Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦେଲେ ରଣହୁଙ୍କାର, ପ୍ରକମ୍ପିତ ହେଲା ଗାନ୍ଧିମାର୍ଗ
ଆଜିର ଖବର

ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦେଲେ ରଣହୁଙ୍କାର, ପ୍ରକମ୍ପିତ ହେଲା ଗାନ୍ଧିମାର୍ଗ

March 11, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ରାଜଧାନୀର ରାଜରାସ୍ତାରେ ମହାସମାବେଶ ଦେଖିବାକୁ ମିଳିଥିଲା। ଖରାତାତିକୁ ଖାତିର ନକରି ସମଗ୍ର ରାଜ୍ୟରୁ ପାଖାପାଖି ପଚାଶ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସେମାନଙ୍କର ବହୁ ଅସମାହିତ ସମସ୍ୟାର ସମାଧାନ ନିମନ୍ତେ ଗାନ୍ଧିମାର୍ଗରେ ଆୟୋଜିତ ମହାସମାବେଶରେ ଯୋଗଦେଇଥିଲେ। ଯୋଗ୍ୟ ବିବେଚିତ ସ୍କୁଲ କଲେଜକୁ ପଚିଶରୁ ତିରିଶ ବର୍ଷ ହେଲା ଅନୁଦାନ ନାହିଁ – ଅନୁଦାନ ପ୍ରଦାନ କର, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ବ୍ୟବସ୍ଥା କର, ୩୦ ବର୍ଷ ହେଲା କୌଣସି ବିଦ୍ୟାଳୟ ସରକାରୀକରଣ ହୋଇନାହିଁ – ସବୁ ବିଦ୍ୟାଳୟକୁ ସରକାରୀକରଣ ଘୋଷଣା କର, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କର, ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂର କର, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କର, ନୂତନ ପେନସନ୍ ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କର, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କର, ବାଛବିଚାର ନରଖି ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କର ଇତ୍ୟାଦି ସ୍ଲୋଗାନ୍ ସହିତ ପ୍ଲାକ୍ କାର୍ଡ଼ ଓ ସଂଘୀୟ ପତାକା ଧରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଭୁବନେଶ୍ୱର ରେଳଷ୍ଟେସନ୍ ନିକଟସ୍ଥ କଂଗ୍ରେସ ଭବନ ସମ୍ମୁଖରୁ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ଅଗ୍ରସର ହୋଇଥିଲେ।

ଦୀର୍ଘ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ ଚାକିରି କରି ଶିକ୍ଷକ ଓ ଶିକ୍ଷାକର୍ମଚାରୀଟିଏ ସରକାରୀ ଅନୁଦାନରୁ ବଞ୍ଚିତ ହେବା ଏବଂ ଅବସର ନେବା ପରଦିନଠାରୁ ପରିଣତ ବୟସରେ ବିନା ପେନସନ୍‌ରେ ବଞ୍ଚିବାର ରାହା ଖୋଜିବା ପାଇଁ ମୂଲ ଲାଗିବା ଆଦି ପନ୍ଥାକୁ ଆପଣେଇ ଜୀବନ ବଞ୍ଚିବାର ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହାକ ରଞ୍ଜନ କୁମାର ଦାଶ କହିଛନ୍ତି। ତେଣୁ ସରକାର ତୁରନ୍ତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଓ ସେବା ନିବୃତ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ପ୍ରଦାନ କରନ୍ତୁ।

ସମନ୍ୱୟ ସମିତିର ଦାବୀଗୁଡ଼ିକ ମଧ୍ୟରେ ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନ୍‌ସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ଲାଗୁ କରିବା, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା, ଗ୍ରେଡ଼ପେରେ ଥିବା ଅସଙ୍ଗତି ଦୂରକରିବା, ସପ୍ତମ ବେତନରୁ ବଞ୍ôଚତ ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା ଏବଂ ରାଜ୍ୟର ବେସରକାରୀ ଓ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ଦାବୀକୁ ନେଇ ହଜାର ହଜାର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦିବା ୧ଘଟିକା ସମୟରେ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବିଶାଳ ପଟୁଆରରେ ବାହାରି ଲୋୟର ପି.ଏମ.ଜି. ସି୍ଥତ ଗାନ୍ଧିମାର୍ଗରେ ଏକ ସାଧାରଣ ସଭା କରିଥିଲେ।

ଏହି ସାଧାରଣ ସଭାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା), ସଂସ୍କୃତ ଟୋଲ୍ ମହା ମଣ୍ଡଳ, ମଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ମିଳିତ ନେତୃତ୍ୱମାନେ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଟାଳଟୁଳ ନୀତି ଅବଲମ୍ବନ ନକରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାର ୨୦୦୫ ମସିହାରୁ ପ୍ରଚଳିତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ନୂତନ ପେନସନ୍ ନିୟମ ଲାଗୁ କରିବା ପରେ ଏଥିରେ ଅନ୍ତର୍ଭୁକ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅବସର ପରେ ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି। ନିଜର ଗୁଜୁରାଣ ମେଣ୍ଟାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର, ଟଙ୍କାଟିଏ ମଧ୍ୟ ଔଷଧ କିଣିବାକୁ ପାଆନ୍ତି ନାହିଁ। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ସରକାର ଦରମା ଓ ଅନ୍ୟାନ୍ୟ ଭତ୍ତା ଦେଉଥିଲେ ମଧ୍ୟ ଖାଲି ପଡ଼ୁଥିବା ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ।

ଉକ୍ତ ଅନୁଷ୍ଠାନ ଗୁଡ଼ିକରେ ଅବସର ନେବା ପରେ ପେନ୍‌ସନ୍ ତ ମିଳୁନାହିଁ କି ଏହି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା ମଧ୍ୟ ନାହିଁ । ତେଣୁ ଆଗାମୀ ଦିନରେ ଏହି ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯିବ। ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଦୀର୍ଘ ୩୦ବର୍ଷ କାର୍ଯ୍ୟ କଲାପରେ ଟଙ୍କାଟିଏ ସରକାରୀ ଅନୁଦାନ ପାଇଲେ ନାହିଁ ଏବଂ ଶୂନ୍ୟ ହସ୍ତରେ ଅବସର ନେଲେ କିମ୍ବା ମୃତ୍ୟୁବରଣ କଲେ। ସେହିପରି ସେହି ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସରକାରଙ୍କ ଠାରୁ ସବୁ ବିଦ୍ୟାଳୟ ପିଲାମାନଙ୍କ ପରି ସମସ୍ତ ସୁବିଧା ସୁଯୋଗରୁ ବଞ୍ôଚତ ଅଛନ୍ତି। ଅର୍ଥାତ୍ ଏହି ପିଲାମାନଙ୍କୁ ପୋଷାକ, ବହି, ମାଗଣା ସାଇକେଲ୍ ଓ ମଧ୍ୟାହ୍ନ ଭୋଜନ ମିଳୁନାହିଁ ତେଣୁ ସରକାରଙ୍କ ନିକଟରେ ଅନୁଦାନ ଓ ପେନ୍‌ସନ୍ ଦେବା ପାଇଁ ଦୃଢ଼ ଦାବୀ କରାଯାଇଛି।

ଆଜିର ଧାରଣା ସ୍ଥଳକୁ ଆସି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବିବେକାନନ୍ଦ ଦାଶ, ପ୍ରାକ୍ତନ ସାଧାରଣ ସଂପାଦକ, ଓଷ୍ଟା, ସି.ପି.ଏମ୍‌. ସଂପାଦକ ମଣ୍ଡଳୀର ସଭ୍ୟ ସନ୍ତୋଷ କୁମାର ଦାସ, ଏ.ଆଇ.ଏସ୍‌.ଏଫ୍ ଛାତ୍ର ସଂସଦର ସଂପାଦକ ଅମିତ୍ କୁମାର ସାମନ୍ତରାୟ, ମାନବାଧିକାର କମିଶନ ସଦସ୍ୟ ପ୍ରଦୀପ କୁମାର ନାୟକ, ଏସ୍‌.ଏଫ୍‌.ଆଇ. ଛାତ୍ର ସଂଗଠନର ସଂପାଦକ ଶୁଭ୍ରାଂସୁ ଉଦ୍‌ଗାତା, ଅଭିଭାବକ ସଂଘର ସଭାପତି ବାସୁଦେବ ଭଟ୍ଟ, ବିଶ୍ୱ ଶିକ୍ଷକ ସଂଗଠନର ଉପସଭାପତି ଡ. ଅମୀୟ କୁମାର ମହାନ୍ତି, ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ମାନ୍ୟବର ବିଧାୟକ, କେନ୍ଦ୍ରାପଡ଼ା ତଥା ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟିର ସଭ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ।

ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସଭାରେ ଉଦ୍‌ବୋଧନ ରଖିଥିଲେ।

ଗାନ୍ଧିମାର୍ଗ ନ୍ୟାର୍ଯ୍ୟ ଦାବୀ ମହା ସମାବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025
Latest News

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.