Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍ଵାମୀ ଓ ସ୍ତ୍ରୀ ମୃତ
ଆଜିର ଖବର

ବାଲୁଗାଁ ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍ଵାମୀ ଓ ସ୍ତ୍ରୀ ମୃତ

March 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମହୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ସ୍ଵାମୀ ଓ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କାର କୋଟିନଡ଼ା ଥାନା ବାବନପୁର ଗ୍ରାମର ଶିବରାମ ପାଢ଼ୀ (୬୨) ଏବଂ ତାଙ୍କ ପତ୍ନୀ ସୁଦେଶନା କୁମାରୀ ପାଢ଼ୀ ପୁରୀରେ ଏକ ଘର ନିର୍ମାଣ ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ନୂଆଗଡ଼ ଓଭର ବ୍ରିଜରେ ଶିବରାମଙ୍କ କାର (ଗାଡି ନମ୍ବର ଓଡ଼ି ୦୭ ଏଜି ୪୫୪୬) ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ଖୁଣ୍ଟିରେ ଧକ୍କା ହୋଇଥିଲା। ଯାହାଫଳରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶିବରାମ ପାଢ଼ୀଙ୍କ ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି।

ଖବର ଲେଖା ହେବା ବେଳକୁ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ବେଳେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ନୂଆଗଡ଼ ଓଭର ବ୍ରିଜ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ନାଭାଲ ଫାଣ୍ଡି ପୋଲିସ

October 14, 2025

ଜେଡିୟୁ ସାଂସଦ ଅଜୟ କୁମାର ମଣ୍ଡଳଙ୍କ ଇସ୍ତଫା, ଆଣିଲେ ଗୁରୁତର ଅଭିଯୋଗ

October 14, 2025

ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ

October 14, 2025

ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ‘ପରୀ’

October 14, 2025
Latest News

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ନାଭାଲ ଫାଣ୍ଡି ପୋଲିସ

October 14, 2025

ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଗ୍ରହଣ କଲା ଜି-20 ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ

October 14, 2025

କ୍ଷେପଣାସ୍ତ୍ର ପରୀକ୍ଷଣକୁ ରଦ୍ଦ କଲା କି ଭାରତ?: ଚୀନ୍ ଏବଂ ଆମେରିକା ଚିନ୍ତିତ

October 14, 2025

ଭାରତରେ ଏଆଇ ହବ୍ ନିର୍ମାଣ କରିବ ଗୁଗୁଲ୍, ଆମେରିକା ବାହାରେ ସବୁଠାରୁ ବଡ଼

October 14, 2025

ଜେଡିୟୁ ସାଂସଦ ଅଜୟ କୁମାର ମଣ୍ଡଳଙ୍କ ଇସ୍ତଫା, ଆଣିଲେ ଗୁରୁତର ଅଭିଯୋଗ

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.