Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନକୁ ସ୍ବାଗତ କଲା ପାରାଦୀପ
ଆଜିର ଖବର

ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନକୁ ସ୍ବାଗତ କଲା ପାରାଦୀପ

March 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ଭାରତର ସମୁଦ୍ର କୂଳରେ ନିଜର ୬,୫୫୩ କିଲୋମିଟର ଯାତ୍ରାର ଏକ ଅଂଶ ସ୍ବରୂପ ୨୦୨୫ ମାର୍ଚ୍ଚ ୧୦ ତାରିଖରେ ଓଡ଼ିଶାର କୈଥକୋଲାରେ ପହଞ୍ଚିଥିଲା। ପ୍ରଥମେ ପଶ୍ଚିମବଙ୍ଗର ବଖାଲି ବେଳାଭୂମିରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀଙ୍କ ଦୃଢ଼ ସମର୍ଥନ ମିଳିଛି। ଉପକୂଳ ସୁରକ୍ଷା, ପରିବେଶ ସଚେତନତା ଏବଂ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୮ ଜଣ ମହିଳାଙ୍କ ସମେତ ୫୦ ଜଣ ସାଇକେଲ ଚାଳକଙ୍କୁ ନେଇ ଗଠିତ ପୂର୍ବତଟ ଟିମ୍ ୪ଟି ରାଜ୍ୟରେ ୨,୭୭୮ କିଲୋମିଟର ଯାତ୍ରା କରୁଛି, ଯାହା ମାର୍ଚ୍ଚ ୩୧, ୨୦୨୫ରେ କନ୍ୟାକୁମାରୀରେ ଶେଷ ହେବ।

କୈଥକୋଲାରେ ପହଞ୍ଚିବା ପରେ ସାଇକେଲ ଚାଳକମାନଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ଜାତୀୟ ପତାକା ଦେଖାଇ ସ୍ୱାଗତ କରିଥିଲେ। ମାର୍ଚ୍ଚ ୧୧ ତାରିଖରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା। ପରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ଭଦ୍ରକ ଡିଏଫଓ ସୌଭାଗ୍ୟ କୁମାର ସାହୁ, ସିଆଇଏସଏଫ କମାଣ୍ଡାଣ୍ଟ ଅକ୍ଷତ ପଟେଲ ଓ ବାସୁଦେବପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଟିମ୍କୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।

ଜାଗୁଳା ଗ୍ରାମ ପଞ୍ଚାୟତର ଗ୍ରାମବାସୀ ଦେଶାତ୍ମବୋଧକ ବିଷୟବସ୍ତୁ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ। ଏହି ଭବ୍ୟ ସମାରୋହରେ ପାଖାପାଖି ୨୦୦ ଗ୍ରାମବାସୀ ଯୋଗ ଦେଇଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତିରେ ସିଆଇଏସ୍ଏଫର ପ୍ରୟାସକୁ ପ୍ରଶଂସା କରିବା ସହ ଉପକୂଳ ସତର୍କତା, ପରିବେଶ ସଂରକ୍ଷଣ ଏବଂ ଜାତୀୟ ସୁରକ୍ଷାରେ ସାମୂହିକ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ।

ସାଇକେଲ ଚାଳକମାନେ ଏବେ ୧୨୫ କିଲୋମିଟର ଦୂରତା ଅତିକ୍ରମ କରି ପାରାଦୀପରେ ପହଞ୍ଚିଛନ୍ତି। ବାଟରେ ସେମାନେ ତାରାସ ଗାଁର ଲୋକମାନଙ୍କୁ ଭେଟି ଉପକୂଳ ସୁରକ୍ଷାରେ ସେମାନଙ୍କ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ରାଜକନିକା ଗ୍ରାମରେ ଐତିହାସିକ ରାଜକନିକା ପ୍ରାସାଦରେ ସ୍କୁଲ ପିଲା ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସାମୂହିକ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନେ ମାଲାପାଟଣା ଗ୍ରାମର ଯୁବକମାନଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚରେ ଅଂଶଗ୍ରହଣ କରି ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା। ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି। ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ। ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ” ।

କୋଷ୍ଟାଲ୍ ସାଇକ୍ଲୋଥନ ପାରାଦୀପ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.