Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର କାରିଗର ସଚେତନତା ଶିବିର ଅନୁଷ୍ଠିତ
ଆଜିର ଖବର

ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର କାରିଗର ସଚେତନତା ଶିବିର ଅନୁଷ୍ଠିତ

March 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
HandiCraft
ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର କାରିଗର ସଚେତନତା ଶିବିର ଅନୁଷ୍ଠିତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି l କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସ ର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମ ର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଞ୍ଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ହସ୍ତଶୀଳ୍ପ ବିକାଶ ଅଧିକାରୀ ପ୍ରିୟଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ହସ୍ତଶୀଳ୍ପ କ୍ଷେତ୍ରରେ ମୁଖ୍ୟତଃ କାଇଁଚ କାମ, ଟେରାକୋଟା, କତା କଣ୍ଢେଇ, ଚାନ୍ଦୁଆ କାମ, ପଟ୍ଟଚିତ୍ର, ବେତ ବାଉଁଶ, ପଥର ଖୋଦେଇ ଇତ୍ୟାଦି କ୍ରାଫ୍ଟରେ ହସ୍ତଶିଳ୍ପୀମାନେ କାମ କରୁଛନ୍ତି।

ସରକାରଙ୍କ ଯୋଜନା ରୁ ଲାଭ ଉଠାଇ ହସ୍ତଶିଳ୍ପୀମାନେ ଉପକୃତ ହୋଇପାରିବେ ଏବଂ ସାମଗ୍ରୀ ଉତ୍ପାଦ ବୃଦ୍ଧି କରିପାରିବେ ସେ ନେଇ ସଚେତନ କରାଯାଇଥିଲା l ଅନ୍ୟତମ ହସ୍ତଶୀଳ୍ପ ବିକାଶ ଅଧିକାରୀ ଦିନେଶ ସାହୁ, ହସ୍ତଶୀଳ୍ପ ବିକାଶ ଅଧିକାରିଣୀ ଦିପ୍ତିମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଟେରାକୋଟା ନିପୁଣ ହସ୍ତଶିଳ୍ପୀ ନିରଞ୍ଜନ ବେହେରା, ଚାନ୍ଦୁଆ କାମ ନିପୁଣ ହସ୍ତଶିଳ୍ପୀ ରେସମା ବେଗମ, କାଇଁଚ ନିପୁଣ ହସ୍ତଶିଳ୍ପୀ ସ୍ବର୍ଣ୍ଣପ୍ରଭା ସ୍ୱାଇଁ ପ୍ରମୁଖ ନିଜର ଅଭିଜ୍ଞତା ଆଳରେ ଉପସ୍ଥିତ ହସ୍ତଶିଳ୍ପୀ ମାନଙ୍କୁ ସଚେତନ କରାଇଥିଲେ l ହସ୍ତଶିଳ୍ପୀ ତପନ ବେହେରା, ସୁବଳ ମୁଦୁଲି, ତପସ୍ୱିନୀ ନାୟକ, ସ୍ୱପ୍ନାରାଣୀ ପୃଷ୍ଟି, ସୁଚିତ୍ରା ଜେନା, ଭାଗ୍ୟଧର ମହାରଣା, ପାର୍ବତୀ ସ୍ୱାଇଁ, ରୁକ୍ମଣୀ ନାୟକଙ୍କ ସମେତ ଶତାଧିକ ହସ୍ତଶିଳ୍ପୀ ଯୋଗଦେଇଥିଲେ।

ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ହସ୍ତଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.