମାନଙ୍କ କାମ ସରିବା ପରେ ଓଡିଶା ଭବନରେ ରାତ୍ରୀ ଯାପନ କରୁଥିଲେ। ଏହି ସମୟରେ ଜୟନାରାୟଣ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏମସ୍ ନିଆଯାଇଥିଲା।