Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱେଭ୍ସ ସମ୍ମିଳନୀ ଏବଂ କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ: ଆୟୋଜିତ ହେବ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍ ପ୍ରତିଯୋଗିତା
ଆଜିର ଖବର

ୱେଭ୍ସ ସମ୍ମିଳନୀ ଏବଂ କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ: ଆୟୋଜିତ ହେବ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍ ପ୍ରତିଯୋଗିତା

March 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ(ୱେଭ୍ସ) ଆୟୋଜନ କରାଯିବ। ଏହାର ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍‌ (ଇଡିଏମ୍) ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି।

‘ରିଜୋନେଟ୍‌: ଦ ଇଡିଏମ ଚାଲେଞ୍ଜ’ ଶୀର୍ଷକ ଏହି ପ୍ରତିଯୋଗିତାରେ ଇଡିଏମ କ୍ଷେତ୍ରର ବିଶ୍ୱସ୍ତରୀୟ ପ୍ରତିଭାମାନେ ଏକତ୍ରିତ ହେବେ । ଏଥିରେ ନବସୃଜନ, ସୃଜନଶୀଳତା ଏବଂ ସଂଗୀତ ପ୍ରଯୋଜନା ଓ ଲାଇଭ୍‌ ପରଫର୍ମାନ୍ସ କ୍ଷେତ୍ରରେ ସହଭାଗିତା ସ୍ଥାନ ପାଇବ।

‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ’ର ଅଂଶବିଶେଷ ସ୍ୱରୂପ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତୀୟ ସଂଗୀତ ଶିଳ୍ପ (ଆଇଏମଆଇ) ଦ୍ୱାରା ମିଳିତ ଭାବେ ଏହି ଚାଲେଞ୍ଜ ଆୟୋଜନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ସଂଗୀତର ମିଶ୍ରଣ ବା ଫ୍ୟୁଜନ୍‌, ଇଲେକ୍ଟ୍ରୋନିକ ମ୍ୟୁଜିକ୍‌ ଏବଂ ଡିଜେ କଳା ପ୍ରଦର୍ଶନର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବା।

ଇଡିଏମ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ବର୍ତ୍ତମାନ ଖୋଲା ରହିଛି ଏବଂ ୩୧ ମାର୍ଚ୍ଚ ୨୦୨୫କୁ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ‘ରିଜୋନେଟ୍‌: ଦ ଇଡିଏମ ଚାଲେଞ୍ଜ’ ଇଲେକ୍ଟ୍ରୋନିକ୍ ସଙ୍ଗୀତ କଳାକାରମାନଙ୍କୁ ଅଡିଓ, ଭିଜୁଆଲ୍ ଏବଂ ମନୋରଞ୍ଜନ କ୍ଷେତ୍ରରେ ସେମାନଙ୍କର ସୃଜନଶୀଳତା ଓ ନବସୃଜନ ପ୍ରଦର୍ଶନ କରିବାକୁ ଏକ ଅତୁଳନୀୟ ମଞ୍ଚ ପ୍ରଦାନ କରିବ। ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ଇଲେକ୍ଟ୍ରୋନିକ୍ ସଂଗୀତ ଉଦ୍ୟୋଗର ନେତୃବର୍ଗମାନଙ୍କ ଠାରୁ ଉପାଦେୟ ପରାମର୍ଶ ଓ ମାର୍ଗଦର୍ଶନ ମିଳିବ।

ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଡ୍ୟାନ୍ସ ମ୍ୟୁଜିକ୍‌ କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶ୍ୱସ୍ତରୀୟ କଳାକାର, ଗୀତିକାର, ସଂଗୀତଜ୍ଞ ଏବଂ ସଂଗୀତ ପରିବେଷଣକାରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତା ପ୍ରତିଭାମାନଙ୍କ ପାଇଁ ଏକ ଉପଯୁକ୍ତ ମଞ୍ଚ ଯୋଗାଇ ଦେବ । ଏକ ସମନ୍ୱିତ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ସଂଗୀତ ସର୍ଜନା ପାଇଁ ବିଶ୍ୱ ସଂଗୀତ ଶୈଳୀର ବ୍ୟବହାର ଉପରେ ଧ୍ୟାନ ଦେଇ ପ୍ରତିଯୋଗିତାର ବିଷୟବସ୍ତୁ ‘ରିଜୋନେଟ୍‌: ଦ ଇଡିଏମ ଚାଲେଞ୍ଜ’ ରଖାଯାଇଛି ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ୱାରା ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ୱେଭ୍ସ ସମ୍ମିଳନୀ ଆୟୋଜନ କରାଯିବ । ଏହା ଶିଳ୍ପ ପେସାଦାର, ନିବେଶକ, ନିର୍ମାତା, ନବପ୍ରବର୍ତ୍ତକମାନଙ୍କୁ ଗଣମାଧ୍ୟମ ଓ ମନୋରଞ୍ଜନ ପରିଦୃଶ୍ୟରେ ଯୋଡ଼ି ହେବା, ସହଭାଗିତା ସ୍ଥାପନ କରିବା, ନବସୃଜନ ଏବଂ ଯୋଗଦାନ କରିବା ଲାଗି ଏକ ପ୍ରମୁଖ ବିଶ୍ୱସ୍ତରୀୟ ମଞ୍ଚ ଯୋଗାଇ ଦେବ ।

କ୍ରିଏଟ୍‌ ଇନ୍‌ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ: ପାକିସ୍ତାନକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

February 15, 2026

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ତରଫରୁ ଦୁଇ ଦିନିଆ ସାହିତ୍ୟ ପର୍ବ ଉଦଯାପିତ

February 15, 2026

ଭାରତର ହାତ ମିଳାଇବା ନୀତି ଜାରି: ପାକିସ୍ତାନୀ ଅଧିନାୟକଙ୍କୁ ଅଣଦେଖା କଲେ ସୂର୍ଯ୍ୟକୁମାର ଯାଦବ

February 15, 2026
Latest News

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ: ପାକିସ୍ତାନକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

February 15, 2026

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ତରଫରୁ ଦୁଇ ଦିନିଆ ସାହିତ୍ୟ ପର୍ବ ଉଦଯାପିତ

February 15, 2026

ଭାରତର ହାତ ମିଳାଇବା ନୀତି ଜାରି: ପାକିସ୍ତାନୀ ଅଧିନାୟକଙ୍କୁ ଅଣଦେଖା କଲେ ସୂର୍ଯ୍ୟକୁମାର ଯାଦବ

February 15, 2026

ଜାଗର ଯାତ୍ରାରେ ଭକ୍ତିମୟ ରଣପୁର: ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜିଉଠିଲା ମନ୍ଦିର ପରିସର

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.