Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

March 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜ଼ିଲ୍ଲାର ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆଜି ତରବୋଇ, ଜଟଣୀ ଠାରେ ଥିବା Skill Development Institute ର ଅଡିଟୋରିଉମରେ ଜ଼ିଲ୍ଲାପାଳ ଚଞ୍ଚଳ ରଣାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ଆନୁଷ୍ଠାନିକ ଭାବରେ ଉଦ୍ଦଘାଟନ  ହୋଇଯାଇଛି। ଗ୍ରାମାଞ୍ଚଳର ମହିଳା ମାନଙ୍କର ଲୁକ୍କାୟିତ  ଦକ୍ଷତା ଲୋକଲୋଚନକୁ ଆଣିବା ସହ ସେମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଅଧିକ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଖୋର୍ଦ୍ଧା ଜିଲ୍ଲାରେ ପୋଟେନସିଆଲ ଲକ୍ଷେପତି ଦିଦି, ଯାହାଙ୍କ ଆୟ ୩୦-୪୦ ହଜାରରୁ ଲକ୍ଷେ ଟଙ୍କା ତଳକୁ ଅଛି ସେହି ମା ମାନଙ୍କ ସଂଖ୍ୟା ୫୮୦୦୦ ବୋଲି ଚିହ୍ନଟ କରାଯାଇଛି। ସେହିପରି ବାର୍ଷିକ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ  ଯେଉ ମା ମାନଙ୍କର ରୋଜଗାର ସେମାନଙ୍କ ସଂଖ୍ୟା ୨୧ ରୁ ଉର୍ଦ୍ଧ୍ୱ ବୋଲି  ଜଣାପଡିଛି।

ଏହି କର୍ମଶାଳାରେ ଜ଼ିଲ୍ଲା ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ କସ୍ତୁରୀ ବାଳା ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟାଙ୍ଗି ଏବଂ ଜଟଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇ ଥିଲେ।

ଏହି କର୍ମଶାଳାରେ ବାଣପୁର, ଚିଲିକା, ଜଟଣୀ, ବୋଲଗଡ ଓ ବେଗୁନିଆ ବ୍ଲକର ସମସ୍ତ କମୁନିଟି ସପୋର୍ଟ ଷ୍ଟାଫ୍ଫ ଏବଂ ଏହି ବ୍ଲକର ଲକ୍ଷପତି ଦିଦି ମାନେ ଉପସ୍ଥିତ ଥିଲେ। ସର୍ବେ ପ୍ରଥମେ ଜ଼ିଲ୍ଲା ପ୍ରକଳ୍ପ ପରିଚାଳିକା, ଓଡିଶା ଜୀବିକା ମିଶନ, ଖୋର୍ଦ୍ଧାର ପ୍ରେମସି ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କର୍ମଶାଳା ମୂଳ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।

ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଏହି କର୍ମଶାଳାରେ ଉପସ୍ଥିତ ରହି ବିଭିନ୍ନ ଜୀବିକା ଭିତ୍ତିକ କାର୍ଯ୍ୟକ୍ରମ ଦ୍ୱାରା କିପରି ସ୍ବାବଲମ୍ବି ହେଇପାରିବେ ଆଲୋଚନା କରିଥିଲେ।

ଜ଼ିଲ୍ଲାପାଳ ଞ୍ଚଳ ରଣା ମହିଳା ମାନଙ୍କୁ ଉଦବୋଧନ ଦେଇ ମହିଳା ମାନେ କିପରି ନିଜେ ଅର୍ଥନୈତିକ ସ୍ୱାବଲମ୍ବୀ ହେବ ସହିତ ପରିବାର ଏବଂ ଦେଶକୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବେ। ଏହା ପରେ  ଜ଼ିଲ୍ଲା ଏବଂ ବ୍ଲକର ବିଭିନ୍ନ ବିଭାଗର ଯଥା ମତ୍ସ୍ୟ, ପ୍ରାଣୀ ସମ୍ପଦ, କୃଷି ଏବଂ ଉଦ୍ୟାନ  ବିଭାଗ ଅଫିସର ମାନେ  ରହି ନିଜ ନିଜ ବିଭାଗର ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ଏବଂ ଏହି ସବୁ ଯୋଜନା ଗୂଡିକ କିପରି ଉପଯୋଗ କରି ଅଧିକରୁ ଅଧିକ ଲାଭବାନ ହେବ ସହିତ  ଲକ୍ଷପତି ଦିଦି ହୋଇ ଆଗକୁ ବଢି ପାରିବେ। ସର୍ବ ଶେଷରେ OLM ର ବିଭିନ କାର୍ଯ୍ୟ କର୍ମ ଉପରେ ଆଲୋଚନା କରାଯିବା ସହିତ ଲକ୍ଷପତି ଦିଦି ମାନେ ନିଜେ ନିଜର  ସଫଳତା ର କାହାଣୀ ଉପସ୍ଥାପନା କରିଥିଲେ।

ଶେଷରେ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାଜ ଗୋପାଳ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଆଜିର କର୍ମଶାଳା କଲା ଆନୁଷ୍ଠାନିକ ଭାବରେ ସାଙ୍ଗ କରିଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026
Latest News

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.