Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଏସ୍ଇଏଫଡ଼ି ସଂଘର ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରାରମ୍ଭିକ ଆଲୋଚ଼ନା
ଆଜିର ଖବର

ଓଏସ୍ଇଏଫଡ଼ି ସଂଘର ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରାରମ୍ଭିକ ଆଲୋଚ଼ନା

March 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ପ୍ରମୁଖ ଶାସନ ସଚିବ ଶାଳୀନ ପଣ୍ଡିତଙ୍କ ସହ ସକ୍ଷମ ସଂଗଠନର ସମ୍ପାଦିକା ମନସ୍ମିତା ଜେନା, ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘର ରାଜ୍ୟ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ବିଶ୍ବବିଜୟୀ ଦାଶ, ନୟାଗଡ଼ ଜିଲ୍ଲା ସଭାନେତ୍ରୀ ତୃପ୍ତିମୟୀ ପ୍ରଧାନ, କୋର କମିଟି ସଦସ୍ୟା ଶୁଭସ୍ମିତା ମିଶ୍ର ପ୍ରମୁଖ ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ବିସ୍ତୃତ ଭାବେ ଆଲୋଚ଼ନା ହୋଇଥିଲା ଏବଂ ଓଏସଇଏଫଡ଼ି ସଂଘର ଦାବି ଥିଲା ଯେ, ସାଧାରଣ ବିଦ୍ୟାଳୟ ରେ ଯେମିତି ଭିନ୍ନ ଭିନ୍ନ ଶିକ୍ଷକ ନିଯୁକ୍ତି ହେଉଛନ୍ତି, ସେହିପରି ଭାବେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ର ବିଜ୍ଞାପନ ବାହାର କରାଯାଇ ନିର୍ଦ୍ଧିଷ୍ଟ ଭାବେ ଚ଼ୟନ କରାଯାଇ ନିଯୁକ୍ତି ଦିଆଯାଉ। ଏହି ଦାବିକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଓ ପ୍ରମୁଖ ଶାସନ ସଚିବ ଶ୍ରୀମତୀ‌ ପଣ୍ଡିତ‌ ସହୃଦୟତାର ସହ ନେଇ ଖୁବଶୀଘ୍ର ବିଜ୍ଞପ୍ତି ବାହାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସୂଚ଼ନାଥାଉ କି, ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ଜନସ୍ବାର୍ଥ ମାମଲାରେ ରାୟ ଶୁଣାଣି କରି ୨୮ ଅକ୍ଟୋବର ୨୦୨୧ ରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଦେଶ ଅନୁପାଳନ ନ ହେବାରୁ ୭ ମାର୍ଚ୍ଚ ୨୦୨୫ ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ନ୍ୟାୟାଧିଶ ସୁଧାଂଶୁ ଧୂଳିଆ ଓ କେ. ବିନୋଦ ଚନ୍ଦ୍ରନ୍ ଖଣ୍ଡପୀଠରେ ସେହି ରାୟ ଉପରେ ଶୁଣାଣି ହୋଇଥିଲା।

ଏହି ଶୁଣାଣି ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ସମସ୍ତ ରାଜ୍ୟକୁ ୩ ସପ୍ତାହ ଭିତରେ ଅର୍ଥାତ ୨୮ ମାର୍ଚ୍ଚ ସୁଦ୍ଧା ଦୁଇଟି ଖବର କାଗଜ ଓ ଶିକ୍ଷା ବିଭାଗର ୱେବସାଇଟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଗଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ସହ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ
Share. Facebook Twitter LinkedIn Email WhatsApp Copy Link

Related Posts

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026

ଆବୁଧାବିରେ ନିବେଶକ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ହେମନ୍ତ ଶର୍ମା

September 9, 2026

ସେପ୍ଟେମ୍ବର ୯ ତାରିଖ: କେମିତି ରହିବ ଆପଣଙ୍କର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

September 9, 2026

୧୧ରେ ଆଉ ଏକ ଲଘୁଚାପ ସମ୍ଭାବନା: ଆଜିଠୁ ବଢ଼ିବ ବର୍ଷାର ପରିମାଣ

September 8, 2026
Latest News

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026

ଆବୁଧାବିରେ ନିବେଶକ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ହେମନ୍ତ ଶର୍ମା

September 9, 2026

ଡେଡିକେଟେଡ୍ ଫ୍ରେଟ୍ କରିଡର ହେଉଛି ଦ୍ରୁତଗତିରେ ବିକଶିତ ଭାରତର ଜୀବନରେଖା: ପ୍ରଧାନମନ୍ତ୍ରୀ

September 9, 2026

ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 9, 2026

ସେପ୍ଟେମ୍ବର ୯ ତାରିଖ: କେମିତି ରହିବ ଆପଣଙ୍କର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.