Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଡମ ଗିଲକ୍ରିଷ୍ଟଙ୍କ ସର୍ବକାଳୀନ ଆଇପିଏଲ୍ ଶ୍ରେଷ୍ଠ ଏକାଦଶ, ଏହି ୧୧ ଖେଳାଳିଙ୍କ ନାମ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

ଆଡମ ଗିଲକ୍ରିଷ୍ଟଙ୍କ ସର୍ବକାଳୀନ ଆଇପିଏଲ୍ ଶ୍ରେଷ୍ଠ ଏକାଦଶ, ଏହି ୧୧ ଖେଳାଳିଙ୍କ ନାମ ଦେଖିଲେ ହେବେ ଆଶ୍ଚର୍ଯ୍ୟ

March 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଡମ ଗିଲକ୍ରିଷ୍ଟ ଆଇପିଏଲ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ଗିଲକ୍ରିଷ୍ଟ ତାଙ୍କର ଶ୍ରେଷ୍ଠ ଆଇପିଏଲ୍ ଦଳରେ ୭ ଜଣ ଭାରତୀୟ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ସେ ରସିଦ ଖାନଙ୍କୁ ଦ୍ୱାଦଶ ଖେଳାଳି ଭାବରେ ଚୟନ କରିଛନ୍ତି।

ଆଡମ ଗିଲକ୍ରିଷ୍ଟ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଏକାଦଶରେ କୌଣସି ଅଷ୍ଟ୍ରେଲୀୟ କ୍ରିକେଟର ଚୟନ କରିନାହାଁନ୍ତି। ସେ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଏବଂ ଭାରତର ରୋହିତ ଶର୍ମାଙ୍କୁ ଓପନିଂ ପାଇଁ ଚୟନ କରିଛନ୍ତି। ଏହା ପରେ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି।

ଆଡମ ଗିଲକ୍ରିଷ୍ଟ ମିଷ୍ଟର ଆଇପିଏଲ୍ ଭାବରେ ଜଣାଶୁଣା ସୁରେଶ ରାଇନାଙ୍କୁ ତାଙ୍କ ଦଳରେ ଚତୁର୍ଥ ସ୍ଥାନରେ ରଖିଛନ୍ତି। ଏହା ପରେ ମିଷ୍ଟର ୩୬୦ ଡିଗ୍ରୀ ଏବି ଡି ଭିଲିୟର୍ସ ପଞ୍ଚମ ସ୍ଥାନରେ ଅଛନ୍ତି। ୱିଲକିପର ପାଇଁ ଗିଲକ୍ରିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଚୟନ କରିଛନ୍ତି।

ଏହା ପରେ ଗିଲକ୍ରିଷ୍ଟ ରବିନ୍ଦ୍ର ଜାଡେଜା ଏବଂ ଡୱେନ ବ୍ରାଭୋଙ୍କୁ ସାତ ଓ ଆଠ ନମ୍ବରରେ ରଖିଛନ୍ତି। ଦୁହେଁ ଆଇପିଏଲ୍ କ୍ୟାରିୟରରେ ଉଭୟ ବଲ୍ ଏବଂ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗିଲକ୍ରିଷ୍ଟ ୟୁଜବେନ୍ଦ୍ର ଚହଲଙ୍କୁ ତାଙ୍କ ଦଳର ଅଗ୍ରଣୀ ସ୍ପିନର ଭାବରେ ଚୟନ କରିଛନ୍ତି।

ଦ୍ରୁତ ବୋଲିଂରେ ଆଡମ ଗିଲକ୍ରିଷ୍ଟ ଆଇପିଏଲର ଦୁଇ ଘାତକ ବୋଲରଙ୍କୁ ରଖିଛନ୍ତି। ଯେତେବେଳେ କୌଣସି କ୍ରିକେଟର ଆଇପିଏଲର ସର୍ବକାଳୀନ ଏକାଦଶ କରନ୍ତି, ଏହି ଦୁଇ ଖେଳାଳି ଦ୍ରୁତ ବୋଲିଂରେ ନିଶ୍ଚିତ ସ୍ଥାନ ପାଇବେ। ଗିଲକ୍ରିଷ୍ଟ ତାଙ୍କ ଦଳରେ ଦ୍ରୁତ ବୋଲର ଭାବରେ ଜସପ୍ରୀତ ବୁମ୍ରା ଏବଂ ଲସିଥ ମାଲିଙ୍ଗାଙ୍କୁ ଚୟନ କରିଛନ୍ତି। ଆଫଗାନିସ୍ତାନ ଲେଗ ସ୍ପିନର ରସିଦ ଖାନଙ୍କୁ ତାଙ୍କର ସର୍ବକାଳୀନ ଆଇପିଏଲ ଇଲେଭେନରେ ଦ୍ୱାଦଶ ଖେଳାଳି ଭାବେ ମନୋନୀତ କରାଯାଇଛି।

ଆଡମ ଗିଲକ୍ରିଷ୍ଟଙ୍କ ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଏକାଦଶ: କ୍ରିସ୍ ଗେଲ, ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା, ଏବି ଡି ଭିଲିୟର୍ସ, ଏମଏସ ଧୋନି (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ୟୁଜଭେନ୍ଦ୍ର ଚହଲ, ଲସିଥ ମାଲିଙ୍ଗା ଏବଂ ଜସପ୍ରୀତ ବୁମ୍ରା।

ଦ୍ୱାଦଶ ଖେଳାଳି – ରସିଦ ଖାନ।

INDIAN PREMIER LEAGUE ipl IPL 2025 MS Dhoni Rohit Sharma Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.