Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆରମ୍ଭ
ଆଜିର ଖବର

ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆରମ୍ଭ

March 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଶନିବାରଠାରୁ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫। ଅନଲାଇନରେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.inରେ ଏହି ପୁରସ୍କାର ଲାଗି ନାମାଙ୍କନ ଅଥବା ନାମାଙ୍କନ ଲାଗି ସୁପାରିସ ଗ୍ରହଣ କରାଯିବ। ୨୦୨୬ ଗଣତନ୍ତ୍ର ଦିବସ ଅବସରରେ ପୁରସ୍କାର ପାଇଁ ମେନାନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯିବ।

ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ଏହି ବର୍ଗରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ।  ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। ଏହି ପୁରସ୍କାରସବୁ ସାଧାରଣ ବ୍ୟକ୍ତିବିଶେଷଙ୍କ ‘ଉଲ୍ଲେଖନୀୟ ଅବଦାନ’କୁ ସ୍ୱୀକୃତି ଦେବା ପାଇଁ ଉଦ୍ଦିଷ୍ଟ ଏବଂ କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ଲୋକ ବ୍ୟାପାର, ନାଗରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ସମସ୍ତ କ୍ଷେତ୍ର ବା ବିଷୟରେରେ ବିଶିଷ୍ଟ ଏବଂ ଅସାଧାରଣ ସଫଳତା  ତଥା ସେବା ପାଇଁ ପ୍ରଦାନ କରାଯାଏ। ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ। ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଛାଡ଼ି ପିଏସୟୁରେ କାମ କରୁଥିବା ତଥା କୌଣସି ସରକାରୀ କର୍ମଚାରୀ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହଁନ୍ତି।

ସରକାର ପଦ୍ମ ପୁରସ୍କାରକୁ “ଜନତା ପଦ୍ମ”ରେ ପରିଣତ କରିବାକୁ ପ୍ରତିବଦ୍ଧ। ତେଣୁ, ସମସ୍ତ ନାଗରିକଙ୍କୁ ନିଜ ପାଇଁ  ମନୋନୟନ କରିବା ଏବଂ ଅନ୍ୟ ପାଇଁ ସୁପାରିଶ କରିବାକୁ ଅନୁରୋଧ କରାଯାଇଛି। ମହିଳା, ସମାଜର ଦୁର୍ବଳ ବର୍ଗ, ଅନୁସୂଚିତ ଜାତି ଏବଂ ଜନଜାତି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ସମାଜର ନିଃସ୍ୱାର୍ଥପର ସେବା କରୁଥିବା ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ସମନ୍ୱିତ ପ୍ରୟାସ କରାଯାଇପାରେ ଯାହାଙ୍କ ଉତ୍କର୍ଷ ଏବଂ ସଫଳତା ପ୍ରକୃତରେ ସ୍ୱୀକୃତି ପାଇବାକୁ ଯୋଗ୍ୟ।

ନାମାଙ୍କନ ବା ସୁପାରିଶପତ୍ର ନିର୍ଦ୍ଧାରିତ ପୋର୍ଟାଲରେ ଉପଲବ୍ଧ ଫର୍ମାଟ ମାଧ୍ୟମରେ ପ୍ରଦତ୍ତ ସମସ୍ତ ପ୍ରାସଙ୍ଗିକ ବିବରଣୀ ସହ ହେବା  ଉଚିତ। ଏଥିରେ ଏକ ବର୍ଣ୍ଣାତ୍ମକ ପ୍ରଶଂସାପତ୍ର (ସର୍ବାଧିକ ୮୦୦ ଶବ୍ଦ) ଅନ୍ତର୍ଭୁକ୍ତ ହେବା ଆବଶ୍ୟକ।  ସୁପାରିଶ କରାଯାଇଥିବା ବ୍ୟକ୍ତିଙ୍କ କ୍ଷେତ୍ର ବା ବିଭାଗରେ ଉଲ୍ଲେଖନୀୟ ଏବଂ ଅସାଧାରଣ ସଫଳତା ତଥା ସେବାକୁ ଏହି ବର୍ଣ୍ଣନା ସ୍ପଷ୍ଟ ଭାବରେ ପ୍ରକାଶ କରୁଥିବା ଆବଶ୍ୟକ।

ଏହି ସମ୍ବନ୍ଧୀୟ ବିବରଣୀ ଗୃହ ମନ୍ତ୍ରଣାଳୟର ୱେବସାଇଟ୍: https://mha.gov.in ଏବଂ ପଦ୍ମ ପୁରସ୍କାର ପୋର୍ଟାଲ୍: https://padmaawards.gov.in ରେ ‘ପୁରସ୍କାର ଏବଂ ପଦକ’ ଶୀର୍ଷକ ଅଧୀନରେ ମଧ୍ୟ ଉପଲବ୍ଧ। ଏହି ପୁରସ୍କାରଗୁଡ଼ିକ ସହିତ ଜଡ଼ିତ ନିୟମାବଳୀ https://padmaawards.gov.in/AboutAwards.aspx ୱେବସାଇଟ୍‌ରେ ଉପଲବ୍ଧ ରହିଛି।

ଗୃହ ମନ୍ତ୍ରଣାଳୟ ନାମାଙ୍କନ ଆରମ୍ଭ ପଦ୍ମ ପୁରସ୍କାର-୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025
Latest News

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.