
ଭୁବନେଶ୍ଵର: ଜି ଉଦୟଗିରି ଥାନା ଅନ୍ତର୍ଗତ ଶ୍ରିକଲା ନିକଟରେ ୱାଗନର କାର ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ସ୍ଥଳରେ ୩ ବାଇକ ଆରୋହୀଙ୍କ ମୃତୁ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ନାମକ ୩ ଜଣ ଯୁବକ କତିଙ୍ଗିଆ ଠାରୁ ବାଇକ୍ ଯୋଗେ ଆସୁଥିବା ବେଳେ ଘୁ.ଉଦୟଗିରି ପଟୁ ରାଇକିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ୱାଗନର କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୩ ଜଣ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଜି ଉଦୟଗିରି ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଜଣେ ଯୁବକ କାର୍ ତଳେ ଚାପି ହୋଇ ଥିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଛି। କାର୍ ଚାଳକ ଓ ଅନ୍ୟ ଜଣଙ୍କୁ ଜି ଉଦୟଗିରି ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।