ଖାଲିସ୍ତାନୀଙ୍କ ବିରୋଧରେ ଆକ୍ସନ ନେବ ଆମେରିକା!: ତୁଲସୀ ଗାବାର୍ଡଙ୍କ ସହ କଥା ହେଲେ ରାଜନାଥ ସିଂ

Published: Mar 17, 2025, 5:08 pm IST

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆମେରିକାର ଗୁପ୍ତଚର ମୁଖ୍ୟ ତୁଲସୀ ଗାବାର୍ଡଙ୍କ ସହ ଏକ ବୈଠକ କରିଛନ୍ତି। ଏହି ସମୟରେ ଆମେରିକାର ମାଟିରେ ଭାରତୀୟ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଖାଲିସ୍ତାନୀ ଉଗ୍ରବାଦୀଙ୍କ ପ୍ରସଙ୍ଗ ଉଠିଥିଲା। ବାର୍ତ୍ତାଳାପରେ ମନ୍ତ୍ରୀ ଖାଲିସ୍ତାନୀ ସଂଗଠନ SFJ (ଶିଖ୍ ଫର ଜଷ୍ଟିସ୍) ର ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ, ଯାହା ଭାରତର ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରୁଥିବାରୁ ଦେଶରେ ପ୍ରତିବନ୍ଧକ ଲାଗିଛି।

ସୂଚନା ଅନୁଯାୟୀ ଭାରତ ଏହାର ଚିନ୍ତା ପ୍ରକଟ କରିଛି ଏବଂ ବେଆଇନ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପ୍ରଶାସନକୁ କହିଛି। ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ (DNI) ତୁଲସୀ ଗାବାର୍ଡ ରାଜନାଥ ସିଂଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ତୁଲସୀ ଗାବାର୍ଡ ଅଢେଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହାପୂର୍ବରୁ ସେ NSA ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିଥିଲେ। ଡୋଭାଲ ଏବଂ ଗାବାର୍ଡଙ୍କ ମଧ୍ୟରେ ହୋଇଥିବା ବୈଠକରେ ଗୁପ୍ତଚର ବାଣ୍ଟିବା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି ଉପରେ ମୁଖ୍ୟ ଆଲୋଚନା ହୋଇଥିଲା। ଶିଖ୍ ଫର ଜଷ୍ଟିସ୍ (SFJ) ହେଉଛି ଏକ ଆମେରିକୀୟ ସଂଗଠନ ଯାହା ଭାରତରୁ ଖାଲିସ୍ତାନ ନାମକ ଏକ ଅଲଗା ଶିଖ୍ ରାଜ୍ୟ ଦାବି କରୁଛି। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ଭାରତ ସରକାର ୨୦୧୯ ରେ SJF ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Related posts