Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି
ବିଶେଷ ଖବର

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର ଫୁଟବଲ ଏକାଡେମୀ
ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ସମ୍ବଲପୁର ଫୁଟବଲ ଏକାଡେମୀର ସୁଦୃଢ଼ ଯାତ୍ରାକୁ ଆହୁରି ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଗସ୍ତରେ ଯାଇ ଏହି ଏକାଡେମୀ ପରିଦର୍ଶନ କରି ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଛନ୍ତି।

ସୂଚନା ଯୋଗ୍ୟ ଯେ ୧୫ କୋଟି ଟଙ୍କା ରେ ଆରମ୍ଭ ହୋଇଥିବା ଏକାଡେମୀ ପରିସରରେ ଆନ୍ତର୍ଜାତୀୟ ମାନର ୩ଟି FIFA ଷ୍ଟାଣ୍ଡାର୍ଡ ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ ଏବଂ ୨ଟି ଅତ୍ୟାଧୁନିକ ଫୁଟ୍‌ସାଲ ଗ୍ରାଉଣ୍ଡ ସ୍ଥାପନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସମ୍ବଲପୁର ଫୁଟବଲ ଏକାଡେମୀର କ୍ରୀଡ଼ା ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍‌ର ଏକ ଶାଖା ଭାବେ ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭା ମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେବାରେ ସବୁଠାରୁ ବଡ଼ ମାଧ୍ୟମ ସାଜିଛି। ବିଗତ ୧୯ ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପ୍ରତିଭାବାନ୍ ଫୁଟ୍‌ବଲ ଖେଳାଳୀ ସୃଷ୍ଟି ହୋଇଛନ୍ତି ଏବଂ ସେମାନେ ବିଭିନ୍ନ ବୟସ ବର୍ଗରେ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଫୁଟବଲ କ୍ରୀଡ଼ାର ବିକାଶ ପ୍ରତି ଏକାଡେମୀର ଏହି ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକାଡେମୀ ଉପରେ ଆଉ ଏକ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଣିକି ପ୍ରତିବର୍ଷ ଆୟୋଜିତ ହେଉଥିବା ‘C.M. Cup’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରୁ ତୃଣମୂଳ ସ୍ତରରେ ମନୋନୀତ ହେଉଥିବା ୧୪ ବର୍ଷରୁ କମ୍ ବୟସର ୩୦ ଜଣ ପ୍ରତିଭାବାନ ପିଲାଙ୍କୁ ଉଚ୍ଚକୋଟୀର ଆବାସିକ ତାଲିମ ଦେବାର ଦାୟିତ୍ୱ ଏହି ଏକାଡେମୀକୁ ଦିଆଯାଇଛି। ତାଲିମ ଗ୍ରହଣ କରୁଥିବା ଏହି ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ନିକଟସ୍ଥ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଶିକ୍ଷା ଗ୍ରହଣର ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଓ ଉପଯୁକ୍ତ ପ୍ରଶିକ୍ଷଣ ଜରିଆରେ ସମ୍ବଲପୁର ଫୁଟବଲ ଏକାଡେମୀ ଆଗାମୀ ଦିନରେ ଓଡ଼ିଶା ପାଇଁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅନେକ ଗୌରବ ଓ ସଫଳତା ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାଏକ, ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।

Jayanarayan Mishra Mohan Majhi ଜୟନାରାୟଣ ମିଶ୍ର ମୋହନ ମାଝୀ ରବି ନାରାୟଣ ନାୟକ ସମ୍ବଲପୁର ଫୁଟବଲ ଏକାଡେମୀ
Share. Facebook Twitter LinkedIn Email WhatsApp Copy Link

Related Posts

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026
Latest News

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.