ଜେକେଆଇଏମ ଏବଂ ‘ଅୱାମୀ ଆକ୍ସନ କମିଟିକୁ ବେଆଇନ ଘୋଷଣା କଲେ ସରକାର

Published: Mar 12, 2025, 8:56 am IST

ନୂଆଦିଲ୍ଲୀ: ବେଆଇନ ଗତିବିଧି (ନିବାରଣ) ଆଇନ (ୟୁଏପିଏ) 1967ର ଧାରା 3 (1) ଆଧାରରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀର ଇତ୍ତିହାଦୁଲ ମୁସଲିମିନ (ଜେକେଆଇଏମ) ଏବଂ ଅୱାମୀ ଆକ୍ସନ୍ କମିଟି (ଏଏସି)କୁ 5 ବର୍ଷ ପାଇଁ ବେଆଇନ ସଙ୍ଗଠନ ଭାବରେ ଘୋଷଣା କରିଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ଏହି ସଂଗଠନଗୁଡ଼ିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବ୍ୟାଘାତ କରିବା ଏବଂ ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଉତ୍ତେଜିତ କରୁଥିବା ଭଳି କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଥିଲା। ଦେଶର ଶାନ୍ତି, ଆଇନ ଏବଂ ସାର୍ବଭୌମତ୍ୱ ବିରୋଧୀ ଗତିବିଧିରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ମୋଦୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

‘ଜାମ୍ମୁ କାଶ୍ମୀର ଇତ୍ତିହାଦୁଲ ମୁସଲିମିନ’ (ଜେକେଆଇଏମ) ଏବଂ ‘ଆୱାମୀ ଆକ୍ସନ କମିଟି’ (ଏଏସି)ର ସଦସ୍ୟମାନେ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବୀଜ ବୁଣିବା, ଆଇନ ଶୃଙ୍ଖଳା ଭଙ୍ଗ କରିବା ପାଇଁ ଲୋକଙ୍କୁ ଉସୁକାଇବା, ଆତଙ୍କବାଦକୁ ସମର୍ଥନ କରିବା ଏବଂ ପ୍ରତିଷ୍ଠିତ ସରକାରଙ୍କ ବିରୋଧରେ ଘୃଣା ସୃଷ୍ଟି କରିବା ଭଳି ଦେଶ ବିରୋଧୀ ଓ ବିଧ୍ୱଂସକ କାର୍ଯ୍ୟକଳାପରେ ଲିପ୍ତ ରହି ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା ପାଇଁ ପ୍ରୋତ୍ସାହନ ଓ ସମର୍ଥନ କରି ଆସୁଥିଲେ।

Related posts