
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ଜୁଡ଼ିସିଆଲ ବାର ଏସୋସିଏସନ ପକ୍ଷରୁ ନୂତନ କର୍ମକର୍ତ୍ତା ନିର୍ବାଚନ ନେଇ ନାମାଙ୍କନ ପତ୍ର ଦାଖଲ ହୋଇଅଛି। ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ସଭାପତି ପାଇଁ ଦୁଇ ଗୋଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି। ପ୍ରତାପ କିଶୋର ଜଗତ ଏବଂ ସନ୍ତୋଷ କୁମାର ମିଶ୍ର ନାମାଙ୍କନ ପାତ୍ର ଦାଖଲ କରିଛନ୍ତି।
ସେହିପରି ଅନ୍ୟ ପଦବୀ ପାଇଁ ଗୋଟିଏ ଲେଖାଏଁ ନାମାଙ୍କନ ପାତ୍ର ଦାଖଲ ହୋଇଅଛି। ସମ୍ପାଦକ ପାଇଁ ଗୋଟିଏ ନାମାଙ୍କନ ପାତ୍ର ଶଙ୍କର୍ଷଣ ପଣ୍ଡା ଦାଖଲ କରିଛନ୍ତି। ଯୁଗ୍ମ ସମ୍ପାଦକ ପାଇଁ ବାଞ୍ଛାନିଧି ବେହେରା ଏବଂ କୋଷାଧ୍ୟକ୍ଷ ପାଇଁ ଟିକେଶ୍ୱର୍ ବେହେରା ନାମାଙ୍କନ ପାତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜିବୀ ଶାରଦା ପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି।
ଆସନ୍ତାକାଲି (୧୦ ତାରିଖ) ପ୍ରାର୍ଥୀ ପତ୍ର ଯାଞ୍ଚ, ୧୨ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ରହିଥିବା ବେଳେ ଆସନ୍ତା ୨୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।