Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନନ୍ଦପୁର ଉପଖଣ୍ଡ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଆନନ୍ଦପୁର ଉପଖଣ୍ଡ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

March 9, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ୧୬ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ, ମଲ୍ଟି ପର୍ପୋଜ ହଲ ନିର୍ମାଣ, ସେମିନାର ହଲ ନିର୍ମାଣ, ଖେଳପଡିଆର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଏହାକୁ ସ୍ୱାୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଆନନ୍ଦପୁର ଠାରେ ଷ୍ଟାଡିଅମର ପୂର୍ଣ୍ଣାଙ୍ଗ କଳେବର ପାଇଁ ୨୦ କୋଟି ଟଙ୍କାର ଆର୍ଥିକ ସହାୟକ ଘୋଷଣା କରିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦପୁର ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନନ୍ୟ। ପ୍ରତିବର୍ଷ ଏହି ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକରେ ବିଭିନ୍ନ ବିଷୟରେ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଶୀର୍ଷତମ ସ୍ଥାନ ଅଧିକାର କରି ଏହି ଅନୁଷ୍ଠାନର ଗାରିମାକୁ ବହୁଗୁଣିତ କରିଛନ୍ତି। ଏପରି ଏକ ମହାନ ଅନୁଷ୍ଠାନରେ ମୁଁ ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟରେ ପଢ଼ୁଥିବା ସମୟର ସ୍ମୃତିକୁ ମନେ ପକାଇଥିଲେ। ନିଜ ପୁରାତନ ଶିକ୍ଷକ ଓ ବନ୍ଧୁ ମାନଙ୍କ ବିଷୟରେ କହି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ।

ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ ୧୯୮୭ ମସିହାରେ + ୨ ବିଜ୍ଞାନ ପଢ଼ୁଥିବା ସମୟର ଅନେକ ଘଟଣାକୁ ମନେ ପକାଇବା ସହିତ ବରିଷ୍ଠ ବନ୍ଧୁ ମାନଙ୍କ ସାହାଯ୍ୟ ବିଷୟରେ କହିଥିଲେ।

ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ତୁମ ମାନଙ୍କୁ ଦିନେ ସଫଳ କରାଇବ। ନିଜ ପରିଶ୍ରମ ଉପରେ ଦୃଢ଼ ବିଶ୍ଵାସ ଏବଂ ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ହିଁ ତୁମ ମାନଙ୍କୁ ତୁମ ମାନଙ୍କ ଲକ୍ଷ୍ୟସ୍ଥଳରେ ପହଂଚାଇବ, ବୋଲି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ।

ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ। ବର୍ତ୍ତମାନ ଶିକ୍ଷା ଏକ ବଡ ସମସ୍ଯା ନୁହେଁ, ସବୁଠାରୁ ବଡ ସମସ୍ଯା ହେଉଛି ଗୁଣାତ୍ମକ ଶିକ୍ଷା। ଯୁବବର୍ଗଙ୍କୁ ଉତ୍ତମ ଶିକ୍ଷା ପରିବେଶ ଜରିଆରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଦକ୍ଷତା ବିକାଶ କରି ସେମାନଙ୍କୁ ଭାରତର ବିକାଶଧାରାରେ ସାମିଲ କରିବା ଲକ୍ଷ୍ୟରେ ଆମେ ନୂତନ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରିଛୁ। ଯୁବପିଢ଼ିଙ୍କୁ ଏକ ସାମଗ୍ରିକ ଏବଂ ଉପାଦେୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରି ଯୋଗ୍ୟ କରିବା ଲକ୍ଷ୍ୟ ହେଉଛି ଏହି ନୂତନ ଶିକ୍ଷା ନୀତିର ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କିନ୍ତୁ, ଦୁଃଖର କଥା ରାଜନୈତିକ କାରଣରୁ ଏହାକୁ ଓଡିଶାରେ କାର୍ଯ୍ୟକରି କରାଯାଇ ନ ଥିଲା। କିନ୍ତୁ, ଆମ ସରକାର ଆସିବା ମାତ୍ରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ, ରାଜ୍ୟରେ NEP-2020 କାର୍ଯ୍ୟକାରୀ କରାଯାଇଛି ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF)କୁ ଓଡ଼ିଶା ପାଇଁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ମଧ୍ୟ ଗ୍ରହଣ କରାଯିବ।

ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମହାବିଦ୍ୟାଳୟ ସ୍ତରରେ ପି.ଏମ୍‍. ଉଷା ଯୋଜନା ଲାଗୁ କରାଯାଉଛି ବୋଲି ପ୍ରକାଶ କରି ସେ କହିଲେ ଯେ ଏହି ଯୋଜନାରେ ଗୁଣାତ୍ମକ ଶିକ୍ଷାଦାନ, ଆଇ.ସି.ଟି. ଆଧାରିତ ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ଉଚ୍ଚ ଶିକ୍ଷାରେ ଆମ ସରକାର ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଆମ ସରକାର ଉଭୟ ଶିକ୍ଷା ଏବଂ ପରୀକ୍ଷାରେ ସଂସ୍କାର ଆଣିଛନ୍ତି। ଶିକ୍ଷାର ମାନ ବୃଦ୍ଧି କରିବା ସହିତ ବିଦ୍ୟାର୍ଥୀମାନେ କିପରି ଭାବେ ମେରିଟ ଅନୁଯାୟୀ ଚାକିରି ଏବଂ ଉଚ୍ଚ ଶିକ୍ଷା ପାଇବେ ସେଥିପାଇଁ ଆମେ କାର୍ଯ୍ୟ କରୁଛୁ। ଏଣିକି, ଚାକିରି କେବଳ ସେମାନେ ପାଇବେ, ଯେଉଁମାନେ ହକଦାର। ସରକାରୀ ଚାକିରି ସେମାନଙ୍କ ପାଇଁ ନୁହେଁ, ଯାହା ପକେଟରେ ପଇସା ଅଛି। ଆପଣମାନ ସମସ୍ତେ ଅଧ୍ୟବସାୟ କରନ୍ତୁ, ପରିଶ୍ରମ କରନ୍ତୁ।

ଆଗାମୀ ପାଞ୍ଚ ବର୍ଷରେ ଅତି କମରେ ୧.୫ ଲକ୍ଷ ସରକାରୀ ଚାକିରିର ଦ୍ଵାର ଆପଣଙ୍କ ପାଇଁ ଅପେକ୍ଷା କରି ରହିଛି, ଯାହା ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ପ୍ରକ୍ରିୟାରେ ହେବ ବୋଲି ସେ କହିଥିଲେ।

ଆମ ରାଜ୍ୟର ଉନ୍ନତିରେ ଶିକ୍ଷା ଏକ ବହୁତ ବଡ ମାଧ୍ୟମ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟରେ କେବଳ ଶିକ୍ଷା ପାଇଁ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରାଯାଇଛି ଯାହା ମୋଟ ବଜେଟର ୧୪.୨ ପ୍ରତିଶତ ଏବଂ ଜିଏସଡିପି ର ୩.୯ ପ୍ରତିଶତ ଯାହା ସାରା ଦେଶରେ ପ୍ରାୟ ସବୁଠାରୁ ଅଧିକ। କେବଳ ଉଚ୍ଚ ଶିକ୍ଷା ପାଇଁ ୩ ହଜାର ୬୫୫ କୋଟି ଟଙ୍କାର ପ୍ରବଧାନ କରାଯାଇଛି। ଏଥିରୁ, ଆପଣମାନେ ସରକାରଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଜାଣିପାରିବେ ବୋଲି ସେ ମତ ଦେଇଥିଲେ।

ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା, ଶିକ୍ଷାନୁଷ୍ଠାନ, ଶିକ୍ଷକ ଓ ଛାତ୍ରଙ୍କ ବିକାଶପାଇଁ ଆମ ସରକାର ସମସ୍ତ ପଦକ୍ଷେପ ନେବେ ଏବଂ ଓଡ଼ିଶାର ଶିକ୍ଷାର ବିକାଶଦ୍ଵାରା ଓଡ଼ିଆ ଛାତ୍ର ଓ ଶିକ୍ଷକ ଜାତୀୟ ଓ ଅନ୍ତର୍ଜାତୀୟ ମାନକ ଓ ସୂଚକାଙ୍କରେ ସମକକ୍ଷ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ, କଲେଜ ଜୀବନରେ ଛାତ୍ର ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏଣୁ ଆମ ସରକାର ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ପ୍ରଥା ଆରମ୍ଭ କରିବାକୁ ଯାଉଛନ୍ତି। ଉଚ୍ଚ ଶିକ୍ଷାକୁ ସର୍ବଦା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଶକ୍ତ କରି ଥାଏ ଏଣୁ ଆମ ସରକାର ଗୋଦାବରୀଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବେ ଯାହା ଶିକ୍ଷାର ମୂଳଦୁଆକୁ ମଜବୁତ କରିବ। ଆମ ସରକାର ଜନତାଙ୍କ ଭାବାବେଗର ସହିତ କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଧନ୍ୟବାଦ।

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ଘସିପୁରା ବିଧାୟକ, ଶ୍ରୀ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ, ଶ୍ରୀ ଅଭିମନ୍ୟୁ ସେଠୀ ପ୍ରମୁଖ ଅତିଥି ଭାବେ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ।

ଆନନ୍ଦପୁର ଉପଖଣ୍ଡ ବାର୍ଷିକ ଉତ୍ସବ ବିକାଶ ଓ ଉନ୍ନତିକରଣ
Share. Facebook Twitter LinkedIn Email WhatsApp Copy Link

Related Posts

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025
Latest News

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.