ପ୍ରଶିକ୍ଷକ ଏବଂ ସହକାରୀ ପ୍ରଶିକ୍ଷକ ପାଇଁ ଆବେଦନ ଗ୍ରହଣ କରିବ ବିସିସିଆଇ

Published: Jul 16, 2019, 4:52 pm IST
bcci election to tale place on october 22

ବିଶ୍ବକପ୍‌ ସେମିଫାଇନାଲ୍‌ରୁ ବିଦାୟ ନେବା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଏବଂ ସହକାରୀ କୋଚ୍‌ ମାନେ ବିସିସିଆଇ ରାଡାରକୁ ଆସିଛନ୍ତି । ବିଶ୍ବକପ୍‌ ପରେ ସମସ୍ତଙ୍କ କାର୍ଯ୍ୟକାଳକୁ 45 ଦିନ ବୃଦ୍ଧି କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ନୂତନ ଆବେଦନ ଗ୍ରହଣ କରିବାକୁ ଯାଉଛି । ତେଣୁ ନିଜର ପଦବୀ ବଜାୟ ରଖିବା ନିମନ୍ତେ ସମସ୍ତ ପ୍ରଶିକ୍ଷକଙ୍କୁ ପୁନର୍ବାର ଆବେଦନ କରିବାକୁ ପଡିବ । ଅଗଷ୍ଟ 3 ରୁ ସେପ୍ଟେମ୍ବର 3 ପର୍ଯ୍ୟନ୍ତ ଓ୍ବିଣ୍ଡିଜ୍‌ ସିରିଜ୍‌ ପର୍ଯ୍ୟନ୍ତ ଶାସ୍ତ୍ରୀ, ଭରତ ଅରୁଣ, ସଞ୍ଜୟ ବାଙ୍ଗର ଏବଂ ଆର ଶ୍ରୀଧର ପୁନର୍ବାର ଆବେଦନ କରିପାରିବେ ମାତ୍ର ଟ୍ରେନର ଶଙ୍କର ବସୁ ଏବଂ ଫିଜିଓ ପ୍ୟାଟ୍ରିକ୍‌ ଫରହତ୍‌ଙ୍କ ସ୍ଥାନରେ ନୂତନ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Related posts